UPSC ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଳୀ: ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ବିଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ ମାନ୍ୟବର ସୁପ୍ରିମକୋର୍ଟକୁ ଜଣାଇଛନ୍ତି କେନ୍ଦ୍ର ସରକାର । କେବଳ ୨୦୨୧ ମସିହାରେ ଗୋଟିଏ ଥର ପାଇଁ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦିଆଯିବ ।

ଦେଶର ସବୁଠାରୁ ବଡ଼ ପ୍ରତିଯୋଗିତାମୂଳକ ପରୀକ୍ଷା ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ରଚନା ସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ଏବଂ ଏଥିରେ ଆଉ ଏକ ସୁଯୋଗ ଦେବାକୁ ମାନ୍ୟବର କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେ କହିଥିଲେ ବହୁ ପରୀକ୍ଷାର୍ଥୀ ମହାମାରୀ ମଧ୍ୟରେ ଭଲଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିନଥିଲେ  । ଏବଂ ଲକଡାଉନ୍, ସଟ୍‌ଡାଉନ୍ ଯୋଗୁଁ ପରୀକ୍ଷା ମଧ୍ୟ ଦେଇପାରିନଥିଲେ । ଏବଂ ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିଲା ।

 ଏଥିସହିତ ପଢ଼ନ୍ତୁ: ଟିକା ସ୍କାମ୍ : ପରିବାର,ବନ୍ଧୁଙ୍କୁ ସ୍ୱାସ୍ଥ୍ୟକର୍ମୀ କହି ଟିକା ଦେଉଛନ୍ତି ଡାକ୍ତର

Leave a Reply