ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇଥିବା ବେଳେ ଏବେ ଏହି କରୋନାର ନୂଆ ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଛି । ନୂଆ ଭୂତାଣୁରେ ସଂକ୍ରମିତ ୬ ବ୍ରିଟେନ୍ ଫେରନ୍ତା ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ବାଙ୍ଗାଲୋର ଲ୍ୟାବରୁ ୩ ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହାଇଦ୍ରାବାଦରୁ ୨ ଓ ପୁନେ ସ୍ଥିତ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସରକାରୀ ସଂଗରୋଧ ଗୃହରେ ରଖାଯାଇଛି ।

ଏହାବ୍ୟତୀତ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ପାଖାପାଖି ୩୩ ହଜାର ଯାତ୍ରୀ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ତେବେ ପଜିଟିଭ୍ ଚିହ୍ନଟ ପରେ ଆଡ୍ଭାନ୍ସ ଟେଷ୍ଟିଂ ପାଇଁ ସେମାନଙ୍କ ସ୍ୱାବ୍ ନମୁନା ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା । ସେଥିରୁ ୬ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।



ତେବେ ହାତୀ ଉତ୍ପାତକୁ ଦେଖି ସ୍ଥାନୀୟ ବାସୀନ୍ଦା ଆତଙ୍କିତ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି।

ଏଡିଲେଡରେ ଅଷ୍ଟ୍ରେଲିଆ ଦଳ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା। କିନ୍ତୁ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ମେଲବର୍ଣ୍ଣରେ ଅଧିନାୟକତ୍ୱ ପାଇବା ମାତ୍ରେ ସେ କଙ୍ଗାରୁଙ୍କ ଠାରୁ ପରାଜୟର ପ୍ରତିଶୋଧ ନେଇଥିଲେ। ଏଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୩୬ ରନରେ ପରାସ୍ତ ସହ ୮ ୱିକେଟରେ ମ୍ୟାଚ୍ ଜିତିଥିଲା।

