ମାଫିଆଙ୍କ ରାଜ୍: ବନବିଭାଗର ନାକ ତଳେ ସଫା ହେଉଛି ଜଙ୍ଗଲ

ଯାଜପୁର: ଦିନ ଦ୍ୱିପ୍ରହରରେ ବେଧଡ଼କ କଟା ଯାଉଛି ଗଛ । ନା ଅଛି ବନ ବିଭାଗର ଭୟ ନା ପୋଲିସର । ବେଫିକର୍ ଭାବେ ଗ୍ରାମ୍ୟ ଜଙ୍ଗଲ କାଟି ଚାଲିଛନ୍ତି ଯାଜପୁର ଜିଲ୍ଲା ବୈରୀ ରେଞ୍ଜର ସିହା ପଞ୍ଚାୟତବାସୀ । ବନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷ ରୋପଣ କରାଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ଏହି ଜଙ୍ଗଲ ସବୁ ପଦା ହେବାକୁ ବସିଲାଣି ।

ବୈରୀ ରେଞ୍ଜରେ ମାଫିଆ ରାଜ୍ । ବେଧଡ଼କ କଟା ଯାଉଛି ମୂଲ୍ୟବାନ ଗଛ । ବନବିଭାଗର ନାକ ତଳେ ସଫା ହେଉଛି ଜଙ୍ଗଲ । ଚାହିଁ ଜଳକା ପାଲଟିଛି ଜଙ୍ଗଲ ବଭାଗ ।

ବନବିଭାଗ ପକ୍ଷରୁ ମନରେଗା ଯୋଜନାରେ ୧୬ ହଜାର ବୃକ୍ଷ ରୋପଣ କରଯାଇଛି । ହେଲେ ଏହି ସବୁଜ ବନାନୀ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲକୁ ଶ୍ରୀହୀନ କରିଦେଇଛି । ଆଉ ଦିନ ଦ୍ୱିପ୍ରହରରେ ବେଧଡ଼କ ଭାବେ ଗଛ କଟି ଚାଲିଛନ୍ତି କାଠ ମାଫିଆ ଓ ଗ୍ରାମବାସୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ ।

ବନିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଅବଶ୍ୟକୀୟ ରକ୍ଷଣା ବେକ୍ଷଣ ଓ ବନବିଭାଗର ଠୋସ୍ ପଦକ୍ଷେପ ଅଭାବରୁ ଜଙ୍ଗଲରେ ମାଫିଆଙ୍କ ରାଜ୍ ଚାଲିଛି । ଫଳରେ ଚାହିଁ ଜଳକା ପାଲଟିଛି ବନବିଭାଗ । ଅନ୍ୟପଟେ ନିଜ ଦୋଷକୁ ଲୁଚେଇବା ଅଳରେ ଗଛକଟାରେ ସଂପୃକ୍ତି ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ।

କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଗ୍ରାମ୍ୟ ଜଙ୍ଗଲ ରହିଥିବା ବେଳେ ଆଗାମୀ ଦିନରେ ବନବିଭାଗ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply