ବାଇଡେନଙ୍କ ସହ କଥା ହେଲେ ମୋଦି, ଏହି ବିଷୟରେ କଲେ ଆଲୋଚନା..

1 min read

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବାର୍ତ୍ତାଳପ କରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଦାନମନ୍ତ୍ରୀ । ଦୁଇ ଦେଶର ଶାନ୍ତି, ସୁରକ୍ଷା, ପ୍ରଗତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସହଯୋଗ କରିବା ନେଇ ଆଲୋଚନା କରିଥିଲେ । ସେହିପରି ନବନିର୍ବାଚିତ ଜୋ ବାଇଡେନଙ୍କ ସଫଳତା କାମନା କରିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ହିନ୍ଦ ପ୍ରଶାନ୍ତ କ୍ଷେତ୍ର ଏବଂ ଏହାର ବାହାରେ କିପରି ଶାନ୍ତି ଏବଂ ସୁରକ୍ଷା ପୁନଶ୍ଟ ଫେରିପାରିବ । ସେନେଇ ଋଣନିତୀ ପ୍ରସ୍ତୁତ କରିବା ପାଇଁ ଜୋ ବାଇଡେନ ପ୍ରତିବଦ୍ଧ । ସେହିପରି ଭାରତ -ଆମେରିକାର ସମ୍ପର୍କକୁ ଏକ ନୂତନ ଶିଖରରେ ପହଁଚାଇବା ପାଇଁ ଉଭୟ ଦେଶ ପ୍ରୟାସରତ । ଭାରତରେ ଅର୍ଥନୈତିକ ପରିବର୍ତ୍ତନ ଏବଂ ଉନ୍ନତି ପାଇଁ ଆମେରିକା ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ବୋଲି ବାର୍ତ୍ତାଳାପରେ କହିଛନ୍ତି ବାଇଡେନ ।

ଜାନୁଆରୀ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରମୁଖ୍ୟ ଭାବେ ଶପଥ ନେଇଥିଲେ ଜୋ ବାଇଡେନ । ବାଇଡେନଙ୍କ ଶପଥ ପରେ ଟ୍ବିଟ କରି ଶୁଭେଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ପ୍ରଥମ ଥର ପାଇଁ ଫୋନ ଯୋଗେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ବାର୍ତ୍ତାଳପ କରିଛନ୍ତି । ଏବଂ ଦୁଇ ଦେଶର ଶାନ୍ତି ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି । ଭାରତର ବିକାଶ ପାଇଁ ଦେଶକୁ ଏକ ନୂତନ ଶିଖରକୁ ନେବା ସହ ବାଇଡେନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ମୁଁ ପ୍ରତିବଦ୍ଧ ବୋଲି ଟ୍ବିଟ ଯୋଗେ ଉଲ୍ଲେଖ କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply