spot_img
Home Blog Page 6165

ରାଜଧାନୀବାସୀଙ୍କୁ ସୁବିଧା, ମିସଡ କଲ କଲେ ଘରେ ପହଁଚିବ ଗ୍ୟାସ

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ନିୟମ । ଏଣିକି ନିର୍ଦ୍ଦିଷ୍ଟ ଫୋନ ନମ୍ବରକୁ ମିସ୍ଡ କଲ କଲେ ଭୁବନେଶ୍ୱର ବାସୀଙ୍କୁ ମିଳିପାରିବ ନୂଆ ଗ୍ୟାସ ସଂଯୋଗ । ପୁର୍ବରୁ କେବଳ ମିସକଲ କଲେ ଗ୍ରାହକଙ୍କୁ ଗ୍ୟାସ ରିଫିଲିଂ ସୁବିଧା ମିଳୁଥିଲା । କିନ୍ତୁ ଭୁବନେଶ୍ୱରରେ ଏବେ ମିସ୍ଡ କଲ କଲେ ମିଳିପାରିବ ଗ୍ୟାସ ।

ନବବର୍ଷରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱତନ୍ତ୍ର ଫୋନ ନମ୍ବର 8454955555 ରେ ମିସ୍ କଲ୍ କଲେ ରିଫିଲିଂ ସହିତ ବୁକିଂ ପାଇଁ ପଞ୍ଜୀକରଣ ହୋଇପାରିବ । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଭୁବନେଶ୍ୱର ସମେତ ଦେଶର ଆଉ ଅଧିକ ୭ଟି ସହରରେ ଅଧିକ ଗୁଣାବତ୍ତା ଯୁକ୍ତ XP-100 ଇନ୍ଧନ ଶୁକ୍ରବାର ଠାରୁ ଉପଲବ୍ଧ ହୋଇଛି । ଏହା ସହିତ ଦେଶର ବହୁ ପୁରାତନ ଆସାମର ଦିଗଵୋଇ ରିଫାଇନାରୀରୁ XP-100 ର ଦ୍ୱିତୀୟ ପର୍ଯ୍ୟାୟ ଫୁଏଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ 6 ବର୍ଷରେ ଓଡ଼ିଶାରେ ଏଲପିଜି କନେକ୍ସନ 22 ପ୍ରତିଶତରୁ ବଢି ଏବେ 80 ପ୍ରତିଶତ ପହଞ୍ଚିଛି । ଏଥିରୁ ଅଧିକ ମହିଳାମାନେ ଲାଭବାନ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

୫୧୦ କୋଟି ଟଙ୍କାର GST ଠକ ଗିରଫ, ଖୋଲିଥିଲା ୨୨ଟି ଜାଲି ସଂସ୍ଥା

କଟକ: ଖୋଲିଲା ଜିଏସଟି ଠକ ରାକେଟର ଗୁମର । ୫୧୦.୨୮କୋଟି ଟଙ୍କାର ଜାଲ୍‌ ବିଲ୍‌ ରାକେଟର ଗୁମର ଖୋଲିଛି ରାଜ୍ୟ GST ଏନଫୋର୍ସମେଣ୍ଟ ଟିମ୍‌ । ରାକେଟର ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିକୁ ଗିରଫ କରିଛି ବିଭାଗ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି । ସନ୍ଦୀପ ୨୨ଟି ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲା । ସନ୍ଦୀପ ୧୬୬ କୋଟି ଟଙ୍କାର ଜାଲ କିଣା ବିଲରେ ୨୭.୨୧କୋଟି ଟଙ୍କାର ITC ହାତେଇଛି । ସେହିଭଳି ୩୪୪ କୋଟି ଟଙ୍କାର ବିଲରେ ହାତେଇଛି ୬୧.୭୯କୋଟିର ITC ।

510 Crore GST Cam, Mastermind Sandeep Mohanty Arrested

ସନ୍ଦୀପର ନକଲି ଫାର୍ମ ସବୁକୁ ଶୀଘ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଏସଟି ବିଭାଗ । ଫାର୍ମ ପଞ୍ଜୀକରଣ ତୁରନ୍ତ ବନ୍ଦ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ଜଣ ଜିଏସଟି ଠକ ଗିରଫ ହେଲେଣି । ୫୨୧୦କୋଟି ଟଙ୍କାର ଜାଲ ବିଲ କାରବାର ସାମନାକୁ ଆସିଛି । ଠକଙ୍କ ମାଧ୍ୟମରେ ହସ୍ତଗତ ହୋଇଛି ୯୭୦କୋଟିର ITC । ୨ବର୍ଷରେ ୧୯ହଜାର ୫୩୯ଙ୍କ ପଞ୍ଜୀକରଣ ରଦ୍ଦ ହୋଇଛି । ୧୯ହଜାର ୫୩୯ଜଣଙ୍କ ବ୍ୟାବସାୟିକ ପଞ୍ଜୀକରଣ ରଦ୍ଦ ହୋଇଛି ।

ଭାରତରେ ଭ୍ୟାକ୍ସିନ, ଓଡିଶାରେ ଉତ୍କଣ୍ଠା

ଭୁବନେଶ୍ୱର: ବର୍ଷ ଆରମ୍ଭରୁ ବିଶ୍ୱକୁ ଆସ୍ୱସ୍ତି । କୋଭିଡ ଟିକା କୋଭିସିଲ୍ଡକୁ ମଳିଲା ଅନୁମତି । ଆଜି ଏନେଇ ଏକ ସ୍ୱତନ୍ତ୍ର ଏକ୍ସପର୍ଟ କମିଟି ଦ୍ୱାରା ମିଟିଙ୍ଗ ବସିଥିଲା । ଯେଉଁଥିରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡରେ ମୋହର ମାରିଛି କମିଟି । ଖୁବଶୀଘ୍ର ଦେଶରେ ଟିକା ବିତରଣ ହେବା ସହ ଜରୁରୀ କାଳୀନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି, ଓଡିଶା ପାଇଁ ଏହା ଅଧିକ ଆଶା ବଢାଇଛି ।

ଭାରତରେ ଟିକା ବିତରଣ ଯଦି ଦଲ୍ଦୀ ଆରମ୍ଭ ହୁଏ, ତେବେ ପ୍ରଥମେ କାହାକୁ ମିଳିବ ? କେଉଁ ଆଧାରରେ ମିଳିବ? ଟିକା ବଣ୍ଟନକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାରେ ସର୍ବାଗ୍ରେ ରହିଛି ଓଡିଶା । ଏହାର ପ୍ରଥମ, କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଆଦର ପୁନାୱାଲାଙ୍କ ସହ ପ୍ରଥମ ରାଜ୍ୟ ଭାବେ ଆଲୋଚନା କରିଛି ଓଡିଶା ।

ଯେତେବେଳେ ସମଗ୍ର ବିଶ୍ୱରେ କଠୋର ସାଜୁଥାଏ କୋଭିଡ । କରୋନାର କଲବଲ ହେଉଥାଇ ସମଗ୍ର ମାନବ ସମାଜ । କେନ୍ଦ୍ର ସରକରାଙ୍କ ସଟଡାଉନ ଏବଂ ଲକଡାଉନର କଡା କଟକଣା ବଳବତ୍ତର ରହିଥାଏ । ଠିକ ସେହି ସମୟରେ ଅର୍ଥାତ ଜୁଲାଇ ୨୨ ତାରିଖର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର ପୁନାୱାଲାଙ୍କ ସହ କରିଥିଲେ ଆଲୋଚନା । କୋଭିଡ ଭ୍ୟାକ୍ସିନର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏବଂ ଭ୍ୟାକ୍ସିନ ଯଦି ଫଳପ୍ରଦ ହୁଏ ତେବେ ଓଡିଶାକୁ ଅଗ୍ରାଧିକାର ଆଧାରରେ ପ୍ରଦାନ କରିବା ନେଇ ମଧ୍ୟ ସହଯୋଗ ଲୋଡିଥିଲେ ।

ଆଲୋଚନା ପରେ ପୁନାଓ୍ୱାଲା ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳପ କରିଥିବା ନେଇ ଖୁସି ବ୍ୟକ୍ତ କରିଥିଲେ  । ଏନେଇ ଟ୍ବଟର ଯୋଗେ ସୂଚନା ମଧ୍ୟ ଦେଇଥିଲେ । ବର୍ତ୍ତମାନ ଡିସିଜିଆଇ କୋଭିସିଲ୍ଡକୁ ଅମୁମତି ଦେଇଥିବାବେଳେ ଓଡିଶାରେ ଖୁବୂ ଶୀଘ୍ର ଟିକା ବିତରଣ ନେଇ ଆଶା ପ୍ରକାଶ ପାଇଛି  ।  ଦେଶର ଅନେକ ରାଜ୍ୟରେ ଡ୍ରାଏ ରନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡିଶା ମଧ୍ୟ ଡ୍ରାଏ ରନ ପାଇଁ ପ୍ରସ୍ତୁତ ରହିଛି । ଏପଟେ ନୂଆବର୍ଷର ପ୍ରଥମ ଦିନରେ କୋଭିସିଲ୍ଡ ଟିକାକୁ ଅନୁମତି ମିଳିଛି, ଯାହା କରୋନାରୁ ବର୍ତ୍ତିବାକୁ ଆଶା ଜୁଟାଇଛି  ।

କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର । ନୂତନ ବର୍ଷର ପ୍ରଥମ ଦିନରେ କରୋନା ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଡିସିଜିଆଇ ପକ୍ଷରୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନକାର କୋଭିସିଲ୍ଡ ଭ୍ୟାକ୍ସିନକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କୋଭିସିଲ୍ଡକୁ ପୂର୍ବରୁ ବ୍ରିଟେନ୍ ଓ ଆର୍ଜେଣ୍ଟିନା ଅନୁମତି ଦେଇଥିବା ବେଳେ ଭାରତର ତୃତୀୟ ଦେଶ ଭାବେ ଅନୁମତି ଦେଇଛି । ତେବେ, ଟିକାକରଣ କେମିତି ହେବ, କାହାକୁ ମିଳିବ ଭ୍ୟାକ୍ସିନ୍ ? ଆସନ୍ତୁ ଜାଣିବା…

କଣ ସମସ୍ତଙ୍କୁ ଦିଆଯିବ ଟିକା ?

ଭାରତ ସରକାରଙ୍କ ଅନୁସାରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯିବ । ପରେ ୫୦ ବର୍ଷ ବୟସ୍କରୁ ଅଧିକ ଏବଂ ୫୦ ବର୍ଷରୁ କମ ବୟସ୍କର (ରୋଗାକ୍ରାନ୍ତଙ୍କୁ) ଟିକା ଦିଆଯିବ ।

କଣ ଭ୍ୟାକ୍ସିନ୍ ନେବା ଜରୁରୀ ?

କୋଭିଡ୍ ଟିକା ନେବା ନିଜସ୍ୱ ଇଚ୍ଛାଧୀନ । ତେବେ, ନିଜର ସୁରକ୍ଷା ପାଇଁ ଭ୍ୟାକ୍ସିନର ପୂରା ଡୋଜ୍ ନେବାକୁ ପରାମର୍ଶ ଦିଆଯାଉଛି । ଫଳରେ ପରିବାର, ବନ୍ଧୁବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ।

ଭ୍ୟାକ୍ସିନ୍ କେତେ ସୁରକ୍ଷିତ ?

ଦେଶରେ ଟିକାକୁ ଅନୁମୋଦନ ନିର୍ଦ୍ଦିଷ୍ଟ ନିୟମ, ମାନଦଣ୍ଡ ପୂରଣ ହେବା ପରେ ଦିଆଯାଇଥାଏ ।

କରୋନା ସଂକ୍ରମିତଙ୍କୁ ଦିଆଯିବ କି ଟିକା ?

କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଟିକା ଦେବା ଦ୍ୱାରା ଟିକାକରଣ କେନ୍ଦ୍ରରେ କରୋନା ସଂକ୍ରମଣର ଡର ରହୁଛି । ଏଥିପାଇଁ ସଂକ୍ରମିତଙ୍କୁ ୧୪ ଦିନ ଲାଗି ଟିକାକରଣରୁ ଦୂରେଇ ରହିବା ଉଚିତ୍ ।

କରୋନାରୁ ସୁସ୍ଥ ହୋଇଥିଲେ ଭ୍ୟାକ୍ସିନ୍ ଜରୁରୀ ?

ହଁ, ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିଲେ ବି ଆପଣଙ୍କୁ ଟିକାର ପୂରା ଡୋଜ୍ ନେବାକୁ ପଡ଼ିବ । ଏହା ଆପଣଙ୍କ ଶରୀରରେ କରୋନା ବିରୋଧରେ ମଜଭୁତ୍ ଇମ୍ୟୁନିଟି ସୃଷ୍ଟି କରିବ ।

କେମିତି ଜାଣିବେ ଭ୍ୟାକ୍ସିନ୍ ପାଇଁ ଯୋଗ୍ୟ ?

ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ପରେ ଉପଲବ୍ଧତା ଆଧାରରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଭ୍ୟାକ୍ସିନ୍ ପାଇଁ ଯୋଗ୍ୟ ଲୋକଙ୍କୁ ସେମାନଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରେ ସୂଚନା ଦିଆଯିବ । ସେମାନଙ୍କୁ ଜଣାଇ ଦିଆଯିବ ଭ୍ୟାକ୍ସିନ୍ କେଉଁଠି ଓ କେଉଁ ସମୟରେ ଦିଆଯିବ ।

SIIରୁ କେମିତି ଦେଶରେ ଦିଆଯିବ ଟିକା ?

ଭ୍ୟାକ୍ସିନ୍ ପ୍ରସ୍ତୁତ ପରେ ପ୍ୟାକ୍ କରାଯିବ । ଭ୍ୟାକ୍ସିନକୁ ବନ୍ଦ କରିବା ପରେ ଡ୍ରାଏ ଆଇସ୍ କରାଯିବ । ପରେ ଫ୍ରିଜର ଟ୍ରକରେ ଭ୍ୟାକ୍ସିନକୁ ଦେଶର ଅଲଗା ଅଲଗା ସହରକୁ ପଠାଯିବ । ଭ୍ୟାକ୍ସିନକୁ ସରକାରୀ କୋଲ୍ଡ ଷ୍ଟୋରେଜରେ ରଖାଯିବ ।

ଗୋଟିଏ ଶିଶିରୁ କେତେ ଲୋକଙ୍କୁ ଟିକା ?

ସିରମ ଇନଷ୍ଟିଚ୍ୟୁଟ୍ ଟିକା ଶିଶିରେ ଆସିବ । ଗୋଟିଏ ଶିଶିରୁ ୧୦ ଡୋଜ୍ ଦିଆଯାଇ ପାରିବ । ଯାହାକୁ ଥରେ ଖୋଲିବା ପରେ ୪ରୁ ୫ ଘଣ୍ଟା ମଧ୍ୟରେ ବ୍ୟବହାର କରାଯିବ । ଅର୍ଥାତ୍ ଗୋଟିଏ ଶିଶିରୁ ୫ ଜଣଙ୍କୁ ଟିକା ଦିଆଯାଇ ପାରିବ ।

ଟିକାର ପାର୍ଶ୍ୱ ପ୍ରତିକ୍ରିୟା ?

ଟ୍ରାଏଲ୍ ବେଳେ ଟିକା ନେଇଥିବା କେତେକ ଲୋକଙ୍କ ଠାରେ ଶରୀରରେ ହାଲୁକା ଦରଜ ଏବଂ ଜର ହୋଇଥିବା କୁହାଯାଇଥିଲା । ଯାହାକି ସାଧାରଣ ଔଷଧରେ ଠିକ୍ ହୋଇଯାଇଥିଲା । ତେଣୁ କୋଭିସିଲ୍ଡର ସେମିତି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କୁହାଯାଉଛି ।

ଗୋଟିଏ ଡୋଜ୍ ନେଲେ କଣ ହେବ ?

ସିରମ୍ ଇନଷ୍ଟିଚ୍ୟୁଟ୍ ଅନୁସାରେ, ଲୋକଙ୍କୁ ଟିକାର ୨ଟି ଡୋଜ୍ ନେବାକୁ ପଡ଼ିବ । ଟିକାର ଗୋଟିଏ ଡୋଜରୁ ସୁରକ୍ଷା ମିଳିବ ନାହିଁ । ପ୍ରଥମ ଡୋଜର ୨ ମାସ ପରେ ଟିକାର ଦ୍ୱିତୀୟ ଡୋଜ୍ ନେବା ଉଚିତ୍ । ୨ଟି ଡୋଜ୍ ନେଲେ ଭ୍ୟାକ୍ସିନର ଫାଇଦା ଦୀର୍ଘ ସମୟ ଯାଏ ମିଳିବ ।

କେତେ ରହିବ ଦାମ ?

ଟିକାର ଗୋଟିଏ ଡୋଜ୍ ୨୦୦ ଟଙ୍କା ଅର୍ଥାତ୍ ୨ଟି ଡୋଜକୁ ୪୦୦ ଟଙ୍କା ପଡ଼ିବ । ତେବେ, ଏହା ସରକାରୀ ଦର । କାରଣ ସରକାର ସିରମ ଠାରୁ ଭ୍ୟାକ୍ସିନର ଏକାଧିକ ଡୋଜ୍ କିଣିବେ ।

ଏଥିସହ ପଢ଼ନ୍ତୁ- ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ କରୋନା ଭ୍ୟାକ୍ସିନ୍, ଜାଣନ୍ତୁ କୋଭିସିଲ୍ଡକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ…

ବିଶ୍ୱ ରେକର୍ଡ଼ କଲା ଦକ୍ଷିଣ କୋରିୟାର କୃତ୍ରିମ ସୂର୍ଯ୍ୟ

ନୂଆଦିଲ୍ଲୀ:  ଅକ୍ଷୟ ଶକ୍ତିର ସବୁଠାରୁ ବଡ଼ ସ୍ରୋତ ହେଉଛି ସୂର୍ଯ୍ୟ । କିନ୍ତୁ ଏହା ସହିତ ଏଭଳି କିଛି ଚ୍ୟାଲେଞ୍ଜ ରହିଛି ଯେଉଁ କାରଣରୁ ଏହାର ପ୍ରକୃତ ଉପଯୋଗ ଆବଶ୍ୟକ ଅନୁସାରେ ହୋଇପାରୁ ନାହିଁ । ଏଥିପାଇଁ ବୈଜ୍ଞାନିକ ଆଣବିକ ଶକ୍ତିକୁ ଏକ ଉତ୍ତମ ସ୍ରୋତ ଭାବେ ମାନି ନେଇଛନ୍ତି ଏବଂ ସୂର୍ଯ୍ୟଭଳି ପୃଥିବୀରେ ନ୍ୟୁକ୍ଲିୟର ଫ୍ୟୁଜନ ଜରିଆରେ ଶକ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । । କିନ୍ତୁ ଏହି ଧାରାରେ ଦକ୍ଷିଣ କୋରିୟାର କୃତ୍ରିମ ସୂର୍ଯ୍ୟ ଉଚ୍ଚ ତାପମାତ୍ରା ବିଶିଷ୍ଟ ପ୍ଲାଜମା ୨୦ ସେକେଣ୍ଟ ପର୍ଯ୍ୟନ୍ତ କାଏମ ରଖିବାରେ ନୂଆ ବିଶ୍ୱ ରେକର୍ଡ଼ କରିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବଯେ ସତରେ କ’ଣ କୃତ୍ରିମ ସୂର୍ଯ୍ୟ ସମ୍ଭବ ହୋଇପାରେ? ବାସ୍ତବରେ ପୃଥିବୀରେ କ’ଣ ଆଉ ଏକ ସୂର୍ଯ୍ୟ ଦେଖିବାକୁ ମିଳିବ?

କୋରିଆର ଏହି କୃତ୍ରିମ ସୂର୍ଯ୍ୟ ନ୍ୟୁକ୍ଲିୟର ସୁପରକଣ୍ଡକ୍ଟିଙ୍ଗ୍ ଫ୍ୟୁଜନ ଉପକରଣ । ଯାହାକୁ କୋରିଆ KSTAR ବା ସୁପରକଣ୍ଡକ୍ଟିଙ୍ଗ୍ କୋକାମାକ ଆଡଭାନ୍ସ ରିସର୍ଚର ନାମ ଦେଇଛି । ଏହି ଉପକରଣ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଆୟନ ତାପମାତ୍ରାକୁ ଦଶ କୋଟି ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କାଏମ ରଖିବାରେ ସଫଳ ହୋଇଛି । ରିପୋର୍ଟ କହୁଛି ଏହା ପୂର୍ବରୁ କେବେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିନଥିଲା ।

ଗତ ମାସରେ କୋରିୟା ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟୁଜନ ଏନର୍ଜିର କେଷ୍ଟାର ରିସର୍ଚ ସେଣ୍ଟର ଘୋଷଣା କରିଥିଲାଯେ ସିୟୋଲ ନ୍ୟାସନାଲ ୟୁନିଭର୍ସିଟି ଏବଂ ଆମେରିକାର କୋଲମ୍ବିୟା ୟୁନିଭର୍ସିଟିର ମିଳିତ ଗବେଷଣାରେ ପ୍ଲାଜମାକୁ ୧୦ କୋଟି ଡିଗ୍ରୀ ସେଲସିୟସରୁ ଅଧିକ ଆୟନ ତାପମାତ୍ରାରେ ସ୍ଥିର ରଖିବାରେ ସଫଳ ହୋଇଛି ।

ଏହା ପୂର୍ବରୁ ୨୦୧୯ରେ କେଷ୍ଟାର ପ୍ଲାଜମା ଅଭିଯାନରେ କେବଳ ୮ ସେକେଣ୍ଡ ଗୋଟିଏ ସ୍ଥିତିରେ କାଏମ ରହି ବିଶ୍ୱ ରେକର୍ଡ଼ କରିଥିଲା । ୨୦୧୮ରେ ହୋଇଥିବା ପ୍ରୟୋଗରେ ପ୍ରଥମ ଥର ପ୍ଲାଜମା ଆୟନ ତାପମାତ୍ରା ୧୦ କୋଟି ଡିଗ୍ରୀ ସେଣ୍ଟିଗ୍ରେଟ୍ ପର୍ଯ୍ୟନ୍ତ ହାସଲ ହୋଇଥିଲା, କିନ୍ତୁ ମାତ୍ର ୧.୫ ସେକେଣ୍ଡ ପର୍ଯ୍ୟନ୍ତ ଏହା କାଏମ ରହିଥିଲା ।

ତେବେ କ’ଣ ଏହି ପ୍ଲାଜମାର ମହତ୍ତ୍ୱ:

ପୃଥିବୀରେ ସୂର୍ଯ୍ୟ ଭଳି ଫ୍ୟୁଜନ ପ୍ରତିକ୍ରିୟାକୁ ସୃଷ୍ଟି କରିବା ପାଇଁ ପ୍ଲାଜମାର ସ୍ଥିତିକୁ ସୃଷ୍ଟି କରିବା ନିହାତି ଜରୁରୀ । ଯାହା କେଷ୍ଟାର ଭଳି ଫ୍ୟୁଜନ ଉପକରଣ ମଧ୍ୟରେ ହାଇଡ୍ରୋଜେନ୍ ଆଇସୋଟୋପ ରଖି ସୃଷ୍ଟି କରାଯାଇପାରେ । ଏହି ଅବସ୍ଥାରେ ଆୟନ ଏବଂ ଇଲେକ୍ଟ୍ରନ ଅଲଗା ହୋଇ ଯାଆନ୍ତି ଏବଂ ଆୟନକୁ ଅଧିକ ତାପମାତ୍ରାରେ ଗରମ କରି କାଏମ ରଖିବାକୁ ପଡ଼େ ।

 

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଫ୍ୟୁଜନ ଉପକରଣ ଶକ୍ତିର ବ୍ୟବସାୟିକ ଉତ୍ପାଦନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । କେଷ୍ଟାର ଏହି ପ୍ରୟୋଗର ମୁଖ୍ୟ ଫଳାଫଳକୁ ସାରା ଦୁନିଆର ଗବେଷକଙ୍କୁ ଜଣାଇବ । ଆସନ୍ତା ବର୍ଷ ମଇ ମାସରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଏଟମିକ୍ ଏନର୍ଜି ଏସୋସିଏସନ୍‌ ଫ୍ୟୁଜନ୍ ଏନର୍ଜି କନଫରେନ୍ସରେ ନିଜ ସଫଳତା ବିଷୟରେ ସାରା ବିଶ୍ୱକୁ ସୂଚନା ଦେବ ।

ବାସ୍ତବରେ ନାଭିକୀୟ ବିଖଣ୍ଡନ ପ୍ରକ୍ରିୟା ମଧ୍ୟ ବିଶାଳ ଶକ୍ତିର ଏକ ସ୍ରୋତ । ଏଥିପାଇଁ ବୈଜ୍ଞାନିକ ନ୍ୟୁକ୍ଲିୟର ଫ୍ୟୁଜନରେ ମନ ବଳାଇଲେ । ଏହି ଗବେଷଣାରୁ ଜାଣିବାକୁ ପାଇଲେଯେ ଏହା ଅକ୍ଷୟ ଶକ୍ତିର ସ୍ରୋତ ହୋଇପାରେ । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ଏକ ଚ୍ୟାଲେଞ୍ଜ ହେବ । ଦକ୍ଷିଣ କୋରିୟାର ଏହି ଉପଲବ୍ଧି ନିହାତି ଭାବରେ ଏକ ବଡ଼ ପଦକ୍ଷେପ ।

ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ କରୋନା ଭ୍ୟାକ୍ସିନ୍, ଜାଣନ୍ତୁ କୋଭିସିଲ୍ଡକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ: ବ୍ରିଟେନ୍ ଓ ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଭାରତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ଦେଶରେ ଜରୁରୀକାଳୀନ ଭାବେ ଅକ୍ସଫୋର୍ଡ ଏଷ୍ଟ୍ରଜେନିକା ଟିକା କୋଭିସିଲ୍ଡକୁ ଅନୁମତି ଦେଇଛି ଡିସିଜିଆଇ । ଟିକାକରଣ ଲାଗି ଆସନ୍ତାକାଲି ଦେଶବ୍ୟାପୀ ଡ୍ରାଏ ରନ୍ ହେବାକୁ ଥିବା ବେଳେ ନୂତନ ବର୍ଷର ପ୍ରଥମ ଦିନରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ଅନୁମତି ମିଳିଛି ।

Serum Institute Vaccine Covishield Gets DCGI Approvals

କେମିତି ତିଆରି ହେଉଛି କୋଭିସିଲ୍ଡ ?

ସିରମ ଇନଷ୍ଟିଚ୍ୟୁଟ୍ ଅନୁସାରେ ଭ୍ୟାକ୍ସିନ୍ ତିଆରି ହେବା ପରେ ଏହାକୁ ଛୋଟ ଶିଶିରେ ଭର୍ତ୍ତି କରାଯାଇଥାଏ । ତା’ପରେ ଏହାର ପ୍ୟାକେଜିଂ ହୋଇଥାଏ । ଭ୍ୟାକ୍ସିନକୁ ଶିଶିରେ ଭର୍ତ୍ତି କରିବା ବେଳେ ଏହାକୁ ଧ୍ୟାନରେ ରଖାଯାଏ ଯେ, ଯେମିତି ଶିଶି ମଧ୍ୟକୁ ଟିକା ଛଡା ଆଉ କିଛି ଯିବ ନାହିଁ ।

ଏଥିସହ ପଢ଼ନ୍ତୁ- ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

କେଉଁଠି ରହିବ ଭ୍ୟାକ୍ସିନ୍ ?

ଲଜିଷ୍ଟିକ୍ କାରଣରୁ ଆରମ୍ଭରେ ଟିକା ପହଂଚିବାରେ ବିଳମ୍ବ ହେବ । ତେବେ ସବୁକିଛି ବ୍ୟବସ୍ଥିତ ହେବା ପରେ ଟିକା ସୁରୁଖୁରୁରେ ଲୋକଙ୍କ ପାଖରେ ପହଞ୍ଚିବ । ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କ ଅନୁସାରେ ଟିକାର ଡୋଜ୍ ଅନ୍ତିମ ଥର ପାଇଁ ଚେକ୍ ହେବା ପରେ ପ୍ୟାକ୍ କରି ଦିଆଯିବ । ତା’ପରେ ଏହାକୁ ବାକ୍ସରେ ବନ୍ଦ କରି ଡ୍ରାଏ ଆଇସ ସହ ରଖାଯିବ ।ଏହାପରେ ଫ୍ରିଜର ଟ୍ରକ୍ ଜରିଆରେ ଟିକାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ନିଜ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଟିକାକୁ ଟ୍ରକରୁ କୋଲ୍ଡ ଷ୍ଟୋରେଜକୁ ନିଆଯିବ ।

Serum Institute Vaccine Covishield Gets DCGI Approvals

ଦାମ କେତେ ?

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ଦାମ ସରକାରୀ ଔଷଧ ଦୋକାନରୁ କିଣିଲେ ୪୪୦ ଟଙ୍କା ଦେବାକୁ ପଡ଼ିବ । ଘରୋଇ ଔଷଧ ଦୋକାନ କିମ୍ବା ମେଡିକାଲରୁ କିଣିଲେ ୭୦୦ରୁ ୮୦୦ ଟଙ୍କା ପଡ଼ିବ । ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏଯାବତ୍ ୪୦ ମିଲିୟନ୍ ଡୋଜ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ସାରିଛି ।

ଏଥିସହ ପଢ଼ନ୍ତୁ- କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି

ଗୋଟିଏ ଶିଶିରେ ୧୦ ଡୋଜ୍

ପୁନାୱାଲାଙ୍କ ଅନୁସାରେ ଗୋଟିଏ ଶିଶିରେ ୧୦ ଡୋଜ୍ ରହିବ । ଶିଶି ଖୋଲା ଯିବାର ୪ରୁ ୫ ଘଣ୍ଟା ଭିତରେ ଏହାକୁ ବ୍ୟବହାର କରିବାକୁ ପଡିବ । ୧୦ ଡୋଜକୁ ୫ ଜଣ ବ୍ୟକ୍ତିଙ୍କୁ ଦିଆ ଯାଇ ପାରିବ । ଟିକା ଟ୍ରାଏଲ କାଳରେ କିଛି ବ୍ୟକ୍ତି ମୁଣ୍ଡବିନ୍ଧା ଓ ଜ୍ୱର ଅଭିଯୋଗ କରିଥିଲେ । ସାମାନ୍ୟ ଔଷଧ ଦ୍ୱାରା ଏହି ଲକ୍ଷଣର ଚିକିତ୍ସା ହୋଇଥିଲା । ପୁନାୱାଲାଙ୍କ ଅନୁସାରେ ଟିକାକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖା ଯାଇପାରିବ । ୧୦ ଦିନ ପର୍ଯ୍ୟନ୍ତ ଏହା ଖୋଲାରେ ରହିଲ ମଧ୍ୟ କିଛି ଅସୁବିଧା ନାହିଁ କିନ୍ତୁ ଆମେ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଟିକାକୁ ଷ୍ଟୋର କରିବାକୁ ପରାମର୍ଶ ଦେଉଛୁ ବୋଲି ପୁନାୱାଲା କହିଛନ୍ତି ।

Serum Institute Vaccine Covishield Gets DCGI Approvals

ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବୀ କୋଭିସିଲ୍ଡ୍

ମିଡିଆ ରିପୋର୍ଟ ଅନୁସାରେ କୋଭିସିଲ୍ଡ ବ୍ରିଟେନରୁ ଆବିଷ୍କୃତ ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ପ୍ରଭାବି ରହିବ ବୋଲି ପୁନାୱାଲା କହିଛନ୍ତି । ତେବେ ସେ ଲୋକଙ୍କୁ ଦୁଇ ଡୋଜ୍ ମଧ୍ୟରେ କିଛି ଅନ୍ତର ରଖିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ଡୋଜ ନେବାର ଦୁଇ ମାସ ପରେ ଦ୍ୱିତୀୟ ଡୋଜ୍ ନେଲେ ଅଧିକ ଲାଭ ମିଳିବ । ପୁରା ଲାଭ ପାଇଁ ଦୁଇଟି ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ କୋଭସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି । ଦେଶରେ କରୋନା ରୋଗୀଙ୍କ ପାଇଁ କୋଭିସିଲ୍ଡ ବ୍ୟବହାର ପାଇଁ ଆଜି ଅନୁମତି ମିଳିଛି । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ପରେ ଅକ୍ସଫୋର୍ଡ ଟିକାକୁ ଭାରତରେ ଅନୁମତି ମିଳିଛି । ସବଜେକ୍ଟ ଏକ୍ସପର୍ଟ କମିଟିର ସୁପାରିସ୍ ଅନୁଯାୟୀ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଇଛନ୍ତି ଡିସିଜିଆଇ ।

Oxford's Covishield gets emergency use approval in India

ବ୍ରିଟେନ୍ ଓ ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଭାରତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ଦେଶରେ ଜରୁରୀକାଳୀନ ଭାବେ ଅକ୍ସଫୋର୍ଡ ଏଷ୍ଟ୍ରଜେନିକା ଟିକା କୋଭିସିଲ୍ଡକୁ ଅନୁମତି ଦେଇଛି ଡିସିଜିଆଇ ।

ଏଥିସହ ପଢ଼ନ୍ତୁ- କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି

 ଘନ କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ, ଠପ ହୋଇପଡିଲା ଯାତାୟତ

ନୂଆଦିଲ୍ଲୀ:  ନୂଆବର୍ଷରେ ପାଣିପାଗର ନୂଆ ରେକର୍ଡ  ।  ଦିଲ୍ଲୀରେ ୧୪ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି ରାଜଧାନୀ ଦିଲ୍ଲୀ  । ସମଗ୍ର ରାଜଧାନୀର ଆକାଶକୁ ଆଢୁଆଳ କରିଛି ଆଜିର କୁହୁଡ଼ି  ।  ଦିଲ୍ଲୀର ବହୁ ସ୍ଥାନରେ ୧ ଦଶମିକ ୧ ଡିଗ୍ରୀ ତଳକୁ ଖସିଲା ପାରା ।

ଗତ ୧୪ ବର୍ଷରେ ଦିଲ୍ଲୀରେ ତାପମାତ୍ରା ସର୍ବନିମ୍ନସ୍ତରରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ କହିଛି  । ପ୍ରବଳ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ କହିବା ମୁତାବକ, ସଫଦରଗଞ୍ଜରେ ଆଜି ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ସେପଟେ ଦିଲ୍ଲୀରେ ଜଳବାୟୁର ଏପରି ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି  । ଯାତାୟତ କରିବା ବାଧାପ୍ରାପ୍ତ ହୋଇଛି  । ମାତ୍ରାଧିକ କୁହୁଡ଼ି ଯୋଗୁଁ ନିର୍ଦ୍ଧିଷ୍ଟ ସମୟ ପାଇଁ ଏକପ୍ରକାର  ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା  । ପରେ କୁହୁଡ଼ି କମିବା ପରେ ଜନଜୀବନ ସ୍ୱାଭାବିକ ହୋଇଥିଲା  ।

ଛଅ ରାଜ୍ୟର ଲାଇଟ ହାଉସ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୬ ରାଜ୍ୟରେ ଲାଇଟ୍ ହାଉସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସକାଳ ୧୧ଟା ବେଳେ ଭିଡିଓ କନ ଫରେନ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏହି ଭୂକମ୍ପ ନିରୋଧୀ ଗୃହର  ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି  ।  ଏହି ୬ ରାଜ୍ୟ ମଧ୍ୟରେ ତ୍ରିପୁରା, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁ ରହିଛି ।

ଇନ୍ଦୋର, ରାଜକୋଟ, ଚେନ୍ନାଇ, ରାଞ୍ଚି, ଅଗରତାଲା ଓ ଲକ୍ଷ୍ନୌରେ ଏହି ଲାଇଟ୍ ହାଉସ୍ ପ୍ରକଳ୍ପ ନିର୍ମାଣ ହେବ  । ପ୍ରତ୍ୟେକ ସ୍ଥାନରେ ପ୍ରାୟ ୧ହଜାର ଗୃହ ନିର୍ମାଣ ହେବ  । ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି ଇଣ୍ଡିଆ) ଅଧୀନରେ ଏହି ରାଜ୍ୟଗୁଡ଼ିକରେ ଏହି ଗୃହ ନିର୍ମାଣ ଆରମ୍ଭ ହେବ  । ଏହି ଅବସରରେ PMAY ଏବଂ ASHA-India ପୁରସ୍କାର ମଧ୍ୟ ବଣ୍ଟନ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭାରତରେ ବଢ଼ିଲା କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ମାମଲା, ସଂଖ୍ୟା ୨୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା । ଆଜି ଦେଶରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କ ଠାରେ କରୋନା ନୂଆ ଷ୍ଟ୍ରେନ୍ ରହିଛି । ଏଥିସହ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ମାମଲା ୨୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଏଯାବତ୍ ଦେଶରେ କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ୨୯ ଜଣଙ୍କ ଠାରେ ଚିହ୍ନଟ ହୋଇଛି । ଏନସିଡିସି ଦିଲ୍ଲୀ ଅଧିନରେ ୮ଟି, ଆଇଜିଆଇବି ଦିଲ୍ଲୀ ଅଧିନରେ ୨ଟି, ଏନ୍ଆଇବିଏମଜି କଲ୍ୟାଣୀ ଅଧିନରେ ଗୋଟିଏ, ଏନଆଇଭି ପୁନେ ଅଧିନରେ ୫ଟି, ସିସିଏମବି ହାଇଦ୍ରାବାଦ ଅଧିନରେ ୩ ଏବଂ NIMHANS ବେଙ୍ଗଳୁରୁ ଅଧିନରେ ୧୦ଟି ୟୁକେ ଷ୍ଟ୍ରେନ୍ ମାମଲା ଏଯାବତ୍ ଦେଶରେ ଚିହ୍ନଟ ହୋଇଛି ।

4 More Persons Have Tested Positive For The New Strain Of Coronavirus In India

ଅନ୍ୟପଟେ ଆଜି ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ କରୋନା ଭ୍ୟାକ୍ସିନ୍ ଉପରେ ବସିଛି । ଟିକାର ଜରୁରୀକାଳୀନ ବ୍ୟବହାର ନେଇ ୩ଟି ଔଷଧ କମ୍ପାନୀ ମାଗିଥିବା ଅନୁମତି ଆବେଦନର ତଥ୍ୟକୁ ବୈଠକରେ ତର୍ଜମା କରାଯିବ । ଏହି କମିଟିର ସୁପାରିସ୍ ଅନୁଯାୟୀ ନିଷ୍ପତ୍ତି ନେବେ ଡିସିଜିଆଇ । ଆସନ୍ତାକାଲି ଟିକା ପାଇଁ ଦେଶବ୍ୟାପୀ ଡ୍ରାଏ ରନ୍ କରାଯିବ ।

ଏଥିସହ ପଢ଼ନ୍ତୁ- କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି