Budget 2021: ନିର୍ବାଚନ ଥିବା ରଜ୍ୟଗୁଡ଼ିକ ପାଇଁ ସ୍ପେସାଲ ପ୍ୟାକେଜ୍‌, ଟଙ୍କାରେ ପୋତି ପକାଇଲେ

1 min read
Budget

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବେଜଟ୍‌ ପେଡ଼ି ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରତ୍ୱ ଦିଆଯାଇଛି । ଚାଷୀ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ଏଥର ବଜେଟ୍‌ରେ କେନ୍ଦ୍ର ସରକାର ରାଜନୀତି କରିବାକୁ ଚେଷ୍ଟା କରିଛନ୍ତି ।

୨୦୨୧ ପ୍ରଥମ ବେଜଟ୍‌ରେ କେନ୍ଦ୍ର ସରକାର ଖେଳିଛନ୍ତି ନିର୍ବାଚନୀ କାର୍ଡ । ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମାରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟ ହାତେଇବା ଆଶାରେ ବିଭିନ୍ନ ପ୍ରକଳ୍ପ ନାଁରେ ଏହି ରାଜ୍ୟ ଗୁଡ଼ିକ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ସେହି ରାଜ୍ୟ ଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟଗୁଡ଼ିକୁ କମ୍‌ ଅନୁଦାନ ମିଳିଥିବା କୁହାଯାଉଛି ।

ପଶ୍ଚିମବଙ୍ଗରେ ନୂଆ ରାଜପଥ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବା ପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ କୋଲକତା ସିଲ୍ଲିଗୁଡ଼ି ରାସ୍ତାର ଉନ୍ନତିକରଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ତାମିଲନାଡ଼ୁରେ ହାଇଓ୍ୱେ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି ବ୍ୟୟବରାଦ କରାଯାଇଛି ।

Leave a Reply