ଉତ୍ତରାଖଣ୍ଡ ହିମସ୍ଖଳନରେ ୨ ଓଡ଼ିଆ ନିଖୋଜ

1 min read
2 Odia Missing In Chamoli After Glacier Burst Uttarakhand

ଆରଡି: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ପରେ ବନ୍ୟାକୁ ବିତିଲାଣି ୩ ଦିନ । ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୁଡ଼ଙ୍ଗ ଭିତରେ ଜୀବନ ଖୋଜୁଛନ୍ତି ଯବାନ । ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୨୦୪ ଜଣ ନିଖୋଜ ଥିବା କୁହାଯାଉଛି । ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି ।

2 Odia Missing In Chamoli After Glacier Burst Uttarakhand

୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର । ଭଦ୍ରକ ଚାନ୍ଦବାଲି ବ୍ଲକ କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ଅଛନ୍ତି । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସାନ୍ତପୁଟିଆର ପର୍ଶୁରାମ ହାଂସଦା ନିଖୋଜ ଅଛନ୍ତି । ଉଭୟ ଋଷିଗଙ୍ଗା ପ୍ରକଳ୍ପରେ କାମ କରୁଥିଲେ । ହିମସ୍ଖଳନ ପରଠାରୁ ଉଭୟଙ୍କ କୌଣସି ଖୋଜ୍ ଖବର ନାହିଁ ।

ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେତେଟା ଆଗେଇ ନଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ଏବେ ଯାଏ ୩୨ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮ ଜଣଙ୍କ ପରିଚୟ ମିଳିଛି । ୨୪ ଜଣଙ୍କ ପରିଚୟ ଖୋଜା ଚାଲିଛି । ମୃତକଙ୍କ ମଧ୍ୟରେ ଉତ୍ତରାଖଣ୍ଡ ପୋଲିସର ୨ କର୍ମଚାରୀ ଅଛନ୍ତି । କେତେ ମୃତ ଓ କେତେ ନିଖୋଜ ସେନେଇ ଠୋସ୍ ତଥ୍ୟ ନଥିବା ବେଳେ ୧୯୨ରୁ ୨୦୪ ଜଣ ଲୋକ ନିକୋଜ ଥିବା ଡିଜିପି କହିଛନ୍ତି ।

Leave a Reply