ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପ ସିନ୍ଧୁ ଗିରଫ । ୧୪ ଦିନ ଧରି ଫେରାର ଥିବା ହିଂସା କାଣ୍ଡର ମୁଖ୍ୟ କାର୍ପଟଦାର ଦୀପ ସିଦ୍ଧୁକୁ ଗିରଫ କରିଛି ପୋଲିସ । ସାଧାରଣତନ୍ତ୍ର ଦିବସରେ ଘଟିଥିବା ଏହି ହିଂସା ସମଗ୍ର ଦେଶକୁ ଚକିତ କରିଦେଇଥିଲା । ପ୍ରତିବାଦ ନାମରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଅରାଜକତା । ବିଜୟ ଦୂର୍ଗ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ । ଯେଉଁଥିରେ ଆହତ ହୋଇଥିଲେ ଶତାଧିକ ସୁରକ୍ଷା ବାହିନୀ ।

ହିଂସା ଘଟାଇବା ପରେ ୧୪ ଦିନ ଧରି ଫେରାର ରହିଥିଲା ଦୀପ ସିଦ୍ଧୁ । ଅଭିଯୁକ୍ତକୁ ଧରିବା କିମ୍ବା କୌଣସି ସୂଚନା ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲା ପୋଲିସ । ପଞ୍ଜାବର ଗୌରବତଲବ ପୋଲିସ ଘୋଷଣା କରିଥିଲା ଏହି ପୁରଷ୍କାର ରାଶି । କିନ୍ତୁ ପୋଲିସକୁ ଚକମା ଦେଇ ଫେରାରଥିବା ସିଦ୍ଧୁ ଜାରି କରୁଥିଲା ଗୋଟେ ପରେ ଗୋଟେ ଭିଡିଓ ବାର୍ତ୍ତା । ଶେଷରେ ଆଜି ଲାଲ କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ପେସାଲ ସ୍କ୍ବାର୍ଡ ।

ସୂଚନା ମୁତାବକ ପଞ୍ଜାବ ଆକ୍ଟର ଦୀପ ସିଦ୍ଧୁ ହିଁ ଲାଲ କିଲ୍ଲା ହିଂସା ପାଇଁ ରଚିଥିଲା ଷଡଯନ୍ତ୍ର । ସେପଟେ ପୋଲିସ ଏହି ଆକ୍ଟରଙ୍କ ବିରୋଧରେ ମାମଲା ଋଜୁ କରିବା ସହ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । କିନ୍ତୁ ପେସାଦର ଅପରାଧୀ ଭାବେ ପୋଲିସକୁ ଚକମା ଦେଇ ଫେରାର ରହୁଥିଲା ସିଦ୍ଧୁ । ସେପଟେ କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଗୋଟେ ପରେ ଗୋଟେ ଭିଡିଓ ବାର୍ତ୍ତା ଜାରି କରୁଥିଲା ସିଦ୍ଧୁ । କିନ୍ତୁ କେଉଁଠି ଏବଂ କେଉଁ ସ୍ଥାନରେ ମୁଖ୍ୟ ଅଭିଯୁକ୍ତ ସିଦ୍ଧୁ ଏବି ଭିଡିଓ ଉତ୍ତୋଳନ କରୁଛି ଏବଂ କିଏ ଏହି ଭିଡିଓ ସୋସିଆଲ ମିଡିଆରେ ପଠାଉଛନ୍ତି ସେ ବିଷୟରେ ପୋଲିସ ସାମାନ୍ୟ ଟେର ବି ପାଇ ପାରୁନଥିଲା ।

ତଦନ୍ତ କରୁଥିବା ଏଜେନ୍ସିର କହିବା ମୁତାବକ, ଦୀପ ସିଦ୍ଧୁଙ୍କ ଜଣେ ବାନ୍ଧବୀ ହିଁ ସୋସିଆଲ ମିଡିଆ ଚଳାଉଥିଲେ ।   ଉକ୍ତ ଯୁବତୀ ଭାରତ ନୁହେଁ ବଂର ବିଦେଶରେ ରହି ଚଳାଇଥିଲେ ଏହି କାରନାମା । ଯେଉଁଥିପାଇଁ ପୋଲିସକୁ ସନ୍ଧାନ କରିବାରେ ବାଧା ସୃଷ୍ଟି ହେଉଥିଲା । ଦୀପ ସିଦ୍ଧୁ ଭିଡିଓ କରୁଥିଲେ ଏବଂ ଉକ୍ତ ଯୁବତୀ ଜଣଙ୍କ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ଯେଉଁଥିରେ କୌଣସି ପ୍ରକାର ଭୁଲ କରିନଥିବା କହୁଥିଲେ ଅଭିଯୁକ୍ତ ଦୀପ ସିଦ୍ଧୁ । ଏହା ସହ ସେ କହୁଥିଲେ, ମୁଁ ଏଥିପାଇଁ ଦାୟୀ ନୁହେଁ କିମ୍ବା କୌଣସି ପ୍ରକାର ଭୁଲ କରିନାହିଁ । ତେଣୁ ଏହି ମାମଲାରେ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହଇରାଣ ନକରୁ ବୋଲି ବାରମ୍ବାର ଭିଡିଓ ଜରିଆରେ ବାର୍ତ୍ତା ଦେଉଥିଲେ । ଏବଂ ଦୁଇ ଦିନ ଭିତରେ ଥାନାରେ ନିଜ ପଟୁ ହାଜିର ହେବା ପାଇଁ କହୁଥିବା ସିଦ୍ଧୁକୁ କିନ୍ତୁ ଏହା ପୂର୍ବରୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସ ।

Leave a Reply