spot_img
Home Blog Page 6166

ବିଶ୍ୱ ଦେଖିବ କଳାହାଣ୍ଡିର ବଜାଶାଲ ନୃତ୍ୟ: ସାଧାରଣତନ୍ତ୍ର ଦିବସ ପରେଡରେ ହେବ ପ୍ରଦର୍ଶିତ

ଭୁବନେଶ୍ୱର:  ବିଶ୍ୱ ଦେଖିବ କଳାହାଣ୍ଡିର ବଜାଶାଲ ନୃତ୍ୟ । ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ କଳାହାଣ୍ଡିର ଲୋକନୃତ୍ୟ ବାଜାଶାଳ । ଆଉ ଏହି ନୃତ୍ୟକୁ ସାଧାରଣ ଦିବସ ପରେଡରେ ପରିବେଷଣ କରିବେ ଭବାନୀପାଟଣାର ‘ପ୍ରତିଭା’ ନୃତ୍ୟାନୁଷ୍ଠାନ । ସୂଚନା ମୁତାବକ ଏହି ନୃତ୍ୟାନୁଷ୍ଠାନ ପୂର୍ବ ଭାରତର ଏକ ମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେବ ।

ଗୁରୁ ଦୟାନିଧି ପଣ୍ଡା, ଚିଣ୍ଟୁ ପ୍ରସାଦ ନାୟକ ଓ ଦେବାଶିଷ ସିଂହଙ୍କ ନେତୃତ୍ୱରେ ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ ଜାନୁଆରୀ ୩ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ । ଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ସାଧାରଣ ଦିବସ ପରେଡ୍ ପାଇଁ ପ୍ରାକ୍ଟିସ୍ ଆରମ୍ଭ କରିବେ । ରକ୍ଷାମନ୍ତ୍ରାଳୟ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନା । ତେବେ ଏ ନେଇ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅତିରିକ୍ତ ସଚିବ ରଞ୍ଜନ କୁମାର ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ପୁରୀ, ରାୟଗଡ଼ା, କେନ୍ଦ୍ରାପଡ଼ାରେ ନୂଆ ଜିଲ୍ଲାପାଳ; ବଲୱନ୍ତ ସିଂ ହେଲେ ଓଏମସି ଏମଡି

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ କରିଛନ୍ତି  । ଏହି ଅନୁସାରେ ଓଏମସିରେ ନୂଆ ପରିଚାଳନା ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ସହ ପୁରୀ, ରାୟଗଡ଼ା ଓ କେନ୍ଦ୍ରାପଡ଼ା ପାଇଁ ନୂଆ ଜିଲ୍ଲାପାଳଙ୍କ ନାଁ ଘୋଷଣା କରଯାଇଛି । ବର୍ତ୍ତମାନ ଓଏମସିର ପରିଚାଳନା ନିର୍ଦ୍ଦେଶକ ଭାବରେ କାମ କରୁଥିବା  ୨୦୦୫ ବ୍ୟାଚ୍ ଆଇଏଏସ ଅଧିକାରୀ ଭିନେଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ । ଶ୍ରୀ କ୍ରୀଷ୍ଣାଙ୍କ ସ୍ଥାନରେ ପୁରୀର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୦୭ ବ୍ୟାଚ ଆଇଏଏସ ଅଧିକରୀ ବଲୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ଓଏମଇସିଏଲ’ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ୨୦୧୧ ଆଇଏଏସ ଅଧିକାରୀ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସୀ (ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।

ତେବେ ଜଗତସିଂହପୁରରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ  ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଯଦିଓ ଜଗତସିଂହପୁର ଜିଲ୍ଲାପାଳ ପଦବୀ ବାବଦରେ କୌଣସି ସୂଚନା ଦିଆ ଯାଇନାହିଁ ।

ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବରେ  ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଜୀ ରଘୁଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ସିଏମଜିଆଇ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମହମ୍ମଦ  ସଦ୍ଦିକ୍ ଆଲାମଙ୍କୁ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ସ୍ୱତନ୍ତ୍ର ଏଡ଼ିଏମ ଭାବେ କାର୍ଯ୍ୟ କରୁଥିବା ଆଇଏସ ଅଧିକରୀ ବିଶାଲ ସିଂଙ୍କୁ ଯାଜପୁରର ପିଡି-ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି ।

ନାଭିରେ ସାମାନ୍ୟ ସଂକ୍ରମଣ ହୋଇଥିବାରୁ ଅସୁସ୍ଥ ହୋଇପଡ଼ିଛି ହାତୀଛୁଆ

ଢେଙ୍କାନାଳ: ଗଞ୍ଜାମରୁ କପିଳାସ ଆସିଥିବା ହାତୀ ଛୁଆ ଅସୁସ୍ଥ ହୋଇପଡିଛି । ଗତକାଲି ହାତୀ ଛୁଆକୁ ଗଞ୍ଜାମରୁ ଅଣାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରଖାଯାଇଛି । ହାତୀଛୁଆର ନାଭିରେ ସାମାନ୍ୟ ସଂକ୍ରମଣ ରହିଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି । ସେରେଲାକ ଲାକ୍ଟୋଜେନ ସହ ଦିନକୁ ତିନି ଲିଟର କ୍ଷୀର ପିଉଛି ମାଈ ହାତୀଛୁଆ। ତା ସହିତ ଭିଟାମିନ କ୍ୟାଲସିୟମ ଟାବଲେଟ ମଧ୍ୟ ଦିଆଯାଉଥିବା ଡିଏଫ୍‌ଓ କହିଛନ୍ତି ।

ଦିନକୁ ସାତଥର ଖାଇବାକୁ ଦିଆଯାଉଛି  । ପ୍ରଶସ୍ତ କୋଠରୀ ଭିତରେ ହାତୀଛୁଆକୁ ରଖାଯାଇଛି, ଯେଉଁଠି ସେ ଭଲ ଭାବରେ ଚଳପ୍ରଚଳ କରିପାରିବ।  ଗତକାଲି ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିବା ପରେ ନୂଆ ଜାଗା ହେତୁ ସାମାନ୍ୟ ରଡି କରିଥିଲା ହାତୀଛୁଆ। ଏବେ ତା’ର ଆଚାର ବ୍ୟବହାର ସ୍ଥିର ରହିଛି ।

ଗତକାଲି ଗଞ୍ଜାମର ଟିକିଟି ସ୍ଥିତ ସୋରଳରୁ ଉଦ୍ଧାର ହୋଇଥିବା କୁନି ହାତୀଛୁଆ କପିଳାଶ ଚିଡିଆଖାନାକୁ ପଠାଯାଇଥିଲା। ହାତୀ ଛୁଆକୁ ସ୍ଥାନାନ୍ତରିତ କରିବା ଲାଗି ୱାଇଲ୍ଡ ଲାଇଫ୍ ପିସିସିଏଫ ସିଫ୍ଟିଂ ପାଇଁ ଅନୁମତି ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ କପିଳାଶ ପଠାଯାଇଥିଲା । ଏହା ପୂର୍ବରୁ ହାତୀ ଛୁଆକୁ ପ୍ରଥମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରଣ କରିବାକୁ ବ୍ୟବସ୍ଥା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କପିଳାଶ ପଠାଇବାକୁ ଯୋଜନା କରାଯାଇଥିଲା ।

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାର ପୁରୀରେ ଜମି ଚହ୍ନଟ କରିଛନ୍ତି  । ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ  । ଆଜି ସକାଳେ ୫-T ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଛନ୍ତି  । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।  ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀକ୍ଷେତ୍ର ପୁରୀ ଏକ ବିଶ୍ବବିଖ୍ୟାତ ଆଧ୍ୟାତ୍ମିକ  ଓ ପର୍ଯ୍ୟଟନ କ୍ଷେତ୍ର  । ଦେଶର ୪ ଧାମ ମଧ୍ୟରୁ ଜଗନ୍ନାଥ ଧାମ ଶ୍ରେଷ୍ଠ  । ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର  । ଚିଲ୍ଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ  । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀ ପାଖରେ ରହିଛି  । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବବିଖ୍ୟାତ  । ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲଭା କରିଛି  । ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତ ପୁରୀ ଆସନ୍ତି  । ତେଣୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଚିଲିକା, ପୁରୀ, କୋଣାର୍କ, ପାରାଦୀପ, ଭିତର କନିକା ଦେଇଯିବ  । ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଏହା ମଧ୍ୟରେ କାମ ଆରମ୍ଭ ହୋଇଛି  । ଏସବୁ ଦୃଷ୍ଟିରୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି  ।

ଦେଶରେ ୨୪ଘଣ୍ଟାରେ ୨୦ହଜାର ୩୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା କବଳରୁ ମୁକ୍ତ ହେଉଛି ଭାରତ  । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ନୂଆ ସଂକ୍ରମଣ ମାମଲା ହ୍ରାସ ପାଇବା ସହ ସୁସ୍ଥତା ହାର ବି ବଢୁଛି । ଗତ ୬ମାସ ମଧ୍ୟରେ ଡିସେମ୍ବରରେ ସବୁଠୁ କମ୍ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି  । ଏହାଛଡ଼ା ମେ ମାସ ପରେ ଡିସେମ୍ବରରେ ସବୁଠୁ କମ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଜୁନ୍‌ ପରେ ପ୍ରଥମଥର ଲାଗି ଦେଶରେ କରୋନା ମାମଲା ୧୦ଲକ୍ଷ ତଳେ ରହିଛି  ।

ନଭେମ୍ବର ତୁଳନାରେ ଡିସେମ୍ବରରେ ୩୫ପ୍ରତିଶତ କମ୍ ମାମଲା ଚିହ୍ନଟ ହୋଇଛନ୍ତି । ୩୦ ନଭେମ୍ବରରେ ୪୦ହଜାର ୮୬୮ ମାମଲା ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ୩୦ ରେ ୫୦ ପ୍ରତିଶତ କମ୍ ଅର୍ଥାତ୍ ୨୦ହଜାର ୫୦୭ ମାମଲା ନଜରକୁ ଆସିଛି  । ରାଜଧାନୀ ଦିଲ୍ଲୀରେ ବି ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି  । ନୂଆ ମାମଲା କମୁଥିବା ବେଳେ ଆକ୍ଟିଭ୍ କେସ୍ ବି ହ୍ରାସ ପାଉଛି  । କିନ୍ତୁ ବ୍ରିଟେନ୍ ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ଦେଶରେ ଭୟର ବାତାବରଣ ଜାରି ରହିଛି  ।

ବ୍ରିଟେନ୍‌ ଷ୍ଟ୍ରେନ୍‌ରେ ଭାରତରେ ଏ ପର୍ଯ୍ୟନ୍ତ ୨୫ ଜଣ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି  । ଅନ୍ୟପଟେ ଗୋଟିଏ ଦିନରେ ଆଉ ୨୦ ହଜାର ୩୬ ନୂଆ ମାମଲା ନଜରକୁ ଆସିଛି  । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ ଲକ୍ଷ ୮୬ ହଜାର ୭୧୦ରେ ପହଞ୍ଚିଛି  । ଗତ ୨୪ ଘଣ୍ଟାରେ ୨୩ହଜାର ୧୮୧ ଲୋକ ସୁସ୍ଥ ହୋଇଛନ୍ତି  । ଗୋଟିଏ ଦିନରେ ଆଉ ୨୫୬ ଜୀବନ ନେଇଛି କରୋନା  । ଏବେସୁଦ୍ଧା ସାରାଦେଶରେ ୨ଲକ୍ଷ ୫୪ ହଜାର ୨୫୪ ଆକ୍ଟିଭ୍ କେସ୍ ରହିଛନ୍ତି  ।

ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍ । ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ୍ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

ସମସ୍ତ ଭଲ୍ୟୁଏଣ୍ଟିୟରଙ୍କ ନାଁ ୱେବସାଇଟରେ ଅପଲୋଡ୍‌ କରାଯାଇଛି । ଡ୍ରାଏ ରନ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱାରରେ ଟେଷ୍ଟ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତାବ ଦେଇଥିଲେ । ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଡ୍ରାଏ ରନ କରିବାକୁ ରାଜ୍ୟ ସରକାର କହିଥିଲେ । ସ୍ୱେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏ ରନ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି ।

ସେପଟେ ଡ୍ରାଏରନ୍‌ ସୁପରିଚାଳନା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଏନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଟିକାକରଣ ପାଇଁ ଏଯାଏଁ ୩ଲକ୍ଷ ୭୦ହଜାର ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯିବ । ୧୦ ଦିନ ଧରି ଚାଲିବ ତାଲିମ ପ୍ରକ୍ରିୟା । ଏହାର ୧୦ ଦିନ ପରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଟିକାକରଣ  । ବ୍ରିଟେନ ଭୁତାଣୁ ଅଧିକ ମାରାତ୍ମକ ହୋଇଥିଲେ ମଧ୍ୟ ଜୀବନ ହାନି କାରକ ନୁହେଁ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା  ।

ଟିକାକରଣ କାର୍ଯ୍ୟକ୍ରମ ପାଇଁ ୧ ଲକ୍ଷ ‘ସେନା’ ପ୍ରସ୍ତୁତ

ନୂଆଦିଲ୍ଲୀ: କରୋନା ଟିକାକରଣ କାର୍ଯ୍ୟକ୍ରମ ନେଇ ପାଖାପାଖି ୯୬ ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଜାନୁଆରୀ ମାସରେ ଟିକାକରଣ କାର୍ଯ୍ୟକ୍ରମ ନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏ ନେଇ ପ୍ରସ୍ତତି ଆରମ୍ଭ ହୋଇସାରିଛି । ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଓ ମ୍ୟୁନସିପାଲଟି କମିଶନରଙ୍କୁ ଗ୍ରାଉଣ୍ଡ ଲେବଲେ ଆବଶ୍ୟକ ଷ୍ଟାଫ୍, ପରିବହନ ବ୍ୟବସ୍ଥା ଏବଂ ଆଇଟି ସିଷ୍ଟମ୍ ସହିତ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟର ଟିକାକରଣ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଭିତ୍ତିରେ ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।

ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଟିକାକରଣ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତାକାଲି ସମସ୍ତ ରାଜ୍ୟରେ ଟିକାର ଡ୍ରାନ୍ ରନ୍ ଅନୁଷ୍ଠିତ ହେବାକୁ ଯାଉଛି ।

      ତେବେ ଏହି ଡ୍ରାଏ ରନ୍ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବାବେଳେ କିଛି ରାଜ୍ୟ ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଡ୍ରାଏ ରନ୍ ନେଇ ପ୍ରସ୍ତୁତି ଚଳାଇଛନ୍ତି । ତେବେ କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟ ନିଜ ରାଜଧାନୀରେ ଡ୍ରାଏ ରନ୍ ନକରାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହରରେ ଡ୍ରାଏ ରନ୍ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସୁଦୃଢ ହେବ ସ୍ୱାସ୍ଥ୍ୟସେବା, ୮୪ଟି ନୂଆ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉପକୂଳରୁ ଉପାନ୍ତ ଆହୁରି ସୁଦୃଢ ହେବ ସ୍ୱାସ୍ଥ୍ୟସେବା । ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି । ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଉଦ୍ଧିଷ୍ଟ ରହିଛି ।

ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଅଛନ୍ତି ।

୨୦୧୩ ମାର୍ଚ୍ଚ ୫ତାରିଖରୁ ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି  ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି । ଏହା ଛଡ଼ା ଅନ୍ୟ ୫୦୦ଟି ଜନନୀ ଏକ୍ସପ୍ରେସ ଜରିଆରେ ଗର୍ଭବତୀ ମା ଓ ଶିଶୁଙ୍କୁ ସେବା ଯୋଗାଇ ଦିଆଯାଉଛି।

ନବ ବର୍ଷରେ ପତିତପାବନ ବାନା ଦର୍ଶନ କଲେ 5ଟି ସଚିବ ଭି. କେ ପାଣ୍ଡିଆନ

ଭୁବନେଶ୍ୱର: ନୂଆ ଆଶା ଓ ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ । ଆଉ ଏହି ନୂଆ ବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଭକ୍ତଙ୍କ ଏହି ଆଶା ପତିତପାବନ ବାନାକୁ ଦେଖି ପୂରଣ ହୋଇଛି । ନବ ବର୍ଷରେ ପତିତପାବନ ବାନା ଦର୍ଶନ କଲେ 5ଟି ସଚିବ ଭି. କେ ପାଣ୍ଡିଆନ  । ଶ୍ରୀମନ୍ଦିର ସମ୍ମୁଖରୁ ନୂଆବର୍ଷରେ ଦେଖିଲେ ନୀଳଚକ୍ର ।

ନବବର୍ଷ ପ୍ରଥମ ଦିନରେ ନୀଳଚକ୍ର ଦର୍ଶନ କରିବା ସହ ଆଶିଷ କାମନା କରିଛନ୍ତି ପାଣ୍ଡିଆନ୍ । ସେପଟେ ମହାମାରୀ ପାଇଁ ଏଥର ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଥିବାରୁ ଖାଁ ଖାଁ ଲାଗୁଛି ବଡଦାଣ୍ଡ, ବଡ଼ଦେଉଳ ଓ ବେଳାଭୂମି  । ୩ରୁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ, ଆଜି ଦର୍ଶନ ବନ୍ଦ ରହିଛି  । ଶ୍ରୀମନ୍ଦିର ବାହାରେ ଭିଡ଼ ଲାଗିବାର ଆଶଙ୍କା ଥିବାରୁ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।

ଚୀନ ପାଇଁ ବଢ଼ିବ ସମସ୍ୟା: ଆଜିଠୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହେବ ଭାରତ

ନ୍ୟୁୟର୍କ: ଭାରତ ପାଇଁ ନୂଆ ବର୍ଷ ବହୁତ ଖାସ୍ ହେବାକୁ ଯାଉଛି । ଜାନୁଆରୀ ପହିଲାରୁ ଭାରତ ପୁଣି ମିଳିତ ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି । ୨୦୨୦ରେ ଭାରତ ଯେଭଳି ହିମାଳୟ ଉପରେ ଚୀନ ପକ୍ଷରୁ ଚ୍ୟାଲେଞ୍ଜର ସାମ୍ନା କରିଥିଲା ତାହାକୁ ନଜରରେ ରଖି ସାରା ଦୁନିଆର ନଜର ଭାରତ ଉପରେ ରହିଛି । ବିଶ୍ୱର ବହୁ ଦେଶକୁ ନିଜ ସାମ୍ରାଜ୍ୟବାଦ ନୀତି ଯୋଗୁ ହଇରାଣ କରୁଥିବା ଚୀନ କଶ୍ମୀର ପ୍ରସଂଗରେ ମଧ୍ୟ ପାକିସ୍ତାନକୁ ସହଯୋଗ କରୁଥିବା ନଜରକୁ ଆସିଥିଲା । ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘରେ ଭାରତର ଦୁଇ ବର୍ଷର ସଦସ୍ୟତା ବଡ଼ ସୁଯୋଗ ହୋଇପାରେ ବୋଲି କୁହାଯାଉଛି ।

ମିଳିତ ଜାତି ସଂଘରେ ଚୀନ ନିଜ ସ୍ଥିତି ବହୁତ ସୁଦୃଢ଼ କରିସାରିଛି । ବଜେଟରେ ନିଜ ଯୋଗଦାନ ବଢ଼ାଇବା ସହ ସଂଗଠନର ଶୀର୍ଷ ଅଧିକାରୀଙ୍କ ସହ ସମ୍ପର୍କ ବଢ଼ିଛି । ଏଭଳି ସ୍ଥିତିରେ ଭାରତର ସଦସ୍ୟତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ବର୍ତ୍ତମାନ ସମୟରେ ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହ ଚୀନ ମଧ୍ୟ ଏକ ବଡ଼ ବିପଦ ଭାବେ ଉଭା ହୋଇଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ କ’ଣ

ମିଳିତ ଜାତିସଂଘର ୬ ପ୍ରମୁଖ ସଂଗଠନ ମଧ୍ୟରୁ ଗୋଟିଏ ହେଉଛି ସୁରକ୍ଷା ପରିଷଦ । ଏହାର ମୁଖ୍ୟ କାର୍ଯ୍ୟ ସାରା ଦୁନିଆରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ହେବ । ଏହା ବ୍ୟତୀତ ସଂଯୁକ୍ତ ରାଷ୍ଟ୍ର ସଂଘ ନୂଆ ସଦସ୍ୟଙ୍କୁ ଯୋଡ଼ିବା ଏବଂ ଏହାର ଚାର୍ଟର ପରିବର୍ତ୍ତନ ସମ୍ପର୍କିତ କାର୍ଯ୍ୟ ମଧ୍ୟ ସୁରକ୍ଷା ପରିଷଦର କାର୍ଯ୍ୟର ଅଂଶ । ଏହି ପରିଷଦ ସାରା ଦୁନିଆର ଯେ କୌଣସି ଦେଶକୁ ଶାନ୍ତି ମିଶନ ପାଇଁ ଆବଶ୍ୟକ ସେନା ପଠାଇଥାଏ ।

ଏଥିସହିତ ପଢ଼ନ୍ତୁ: ଟିକାକୁ ନେଇ ବଢୁଛି ଆଶା, ଫାଇଜର ଟିକାକୁ WHOର ଅନୁମତି