ଆସାମରେ ୨, ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଯୋଜନା ପ୍ରସ୍ତୁତ କରୁଛି । ସୂଚନା ଅନୁସାରେ ଆସାମରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ସେଠାକାର ଭୋଟର ସରକାର ବାଛିବେ । ୫ ରାଜ୍ୟରେ ଭୋଟ୍ ହେବାକୁ ଥିବା ବେଳେ ତିନୋଟି ରାଜ୍ୟରେ ଗୋଟିଏ ଦିନରେ ଭୋଟ୍ ସାରିବାକୁ କମିଶନଙ୍କ ଯୋଜନା ରହିଛି । ଅନ୍ୟପକ୍ଷରେ ୨ଟି ରାଜ୍ୟରେ ଦୁଇରୁ ତିନି ପର୍ଯ୍ୟାୟରେ ଭୋଟ ହୋଇପାରେ । ସେହିଭଳି ପଶ୍ଚିମ ବଙ୍ଗରେ ୬ରୁ ୮ ପର୍ଯ୍ୟାୟରେ ଭୋଟ୍ ହେବାର ସମ୍ଭାବନା ରହିଛି ।

କମିଶନ ତାମିଲନାଡୁ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଉପରେ ବିଚାର କରୁଛନ୍ତି । ସେହିଭଳି ପ.ବଙ୍ଗରେ ୭ରୁ ୮ ଫେଜ୍ କିମ୍ବା ୫ରୁ ୬ ପର୍ଯ୍ୟାୟରେ ଭୋଟ୍ ହୋଇପାରେ ।

୫ ରାଜ୍ୟରେ କେବେ ଭୋଟ ହେବ ସେନେଇ କମିଶନ ଫେବୃଆରୀ ୧୫ ପରେ କମିଶନ ଘୋଷଣା କରିପାରନ୍ତି ।
ନିର୍ବାଚନ କମିଶନଙ୍କ ଅନୁସାରେ ତାମିଲନାଡୁରେ ମେ ୨୪,ପ.ବଙ୍ଗରେ ମେ ୩୦,ଆସାମରେ ମେ ୩୧,ପୁଡୁଚେରିରେ ଜୁନ୍ ୮ ଓ କେରଳରେ ଜୁନ୍ ୧ ତାରିଖ ଦିନ ସରକାରଙ୍କ କାର୍ଯ୍ୟକାଳ ସରୁଛି । ତାମିଲନାଡୁରେ ଇ.ପଲାନିସ୍ୱାମୀଙ୍କ ଏଆଇଏଡିଏମକେ ସରକାର ଶାସନରେ ଥିବା ବେଳେ ଆସାମରେ ବିଜେପି ଓ ପଶ୍ଚିମବଙ୍ଗରେ ଟିଏମସିର ସରକାର ରହିଛି ।

Leave a Reply