spot_img
Home Blog Page 6198

ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଚିତ୍ରକୋଣ୍ଡା: ସୀମାନ୍ତରେ ଲାଲବାହିନୀ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଆନ୍ଧ୍ର ବିଶାଖାପାଟଣା ଅଞ୍ଚଳର ଜଣଙ୍କୁ ହତ୍ୟା କରିଛନ୍ତି।

ମୃତକ ଜଣକ ଆନ୍ଧ୍ର ବିଶାଖାପାଟଣା ଜିଲ୍ଲାର ପେଦାବାଇଲୁ ବ୍ଲକର ଚିନ୍ତାଗୁରୁର ସତୀଶ ବାବୁ ବୋଲି ଜଣାପଡିଛି।

ସୂଚନା ମୁତାବକ, ପୋଲିସ ଇନଫର୍ମର ସନ୍ଦେହରେ କରୁକୋଣ୍ଡାଦଲମ ମାଓ ସଂଗଠନ ପକ୍ଷରୁ ସତୀଶଙ୍କୁ ହତ୍ୟା କରାଯାଇଛି। ୨୦ରୁ ଉର୍ଦ୍ଧ୍ୱ ନକ୍ସଲ ସତୀଶଙ୍କୁ ଘରୁ ଉଠାଇ ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି ।

ତେବେ ଘଟଣାସ୍ଥଳରେ ମାଓ ସଂଗଠନ ଏକ ଚିଠି ଛାଡିଥିବା ନେଇ ଜଣାପଡିଛି । ଯେଉଁଥିରେ ପୋଲିସ ଇନଫର୍ମର ଓ ଗଂଜେଇ ବ୍ୟବସାୟ ତଥା ଆଦିବାସୀଙ୍କୁ ହଇରାଣ ହରକତ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଦର୍ଶାଯାଇଛି ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ପଞ୍ଝାରେ ୨ ସରକାରୀ ବାବୁ

ବ୍ରହ୍ମପୁର: ଗତି କିଛି ଦିନ ହେବ କ୍ରମାଗତ ଭାବେ ଭିଜିଲାନ୍ସ ଜାଲରେ ଫସୁଛନ୍ତି ଅଫିସର ମାନେ। ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ଭିଜିଲାନ୍ସ ଟିମ୍ ଆକ୍ସନ ମଧ୍ୟ ନେଉଛି । ଏହିଭଳି ଅଭିଯୋଗରେ ଆଉ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ଗୁଣୁପୁର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢୀ ଭଜିଲାନ୍ସ ଜାଲରେ ଫସିଛନ୍ତି । ଉଦ୍ଧବଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଟିମ୍ । ଏଥିସହିତ  ବ୍ରହ୍ମପୁର ଭିଜିଲାନ୍ସର ୫ଟି ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ଡୁଙ୍ଗୁରିପାଲି ବ୍ଲକ ଚେରୁପାଲିର ପିଇଓ ଦୁର୍ଯ୍ୟୋଧନ ମେହେର ।

ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଯାହା ପରେ ପିଇଓଙ୍କ ସରକାରୀ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରାଯାଇଛି । ତେବେ ଏହି ଚଢ଼ାଉ ସମ୍ବଲପୁର ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ହୋଇଛି।

ବ୍ରିଟେନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍‌, ଦକ୍ଷିଣ ଆଫ୍ରିକୀୟ ଯାତ୍ରୀ ସଂକ୍ରମିତ

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱ ଆତଙ୍କିତ ରହିଥିବା ବେଳେ ଏବେ କୋଭିଡ-୧୯ ସଂକ୍ରମଣର ଆଉ ଏକ ନୂଆ ଭୂତାଣୁ ସରକାରଙ୍କର ଚିନ୍ତା ବଢାଇଛି ।

କୋଭିଡ-୧୯ ସଂକ୍ରମିତ ନୂଆ ଷ୍ଟ୍ରେନ୍ ମାମଲା ବ୍ରିଟେନରେ ଚିହ୍ନଟ ହୋଇଛି । ନିକଟରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍ ଯୋଗୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ବେଳେ ଆଉ ଏକ ନୂଆ ଭୂତାଣୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ଏହି ନୂଆ ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ଫଳରେ ଗତ ୨ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଛି ।

ବ୍ରିଟେନ ସମେତ ଦକ୍ଷିଣ ଆଫ୍ରିକାରେ ବି ଏହି ନୂଆ ଭୂତାଣୁ ଅଧିକ କ୍ଷତି ଘଟାଇଛି । ପୂର୍ବ ଭୂତାଣୁ ଅପେକ୍ଷା ଏହା ଅଧିକ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

ଶୀତରେ ଅସ୍ତବ୍ୟସ୍ତ ଜନଜୀବନ, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କୋହଲା ପବନ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଯାହା ଫଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି ।

ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ଶୀତ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ଆଦି ।

ଆଜି ଏବଂ ଆସନ୍ତାକାଲି ଶୀତ ଲହରୀ ଥିବାରୁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ତନ୍ମଧ୍ୟରେ ଝାରସୁଗୂଡା, ଅନୁଗୁଳ, ସୁନ୍ଦରଗଡ, ବରଗଡ, ନୂଆପଡା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ତେବେ ରାତ୍ରୀର ତାପମାତ୍ରାରେ ଆଗାମୀ ୩ରୁ ୪ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ରାତ୍ରୀର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ଭୁବନେଶ୍ୱରରେ କୁହୁଡି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ବଢିପାରେ ଅଯଥା ଖର୍ଚ୍ଚ, ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ

ରାଶିଫଳ- ୨୪.୧୨.୨୦୨୦-ଗୁରୁବାର

ଧନୁ ୧୦ଦିନ, ମାଗଶିର ଶୁକ୍ଲ ୧୦ମୀ ରାତ୍ର ୧୧:୧୭ ଗତେ ୧୧ଶୀ, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ମେଷ ଅହୋରାତ୍ର
ଅଶ୍ୱୀନୀ ଅହୋରାତ୍ର
ଘାତ ଚନ୍ଦ୍ର – ମେଷ ରାଶିର ଅହୋରାତ୍ର
ଘାତ ବାର – ତୁଳା ଓ କୁମ୍ଭ ରାଶିର
ଯୋଗିନି – ଉତ୍ତରେ ରାତ୍ର ୧୧:୧୭ ଗତେ ଆଗ୍ନୟେ
ପୁଷ୍କର ଦୋଷ – ନାସ୍ତି
ନିଷିଦ୍ଧ ଖାଦ୍ୟ – ଆମିଷ ଓ ଶିମ୍ବ

 ଶୁଭ ମୂହୁର୍ତ୍ତ 
ପ୍ରାତଃ ୦୬:୨୨ ରୁ ୦୭:୪୮
ସନ୍ଧ୍ୟା ୦୬:୦୩ ରୁ ରାତି ୦୯:୩୪
ରାତ୍ର ୦୧:୨୫ ରୁ ରାତ୍ର ୦୩:୪୪
ଅଶୁଭ ମୂହୁର୍ତ୍ତ 
ଦିବା ୦୧:୦୭ ରୁ ସଂଧ୍ୟା ୦୫:୧୦
ରାତ୍ର ୧୧:୪୬ ରୁ ରାତ୍ର ୦୧:୨୫

ମେଷ-
ଆଶ୍ୱିନୀ ନକ୍ଷତ୍ର
– ଆଜି ଶୁଭଦିନ ରହିଛି ଭାଗ୍ୟଦେବୀ ସାଥ ଦେବେ, କୌଣସି ପ୍ରକାରେ ଆପଣଙ୍କର ମନର ଇଛା ପୁରଣ ହେବ

ଦ୍ୱିଜା ନକ୍ଷତ୍ର –
– କାହା ସହିତ ମତଭେଦ ହେବ ଏବଂ ଅଯଥା ଖର୍ଚ୍ଚାନ୍ତ ହେବେ, ସତର୍କ ରହିଥିବେ ଏବଂ ଚାଉଳ ଗରିବଙ୍କୁ ସାହାଯ୍ୟ କରନ୍ତୁ କଲ୍ୟାଣ ହେବ

କୃତ୍ତିକା ନକ୍ଷତ୍ର –
– ଆଜି ନିଜର ମାନସମ୍ନାନ ପ୍ରାପ୍ତିର ଯୋଗ ରହିବ ଏବଂ ନିଜର କୌଣସି ପୁରୁଣା ଇଛା ପୁରଣ ହେବ

ଶୁଭ ରଙ୍ଗ – ହଳଦିଆ
ଜଳରେ ହଳଦି ମିଶାଇ ସ୍ନାନ କରନ୍ତୁ ଆର୍ଶିବାଦ ମିଳିବ

ବୃଷ –
କୃତ୍ତିକା ନକ୍ଷତ୍ର –
– ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଟିକା ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବ

ରୋହିଣି ନକ୍ଷତ୍ର –
– ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ

ମୃଗଶିରା ନକ୍ଷତ୍ର –
– ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ନୂଆ କିଛି ରୋଜଗାରର ବାଟ ମିଳିବ ଯାହା ଭବିଷ୍ୟତ ନିମନ୍ତେ ଶୁଭଙ୍କର ହେବ

– ଶୁଭ ରଙ୍ଗ – ଲାଲ ରଙ୍ଗ
– ଆଜି କଳା କୁକୁରକୁ ରୁଟିରେ ସୋରିଷତେଲ ମାରି ଖାଇବାକୁ ଦିଅନ୍ତୁ ରିଷ୍ଟ ଖଣ୍ଡନ ହେବ

ମିଥୁନ –
ମୃଗଶିରା ନକ୍ଷତ୍ର –
– ଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ନିଜର ବିଭିଣ୍ଣ ବାଟରେ ଶୁଭଫଳ ପାଇବେ

ଆଦ୍ରା ନକ୍ଷତ୍ର-
– ଆଜି ନିଜର ମନର ଯୋଜନା କାହାକୁ ପ୍ରକାଶ କରିବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ସହଜରେ ପୁରଣ ହେଇଯିବ

ପୂନର୍ବସୁ ନକ୍ଷତ୍ର –
– ଶତୃ ଆଜି ମିତ୍ର ପାଲଟିଯିବ, ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ

– ଶୁଭ ରଙ୍ଗ – ସବୁଜ
– ଜଳରେ ଗୋଲାପ ଜଳ ମିଶାଇ ସ୍ନାନ କରିବେ ଏବଂ ସବୁଜ ପରିବା ଗାଈଙ୍କୁ ଖୁଆନ୍ତୁ କଲ୍ୟାଣ ହେବ

କର୍କଟ –
ପୂନର୍ବସୁ ନକ୍ଷତ୍ର –
– ଚାକିରି କିମ୍ବା ବ୍ୟବସାୟରେ ଉଣ୍ଣତି ହେବ, ଲୋକ ସମ୍ପର୍କ ବଢିବ

ପୂଷ୍ୟା ନକ୍ଷତ୍ର –
– ଆଜି ଆତ୍ମବଳ ଅଧିକ ରହିବ ଏବଂ ପ୍ରତି କାର୍ଯ୍ୟରେ ଆଶାଜନକ ଫଳ ପାଇବେ

ଅଶ୍ଲେଷା ନକ୍ଷତ୍ର –
– ପ୍ରତି କାମ ସହଜରେ ହାସଲ ହେବ, ମାତ୍ର ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ

– ଶୁଭ ରଙ୍ଗ – ଧଳା
– ଆଜି ଚଣାଡାଲି ପାରାଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ

ସିଂହ –
ମଘା ନକ୍ଷତ୍ର –
– ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ କୌଣସି ଅସହାୟକୁ ସାହାର୍ଯ୍ୟ କରନ୍ତୁ ଆର୍ଶିବାଦ ମିଳିବ

ପୂର୍ବାଫାଲଗୁନି ନକ୍ଷତ୍ର –
– ସକାଳୁ ଉଠି ଘରପାଖରେ ଥିବା କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ସାହାଯ୍ୟ କରନ୍ତୁ ଆଶାଠାରୁ ଅଧିକ ସଫଳତା ପ୍ରାପ୍ତ ହେବ

ଉତ୍ତରାଫାଲଗୁନୀ ନକ୍ଷତ୍ର –
– ଆୟ ମନମୁତାବକ ରହିବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ମିଳିବ

– ଶୁଭରଙ୍ଗ – କୃଷ୍ଣ ବର୍ଣ୍ଣ
– ଆଜି ଜଳରେ ଫିଟିକିରି ମିଶାଇ ସ୍ନାନ କରନ୍ରୁ କଲ୍ୟାଣ ହେବ

କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର –
– ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସୁଯୋଗ ରହିବ, ପୂର୍ବରୁ ନିବେଷ କରିଥିବା ଅର୍ଥର ଲାଭାଶଂ ମିଳିବ

ହସ୍ତା ନକ୍ଷତ୍ର –
– ଆର୍ଥିକ ଅଭିବୃଦ୍ଧି ହେବ, ବ୍ୟବସାୟରେ ଲାଭ ବଢିବ କିନ୍ତୁ କୌଣସି ସ୍ଥାନରେ ମାନସମ୍ନାନ କ୍ଷୁର୍ଣ୍ଣ ହେବାଭଳି ପରିସ୍ଥିତି ଉପୁଜିବ

ଚିତ୍ରା ନକ୍ଷତ୍ର –
– ପ୍ରତି କାଯ୍ୟରେ ସଫଳ ହେବେ, ଅଧିକ ବୁଲାବୁଲି ଏବଂ ପରିଷ୍ରମ କରି ମୁଣ୍ଡବିନ୍ଧା ଭଳି ଅସୁବିଧା ଭୋଗିବେ

– ଶୁଭ ରଙ୍ଗ – ସବୁଜ

ତୁଳା –
ଚିତ୍ରା ନକ୍ଷତ୍ର –
– ଆଜି ପ୍ରତି କାମରେ ସଫଳ ହେବେ, କିନ୍ତୁ ଅଚାନକ କୌଣସି ପ୍ରକାର ଅସୁସ୍ଥତା ଭୋଗିବେ

ସ୍ୱାତୀ ନକ୍ଷତ୍ର –
– ଆଜି ଆତ୍ମବଳ ଅଧିକ ରହିବ ଏବଂ କୌଣସି ପ୍ରକାର ଲକ୍ଷରେ ସଫଳ ହେବେ

ବିଶାଖା ନକ୍ଷତ୍ର –
– ଆଜି ଆପଣଙ୍କର ଅଧିକ ଟଙ୍କା ଏବଂ ପରିଶ୍ରମ ଖର୍ଚ୍ଚ ହେବ, ଥକା ଅନୁଭବ କରିବେ

– ଶୁଭ ରଙ୍ଗ – ଧଳା
– ଓଁ ଶ୍ରୀଂ ଓଁ ଜପ କରନ୍ତୁ କଲ୍ୟାଣ ହେବ

ବିଛା –
ବିଶାଖା ନକ୍ଷତ୍ର –
– ଆଜି ମନ ଖୁସି ରହିବ ଏବଂ ନିଜର ଆତ୍ମବଳ ଅଧିକ ରହିବ ଏବଂ ଯାହା ଚେଷ୍ଟା କରିବେ ସଫଳ ହେବେ

ଅନୁରାଧା ନକ୍ଷତ୍ର –
– ଆଜି ପରିବାରକୁ ନେଇ ବୁଲିଜିବା ନିମନ୍ତେ ଯୋଜନା କରିବେ ଏବଂ ସବୁ ଜାଗାରେ ଭଲପାଇବା ମିଳିବ

ଜ୍ୟେଷ୍ଠା ନକ୍ଷତ୍ର –
– ଆଜି କୌଣସି ପ୍ରକାର ଚିନ୍ତା ମନକୁ ବିଚଳିତ କରିଦେବ ଏବଂ ଦୁର୍ବଳତା ଅନୁଭବ କରିବେ

– ଶୁଭ ରଙ୍ଗ – ସବୁକ
– ଓଁ ଅଙ୍ଗାରକାୟ ନମଃ ୨୭ଥର ଜପ କରିବେ କଲ୍ୟାଣ ହେବ

ଧନୁ ରାଶି –
ମୂଳା ନକ୍ଷତ୍ର –
– ନିଜ ବନ୍ଧୁପରିଜନ ଙ୍କର ସହଯୋଗ ମୋଳିବ ଏବଂ କିଛି କଲ୍ୟାଣକାରି କାର୍ଯ୍ୟକରି ଆତ୍ମସମ୍ମାନ ବଢିବ

ପୂର୍ବଷାଢା ନକ୍ଷତ୍ର –
– ଆଜି ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ଦୁବଳତା ଅନୁଭବ ହେବ

ଉତ୍ତରାଷାଢା ନକ୍ଷତ୍ର –
– କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହୋଇ ମାନସମ୍ନାନ ବୃଦ୍ଧି ହେବ

– ଶୁଭ ରଙ୍ଗ – ବାଦାମି
– ଆଜି ଅରଖ ଫୁଲ ଭଗବାନ ଶିବଙ୍କୁ ଚଢାଇବେ କଲ୍ୟାଣ ହେବ

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର –
– ଆଜି କୌଣସି କାର୍ଯ୍ୟ ହାସ ହେବ ଏବଂ ରୋଜଗାର ବଢିବ

ଶ୍ରବଣା ନକ୍ଷତ୍ର –
– ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ

ଧନିଷ୍ଠା ନକ୍ଷତ୍ର –
– ସମୟ ଏତେ ଶୁଭ ରହିବ ନାହିଁ ତେଣୁ ପ୍ରତି ସମୟରେ ସତର୍କ ରହିବେ

– ଶୁଭ ରଙ୍ଗ – ନିଳ
– ହଳଦିଆ ବସ୍ତ୍ର ଭଗବାନ ବିଷ୍ଣୁଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର –
– ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ଆଶା ପୁରଣ ହେବ

ଶତଭିଷା ନକ୍ଷତ୍ର –
– ଆଜି ପ୍ରତି କ୍ଷେତ୍ରରେ ଆଶାଜନକ ପରିବେଷ ମିଳିବ ଏବଂ ମନ ଖୁସି ରହିବ

ପୂର୍ବଭାଦ୍ର ନକ୍ଷତ୍ର –
– ଚେଷ୍ଟା ଅନୁଯାୟୀ ଫଳ ମିଳିବ, କିନ୍ତୁ କିଛି କ୍ଷୟକ୍ଷତିର ସୁଚନା ରହିଛି ସତର୍କ ରହିବେ

– ଶୁଭ ରଙ୍ଗ – ଧଳା
– ଓଁ ବୃଂ ବୃହଷ୍ପତୟେ ନମଃ ଜପ କରନ୍ତୁ

ମୀନ ରାଶି –
ପୂର୍ବଭାଦ୍ର ନକ୍ଷତ୍ର –
– ଥଣ୍ଡା ଏବଂ ପେଟଜନିତ ବ୍ୟଥା ଭୋଗିବେ, ଓଁ ନମଃ ଶିବାୟ ଜପ କରନ୍ତୁ କଲ୍ୟାଣ ହେବ

ଉତ୍ତରଭାଦ୍ର ନକ୍ଷତ୍ର –
– ମନ ଚିନ୍ତିତ ରହିବ ଏବଂ ଟଙ୍କାପଇସା ଅଧିକ ଖର୍ଚ୍ଚ ହେବ

ରେବତୀ ନକ୍ଷତ୍ର –
– ପ୍ରତି କାମରେ ସଫଳ ହେବେ ଏବଂ ନିଜର କୌଣସି ଇଛା ସହଜରେ ପୁରଣ ହେବ

– ଶୁଭ ରଙ୍ଗ – ନିଳ
– ଆଜି ତେଲ ଲଗାଇବେ ନାହିଁ ଏବଂ ସ୍ନାନସାରି ତ୍ରିଶାଖା ବେଲପତ୍ର ଖାଇବେ କଲ୍ୟାଣ ହେବ

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର, ଜାନୁଆରୀ ୩ରୁ ସାଧାରଣ ଦର୍ଶନ

ପୁରୀ: ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଖୋଲିଛି । ଯାହା ପରେ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପରିଚୟ ପତ୍ର ଦେଖାଇ ସେବାୟତ ଓ ତାଙ୍କ ପରିବାର ବର୍ଗ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି  । ପ୍ରବେଶ ପୂର୍ବରୁ ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ ବ୍ୟବସ୍ଥା କରାଯାଇଛି ।

ହେଲେ ଆଉ ୨ ଦିନ ସେବାୟତଙ୍କ ଦର୍ଶନ ପରେ ପୁରୀବାସୀଙ୍କୁ ମିଳିବ ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ। ୩ଟି ଦଫାରେ ଦର୍ଶନ କରିବେ ପୁରୀର ଓ୍ୱାର୍ଡ ବାସିନ୍ଦା । ଏନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।

ନୂଆବର୍ଷ ପରେ ୩ ତାରିଖରୁ ସମସ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ ।

ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍, ପହିଲାରୁ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍ । ଜାନୁଆରୀ ପହିଲାରୁ ରାଜଧାନୀରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍ । ସୁଧୁରିବ ରାଜଧାନୀର ରାସ୍ତା ସମସ୍ୟା । ସ୍ମାର୍ଟସିଟିରେ ନୂଆ ଆକ୍ସନ ପ୍ଲାନ୍ । ଏଣିକି ମନଇଚ୍ଛା ଖୋଳି ହେବନି ରାସ୍ତାଘାଟ । ଅନଲାଇନରେ କରିବାକୁ ହେବ ଆବେଦନ ।

ରାଜଧାନୀର ରାସ୍ତାରେ ଦେଖାଯାଉଥିବା ଖାଲଖମାକୁ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌ । ସବୁ ୱାର୍ଡରେ ଏହି ଟିମ୍‌ ନଜର ରଖିବା ସହ ରାସ୍ତା ସମସ୍ୟା ଥିଲେ ତୁରନ୍ତ ସମାଧାନ କରିବ । ବିଏମସି, ପୂର୍ତ୍ତବିଭାଗ, ଜଳ ଯୋଗାଣ, ଟେଲିଫୋନ୍ ସେବା, ସ୍ୱରେଜ୍, ବିଦ୍ୟୁତ୍ ଆଦି ବିଭାଗକୁ ନେଇ ମିଳିତ ଭାବେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଉଛି ।

ବିଭାଗମାନଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ କେଉଁଠି ଅଧାଗଢା କାମ ତ କେଉଁଠି ସରିବା ପରେ ବି ରାସ୍ତା ଅଧାପନ୍ତରିଆ ହୋଇ ପଡିରହୁଛି । ଏଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ସଂସ୍ଥା ପକ୍ଷରୁ ଡେଡ୍‌ଲାଇନ୍‌ ପରେ ବି ଦୀର୍ଘଦିନ ପର୍ଯ୍ୟନ୍ତ ରାସ୍ତା ଖୋଳି କାମ ଚାଲୁଛି । ତେଣୁ ନୂଆ ମଡେଲ ବାସ୍ତବରେ କାର୍ଯ୍ୟକାରୀ ହେଲେ ଏପରି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଯାହାକୁ ସ୍ୱାଗତ କରିଛନ୍ତି ରାଜଧାନିବାସୀ ।  ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଅପେକ୍ଷା କେବଳ କାର୍ଯ୍ୟକାରୀକୁ ।

ପୁଣି ବିବାଦରେ ଅର୍ଣ୍ଣବ ଗୋସ୍ୱାମୀ: ବ୍ରିଟିଶ ବ୍ରଡକାଷ୍ଟ ରେଗୁଲେଟର ଲଗାଇଲା ୨୦ ହଜାର ପାଉଣ୍ଡର ଜରିମାନା

ନୂଆଦିଲ୍ଲୀ: ରିପବ୍ଳିକ୍ ଭାରତ ଟିଭି ଉପରେ ୧୯.୭୩ ଲକ୍ଷ (୨୦ ହଜାର ପାଉଣ୍ଡ) ଜରିମାନା ଲଗାଇଛି ବ୍ରିଟିଶ ବ୍ରଡକାଷ୍ଟ ରେଗୁଲେଟର । ଏକ ନିର୍ଦ୍ଧିଷ୍ଟ ବର୍ଗର ଏବଂ ଧର୍ମର ଲୋକଙ୍କ ଉଦ୍ଦେଶ୍ୟରେ ହେଟ୍ ସ୍ପିଚ୍ (ଘୃଣା ଭାଷା), ଅପମାନ ସୂଚକ ଶଦ୍ଧର ପ୍ରୟୋଗ କରାଯାଉଥିବାରୁ ଏହି ଜରିମାନା ଲଗାଯାଇଛି । ରିପବ୍ଲିକ୍ ଟିଭି ହିନ୍ଦୀ ଚ୍ୟାନେଲକୁ ଏ ନେଇ ଟେଲିଭିଜନ ଜରିଆରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କୁହାଯାଇଛି ।

ବ୍ରିଟିଶ ରେଗୁଲେଟର ପକ୍ଷରୁ ଜାରି ରିଲିଜରେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ୱର ୬, ୨୦୧୯ରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ରିପବ୍ଲିକ୍ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଏବଂ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କିଛି ଗେଷ୍ଟ ବ୍ରଡକାଷ୍ଟ ନିୟମ ଉଲ୍ଲଂଘନ କରିଥିବା କୁହାଯାଇଛି । ଏ ନେଇ ଓ୍ୱାର୍ଲ୍ଡ ମିଡିଆ ନେଟଓ୍ୱର୍କ ଲିମିଟେଡ୍ ବିରୋଧରେ ଏହି ଜରିମାନା ଲାଗୁ କରାଯାଇଛି । ଏହି କମ୍ପାନୀ ନିକଟରେ U.Kରେ ରପବ୍ଳିକ୍ ଟିଭିର ଟେଲିକାଷ୍ଟ ନେଇ ଲାଇସେନ୍ସ ରହିଛି ।

ଏଥି ସହିତ ପଢ଼ନ୍ତୁ: ଫିକା ପଡ଼ିବ ବଡ଼ ଦିନ ଓ ନୂଆ ବର୍ଷ ପାଳନ: କାଲିଠୁ ନାଇଟ୍ କର୍ଫ୍ୟୁ

BCJD କାର୍ଯ୍ୟକାରିଣୀ ବୈଠକରେ ଛାତ୍ରନେତା ଦେଲେ ପରୀକ୍ଷା..

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ଛାତ୍ର ଦେଲେ ପରୀକ୍ଷା । ୨୦ ମିନିଟ୍‌ ପରୀକ୍ଷାରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ୨୫ଟି ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଛାତ୍ର ନେତା । ଏହି ନୂଆପୀଢ଼ି ବିଜୁ ଓ ନବୀନଙ୍କୁ କେତେ ଜାଣିଛନ୍ତି, ତାକୁ ମାପିଥିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବପ୍ରକାଶ ଦାସ । ପ୍ରଥମଥର ପାଇଁ କାର୍ଯ୍ୟକାରିଣୀ ବୈଠକରେ ଏଭଳି ପରୀକ୍ଷା ରାଜ୍ୟ ରାଜନୀତି ଇତିହାସରେ ଯୋଡ଼ିଛି ନୂଆ ଫର୍ଦ୍ଦ ।

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନା ଥିଲା ନେତା ଓ ବିଧାୟକଙ୍କ ଭିଡ଼ ନା ଶୁଣିବାକୁ ମିଳିଥିଲା ଲମ୍ବାଚଉଡ଼ା ଭାଷଣ । ନିଜ ବୈଠକକୁ ନିଜ ଢଙ୍ଗରେ ପରିଚାଳନା କରିଥିଲେ ଛାତ୍ରନେତା । ରାଜନୈତିକ ଚିଠା ପ୍ରସ୍ତୁତି ପାଇଁ, ନବନିର୍ବାଚିତ ପ୍ରତିନିଧିମାନେ ଦେଇଥିଲେ ଖୋଲା ମତ । ଶୃଙ୍ଖଳା ଓ ଅନୁଶାସନର ଦଳରେ ଏଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ପରୀକ୍ଷା । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଛାତ୍ରଛାତ୍ରୀଙ୍କୁ ନବୀନୀଜିମ୍ ମନ୍ତ୍ର ଦେବା ସହ, ବିଜୁ ଓ ନବୀନଙ୍କ ସଂପର୍କରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରଖିଥିଲେ । ଏଥିପାଇଁ ୨୦ମିନଟର ଲିଖିତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

ବିଜୁ ଜନତାଦଳ କେବେ ପ୍ରତିଷ୍ଠା ହୋଇଥିଲା ? ନବୀନ ପଟ୍ଟନାୟକ ପ୍ରଥମେ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ? ସ୍ୱାଧିନତା ସଂଗ୍ରାମ ସମୟରେ ବିଜୁବାବୁ କେତେବର୍ଷ ଜେଲ ଦଣ୍ଡ ଭୋଗିଥିଲେ ? ଏମିତି ୨୫ଟି ପ୍ରଶ୍ନ ରହିଥିଲା ଛାତ୍ର ନେତାଙ୍କ ସାମ୍ନାରେ । ୨୦ମିନଟ ମଧ୍ୟରେ ଛାତ୍ରନେତାମାନେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

 ଏଭଳି ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରନେତାମାନଙ୍କୁ ଦଳ ସହ ଯୋଡ଼ିଥିଲେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ନୀତିକୁ ଛାତ୍ରନେତାମାନେ ଗାଁ ଗାଁରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । କେବଳ ସେତିକି ନୁହେଁ ନୂଆପୀଢିକୁ ସଶକ୍ତ କରିବାରେ ଦଳ ପ୍ରସ୍ତୁତ କରିଥିବା ରାସ୍ତାକୁ ଆପଣେଇବାକୁ ମଧ୍ୟ କହିଥିଲେ । ପାଠ ପଢିବା ଓ ପରୀକ୍ଷା ଦେବା ଛାତ୍ରଛାତ୍ରୀଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କାର୍ଯ୍ୟାଳୟରେ ହଠାତ୍‌ ଦଳ ଓ ନେତାଙ୍କ ସଂପର୍କରେ ପରୀକ୍ଷା ଦେବା ନୂଆ ଜୋସ୍‌ ଭରି ଦେଇଥିଲା ଛାତ୍ର ପ୍ରତିନିଧିଙ୍କ ଭିତରେ ।

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ ହୋଟେଲ୍ ସୋଲାନ ଇନ୍ ମାଲିକ କମଳାକାନ୍ତ ଦାସ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମଳାକାନ୍ତଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପୁଅ କୌଶିକ ଦାସ । ତାଙ୍କ ବାପାଙ୍କର ଏକାଧିକ ରୋଗ ଥିଲା । ଲିଭର ଏବଂ କିଡନୀ ରୋଗରେ ପୀଡିତ ଥିଲେ କମଳାକାନ୍ତ । ତେବେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ ।

ପୂର୍ବରୁ ସେ ମେଡିସିନ ଖାଇ ବଞ୍ଚୁଥିଲେ । ହେଲେ ଜେଲ୍ ଯିବା ପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନା କରିଥିଲେ । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କୌଶିକ । ସେପଟେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ବୟାନ ମିଳିପାରି ନାହିଁ ।