spot_img
Home Blog Page 6157

ଅଙ୍ଗନୱାଡ଼ି କର୍ମୀଙ୍କୁ କେନ୍ଦ୍ରର ଅବହେଳା, ବର୍ଷିଲା ବିଜୁ ଜନତା ଦଳର ଶ୍ରମିକ ସାମ୍ମୁଖ୍ୟ

ଭୁବନେଶ୍ୱର: ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ବର୍ଷିଛି ବିଜେଡିର ଶ୍ରମିକ ସାମ୍ମୁଖ୍ୟ । ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ସାମ୍ମୁଖ୍ୟର ବାର୍ଷିକ କାର୍ଯ୍ୟକାରିଣୀରେ କରୋନା କାଳରେ ଅଙ୍ଗନୱାଡ଼ି କର୍ମୀଙ୍କ କାମକୁ ପ୍ରଶଂସା ସହ ଆଗାମୀ ଦିନରେ ସେମାନଙ୍କ ଦାବି ଉପରେ ଆଲୋକପାତ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଅଙ୍ଗନୱାଡ଼ି କର୍ମୀଙ୍କ ମନୋବଳ ବୃଦ୍ଧି କରିଥିଲେ ।

Biju Janata Dal Trade Union Slams Centre Over Anganwadi

ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଏହି ସାମ୍ମୁଖ୍ୟର ବାର୍ଷିକ କାର୍ଯ୍ୟକାରିଣୀରେ ମହାମାରୀ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶଂସନୀୟ କାମର ବିବରଣୀ ରଖାଯାଇଥିଲା । କିପରି ଘର ଘର ବୁଲି ତଥ୍ୟ ସଂଗ୍ରହରୁ ଆରମ୍ଭ କରି ସହାୟତା ପ୍ରଦାନ କରାଯାଇଛି, ତାକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଛି । ଏଥିସହ ସାମ୍ମୁଖ୍ୟ ପକ୍ଷରୁ ୭ ଦଫା ଦାବି ଉପସ୍ଥାପନ କରାଯାଇଥିଲା ।

ଗ୍ରୀଷ୍ମକାଳୀନ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ

ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି ସତ୍ତ୍ୱେ ହଇରାଣ ହେଉଥିବା କର୍ମୀଙ୍କ ସମସ୍ୟା ସମାଧାନ

ଅବସରକାଳୀନ ଭତ୍ତା ପ୍ରଦାନ ବିଜ୍ଞପ୍ତି

୫୦ ପ୍ରତିଶତକୁ ବୃଦ୍ଧି ପାଇଥିବା ସୁପରଭାଇଜର ପ୍ରୋମସନର ସଠିକ୍ କାର୍ଯ୍ୟକାରିତା

୭୫୦୦ରୁ ୧୦ହଜାର ଟଙ୍କାକୁ ଦରମା ବୃଦ୍ଧି

ଏସ୍‌ଏନ୍‌ପି ଓ ଟିଏଚ୍‌ଆର୍‌ ବଣ୍ଟନ ମୂଲ୍ୟ ବୃଦ୍ଧି

ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ପୂର୍ଣ୍ଣ କର୍ମୀର ମାନ୍ୟତା ପାଇଁ ଦାବି

ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଶୀଘ୍ର ପଦକ୍ଷେପ ନିଆଯିବ କହି ଅଙ୍ଗନୱାଡ଼ି କର୍ମୀଙ୍କ ମୁହଁରେ ହସ ଫୁଟାଇ ଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ ସଂଗଠନ ଆହୁରି ବ୍ୟାପକ ହେବ, ଅଧିକ ସଦସ୍ୟ ସଂଗ୍ରହ କରାଯିବ, ତାହା କାର୍ଯ୍ୟକାରିଣୀର ଫୋକସରେ ଥିବା ସେ ସୂଚନା ଦେଇଛନ୍ତି । ସେହିପରି ଏହି କର୍ମଶାଳାକୁ ଉଦଘାଟନ କରିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସୁସ୍ଥ ସମାଜ ଗଠନରେ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

Biju Janata Dal Trade Union Slams Centre Over Anganwadi

ଅଙ୍ଗନୱାଡ଼ି କର୍ମୀଙ୍କ ଅଧିକାର ଓ ଦାବିକୁ ସମ୍ମାନ ଜଣାଇ ଅଧିକରୁ ଅଧିକ କର୍ମୀ ଯେପରି ସାମିଲ ହୋଇ ଉପକୃତ ହୋଇପାରିବେ, ସେ ଦିଗରେ ସରକାରୀ ଦଳ ଚେଷ୍ଟା ଜାରି ରଖିଛି ।

ଦିଲ୍ଲୀରେ ଛାଡ଼ିଦେଇ ଭୁଲିଗଲେ, ବାପାମାଆଙ୍କୁ ଖୋଜୁଛି କେନ୍ଦ୍ରାପଡ଼ାର ଝିଅ

ନୂଆଦିଲ୍ଲୀ: ମାଆର ମମତା ଯେବେ ନିର୍ଦ୍ଦୟ ହୁଏ, ସେତେବେଳେ ସବୁ କିଛି ଭୁଲିଯାଏ । ଅଲୋଡ଼ା ହୋଇଯାଏ ସ୍ନେହ, ମମତା । ଝିଅ ବି ହୋଇଯାଏ ଅଲୋଡ଼ା । ଏମିତି ଏକ ଘଟଣାକ୍ରମରେ ଦିଲ୍ଲୀରେ ଠିକଣା ଖୋଜୁଛି ଓଡ଼ିଆ ଝିଅ ୯ ବର୍ଷର ସୋହାନୀ । ପ୍ରାୟ ୪ ବର୍ଷ ତଳେ କେନ୍ଦ୍ରାପଡ଼ାର ସୋହାନୀ ବାପାମାଆଙ୍କ ସହ ଦିଲ୍ଲୀ ଆସିଥିଲା । ସୋହାନୀଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ି ଚାଲି ଯାଇଥିଲେ ବାପାମାଆ । ସେତେବେଳେ ସାନ ଥିବା ସୋହାନୀ ବୁଝି ପାରିନଥିଲା କିଛି । ଦିନ ଗଡ଼ିବା ସହ ସୋହାନୀ ବଡ଼ ହୋଇଥିଲା । କିନ୍ତୁ ଫେରିନଥିଲେ ବାପାମାଆ ।

9 Years Old Sohani Of Kendrapada Searching Address In Delhi

ଏମିତି ସମ୍ପର୍କୀୟଙ୍କ ଘରେ ସୋହାନୀ ୪ ବର୍ଷ ରହିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ବାପାମାଆଙ୍କୁ ଫେରିବା ବାଟକୁ ଅପେକ୍ଷା କରିଥିବା ସୋହାନୀଙ୍କୁ ମାଡ଼ ମାରୁଥିଲେ ସମ୍ପର୍କୀୟ । ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ସୋହାନୀ ସ୍କୁଲକୁ ଆସିଥିବା ଚାଇଲ୍ଡ ଲାଇନକୁ ସବୁକଥା କହିଥିଲେ । ତା’ପରେ ଚାଇଲ୍ଡ ଲାଇନ୍ ସୋହାନୀଙ୍କୁ ଉଦ୍ଧାର କରିବା ସହ ନୋଏଡ଼ାର ସାଇକୃପା ବାଳକୁଟୀରରେ ଅଛନ୍ତି ।

9 Years Old Sohani Of Kendrapada Searching Address In Delhi

ସୋହାନୀର ଆଧାର କାର୍ଡରୁ ଘର କେନ୍ଦ୍ରାପଡ଼ାର ରାଜନଗର ଦେଉଳୋତ୍ତର ଗାଁ ବୋଲି ଜଣାପଡ଼ିଛି । ସୋହାନୀଙ୍କୁ ଘରକୁ ପଠାଇବା ଲାଗି ଉଦ୍ୟମ କରାଯାଉଥିବା ବେଳେ କରୋନା ଯୋଗୁଁ ସମ୍ଭବ ହୋଇପାରି ନାହିଁ । ଖୁବଶୀଘ୍ର ଯୋଗୋଯୋଗ କରାଯାଇ ସୋହାନୀକୁ ଘରକୁ ପଠାଯିବ ବୋଲି ଆଶ୍ରମ କର୍ତ୍ତୃପକ୍ଷ ଆଶା କରିଛନ୍ତି ।

ଟିମ ଇଣ୍ଡିଆକୁ କ୍ୱିନ୍ସଲ୍ୟାଣ୍ଡ ସରକାରଙ୍କ ନିର୍ଦ୍ଦେଶ, ନିୟମରେ ଖେଳ ନଚେତ ନଆସ

କାନବେରା: ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ସହ ଖେଳି ସାରିଛି ତିନୋଟି ଟେଷ୍ଟ । ବାକି ରହିଛି ଅନ୍ତିମ ସିରିଜ ଅର୍ଥାତ ଚତୁର୍ଥ ଟେଷ୍ଟ । କିନ୍ତୁ କଡାକଟକଣା ଏବଂ ଲକଡାଉନ ନିୟମ ଯୋଗୁଁ ଶେଷ ମ୍ୟାଚ ଖେଳିବାକୁ ନାରାଜ ରହିଛି ଭାରତୀୟ ଦଳ । ଏପଟେ ଟିମ ଇଣ୍ଡିଆର ଏପରି ସନ୍ଦେଶକୁ ସିଧା ଟାର୍ଗେଟ କରିଛନ୍ତି କ୍ୱିନ୍ସଲ୍ୟାଣ୍ଡ ସରକାର । ‘ଯଦି ଖେଳିବାକୁ ଚାହୁଁଚ, ନିୟମ ଅନୁଯାୟୀ ଖେଳ ନଚେତ ନଆସ’କହିଛନ୍ତି ସ୍ଥାନୀୟ ସରକାର ।

କ୍ୱିନ୍ସଲ୍ୟାଣ୍ଡ ସରକାରଙ୍କ କହିବା ମୁତାବକ, ଭାରତୀୟ ଦଳ ଯଦି ରାଜ୍ୟର ପ୍ରୋଟକଲ ଏବଂ କଟକଣା ମାନିବାକୁ ନାରାଜ । ତେବେ ରାଜ୍ୟକୁ ଆସିବାର ଆବଶ୍ୟକତା ନାହିଁ । କାରଣ କ୍ୱାରେଣ୍ଟାଇନ କଟକଣା ଯୋଗୁଁ ଟିମ ଇଣ୍ଡିଆ ଚତୁର୍ଥ ମ୍ୟାଟ ଖେଳିବାକୁ ଚାହୁଁ ନାହିଁ । ଯାହାକୁ ନେଇ ଏପରି ବୟାନ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ ।

କ୍ୱିନ୍ସଲ୍ୟାଣ୍ଡ ଖେଳମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ରାଜ୍ୟର ନିୟମ ମାନୁଛନ୍ତି, ରାଜ୍ୟକୁ ଆସୁଥିବା ଅତିଥିଙ୍କ ପାଇଁ ମଧ୍ୟ ଏହା ଧାର୍ଯ୍ୟ । ଅବମାମନା କରିବାର ଅଧିକାର କାହାର ନାହିଁ । ତେଣୁ ଟିମ ଇଣ୍ଡିଆ ଏହି ନିୟମକୁ ଅବହେଳା କରିବାର ପ୍ରଶ୍ନ ଉଠୁ ନାହିଁ । ଯଦି ଭାରତୀୟ ଦଳ ରାଜ୍ୟର କୋଭିଡ ପ୍ରଟୋକଲ ଏବଂ କ୍ୱାରେଣ୍ଟାଇନ ନିର୍ଦେଶ ମାନିବାକୁ ନାରାଜ, ତେବେ ଖେଳିବାକୁ ନଆସ ।

ଢାବାରୁ ଧରାପଡ଼ିଲେ ୨ ବ୍ରାଉନ୍ ସୁଗର ବେପାରୀ

ଭୁବନେଶ୍ୱର: ସହରରେ ଜମୁଛି ଜହର ବେପାର । ପାନ ଦୋକାନରୁ ରାସ୍ତାକଡ଼ ଢାବା ରାଜଧାନୀର ସବୁଠି ମିଳୁଛି ବ୍ରାଉନ୍ ସୁଗର । ପୂର୍ବରୁ ରାଜଧାନୀର ଏକାଧିକ ସ୍ଥାନରୁ ବ୍ରାଉନ୍ ସୁଗର ଜବତ ହୋଇଥିବା ବେଳେ ଜାତୀୟ ରାଜପଥ କଡ଼ ଢାବାରୁ ମିଳିଛି । କମିଶନରେଟ୍ ପୋଲିସର ତମାଣ୍ଡୋ ଥାନା ଓ କ୍ୟୁଏଟି ଟିମକୁ ଚଢ଼ାଉ ବେଳେ ମିଳିଛି ସଫଳତା । ତମାଣ୍ଡୋ ଥାନା ଅନ୍ତର୍ଗତ ପାଟଶାଣୀ ଢାବାରୁ ରେଡ୍ ବେଳେ ୫୨୦ ଗ୍ରାମ୍ ବ୍ରାଉନ୍ ସୁଗର ମିଳିଛି । ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ୟୁଏଟି ।

Drug Task Force Seized 520 Gms Brown Sugar And Arrested 2 Culprits

୨ ଅଭିଯୁକ୍ତଙ୍କ ଠାରୁ ନଗଦ ୧୩ ହଜାର ୪୦୦ ଟଙ୍କା, ୨ଟି ବାଇକ୍, ୪ଟି ମୋବାଇଲ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଏସକେ ନସିମୁଦ୍ଦିନ ଘର ଜଳେଶ୍ୱରରେ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚିତ୍ତରଞ୍ଜନ ରାଉତରାୟର ଘର ରସୁଲଗଡ଼ରେ ।

Drug Task Force Seized 520 Gms Brown Sugar And Arrested 2 Culprits

ଜବତ ୫୨୦ ଗ୍ରାମ୍ ବ୍ରାଉନ୍ ସୁଗରର ମୂଲ୍ୟ ପ୍ରାୟ ୫୨ ଲକ୍ଷ ଟଙ୍କା ହେବ । ୨ ଅଭିଯୁକ୍ତଙ୍କ ବିରୋଧରେ ତମାଣ୍ଡୋ ଥାନାରେ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଥାନାଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

ଭୁବନେଶ୍ୱରରେ ଝାଡ଼ଖଣ୍ଡ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ, ୧୦୩ ମୋବାଇଲ୍ ଜବତ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବାହାର ରାଜ୍ୟର ଲୁଟେରା । ଲୁଟୁଛନ୍ତି ମୋବାଇଲ୍ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ମୋବାଇଲ୍ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୦୩ଟି ଦାମୀ ମୋବାଇଲ୍ ଜବତ କରାଯାଇଛି । ୩  ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡର ସାହେବଗଞ୍ଜ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Commissionerate Police Nabbed 3 Of Jharkhand In Mobile Theft Case

ଜବତ ମୋବାଇଲ୍ ମଧ୍ୟରେ ଦାମୀ ଆଇଫୋନ୍ ମଧ୍ୟ ରହିଛି । ଚିନ୍ତାମଣିଶ୍ବର ଅଞ୍ଚଳରୁ ଚୋରି ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରାଙ୍କ ଘର ଉପରେ ଚଢାଉ କରିଥିଲା ପୋଲିସ । ଝାଡ଼ଖଣ୍ଡରୁ ଆସି ଭୁବନେଶ୍ବରରେ କିଛି ଦିନ ଡେରା ପକାଇ ଏମାନେ ଛିନତାଇ କରି ଚମ୍ପଟ ମାରୁଥିଲେ ବୋଲି ପୋଲିସ କହିଛି ।

ଆନ୍ଦୋଳନରତ ସ୍ଥଳରେ ଦୁଇ ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ଆନ୍ଦୋଳନରତ ସ୍ଥଳରେ ଚାଷୀଙ୍କ ମୃତ୍ୟୁ । ସୋନିପତର କୁଣ୍ଡଳୀ ସୀମାରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ପ୍ରବଳ ଥଣ୍ଡାରେ ହୃଦଘାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀର ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କୁଣ୍ଡଳୀରେ ମଧ୍ୟ ଚାଷୀ ଧାରଣାରେ ବସିଛନ୍ତି । ଗତକାଲି ସିଂଘୁ ସୀମାରେ ଜଣେ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ବ୍ୟକ୍ତିଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି । ଏହି ଚିଠି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଜଣାପଡିଛି । କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଚାଷୀ । ଆଇନ ପ୍ରତ୍ୟାହାର ନହେବା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ବର୍ଷକ ପରେ ଆରମ୍ଭ ହୋଇଛି ଖେଳ । ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଛି । କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍ । ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା କରାଯାଇଛି । ଏହି ଟିମରେ ୪ ଜଣ ଓଡ଼ିଆ ଝିଅ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୨୫ ଜଣିଆ ଭାରତୀୟ ମହିଳା ହକି ଦଳର ନେତୃତ୍ୱ ରାନୀ ନେଉଛନ୍ତି । ଏହି ଟିମରେ ୪ ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା, ଲିଳୀମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜ ସାମିଲ୍ ଅଛନ୍ତି । ଭାରତୀୟ ମହିଳା ହକି ଟିମ୍ ଆର୍ଜେଣ୍ଟିନା (ଜୁନିଅର ମହିଳା) ବିପକ୍ଷରେ ଜାନୁଆରୀ ୧୭ରେ ଓ ୧୯ ତାରିଖରେ ୨ଟି ଖେଳିବ । ସେହିଭଳି ଆର୍ଜେଣ୍ଟିନା ବି ଟିମ୍ ବିରୋଧରେ ଜାନୁଆରୀ ୨୨ ଓ ୨୪ରେ ୨ଟି ମ୍ୟାଚ୍ ଖେଳିବ ଭାରତ । ଜାନୁଆରୀ ୨୬, ୨୮, ୩୦ ଓ ୩୧ ତାରିଖରେ ଭାରତ-ଆର୍ଜେଣ୍ଟିନା ମଧ୍ୟରେ ୪ଟି ମ୍ୟାଚ୍ ଖେଳାଯିବ ।

ଭାରତ ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଭାରତୀୟ ମହିଳା ହକି ଦଳର ଖେଳାଳି ଓ ଅନ୍ୟ କର୍ମକର୍ତ୍ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଆର୍ଜେଣ୍ଟିନା ପହଞ୍ଚିବା ପରେ ଖେଳାଳି ଓ ଅନ୍ୟ କର୍ମକର୍ତ୍ତା କ୍ୱାରେଣ୍ଟାଇନରେ ରହିବେ ।

ଭାରତରେ ଉତ୍ପାଦିତ କେତେ ଖାଦ୍ୟ ବାର୍ଷିକ ନଷ୍ଟ ହୁଏ ?

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ମାସକରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନିଆଯାଉ । ଏଥିସହ ଫସଲର ସର୍ବନିମ୍ନ ମୂଲ୍ୟ ସହାୟକ ମୂଲ୍ୟ ନିଶ୍ଚିତ କରାଯାଉ । ତେବେ, ଖାଦ୍ୟ ପରିଚାଳନା ନେଇ କୌଣସି ନିର୍ଦ୍ଦିଷ୍ଟ ଭାବେ କିଛି କରାଯାଉନାହିଁ । ସୀମାରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଆପଣ ଜାଣନ୍ତି କି ଭିତ୍ତିଭୂମି ଅଭାବରୁ ବାର୍ଷିକ ଭାରତରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀର କେତେ ନଷ୍ଟ ହୁଏ ।

India's Agricultural Produce Is Wasted Annually

ନଷ୍ଟ ମଧ୍ୟ ଦୁଇ ପ୍ରକାରରେ ହୁଏ । ଗୋଟିଏ ଖାଦ୍ୟ ବିତରଣ ପ୍ରକ୍ରିୟାରେ ଅନ୍ୟଟି ସରକାରୀ ଗୋଦାମରେ ଗଚ୍ଛିତ ଗହମ ଓ ଚାଉଳ ଦ୍ୱାରା । ପ୍ରାୟତଃ ଖାଦ୍ୟ ସାମଗ୍ରୀ କାରଖାନାରୁ ଖୁଚୁରା ସ୍ତରରେ ନଷ୍ଟ ହୁଏ । ରିଟେଲ, ଫୁଡ୍ ସର୍ଭିସ ଓ ଘରେ ଖାଦ୍ୟ ନଷ୍ଟକୁ ଖାଦ୍ୟ ଖାଦ୍ୟ ଅପଚୟ କୁହାଯାଏ ।

ସୁପର ମାର୍କେଟରେ ଥିବା ଖାଦ୍ୟର ବ୍ୟବହାର ତାରିଖ ପଳାଇବା ପରେ ତାହା ନଷ୍ଟ ହୁଏ । ତେବେ, ବାର୍ଷିକ ଏଭଳି ଭାବେ କେତେ ଖାଦ୍ୟ ନଷ୍ଟ ହୁଏ ତାର ପରିମାଣ ଜଣାପଡ଼ିନାହିଁ । ଏ କ୍ଷେତ୍ରରେ ବ୍ରିଟେନ୍ ପଦକ୍ଷେପ ନେଇଥିବା ବେଳେ ୨୦୦୭ ତୁଳନାରେ ୨୭ ପ୍ରତିଶତ ଅପଚୟ କମିଛି ।

କୃଷିରେ କ୍ଷତି

ଲୁଧିଆନା ସ୍ଥିତ ସିଆଇପିଏଚଇଟି କୃଷିରେ କ୍ଷତିକୁ ନେଇ ଅଧ୍ୟୟନ କରିଥିଲା । ଅକ୍ଟୋବର ୨୦୦୫ ଓ ଫେବ୍ରୁଆରୀ ୨୦୦୭ରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିସ୍ କ୍ରମେ ସିଆଇପିଏଚଇଟି ୨୦୧୦ରି ଏକ ରିପୋର୍ଟ କମିଟିକୁ ଦେଇଥିଲା । ଅଗଷ୍ଟ ୨୦୧୨ରେ ରିପୋର୍ଟ ପ୍ରକାଶ ପାଇଥିଲା । ଆଉ ଏକ ଅଧ୍ୟୟନ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ କରିଥିଲା । ୪୩ଟି ଖାଦ୍ୟଶସ୍ୟ ଓ ପଶୁପାଳନ ୨୦୧୨-୧୩ ଏବଂ ୨୦୧୪ର ସାମଗ୍ରିକ ଦର ଉପରେ ହୋଇଥିଲା । ଦେଶର ୧୨୦ ଜିଲ୍ଲାର ୧୪ କୃଷି-ଜଳବାୟୁ ଜୋନରେ ହୋଇଥିବା ଅଧ୍ୟୟନ ରିପୋର୍ଟ ୨୦୧୫ ମାର୍ଚ୍ଚରେ ଆସିଥିଲା ।

India's Agricultural Produce Is Wasted Annually

ଶସ୍ୟ, ଡାଲି, ତୈଳବୀଜ, ବୃକ୍ଷରୋପଣ ଚାରା, ମସଲା ଜାତୀୟ, ପନିପରିବା, ଫଳ, କ୍ଷୀର, ମତ୍ସ୍ୟଚାଷ, କୁକୁଡ଼ା ଏବଂ ମାଂସରେ ଉତ୍ପାଦନ ଏବଂ ପରିବହନର ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା କ୍ଷତିଗୁଡ଼ିକ ଅଧ୍ୟୟନ କରାଯାଇଥି । ଚାଷ ସ୍ତରୀୟ କାର୍ଯ୍ୟଗୁଡ଼ିକର ଅଧ୍ୟୟନରେ ଅମଳ, ସଂଗ୍ରହ, ଶୁଖାଇବା, ପ୍ୟାକେଜିଂ ଏବଂ ପରିବହନ ଅନ୍ତର୍ଭୁକ୍ତ । ଷ୍ଟୋରେଜ୍ ଚ୍ୟାନେଲରେ ହୋଇଥିବା କ୍ଷୟକ୍ଷତିରେ ଫାର୍ମ ସ୍ତରରେ ଷ୍ଟୋରେଜ୍ ଏବଂ ଗୋଡାଉନ୍/କୋଲ୍ଡ ଷ୍ଟୋରେଜ୍, ହୋଲସେଲର, ଖୁଚୁରା ବ୍ୟବସାୟୀ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ଅନ୍ତର୍ଭୁକ୍ତ ।

ଶସ୍ୟ କ୍ଷେତ୍ରରେ କ୍ଷତି ମକାରେ ୪.୬୫% । ଗହମ ଏବଂ ଧାନ କ୍ଷେତ୍ରରେ କ୍ଷତି ଯଥାକ୍ରମେ ୪.୯୩% ଏବଂ ୪.୩୩% ଥିଲା । ଚାଷ କାର୍ଯ୍ୟ ସ୍ତରରେ କ୍ଷତି ଅଧିକ ଥିଲା | ଧାନ କ୍ଷେତରେ ୪.୬୭% ଏବଂ ଗହମ କ୍ଷେତରେ ୪.୦୭ ନଷ୍ଟ ହେଉଛି । ଉଭୟ ଗହମ ଏବଂ ଧାନ ପାଇଁ ଷ୍ଟୋରେଜରେ କ୍ଷତି ମାତ୍ର ୦.୮୬% ଥିଲା ।

India's Agricultural Produce Is Wasted Annually

ଆଶା କରାଯାଉଥିବା ପରି, ନଷ୍ଟ ହେଉଥିବା ଫସଲଗୁଡ଼ିକ ବହୁ ଅଧିକ କ୍ଷତି ହୋଇଥିଲା । ଆମ୍ବରେ ମୋଟ କ୍ଷତି ୯.୧୬% ଥିଲା । ଆମ୍ବ ଚାଷ କାର୍ଯ୍ୟରେ କ୍ଷତି ୨.୨୪% ଥିଲା । ଯାହାକି ଷ୍ଟୋରେଜ୍ କ୍ଷତି ଅପେକ୍ଷା ୬.୯୨% ଅଧିକ । ଗୁଆରେ କ୍ଷତି ୧୫.୮୮% ଥିବାବେଳେ ସେଓରେ ୧୦.୩୯% କ୍ଷତି ହୋଇଥିଲା ।

ପନିପରିବା କ୍ଷେତ୍ରରେ ଆଳୁରେ କ୍ଷତି ୭.୩୨% ଥିଲା । ଯେଉଁଥିରେ ୬.୫୪% ଚାଷ କାର୍ଯ୍ୟ ସ୍ତରରେ ଥିବାବେଳେ ଷ୍ଟୋରେଜ୍ ଚ୍ୟାନେଲରେ କ୍ଷତି ମାତ୍ର ୦.୭୮% ଥିଲା । ଶୀତଳ ଭଣ୍ଡାରରେ ଆଳୁର ବହୁଳ ସଂରକ୍ଷଣ ହେତୁ ଏହା ହୋଇଥାଏ । ଅନ୍ୟପକ୍ଷେ ୧୨. ୪୪% ଟମାଟୋ କ୍ଷତି ହେଉଥିବା ବେଳେ ଚାଷ କାର୍ଯ୍ୟ ସ୍ତରରେ ୯.୪୧% ଏବଂ ହୋଲସେଲ, ଖୁଚୁରା ଏବଂ ପ୍ରକ୍ରିୟାକରଣ ସ୍ତରରେ ଷ୍ଟୋରେଜରେ ୩.୦୩% କ୍ଷତି ହେଉଛି ।

India's Agricultural Produce Is Wasted Annually

ମାଛ କ୍ଷେତ୍ରରେ ମୋଟ କ୍ଷତି ୫.୨୩% ଥିଲା । ସେଥିମଧ୍ୟରୁ କେବଳ ୧.୦୫% ଷ୍ଟୋରେଜ୍ ଚ୍ୟାନେଲରେ ଥିଲା । କୁକୁଡ଼ା ମାଂସ ପାଇଁ ମୋଟ କ୍ଷତି ୬.୭୪% ହୋଇଥିବାବେଳେ ୪% କ୍ଷତି ଷ୍ଟୋରେଜ୍ ଚ୍ୟାନେଲରେ ଥିଲାଷ । ଅପରେସନ୍ ବନ୍ୟାର ସଫଳତା ହେତୁ କ୍ଷୀରରେ ମୋଟ କ୍ଷତି ମାତ୍ର ୦.୯୨% ଥିଲା । ଏହି ଅଧ୍ୟୟନରେ ସମସ୍ତ ଦ୍ରବ୍ୟର ମୋଟ କ୍ଷତିର ପରିମାଣ ପ୍ରାୟ ୯୨ ହଜାର ୬୫୧ କୋଟି କୋଟି ହେବ ବୋଲି ଆକଳନ କରାଯାଇଛି ।

ସେଣ୍ଟ୍ରାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍-୨୦୧୬ ଆକଳନ ଅନୁଯାୟୀ, ୨୦୧୨-୧୩ ମସିହାରେ ଉଦ୍ୟାନ କୃଷି ଉତ୍ପାଦନର ମୂଲ୍ୟ ୨ କୋଟି ୮୪ ହଜାର ହୋଇଥିବାବେଳେ କ୍ଷତିର ଆକଳନ ପ୍ରାୟ ୩୧ ହଜାର ୫୦୦ କୋଟି ଟଙ୍କା ଥିଲା । ଏହା ଉତ୍ପାଦନ ମୂଲ୍ୟର ପ୍ରାୟ ୧୧ ପ୍ରତିଶତ । ୨୦୧୨-୧୩ ମସିହାରେ ପଶୁପାଳନ ଉତ୍ପାଦନର ମୂଲ୍ୟ ୫.୦୮ ଲକ୍ଷ କୋଟି ହୋଇଥିବାବେଳେ କ୍ଷତିର ଆକଳନ ୧୯ ହଜାର କୋଟି ଟଙ୍କା ଥିଲା । ଏଥିରେ ମୋଟ ଉତ୍ପାଦନ ମୂଲ୍ୟର କ୍ଷତି ୩.୭ ପ୍ରତିଶତ ।

India's Agricultural Produce Is Wasted Annually

କ୍ଷତି ପଛରେ ସଚେତନତା ଅଭାବ

ତେବେ, ବାର୍ଷିକ ଖାଦ୍ୟଶସ୍ୟରେ ଏତେ କ୍ଷତି କାହିଁକି ହେଉଛି । କୃଷି ଓ ଉଦ୍ୟାନ କୃଷି ପାଇଁ କେବଳ କୋଲ୍ଡ ଚେନ୍ ଏବଂ ଷ୍ଟୋରେଜ ବ୍ୟବସ୍ଥା କରିଦେଲେ ହେବ ନାହିଁ । ଅମଳ ସମୟ ସହ ସର୍ଟିଂ ଓ ଗ୍ରାଡିଙ୍ଗ ଦାୟୀ । ଅମଳ ପାଇଁ କୃଷକଙ୍କୁ ଉନ୍ନତ ଶିକ୍ଷା ସହ ଅମଳ ଏବଂ ବିକ୍ରି ମଧ୍ୟରେ ବ୍ୟବଧାନ ହ୍ରାସ ଜରୁରୀ ।

ଭୁଶୁଡିଲା ଶ୍ମଶାନଘର ଛାତ, ଶବସଂସ୍କାର କରୁଥିବା ବ୍ୟକ୍ତି ସାଜିଲେ ଶବ

ଲକ୍ଷ୍ନୌ: ଶ୍ମଶାନ ଘର ନୁହେଁ, ତାହା ଥିଲା ଯମପୁର  । ଶବ ଦାହ କରୁଥିବା ବ୍ୟକ୍ତି ନିଜେ ପାଲଟିଗଲେ ଶବ  । ଜୁଇରେ ନିଆଁ ଲଗାଉଥିବା ମଣିଷମାନେ ଶେଷରେ ନିଜେ ଶୋଇଗଲେ ଯୁଇରେ  । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ  ।  ଅନ୍ତିମ ସଂସ୍କାର ବେଳେ ଅଘଟଣ । ଅନ୍ତିମ କାର୍ଯ୍ୟ ବେଳେ ଶ୍ମସାନ ଘର ଭୁଷୁଡି ୧୮ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି 15ରୁ ଅଧିକ ଲୋକ ଛାତ ତଳେ ଫଶି ରହିଛନ୍ତି । ଗାଜିଆବାଦର ମୁରାଦନଗର ଅଞ୍ଚଳରେ ଘଟିଛି ଘଟଣା । ଖବର ମିଳିବାପରେ ଗାଜିଆବାଦ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ଘଟଣାସ୍ଥଳରେ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ମୁରାଦନଗରରେ ଘଟିଥିବା ଆକସ୍ମିକ ଦୁର୍ଘଟଣାରେ ୧୮ ଲୋକଙ୍କ ଜୀବନ ଯିବା ସ୍ଥାନୀୟ ଅଞ୍ଚଳରେ ଶୋକବାର୍ତ୍ତା ବିଛାଇଦେଇଛି ।

ଆଜି ସକାଳେ କିଛି ଲୋକ ଶ୍ମଶାନରେ ଶବ ସଂସ୍କାର କାର୍ଯ୍ୟ ଜାରି ରଖିଥିଲେ । ଏହି ସମୟରେ ହଠାତ ବର୍ଷା ହୋଇଥିଲା । ଏବଂ ବର୍ଷା ହେବା ଯୋଗୁଁ ଏହି ସମୟରେ ବର୍ଷା ହେବାରୁ ଶ୍ମଶାନରେ କୋଠା ତଳେ ଆଶ୍ରୟ ନେଇଥିଲେ ଉପସ୍ଥିତ ଲୋକେ । କିଛି ସମୟ ମଧ୍ୟରେ ଛାତଟି ସେଠାରେ ଭୁଷୁଡି ପଡିଥିଲା । ଫଳରେ ଉପସ୍ଥିତ ଛାତ ତଳେ ୩୦ରୁ ଅଧିକ ଲୋକ ଫସି ରହିଥିବାବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଛାତଟି ଭୁଷୁଡି ପଡିଥିବା ଜଣାପଡିଛି । ଅନ୍ତିମକାର୍ଯ୍ୟ ବେଳେ ୧୮ ଜଣଙ୍କ ଅନ୍ତିମଯାତ୍ରା ଘଟଣା ଯେତିକି ଦୁଃଖଦ, ସେତିକି ଦୟନୀୟ ମଧ୍ୟ । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଶେଷକାର୍ଯ୍ୟ ସମ୍ମନ ହେଲା ସମୟରେ ଛାତ ଭୁଷୁଡି ପଡିବା ଫଳରେ ବଡ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିତିତ୍ସାଳୟରେ ଭର୍ତ୍ତି କରାଯାଇଛି ।

୧୧ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ, ୩ ମାସ ଚାଲିବ ପାଠପଢା

ଭୁବନେଶ୍ୱର: ଜାନୁଆରୀ ୧୧ ତାରିଖରୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଜାନୁଆରୀ ୧୧ରୁ  କଲେଜ ଓ ବିଶ୍ୱ ବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ର ପର୍ଯ୍ୟନ୍ତ ପାଠପଢା ଚାଲିବ । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ।

ସେହିଭଳି ଶେଷ ସେମିଷ୍ଟାର  କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ ୧୫ ତାରିଖ ଯାଏଁ ଚାଲିବ । ଶେଷ ସେମିଷ୍ଟାର ପାଇଁ ପରୀକ୍ଷା ୧୬ ଜୁନରୁ ଆରମ୍ଭ ହୋଇ ୩୦ ଜୁନରେ ଶେଷ ହେବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ଭିତରେ ପ୍ରକାଶିତ ହେବ ।

କ୍ଲାସ ପାଇଁ ଗାଇଡଲାଇନ୍

ପୂର୍ବଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢା ଯିବ । ସମ୍ଭବ ହେଲେ କ୍ଲାସର ଭିଡ଼ିଓ ରେକର୍ଡିଂ କରି ଅନୁପସ୍ଥିତ  ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ । ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କ୍ଲାସରେ ସାନିଟାଇଜେସନ ବ୍ୟବସ୍ଥା ରହିବ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଅଧିକ ବିଦ୍ୟାର୍ଥୀ ଥିବା କ୍ଲାସକୁ ବିଭାଜିତ କରାଯିବ । ଶିକ୍ଷାନୁଷ୍ଠାନ ପରିସରରରେ କେହି ବି ଛେପ ପକାଇବେ ନାହିଁ । ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବ । ପରୀକ୍ଷାକାଳ, ରବିବାର, ସାଧାରଣତନ୍ତ୍ର ଦିବସ , ସରସ୍ୱତୀ ପୂଜା ଓ ଉତ୍କଳ ଦିବସ କୁ ଛାଡ଼ି ଦେଲେ ଅନ୍ୟ ଦିନଗୁଡ଼ିକରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲା ରହିବ ।