Budget 2021: କାଲିଠୁ ମହଙ୍ଗା ହେବ ମଦ

1 min read

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥୀକ ବର୍ଷରେ ସୋମବାର ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସେ ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି । ଚଳିତ ଥର ବଜେଟରେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ବ୍ୟୟବରାଦ କରାଯାଇଛି।

ଏଭଳି ସମୟରେ କିଛି ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବଢାଯାଇଥିଲା ବେଳେ ଆଉ କିଛି ଉତ୍ପାଦ ଉପରେ ଏହି ଶୁଲ୍କକୁ କମ୍ କରାଯାଇଛି । କେବଳ ଏତିକି ନୁହେଁ ଏଥିସହିତ ବିଭିନ୍ନ ବସ୍ତୁ ଉପରେ ଏଗ୍ରି ଇନଫ୍ରା ସେସ୍ ମଧ୍ୟ ଲାଗୁ କରାଯାଇଛି । ଯାହା ଚଳିତ ବର୍ଷ ଫେବୃଆରୀ ୨ ତାରିଖରୁ ଲାଗୁ ହେବାକୁ ଯାଉଛି ।

Sitaraman

ତେବେ ଜାଣନ୍ତୁ ଏହି ବଜେଟ୍ ପରେ କେଉଁ ଜିନିଷ ମହଙ୍ଗା ଓ କେଉଁ ଜିନିଷ ଶସ୍ତା ହେବ…

ମଦ ପିଇବା ମହଙ୍ଗା ହେବ-

ନୂଆ ଏଗ୍ରି ଇନଫ୍ରା ଡେଭଲପମେଣ୍ଟ ସେସ୍ କାଲିଠୁ ଲାଗୁ ହେବାକୁ ଯାଉଛି । ଯାହା ଫଳରେ ଆସନ୍ତା କାଲିଠୁ ମଦ ପିଇବା ମହଙ୍ଗା ହେବ। ଏହି ବଜେଟରେ ଆଲକୋହଲିକ୍ ଓ୍ୱେବରେଜ୍ ଉପରେ ୧୦୦ ପ୍ରତିଶତ ଏଗ୍ରି ଇନଫ୍ରା ସେସ୍ ଲଗା ଯାଇଛି ।

ପେଟ୍ରୋଲ୍-ଡିଜେଲ୍ ମହଙ୍ଗା-

ଏଥର ବଜେଟରେ ପେଟ୍ରାେଲ୍ ଉପରେ ଲି. ପ୍ରତି ୨.୫ ଟଙ୍କା ଓ ଡିଜେଲ୍ ଉପରେ ଲିଟର ପିଛା ୪ ଟଙ୍କା ହିସାବରେ ଏଗ୍ରି ଇନଫ୍ରା ସେସ୍ ଲଗା ଯାଇଛି । ଯାହା ଫଳରେ ଏହାର ମୂଲ୍ୟ ଆସନ୍ତା କାଲିଠୁ ବଢିବାର ସମ୍ଭାବନା ରହିଛି ।

ଖାଇବା ତେଲ ଉପରେ ସେସ୍, ହେଲେ ମହଙ୍ଗା ହେବନି-

ସରକାର କଞ୍ଚା ପାମ୍ ତେଲ ଉପରେ ୧୭.୫% ଏଗ୍ରି ଇନଫ୍ରା ସେସ୍, କଞ୍ଚା ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୨୦%  ସେସ୍ ଲଗା ଯାଇଛି। ହେଲେ ଗ୍ରାହକଙ୍କ ଉପରେ ଏହାର ଅତିରିକ୍ତ ପ୍ରଭାବ ଯେପରି ନପଡେ ସେଥିପାଇଁ ଏସବୁ ଉପରେ ବେସିକ୍ କଷ୍ଟମ୍ ଡ୍ୟୁଟି (ବିସିଡି)ରେ କିଛିଟା କମ୍ କରାଯାଇଛି।

‘ଆତ୍ମନିର୍ଭର ଭାରତ’ ପାଇଁ ବଢିଲା ସୀମା ଶୁଲ୍କ-

ସରକାର ସାଧାରଣ ବଜେଟ୍ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ଉପରେ କେନ୍ଦ୍ରିତ କରିଛନ୍ତି। ଯେଉଁଥିପାଇଁ ବିଭିନ୍ନ ବସ୍ତୁ ଉପରେ ସୀମା ଶୁଲ୍କ ଦରରେ ପରିବର୍ତ୍ତନ କରାଯାଇଛି। ଫଳରେ ଘରୋଇ ଉଦ୍ୟାେଗକୁ ଏକପ୍ରକାର ପ୍ରାେତ୍ସାହନ ମିଳିବ।

ଏପ୍ରିଲରୁ ଶସ୍ତା ହେବ ସୁନା ଓ ରୂପା-

ବଜେଟରେ ସୁନା ଓ ରୂପାର ଉତ୍ପାଦ ଶୁଲ୍କ ଦର୍ ଉପରେ କିଛିଟା ହ୍ରାସ କରାଯାଇଛି । ଯାହାକୁ ୧୨.୫%ରୁ ହ୍ରାସ କରି ୭.୫% କରାଯାଇଛି । କେବଳ ଏତିକି ନୁହେଁ ସୁନା ଓ ରୂପା ବିସ୍କୁଟ୍ ଉପରେ ମଧ୍ୟ ସୀମା ଶୁଲ୍କ ହ୍ରାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁନା ଓ ରୂପା ମୂଲ୍ୟ ଶସ୍ତା ହେବାର ସମ୍ଭାବନା ରହିଛି ।

Leave a Reply