BUDGET 2021: ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଦେଶରେ ୧୦୦ ସୈନିକ ସ୍କୁଲ ପାଇଁ ଯୋଜନା

1 min read
Nirmala Sitaram

ନୂଆାଦିଲ୍ଲୀ: ବଜେଟ୍‌ ୨୦୨୧ରେ ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମକୁ ଅଧିକ ଫୋକସ୍ ଦିଆଯାଇଥିବା ବେଳେ ନୂଆ ରାଜ୍ୟ ଭାବେ ଘୋଷଣା ହୋଇଥିବା ଲେହକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଲେହରେ ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଏଥର ବଜେଟ୍‌ରେ ନିଷ୍ପତି ହୋଇଛି । ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଆହୁରି ୧୦୦ ସୌନିକ ସ୍କୁଲ ପ୍ରତିଷ୍ଠା ହେବ ।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅନୁସୂଚିିତ ଜାତିର ୪ କୋଟି ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କ୍ଷେତ୍ରରେ ୟୁଏଇ ସହ ମିଶି ଏକ ସ୍କୁଲ ଟ୍ରେନିଂ ଦିଗରେ କାର୍ଯ୍ୟ ଚାଲିଛି । ଯାହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିପାରିବ । ଏହାସହ ଭାରତ ଓ ଜାପାନ ମଧ୍ୟ ମିଳିତ ଭାବେ ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଛନ୍ତି ।

ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବେଜଟ୍‌ ପେଡ଼ି ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରତ୍ୱ ଦିଆଯାଇଛି । ଚାଷୀ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ହେଲେ ଏଥର ବଜେଟ୍‌ରେ କେନ୍ଦ୍ର ସରକାର ରାଜନୀତି କରିଛନ୍ତି ।

୨୦୨୧ ପ୍ରଥମ ବେଜଟ୍‌ରେ କେନ୍ଦ୍ର ସରକାର ଖେଳିଛନ୍ତି ନିର୍ବାଚନୀ କାର୍ଡ । ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମାରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟ ହାତେଇବା ଆଶାରେ ବିଭିନ୍ନ ପ୍ରକଳ୍ପ ନାଁରେ ଏହି ରାଜ୍ୟ ଗୁଡ଼ିକ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ସେହି ରାଜ୍ୟ ଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟଗୁଡ଼ିକୁ କମ୍‌ ଅନୁଦାନ ମିଳିଥିବା କୁହାଯାଉଛି ।

ପଶ୍ଚିମବଙ୍ଗରେ ନୂଆ ରାଜପଥ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବା ପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ କୋଲକତା ସିଲ୍ଲିଗୁଡ଼ି ରାସ୍ତାର ଉନ୍ନତିକରଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ତାମିଲନାଡ଼ୁରେ ହାଇଓ୍ୱେ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି ବ୍ୟୟବରାଦ କରାଯାଇଛି ।

Leave a Reply