ଇସଲାମବାଦ: ମୁସଲମାନ ରାଷ୍ଟ୍ରରେ ତିଆରି ହେବ ହିନ୍ଦୁ ଦେବତାଙ୍କ ମନ୍ଦିର। ପାକିସ୍ତାନରେ ପୂଜାପାଇବେ ଭଗବାନ କୃଷ୍ଣ। ଇସଲାମାବାଦର H-9 ପ୍ରଶାସନିକ ଅଞ୍ଚଳରେ 20 ହଜାର ବର୍ଗଫୁଟ ଅଞ୍ଚଳରେ କୃଷ୍ଣ ମନ୍ଦିର ନିର୍ମାଣ ହେବ। ଏ ନେଇ ପାକିସ୍ତାନର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି ବିଜ୍ଞପ୍ତି ଜାରି କରିଛି।
ସୂଚନା ଅନୁଯାୟୀ ଭଗବାନ କୃଷ୍ଣଙ୍କ ମନ୍ଦିର ସହ ସେଠାରେ ଶ୍ମଶାନ ଓ ଅନ୍ୟାନ୍ୟ ଧାର୍ମିକ କାଯ୍ୟ ପାଇଁ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି। ଛଅ ମାସ ପୂର୍ବେ ଇସଲାମିକ ମୌଳିକବାଦୀଙ୍କ ଚାପ ଯୋଗୁଁ ହିନ୍ଦୁମାନଙ୍କର ପୂଜାପାଠ ସ୍ଥାନ ନିର୍ମାଣ ବନ୍ଦ ହୋଇଯାଇଥିଲା। ତେବେ ପାକିସ୍ତାନ ସରକାର ପୁଣିଥରେ ଏହି ମନ୍ଦିର ନିର୍ମାଣ କାର୍ଯ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମନ୍ଦିର ନିର୍ମାଣ ପାଇଁ ଜମି ବଣ୍ଟନ କରିବା ସହ ମନ୍ଦିର ନିର୍ମାଣ ପାଇଁ ଦଶ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ପାକିସ୍ତାନରେ ମନ୍ଦିର ନିର୍ମାଣରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଆଇଆଇ କହିଛି।





ସୂଚନା ଅନୁସାରେ ଛେଣ୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସ ସମେତ ଭିଜିଲାନ୍ସ ବିଭାଗର ୪ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁସାରେ ଗତ ୨୬ ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରିଙ୍କୁ ମାଓ ସଂଗଠନ ଦାୟୀ କରି ଏଭଳି କରିଛି । ପ୍ରଜା କୋର୍ଟରେ ବିଚାର ପରେ ମନୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ସେ ଏବେ ନିଜ ପରିବାର ସହିତ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।

