ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ‘ଜୈସ୍ ଉଲ୍ ହିନ୍ଦ’, NIAର ତଦନ୍ତ ଜାରି

Jaish Ul Hind Taking Responsibility Of Friday Delhi Attack

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଯାଞ୍ଚ ଚାଲିଛି । ନୂଆ ତଥ୍ୟ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗୁଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସହ କ୍ରାଇମବ୍ରାଞ୍ଚ ଓ ଏନଆଇଏ ବିସ୍ଫୋରଣର ଯାଞ୍ଚ କରୁଛି । ତଦନ୍ତ ଚାଲିଥିବା ବେଳେ ବିସ୍ଫୋରଣ ପାଇଁ ଟେଲିଗ୍ରାମରେ ନିଜକୁ ଦାୟୀ କରିଛି ‘ଜୈସ୍ ଉଲ୍ ହିନ୍ଦ’ ନାମକ ସଂଗଠନ । ତେବେ, ‘ଜୈସ୍ ଉଲ୍ ହିନ୍ଦ’ କେଉଁଭଳି ସଂଗଠନ, କାହା ସହ ଜଡ଼ିତ ଏସବୁର ଖୋଳତାଡ଼ ତଦନ୍ତକାରୀ ସଂସ୍ଥା ଆରମ୍ଭ କରିଛନ୍ତି ।

Jaish Ul Hind Taking Responsibility Of Friday Delhi Attack

ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ସ୍ଥଳରୁ ମିଳିଥିବା ଲଫାପାରେ ଏହା ତ କେବଳ ଟ୍ରେଲର ବୋଲି ଲେଖା ଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଲଫାପାରେ ଇରାନର କାସିମ ସୁଲେମାନି ଏବଂ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କ କଥା ଉଲ୍ଲେଖ ଅଛି । ଉଭୟଙ୍କ ମୃତ୍ୟୁ ଗତବର୍ଷ ହୋଇଥିଲା ।

୨୦୨୦ ଜାନୁଆରୀ ୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏୟାରଷ୍ଟ୍ରାଇକ୍ ହୋଇଥିଲା । ବାଗଦାଦ ନିକଟରେ ଆମେରିକା ସେନାର ଏୟାଇଷ୍ଟ୍ରାଇକରେ ନିହତ ହୋଇଥିଲା ସୁଲେମାନି । କାସିମ ସୁଲେମାନି ଇରାନ ମିଲିଟାରୀରର ଶକ୍ତିଶାଳୀ କମାଣ୍ଡର ଥିଲା ।

Jaish Ul Hind Taking Responsibility Of Friday Delhi Attack

ସେହିଭଳି ୨୦୨୦ ନଭେମ୍ବର ୨୭ରେ ଇରାନର ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କୁ ହତ୍ୟା କରାଯାଇଥିଲା । ତେହରାନରେ ସାଟେଲାଇଟ୍ ପରିଚାଳିତ ମେସିନ ଗନ୍ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ୍ ।

Leave a Reply