ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ବାଲେଶ୍ୱର: ଜିଲ୍ଲା ସୋର ଉତ୍ତରେଶ୍ୱରରେ ଥିବା ତିନୋଟି ଦୋକାନରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି । ଉତ୍ତରେଶ୍ୱରରେ ଥିବା ସାଇ ଗଣେଶ ମୋବାଇଲ ଷ୍ଟୋର, ମୁକ୍ତେଶ୍ୱର ଭେରାଇଟି ଷ୍ଟୋର ଓ ଗଣେଶ କ୍ଲଥ ଷ୍ଟୋରର ସିଲିଂ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ୪୭ ହଜାର ୫୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଚୋରି ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ସୋର ପୋଲିସ ଏଏସଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ବାରମ୍ବାର ଚୋରି ହେଉଥିବାରୁ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ କରିବାକୁ ଦାବି ହୋଇଛି ।

Leave a Reply