ବଜେଟରେ କରୋନା ଟିକା ପାଇଁ ୩୫ ହଜାର କୋଟି ବ୍ୟୟବରାଦ, ଜାଣନ୍ତୁ କେତେ ଜଣଙ୍କୁ ମିଳିପାରିବ ମାଗଣାରେ ଟିକା

1 min read
Vaccination Plan For Cop’s Of Twin City

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥୀକ ବର୍ଷ ବଜେଟରେ ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନିଜ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶ ମାରାତ୍ମକ ମହାମାରୀ କବଳରୁ ମୁକୁଳିବାରେ ଲାଗିଛି । ଚଳିତ ବଜେଟରେ କରୋନା ଭ୍ୟାକସିନ୍ ଲାଗି ୩୫,୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

ଏଥିସହିତ ସ୍ୱାସ୍ଥ୍ୟ ଉପରେ ମୋଟ୍ ୨.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ତେବେ ଜାଣନ୍ତୁ ଏହା ପରେ କେତେ ଜଣଙ୍କୁ ମାଗଣାରେ କରୋନା ଟିକା ମିଳିପାରିବ ।

ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିସର୍ଚ୍ଚ ଟିମ୍ SBI Research କିଛି ଦିନ ପୂର୍ବେ ଆକଳନ କରିଥିଲେ ଯେ ଦେଶରେ କୋଭିଡ-୧୯ ଭ୍ୟାକସିନର ପ୍ରଥମ ପର୍ଯ୍ୟାୟରେ ହିଁ ସରକାର ୨୧,୦୦୦ରୁ ୨୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।

କେତେ ଖର୍ଚ୍ଚ ହେବ-

କେବଳ ଏତିକି ନୁହେଁ ୮୦ କୋଟି ଲୋକଙ୍କୁ ଭ୍ୟାକସିନ୍ ଲଗାଇବା ପାଇଁ ପ୍ରାୟ ୫୬,୦୦୦ରୁ ୭୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି SBI Research ଟିମର ଏକ ରିପୋର୍ଟରୁ ଅନୁମାନ କରାଯାଇଛି।

SBIର କହିବାନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଟିକାକରଣ ଲାଗି ୭୦୦ରୁ ୯୦୦ ଟଙ୍କା ଖର୍ଚ୍ଚ ହୋଇପାରେ । ସେ ଦୃଷ୍ଟିରୁ ଏଥର ବଜେଟରେ ଯାହା ଆବଣ୍ଟନ କରାଯାଇଛି, ସେଥିରେ ୩୮ କୋଟିରୁ ୫୦ କୋଟି ଲୋକଙ୍କୁ ଟିକା ଲଗା ଯାଇପାରେ ।

୩୦ କୋଟି ଲୋକଙ୍କୁ ପ୍ରାଥମିକତା-

ଭାରତରେ ଏବେ ମୋଟ୍ ଦୁଇଟି ଭ୍ୟାକସିନକୁ ବ୍ୟବହାରିକ ଅନୁମତି ମିଳିଛି । ସରକାର ୨୦୨୧ ମସିହା ଅଗଷ୍ଟ ବେଳକୁ ୩୦ କୋଟି ପ୍ରାଥମିକତା ଥିବା ଲୋକ ଓ ୨୦୨୨ ମସିହା ଶେଷ ବେଳକୁ ଅନ୍ୟ ୫୦ କୋଟି ଲୋକଙ୍କୁ ଟିକାକରଣ କରାଯିବ । ଯେଉଁଥିପାଇଁ ସରକାରଙ୍କୁ ୩୫,୦୦୦ରୁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

Leave a Reply