ଦିଲ୍ଲୀରେ ହିଂସାକାଣ୍ଡ ନେଇ ୨୨ ଟି ମାମଲା ରୁଜୁ

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହିଂସା ପଛରେ କିଏ?  ଏନେଇ ବିଭିନ୍ନ ଥାନାରେ ରୁଜୁ ହୋଇଛି ୨୨ଟି ମାମଲା। ଘଟଣା ପରେ ଦିଲ୍ଲୀରେ ଅଧିକ ୧୫୦୦ ପାରା ମିଲିଟାରି ଫୋର୍ସ ମୁତୟନ କରାଯାଇଛି। ସିସିଟିଭି ଫୁଟେଜ୍ ଜରିଆରେ ହିଂସା ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଦିଲ୍ଲୀରେ ଗତକାଲିର ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ଟ୍ରାକ୍ଟର ରାଲି ବେଳେ ଜଣେ ଆନ୍ଦୋଳନକାରୀ ଚାଷୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅପ୍ରୀତିକର ପରିସ୍ଥିତି ପରେ କୃଷକ ସଙ୍ଗଠନ ଟ୍ରାକ୍ଟର ରାଲି ସ୍ଥଗିତ ରଖିଛନ୍ତି। ହେଲେ ପୂର୍ବପରି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ନିଷ୍ପତ୍ତି ନେଇଛି। ଆଉ କିଛି ସମୟ ପରେ ଚାଷୀଙ୍କ ବୈଠକ ବସିବ। କାଲିର ହିଂସା ପରେ ଆଗାମୀ ରଣନୀତି ନେଇ କୃଷକ ସଂଗଠନ ଆଲୋଚନା କରିବେ।

ଅନ୍ୟପଟେ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଏ। ତେବେ ଏଭଳି ପରିସ୍ଥିତିରେ ପୋଲିସ ଆଗରେ କେମିତି ହଜାର ହଜାର ଚାଷୀ ଲାଲ କିଲ୍ଲା ଭିତରକୁ ପଶିଲେ ବୋଲି ପ୍ରଶ୍ନ ଉଠିଛି।

 

 

Leave a Reply