spot_img
Home Blog Page 6158

ସୌରଭଙ୍କ କରୋନା ରିପୋର୍ଟ ନେଗେଟିଭ୍; ଧମନୀରେ ଆଞ୍ଜିଓପ୍ଳାଷ୍ଟି କରାଯାଇ ପୁନର୍ବାର ରକ୍ତସଞ୍ଚାଳନ କରାଯିବ

କୋଲକାତା: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ତାଙ୍କର ୩ଟି କରୋନାରୀ ଧମନୀରେ ଅବରୋଧ ରହିଛି । ମୁଖ୍ୟ ଅବରୋଧ ଥିବା ଧମନୀରେ ଆଞ୍ଜିଓପ୍ଳାଷ୍ଟି କରାଯାଇ ପୁନର୍ବାର ରକ୍ତସଞ୍ଚାଳନ କରାଯିବ ବୋଲି ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉଡ୍‌ଲାଣ୍ଡସ୍ ହସ୍ପିଟାଲ ସିଇଓ ରୂପାଲି ବସୁ । ଦୁଇଟି ଷ୍ଟେଣ୍ଟ ଲଗାଯାଇ ପୁନଃ ରକ୍ତସଞ୍ଚାଳନ କରାଯିବ । ଏବେ ସୌରଭ ସମ୍ପୂର୍ଣ ଭଲ ଅଛନ୍ତି । ଆଜି ସକାଳେ ଶ୍ରୀ ବାସୁ ତାଙ୍କୁ ଭେଟି କଥା ହୋଇଥିବା ସେ କହିଛନ୍ତି । ପାଖରେ ପତ୍ନୀ ଡୋନା ଏବଂ ଭାଇ ସ୍ନେହାଶିଷ ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ମୁଁ ପଞ୍ଚିବାର କିଛି ସମୟ ପୂର୍ବରୁ ସେ ସକାଳ ଜଳଖିଆ ଖାଇସାରିଥିଲେ । ଏବେ ସେ ସାମାନ୍ୟ କ୍ଳାନ୍ତି ଅନୁଭବ କରୁଛନ୍ତି । ବାକି ଦୁଇଟି ଧମନୀରେ ପୁନଃ ରକ୍ତସଞ୍ଚାଳନ ହେଲେ ସେ ଆଗାମୀ ୩/୪ ସପ୍ତାହ ମଧ୍ୟରେ ସ୍ୱାଭାବିକ ଭାବେ ଜୀବନଯାପନ କରିପାରିବେ ବୋଲି ଶ୍ରୀ ବାସୁ କହିଛନ୍ତି । ତେବେ ସୌରଭଙ୍କ କରୋନା ଟେଷ୍ଟଂ ମଧ୍ୟ ନଗେଟିଭ୍ ଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ସହ ୪ ଖେଳାଳୀ ଖାଇଥିଲେ ଗୋ’ମାଂସ: ବିଲ୍ ହେଲା ଭାଇରାଲ୍

ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଫେରିଲେ ରାଜ୍ୟପାଳ

ପୁରୀ: ଜଗା ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ୱାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଏଭଳି ସ୍ଥିତିରେ କେମିତି ବା ଦୂରେଇ ରହିଥାନ୍ତେ ଜଗନ୍ନାଥ ପ୍ରେମୀ । ଆଜି ସର୍ବସାଧାରଣଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ ।

ଏହାସହ ରାଜ୍ୟପାଳ ଶ୍ରୀଜିଉଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ବିଭିନ୍ନ ଗଣମାଧ୍ୟମଙ୍କ ଶୁଭ କାମନା କରିଛନ୍ତି । ଯଦିଓ ଶ୍ରୀମନ୍ଦିର ଭିତରକୁ ରାଜ୍ୟପାଳ ପ୍ରବେଶ କରିନାହାଁନ୍ତି ତାଥାପି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ । ତେବେ କରୋନା କଟକଣା କାରଣରୁ ଦୀର୍ଘ ୧୦ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏତେଦିନର ଅଳି ଅଝଟକୁ କାଳିଆ ପାଖରେ କରୁଛନ୍ତି ଗୁହାରି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି ।  ରାତି ୮ ଟା ଯାଏଁ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ୨ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ୪୦କନଷ୍ଟେବଳ, ୪୦ ହୋମଗାର୍ଡଙ୍କ ସହ ୧୮ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

କରୋନା ଟିକାକୁ ନେଇ ଗୁଜବକୁ ଖାରଜ କଲେ DCGI, ଭ୍ୟାକ୍ସିନ୍ ୧୧୦ ପ୍ରତିଶତ ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଦେଶରେ ଗୁଜବ ବଜାର ଥମିବାର ନାମ ନେଉ ନାହିଁ । ଏହାରି ଭିତରେ ଡ୍ରଗସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ବା DCGI କରୋନା ଟିକାକୁ ନେଇ ଗୁଜବକୁ ଖଣ୍ଡନ କରିଛନ୍ତି । DCGI ସବୁ ପ୍ରକାରର ଗୁଜବ ଉପରେ ବିରାମ ଲଗାଇ କହିଛନ୍ତି ଯେ, ଟିକା ୧୧୦ ପ୍ରତିଶତ ସୁରକ୍ଷିତ।


୧୧୦ ପ୍ରତିଶତ ସୁରକ୍ଷିତ
DCGI ନିର୍ଦ୍ଦେଶକ ଭିଜି ସୋମାନି କହିଛନ୍ତି ଯେ ଯଦି ସୁରକ୍ଷାକୁ ନେଇ ଟିକିଏ ବି ସନ୍ଦେହ ରହିଥାନ୍ତା ତେବେ ଏମିତିରେ ଆମେ ଅନୁମତି ଦେଇନଥାନ୍ତୁ । ଏହି ଟିକା ୧୧୦ ପ୍ରତିଶତ ସୁରକ୍ଷିତ । ହାଲୁକା ଜ୍ୱର,ମୁଣ୍ଡବିନ୍ଧା ଓ ଆଲର୍ଜି ଭଳି ସମସ୍ୟା ଟିକା ପାଇଁ ସାମାନ୍ୟ କଥା ।


ଭ୍ୟାକ୍ସିନ୍ ଦ୍ୱାରା ହେବ ନାହିଁ ନପୁଂସକତା
ଭାରତରେ ବଡ ଜୋରରେ ପ୍ରଚାର ଚାଲିଛି ଯେ, କରୋନା ଟିକା ନେବା ଦ୍ୱାରା ନପୁଂସକ ହେବାର ଆଶଙ୍କା ରହିଛି । ଏହି ଗୁଜବକୁ ମଧ୍ୟ DCGI ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟିକା ନେବା ଦ୍ୱାରା କାହାରି ଯୌନ ଜୀବନ ପ୍ରଭାବିତ ହେବ ନାହିଁ । ତେଣୁ ଏଭଳି ଗୁଜବଠାରୁ ଦୁରେଇ ରୁହନ୍ତୁ ।

ସମାଜବାଦୀ ପାର୍ଟି ନେତା ନପୁଂସକତା କଥା ଉଠାଇଥିଲେ
ସମାଜବାଦୀ ପାର୍ଟିର ବିଧାନ ପରିଷଦ ସଦସ୍ୟ ଆଶୁତୋଶ ସିହ୍ନାଙ୍କ ବୟାନ ପରଠାରୁ ଏହି ଗୁଜବ ଜୋର ଧରିଥିଲା । ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ଟିକା ଲଗାଇବେ ନାହିଁ ବୋଲି କହିବା ପରେ ଆଶୁତୋଶଙ୍କ ବୟାନ ଆସିଥିଲା । ଆଶୁତୋଶ କହିଥିଲେ ଯେ, ସେ ଲଗାଇବାକୁ ମନା କରିବା ଅର୍ଥ ନିଶ୍ଚିତ ଭାବେ ଏହି ଭ୍ୟାକ୍ସିନରେ ଏମିତି କିଛି ଥିବ ଯାହା ଦ୍ୱାରା କ୍ଷତି ହେବ । ମୁଁ ଭାବୁଛି ପରେ ଲୋକ କହିବେ ଯେ, ଜନସଂଖ୍ୟା କମ କରିବାକୁ କିମ୍ବା ଲୋକଙ୍କୁ ମାରିବା ପାଇଁ ଏହି ଟିକା ଦିଆଯାଇଥିଲା । ଟିକା ଆପଣଙ୍କୁ ନପୁଂସକ ମଧ୍ୟ କରିପାରେ ।

ରୋହିତ ଶର୍ମାଙ୍କ ସହ ୪ ଖେଳାଳୀ ଖାଇଥିଲେ ଗୋ’ମାଂସ: ବିଲ୍ ହେଲା ଭାଇରାଲ୍

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳୁଥିବା ଭାରତୀୟ କ୍ରିକେଟ ଟିମର ମଇଦାନ ବାହାରେ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂଆବର୍ଷ ଅବସରରେ ୫ ଖେଳାଳି ଏକ ରେଷ୍ଟୁରାଣ୍ଟରେ ଖାଇ ହଟହଟା ହେବା ପରେ ବର୍ତ୍ତମାନ ରେଷ୍ଟୁରାଣ୍ଟର ବିଲ୍ ଭାଇରାଲ ହେଉଛି, ଯେଉଁଥିରେ ଖେଳାଳିମାନେ ଗୋମାଂସ ଓ ଘୁଷୁରି ମାଂସ ଖାଇଥିବା ଲେଖାଯାଇଛି। ଏହାକୁ ନେଇ ରୋହିକ ଶର୍ମାଙ୍କୁ ସାଙ୍ଘାତିକ ଟ୍ରୋଲ କରାଯାଉଛି।
ସୂଚନା ମୁତାବକ ଏହି ୫ ଜଣ ପ୍ଲେୟାରଙ୍କ ରେଷ୍ଚଟୁରାଣ୍ଟ ବିଲ୍ ସେଠାରେ ଥିବା ନଭଲଦୀପ ସିଂ ନାମକ ଜଣେ ଫ୍ୟାନ୍ ଦେଇଥିଲେ। ବିଲର ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଏହି ବିଲରେ ଖେଳାଳିମାନେ ଗୋ’ମାଂସ ଓ ଘୁଷୁରି ମାଂସ ଖାଇଥିବା ଦେଖିବାକୁ ମିଳିଛି। ଅବଶ୍ୟ ଏହି ବିଲର ସତ୍ୟାସତ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋଶାଲ୍ ମିଡିଆରେ ଫ୍ୟାନମାନେ ଖୋଳାଳିମାନଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି।

https://twitter.com/vigil_nte/status/1345347589101809664?s=20

ବିଶେଷ କରି ଫ୍ୟାନମାନେ ରୋହିତ ଶର୍ମାଙ୍କୁ ଅଧିକ ଟ୍ରୋଲ କରୁଛନ୍ତି ରୋହିତ ଶର୍ମା ତାଙ୍କ ଫିଟନେସ୍ ନଥିବାରରୁ ଟିମରୁ ବାଦ ପଡ଼ିଥିଲେ ହେଲେ ଏବେ ବିସିସିଆଇ ତାଙ୍କୁ ଟିମକୁ ପୁଣିଥରେ ନେବାକୁ ଯୋଜନା କରୁଥିବାବେଳେ ରୋହିତ କିନ୍ତୁ ଫିଟନେସକୁ ଅଣଦେଖା କରି ରେଷ୍ଟୋରାଣ୍ଟରେ ବିଫ୍ ଆଉ ପୋକ୍ ଖାଉଛନ୍ତି ବୋଲି ଫ୍ୟାନମାନେ କ୍ଷୁବ୍ଧ ହୋଇଛନ୍ତି। ଏହା ବ୍ୟତୀତ କିଛି ଲୋକ ବିଶ୍ୱାସ କରିପାରୁ ନାହାଁନ୍ତି ଯେ ରୋହିତ ହିନ୍ଦୁ ହୋଇ ଗୋମାଂସ ଖାଇପାରିବେ ବୋଲି। ଅନ୍ୟପଟେ କିଛି ଫ୍ୟାନ୍ ରୋହିତଙ୍କ ସପକ୍ଷରେ ବାହାରିଛନ୍ତି. ସେମାନଙ୍କ କହିବା କଥା ଯେ ରୋହିତ ହେଉଛନ୍ତି ଶାକାହାରୀ ସେ ଆଦୌ ଆମୀଷ ଖାଇନଥିବେ।

https://twitter.com/RohitianShubham/status/1345369806866763776?s=20

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟର ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମ ଗିଲି, ପୃଥ୍ୱୀ ସ’ ଏବଂ ନବଦୀପ ସାଇନି ନୂଆବର୍ଷ ଅବସରରେ ଅଷ୍ଟ୍ରେଲିଆର ଏକ ରେସ୍ତୋରାଁରେ ଖାଉଥିଲେ। ଯାହାର ଭିଡିଓ ଭାଇରାଲ ହେବା ପରେ କୋଭିଡ ପ୍ରୋଟୋକଲ ଉଲ୍ଲଙ୍ଘନ ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ ବିସିସିଆଇର ପରାମର୍ଶ କ୍ରମେ ଏହି ପାଞ୍ଚ ଖେଳାଳିଙ୍କୁ ଆଇସୋଲେଶନରେ ପଠାଇ ଦେଇଛିଛି। ତେବେ ବର୍ତ୍ତମାନ ଖେଳାଳିଙ୍କ ଏହି ପଦକ୍ଷେପ ବାୟୋ ସିକ୍ୟୁରିଟି ପ୍ରୋଟୋକଲର ଉଲ୍ଲଂଘନ କି ନାହିଁ ତାକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ଜାନୁଆରି ୭ରେ ଏମାନେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବେ କି ନାହିଁ ଜଣାପଡ଼ିବ।

ଏଣିକି ଘରେ ବସି ପାଇପାରିବେ ଏସବିଆଇର ଅନେକ ସୁବିଧା: ଜାଣନ୍ତୁ କେମିତି?

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଖୁସ ଖବର । ଏଣିକି ଘରେ ବସି ଏସବିଆଇର ବିଭିନ୍ନ ସେବାର ସୁବିଧା ପାଇପାରିବେ ଗ୍ରାହକ ।   ଏସବିଆଇ ଆରମ୍ଭ କରିଥିବା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଜରିଆରେ ଏହି ସବୁ ସୁବିଧା ପାଇପାରିବେ ଗ୍ରାହକ । କରୋନା କାଳରେ ଜନସାଧରଣଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏଭଳି ସୁବିଧା ଲୋକଙ୍କୁ ଅଧିକ ସହାୟକ ହୋଇପାରିବ ।

100 Doorstep banking centres pan India Archives - Faceless Compliance

          ଏସବିଆଇର ନୂଆ ବ୍ୟବସ୍ଥା ଅନୁଯାୟୀ ଗ୍ରାହକଙ୍କୁ ଡୋର ଷ୍ଟେପ୍ ବ୍ୟାଙ୍କିଂ ସୁବିଧା ଦିଆଯିବ । ନନ୍ ପ୍ରଫେସନାଲ୍ ସର୍ଭିସ ଅନ୍ତର୍ଗତ ସେବା ଯେଭଳି କି, ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର ଆଦିର ପିକ୍ ଅପ୍ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୟୁଏଷ୍ଟ, ଟର୍ମ ଡିପୋଜିଟ ରସିଦ୍ ଘରେ ପହଞ୍ଚାଇବା ଭଳି ସୁବିଧା ରହିଛି ।

           ଏସବିଆଇର ଅଫିସିଆଲ୍ ଓ୍ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ ଗ୍ରାହକଙ୍କୁ ବ୍ୟାଙ୍କ୍ ପକ୍ଷରୁ ଆପଣଙ୍କ ଘରୁ କେସ୍ ପିକ୍ଅପ୍ ବା ଟଙ୍କା ନେବା, କେସ୍ ଡେଲିଭେରୀ (ଟଙ୍କା ଦେବା), ଚେକ୍ ରିସିଭ୍ କରିବା, ଜନ୍ମ ପ୍ରମାଣପତ୍ର ନେବା, କେଓ୍ୱାଇସି ଡକ୍ୟୁମେଣ୍ଟ ନେବା, ଡ୍ରାଫ୍ଟ ଏବଂ ଡେଲିଭାରୀ ଫର୍ମ ୧୫ର ପିକ୍ଅପ୍ ଭଳି ସୁବିଧା ମିଳିବ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ହେବାକୁ ଥିବା ଏହି ନେଣ ଦେଣର ସୀମା ୧ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମଧ୍ୟରେ ରଖାଯାଇଛି । ଯଦି ଆପଣଙ୍କ ଆକାଉଣ୍ଟରେ ଟ୍ରାଞ୍ଜେକସନ୍ ବାବଦକୁ ଆବଶ୍ୟକ ଟଙ୍କା ନଥିଲେ ଆପଣଙ୍କ ରିକ୍ୟୁଏଷ୍ଟ ରଦ୍ଧ ହୋଇଯିବ ।

          ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ କ’ଣ?

ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଦ୍ୱାରା ଗ୍ରାହକ ଚେକ୍ ଜମା କରିବା, ଟଙ୍କା ନେଣଦେଣ ଏବଂ ଜନ୍ମ ପ୍ରମାଣପତ୍ର ନେବା ଭଳି ବହୁ ସୁବିଧା ଘରେ ବସି ପାଇପାରିବେ । ଏହି ସର୍ଭିସ ଦ୍ୱାରା ୭୦ ଲକ୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗ, ଦ୍ରୁଷ୍ଟିବାଧିତ ଲୋକେ ନିଜ ଘରେ ବସି ଏହି ସବୁ ସୁବିଧାର ଫାଇଦା ଉଠାଇପାରିବେ । ଡୋରଷ୍ଟେପ୍ ବ୍ୟବସ୍ଥା ଅନୁଯାୟୀ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣଙ୍କ କାଗଜପତ୍ର ନେଇ ବ୍ୟାଙ୍କରେ ଜମା କରିବେ ।

          କେମିତି ପାଇପାରିବେ ଏହି ସୁବିଧା

ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ପାଇବ ପାଇଁ ଆପଣଙ୍କ ଏସବିଆଇର ଆପ୍ଳିକେସନକୁ ଡାଉନଲୋଡ୍ କରିବାକୁ ପଡ଼ିବ । ବ୍ୟାଙ୍କ ଓ୍ୱେବସାଇଟ ବା କଲସେଣ୍ଟର ସହ ଯୋଗାଯୋଗ କରି ଡୋରଷ୍ଟେପ୍ ସେବା ନେଇ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ । ଏତଦବ୍ୟତୀତ ଯେ କୌଣସି କାର୍ଯ୍ୟ ଦିବସରେ  ଟୋଲ ଫ୍ରି ନମ୍ୱର ୧୮୦୦୧୧୧୧୦୩କୁ କଲ୍ କରି ସକାଳ ୯ଟାରୁ ସନ୍ଧ୍ୟା ୪ଟା ମଧ୍ୟରେ କଲ୍ କରିପାରିବେ । ତେବେ ଏହି ଡୋରଷ୍ଟେପ୍ ସୁବିଧା ବିଷୟରେ ଜାଣିବା ପାଇଁ https://bank.sbi/dsb କୁ ଲଗ୍‌ଇନ୍ କରିପାରିବେ ।

ଏଥିସହିତ ପଢ଼ନ୍ତୁ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ: ୧୯୯ ଟଙ୍କାର ରିଚାର୍ଜରେ ଏହି ସବୁ ସିବିଧା ପାଇବେ ଗ୍ରାହକ

ଛୁଆ ଖେଳାଇବାକୁ ନେଇ ଦେଢ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ

ହାଥ୍ରାସ: ସୈତାନଙ୍କ ନୃସଂଶପଣିଆ ଥମିବାର ନାଁ ନେଉ ନାହିଁ । ଦେହର ଭୋକ ମେଣ୍ଟାଇବାକୁ ଦେଢ ବର୍ଷର ଶିଶୁଟିକୁ ଛାଡ଼ୁ ନାହାଁନ୍ତି ଏ ସୈତାନମାନେ । ଛୁଆ ଖେଳାଇବା ବାହାନାରେ ଦେଢ ବର୍ଷର ଶିଶୁକୁ କରାଯାଇଛି ଦୁଷ୍କର୍ମ । କୋତବାଲୀ ଚାନ୍ଦପାର ଏକ ଗାଁରେ ଦେଢ ବର୍ଷର ଝିଅଟିକୁ ଖେଳାଇବା ବାହାନାରେ ନେଇ ଦୁଷ୍କର୍ମ କରୁଛନ୍ତି । ଗୋଟିଏ ବିଲରେ  ଏଭଳି ଘଟଣା ଘଟାଇଛି ଯୁବକ ଜଣଙ୍କ । ଉକ୍ତ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଝିଅଟିକୁ ଗୁରୁତର ଅବସ୍ଥାରେ  ଡାକ୍ତରଖାନାକୁ ପଠାଯାଇଛି ।

ହାଥ୍ରାସ ଅଞ୍ଚଳର ଜଣେ ମହିଳା ତାଙ୍କ ଦେଢ ବର୍ଷର ଝିଅଟିକୁ ନେଇ ତାଙ୍କ ବାପଘର କୋତବାଲି ଚାନ୍ଦପା ଯାଇଥିଲେ। ଶନିବାର ସନ୍ଧ୍ୟାରେ ୨୬ ବର୍ଷର ଜଣେ ଯୁବକ ତାଙ୍କ ଶିଶୁ କନ୍ୟାକୁ ଖେଳାଇବା ପାଇଁ ନେଇଯାଇଥିଲା । ଯେତେବେଳେ ଦୀର୍ଘ ସମୟ ପରେ ଯୁବକ ଜଣଙ୍କ ଶିଶୁଟିକୁ ଆଣିଲା ସେତବେଳେ ତା ମାଆ ତାକୁ ସଙ୍ଗେ ସଙ୍ଗେ କୋଳକୁ ନେଇଯାଇଥିଲେ । କିନ୍ତୁ କୋଳକୁ ଯିବା ମାତ୍ରେ ଶିଶୁଟି କାନ୍ଦିବାକୁ ଲାଗିଲା, ସେତେବେଳେ ମାଆଙ୍କ ସନ୍ଦେହ ବଢିଥିଲା । କୋଟବାଲୀ ଚାନ୍ଦପା ପୋଲିସକୁ ଏହି ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ପୋଲିସ ଅଭିଯୁକ୍ତକୁ ଗିରଫ କରି ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଶିଶୁଟିକୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲା । ଏବଂ ପରେ ଶିଶୁଟିକୁ ଜିଲ୍ଲା ଚିକିତ୍ସାଳୟରୁ ଗୁରୁତର ଅବସ୍ଥାରେ ଆଲିଗଡକୁ ପଠାଯାଇଥିଲା । ପୋଲିସ କହିଛି ଯେ, ଗାଁର ଜଣେ ଯୁବକ ଦେଢ ବର୍ଷର ଶିଶୁଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଅଭିଯୁକ୍ତ ଗିରଫ କରାଯିବା ସହ ଶିଶୁଟିକୁ ଚିକିତ୍ସାଳୟ ପଠାଯାଇଛି ।

୨ଶହ କମ୍ପାନୀର ୧୫ ହଜାର ବୈଜ୍ଞାନିକ ବର୍ଷକୁ ତିଆରି କରନ୍ତି ୬ଶହ କୋଟି ଟିକା

ଜିନୋମ୍ ଭ୍ୟାଲି(ହାଇଦ୍ରାବାଦ) : ସହରଠାରୁ ୬୦ କିଲୋମିଟର ଦୂରରେ ପାହାଡ଼ ଓ ଜଙ୍ଗଲ ଭିତରେ ଥିବା ଏହି ଉପତ୍ୟକା ଭାରତକୁ ଦେଉଛି ଦେଶୀ କରୋନା ଟିକା । ଆପଣ ଯେତେବେଳ କରୋନା ଟିକା ନେବେ ସେତେବେଳ ନିଶ୍ଚିତ ଭାବେ ଜିନୋମ ଭ୍ୟାଲିକୁ ମନେ ପକାଇବେ । ମନେ ପକାଇବେ ସେହି ଭ୍ୟାଲିରେ ଘରଠାରୁ ଦୁରରେ ରହି ଯେଉଁ ବୈଜ୍ଞାନିକ ମାନେ ଏହି ଟିକା ତିଆରି କରିଛନ୍ତି । ଜିନୋମ୍ ଭ୍ୟାଲି ହେଉଛି ଏସିଆ ମହାଦେଶର ସବୁଠାର ବଡ ବାୟୋଟେକ୍ ପାର୍କ । ଯେଉଁଠି ୨ଶହ କମ୍ପାନୀ ବିଭିନ୍ନ ଟିକା ତିଆରି କରନ୍ତି ।

ଏସିଆର ବଡ ବାୟୋଟେକ୍ ପାର୍କ
ଜିନୋମ୍ ଭ୍ୟାଲି ମଧ୍ୟକୁ ପ୍ରବେଶ ନେବା ସହଜ କିନ୍ତୁ ଏହା ଭିତରେ ଥିବା କମ୍ପାନୀ ଗୁଡିକ ସାଧାରଣ ଲୋକଙ୍କ ପାଇଁ ନୋ ଏଣ୍ଟ୍ରି ଜୋନ୍ । ଏହି କଟକଣା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରଠାରୁ ଅଧିକ ବଢିଯାଇଛି । ଭ୍ୟାଲିରେ ଥିବା ୨ଶହ କମ୍ପାନୀଙ୍କ ମଧ୍ୟରୁ ତିନୋଟିରେ ତିଆରି ଚାଲିଛି କରୋନା ଟିକା । ସେହି ତିନି କମ୍ପାନୀ ମଧ୍ୟରୁ ଗୋଟିଏ ହେଉଛି ଭାରତ ବାୟୋଟେକ୍ । ସୂଚନାଯୋଗ୍ୟ ଯେ, ଭାରତ ବାୟୋଟେକ୍ ପରିସରକୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଯାଇଥିଲେ । ଦେଶର ପ୍ରଥମ ଦେଶୀ କରୋନା ଟିକାର ପ୍ରସ୍ତୁତି ବାବଦରେ ଜାଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନୋମ ଭ୍ୟାଲିରେ ପହଂଚିଥିଲେ ।

Coronavirus | PM takes stock of COVID-19 vaccine development by three firms  - The Hindu

୬ଶହ ବର୍ଗ କିଲୋମିଟର ଅଞ୍ଚଳ
୬ ଶହ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟପ୍ତ ଏହି ଭ୍ୟାଲିକୁ ଦେଶର ସବୁଠାରୁ ବଡ ଲାଇଫ୍ ସାଇନ୍ସ କ୍ଲଷ୍ଟର ବୋଲି ମଧ୍ୟ କୁହାଯାଇଥାଏ । ଜିନୋମ୍ ଭ୍ୟାଲିର ନାମ ଦେଶର ଏସିଆର ଟପ୍ ଲାଇଫ୍ ସାଇନ୍ସ କ୍ଲଷ୍ଟରର ସାମିଲ ଅଛି । ତେବେ କିଛି ମଧ୍ୟ ଏହାକୁ ବିଶ୍ୱର ବୃହତ୍ତମ ବୋଲି କହିଥାନ୍ତି । କୁହାଯାଏ ଯେ, ବିଶ୍ୱରେ ଯେତିକି ଟିକା ବ୍ୟବହାର ହୁଏ ତାହାର ଅଧା ଏଠାରେ ଉତ୍ପାଦିତ ହୋଇଥାଏ । ତେବେ ଏନେଇ କୌଣସି ଆଧିକାରିକ ତଥ୍ୟ ନାହିଁ । ଅବଶ୍ୟ ଗୋଟିଏ କଥା ସତ ବିଶ୍ୱର ପାଖାପାଖି ୨୦୦ ଦେଶ ମଧ୍ୟରୁ ୧୦୦ ଦେଶ ଏଠାରୁ ଭ୍ୟାକ୍ସିନ୍ କିଣିଥାନ୍ତି ।

ଭାରତ ବାୟୋଟେକର କାହାଣୀ
ଭାରତ ବାୟୋଟେକରେ ପ୍ରସ୍ତୁତ ହେଉଛି କୋଭାକ୍ସିନ୍ । ଏହାକୁ ଦେଶର ଦେଶୀ କରୋନା ଭ୍ୟାକ୍ସିନ ବୋଲି କୁହାଯାଉଛି । ତଥ୍ୟ ଅନୁସାରେ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଭାରତ ବାୟୋଟେକର ବୈଜ୍ଞାନିକ କମ୍ପାନୀ ଗେଷ୍ଟ ହାଉସରେ ରହୁଥିଲେ । ସେମାନେ କୋଭିଡ୍ ଟିକା ବିକାଶ କରିବାରେ ଏତେ ବ୍ୟସ୍ତ ଥିଲେ ଯେ, ଘରକୁ ଯିବା ପାଇଁ ସେମାନଙ୍କ ପାଖରେ ସମୟ ନଥିଲା । ଡିସେମ୍ବର ମାସରୁ ବୈଜ୍ଞାନିକ ମାନେ ଘରକୁ ଯିବା ଆସିବା କରୁଛନ୍ତି ।

ବସ୍ ଦ୍ୱାରା ଆସନ୍ତି ବୈଜ୍ଞାନିକ
ସହରଠାରୁ ଢେର ଦୁରରେ ଥିବାରୁ ଏଠାରେ କାମ କରୁଥିବା ବୈଜ୍ଞାନିକ ତଥା ଅନ୍ୟ କର୍ମଚାରୀ କମ୍ପାନୀ ବସରେ ଯିବା ଆସିବା କରିଥାନ୍ତି । ଜିନୋମ୍ ଭ୍ୟାଲି ମଧ୍ୟ ଦେଇ ଏହାର ଆଖପାଖରେ ଥିବା ଗାଁକୁ ରାସ୍ତା ରହିଛି ତେଣୁ ଭ୍ୟାଲି ମଧ୍ୟକୁ ପ୍ରବେଶ ଅନୁମତି ରହିଛି । କିନ୍ତୁ କୌଣସି କମ୍ପାନୀ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ନିଶେଧ । ଏଠାରେ ଭୟଙ୍କର ଭାଇରସଙ୍କ ଉପରେ କାମ ଚାଲୁଥିବାରୁ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି

୧୫ ହଜାର ବୈଜ୍ଞାନିକ,୬ ଶହ କୋଟି ଡୋଜ୍
ଜିନୋମ୍ ଭ୍ୟାଲିରେ ଏଗ୍ରିକଲଚର ବାୟୋଟେକ୍,କ୍ଲିନିକାଲ ରିସର୍ଚ୍ଚ ମ୍ୟାନେଜମେଣ୍ଟ୍,ବାୟୋଫାର୍ମା,ଭ୍ୟାକ୍ସିନ୍ ମ୍ୟାନୁଫ୍ୟାକ୍ଚରିଂ,ରେଗୁଲେଟରି ଆଣ୍ଡ୍ ଟେଷ୍ଟିଂ କରୁଥିବା ୨ଶହରୁ ଅଧିକ କମ୍ପାନୀଙ୍କ ଲାବ୍ରୋଟୋରି ଅଛି । ତେଣୁ ଏହାକୁ ଲାଇଫ୍ ସାଇନ୍ସ କ୍ଲଷ୍ଟର କୁହାଯାଇଥାଏ ।

ଭାରତ ବାୟୋଟେକ୍ ପ୍ରତିଷ୍ଠାତାଙ୍କ ଫଳ
ଜିନୋମ୍ ଭ୍ୟାଲି ପ୍ରତିଷ୍ଠା ପଛରେ ଅଛି ଭାରତ ବାୟୋଟେକ୍ ଏମଡି ଡାକ୍ତର କୃଷ୍ଣା ଏମ୍ ଏଲାଙ୍କ ଉଦ୍ୟମ । ୧୯୯୬ ମସିହାରେ ସେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ବାୟୋଟେକ୍ ନଲେଜ୍ ପାର୍କ ତିଆରି ପାଇଁ ପ୍ରେଜେଣ୍ଟେସନ୍ ଦେଇଥିଲେ । ସେତେବେଳେ ଏହା ଭାରତ ପାଇଁ ଗୋଟିଏ ନୂଆ କନସେପ୍ଟ ଥିଲ । ନାଇଡୁଙ୍କ ଗ୍ରୀନ ସିଗନାଲ ପରେ ଜିନୋମ ଭ୍ୟାଲି ଜନ୍ମ ନେଇଥିଲା ।

ଏଥିସହିତ ପଢ଼ନ୍ତୁ: ଆଶ୍ୱସ୍ତ କଲେ ଡିସିଜିଆଇ: କହିଲେ ଟିକା ୧୧୦% ସୁରକ୍ଷିତ

ଦୁର୍ବଳ ହେଉଛି କରୋନା: ୨୪ ଘଣ୍ଟାରେ ରାଜ୍ୟରେ ୧୯୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳ ମୁହାଁ ହେଉଛି। ଅଦୃଶ୍ୟ ଭୂତାଣୁ ଅସ୍ତିତ୍ୱ ହରାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ଉନ୍ନତ ପଦକ୍ଷେପ ଏବଂ ଜନ ସଚେତନତା ପାଇଁ ଆଜି ଓଡ଼ିଶାରେ କରୋନା ସଂକ୍ରମଣ ଘଟିଛି । ୨୦୦ ତଳକୁ ଖସିଲା ଓଡ଼ିଶାରେ କରୋନା ସଂକ୍ରମଣ। ୯ମାସର ଏହି ଭୂତାଣୁ ଏବେ ଦୁର୍ବଳ ହେବାରେ ଲାଗିଛି । ଦିନକରେ ସର୍ବନିମ୍ନ ୧୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪ ଜିଲ୍ଲା ଓ ଷ୍ଟେଟ ପୋଲରୁ ୧୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୯ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେଶରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଅନୁଗୁଳରୁ ୨୪, ବାଲେଶ୍ୱରରୁ ୩, ବରଗଡ଼ରୁ ୮, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୧, କଟକରୁ ୧୦, ବେଓଗଡ଼ରୁ ୧, ଢ଼େଙ୍ଗାନାଳରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୧୩, କେନ୍ଦ୍ରାପଡ଼ାରୁ ୯, ଖୋର୍ଦ୍ଧାରୁ ୧୦, କୋରାପୁଟରୁ ୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧, ନୂଆପଡ଼ାରୁ ୪, ପୁରୀରୁ ୧୩, ରାୟଗଡ଼ାରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ସଂକ୍ରମଣକୁ ମିଶାଇ ରାଜ୍ୟରେ ୩ ଲକ୍ଷ ୩୦ ହଜାର ୩୦୯ ଜଣ ମୋଟ ସଂକ୍ରମିତ ରହିଥିବା ବେଳେ ୩ ଲକ୍ଷ ୨୫ ହଜାର ୯୫୬ ଜଣ କରୋନାରୁ ଏପର୍ଯ୍ୟନ୍ତ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଏବଂ ରାଜ୍ୟରେ ୨ ହଜାର ୪୦୮ ଜଣ କରୋନା ସଂକ୍ରମିତ ରହିଛନ୍ତି । ସେହିପରି ରାଜ୍ୟରେ ଆଉ ୩ଜଣଙ୍କ ଜୀବନ ନେଇଛି କରୋନା ଏହାସହ ରାଜ୍ୟରେ ସମୁଦାୟ ୧୮୮୩ଜଣ ଆକ୍ରାନ୍ତ ମୃତ୍ୟୁ ହୋଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି,ଖାଲି ସ୍କୁଲ ନୁହେଁ ହଷ୍ଟେଲ ବି ଖୋଲିବ

ଭୁବନେଶ୍ୱର: ସ୍କୁଲ ସହ ଖୋଲିବ ହଷ୍ଟେଲ । ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର । ପିଲାଙ୍କ ପାଠପଢାରେ କିଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବା ପରେ ସେମାନଙ୍କ ସୁବିଧା ପାଇଁ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ତେଣୁ ଆସନ୍ତା ୮ରେ ସ୍କୁଲ ସହ ହଷ୍ଟେଲ ଖୋଲିବ । ଛାତ୍ରଛାତ୍ରୀଙ୍କ ହିତକୁ ନଜରରେ ରଖି ନିଆଯାଇଛି ଏଭଳି ନିଷ୍ପତ୍ତି ନିଆଯାଇଛି । ହଷ୍ଟେଲ ନ ଖୋଲିଲେ ବହୁ ପିଲାଙ୍କ ପାଇଁ ସମସ୍ୟା ହେବ । ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ପରେ ଏମିତି ନିଷ୍ପତ୍ତି ନିଆଯାଇଛି । ଯଦିଓ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ତେବେ ହଷ୍ଟେଲ ଗୁଡିକକୁ କରୋନା ଗାଇଡଲାଇନକୁ ମାନିବାକୁ ପଡିବ । କରୋନା ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତାକୁ ପ୍ରଧାନ୍ୟ ଦିଆଯିବ । ହଷ୍ଟେଲରେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସ୍କୁଲର ଦାୟିତ୍ୱ ହେବ ।

କୁଳମଣି ହତ୍ୟାକାଣ୍ଡ ମାମଲା : ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ । ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ ।

ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ । ମୁଁ ନିଜେ ଦୃଷ୍ଟି ଦେବି କିପରି ସେମାନେ ଗିରଫ ହେବେ । ବିଜେପି ଆମ ରାଜ୍ୟରେ ଆମ ବିରୋଧୀ ଦଳ ଭାବେ କହିବ ନିଶ୍ଚୟ । କିନ୍ତୁ ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେଣୁ ତାଙ୍କର ମୋ ସହ ଭେଟ ହୋଇଛି କିନ୍ତୁ ଏହି ହତ୍ୟାକାଣ୍ଡ ପୂର୍ବରୁ । ତେଣୁ ମୋ ସହିତ ଫୋଟୋ ରହିବା ସ୍ୱାଭାବିକ । ଏହାକୁ ନେଇ ବିରୋଧିଙ୍କ ଆକ୍ଷେପ ସମ୍ପୂର୍ଣ୍ଣ ଭୁଲ ।”

ସୂଚନାଯୋଗ୍ୟା ଯେ, କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି  ପ୍ରଭାରି ତଥା ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି । ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଛି ।