spot_img
Home Blog Page 6059

ସେତୁ ନିର୍ମାଣ ବେଳେ କ୍ରେନ୍ ବକେଟ୍ ଖସି ଶ୍ରମିକ ମୃତ

ବଣାଇ: ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ । କ୍ରେନ୍ ବକେଟ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଣାଇ ଉପଖଣ୍ଡର ତେଣ୍ଡରା-ବଡ଼ଗାଁକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ ବେଳେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକ କାମ କରୁଥିବା ବେଳେ ତାଙ୍କ ଉପରେ କ୍ରେନ୍ ବକେଟ ଖସି ପଡ଼ିଥିଲା । ଶ୍ରମିକ ଜଣଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Worker Dies Due To Crane Bucket Fallen In Bonai

ମୃତ ଶ୍ରମିକ ଜଣଙ୍କ ପାଲଲହଡ଼ା ସାରଗଡ଼ର ୪୦ ବର୍ଷୀୟ କାର୍ତ୍ତିକ ନାୟକ । ମୃତକଙ୍କ ଶବକୁ ମର୍ଗ ହାଉସରେ ରଖାଯାଇଛି । ଶ୍ରମିକଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କ କରି ପୋଲିସ ପ୍ରଶାସନ ପଦକ୍ଷେପ ନେଇଛି ।

‘ତାଣ୍ଡବ’କୁ ବଡ଼ ଝଟକା: ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ତାଣ୍ଡବ’ ୱେବ୍ ସିରିଜକୁ ମିଳିଲା ଆଉ ଏକ ବଡ଼ ଝଟକା। ଆଜି ସୁପ୍ରିମକୋର୍ଟ ୱେବସିରିଜର ନିର୍ଦ୍ଦେଶକ ତଥା ଅନ୍ୟ କଳାକାରଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି। ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ ‘ତାଣ୍ଡବ’ରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରିବା ଓ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେଣୁ ଗିରଫ ଭୟରେ ଫିଲ୍ମର ନିର୍ମାତା ଓ କଳାକାର କୋର୍ଟଙ୍କ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଯାହାତକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ଅଭିବ୍ୟକ୍ତିର ସ୍ୱାଧୀନତା ଅସୀମିତ ନୁହେଁ। ଏଥିସହିତ କୌଣସି ଧାର୍ମିକ ଭାବନାକୁ ଆଘାତ କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ବର୍ତ୍ତମାନ ଏହି ସିରିଜର ନିର୍ମାତାଙ୍କ ବିରୁଦ୍ଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଜାତିସୂଚକ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରିବା ଅଭିଯୋଗରେ ୬ଟି ରାଜ୍ୟରେ ମାମଲା ରୁଜୁ ହୋଇଛି।

ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ୱେବ ସିରିଜ୍‌ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ସାମାଜିକ ମୂଲ୍ୟବୋଧ, ଏକତା ଓ ହିନ୍ଦୁଙ୍କ ଧର୍ମୀକ ଭାବନାକୁ ଆଘାତ ଦେବା ଭଳି ଅପରାଧ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ସମସ୍ତ ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି।

 

ତିନିକୋଶିଆ ଜଙ୍ଗଲରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବନଖଣ୍ଡ ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିଛି । ଘଞ୍ଚ ଜଙ୍ଗଲ ଭିତରେ ନିଆଁ ଲାଗିଥିବାରୁ ମୂଲ୍ୟବାନ ଗଛ ଗୁଡ଼ିକ ଜଳି ଯାଉଛି । ନିଆଁ ଲାଗିଥିବାରୁ ଜଙ୍ଗଲରେ ଥିବା ଜୀବଜନ୍ତୁ ଭୟଭୀତ ହୋଇ ଜନବସତି ମୁହାଁ ହେବା ଆଶଙ୍କା ରହିଛି ।

Fire Broke Out In Nilagiri Tinikosia Forest

ଦମକଳ ବାହୀନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ତେବେ, ଜଙ୍ଗଲରେ କେମିତି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ପ୍ରତିବର୍ଷ ଖରା ବର୍ଷ ଆସିଲେ ଜଙ୍ଗଲରେ ଏମିତି ନିଆଁ ଲାଗିଥାଏ ।

ଉଦ୍‌ଘାଟନ ହେଲା ସ୍ୱର୍ଗତ ଜେ. ଜୟଲଳିତାଙ୍କ ସ୍ମାରକୀ

0

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟଲଳିତାଙ୍କ ସ୍ମାରକୀ ଉଦ୍‌ଘାଟନ କରିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଡାପଦି ପାଲାନିସ୍ୱାମୀ। ମାରିନା ବିଚରେ ନିର୍ମିତ ଜୟଲଳିତାଙ୍କ ସ୍ମାରକୀକୁ ପାଲାନିସ୍ୱାମୀ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପନୀର ସେଲ୍‌ଭମ୍ ବି ଉପସ୍ଥିତ ରହିଥିଲେ।

ତାମିଲନାଡୁ ରାଜନୀତିରେ ଜୟଲଳିତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଜୟଲଳିତାଙ୍କ ବାସଭବନ ‘ବେଦ ନିଲମ’କୁ ତାଙ୍କ ସ୍ମାରକୀ ଭାବେ ପୁନଃ ନିର୍ମାଣ କରାଯାଇଛି । ଫୋଏନିକ୍ସ (ଏକ କାଳ୍ପନିକ ପକ୍ଷୀ) ଆକୃତିର ଏହି ସ୍ମାରକୀକୁ ଆଜି ମୁଖ୍ୟମନ୍ତ୍ରୀ ପାଲାନିସ୍ବାମି ଉଦଘାଟଟନ କରିଛନ୍ତି । ଆଇଆଇଟି ମାଡ୍ରାସ ବିଶେଷ ସହାୟତାରେ ଏହି ସ୍ମାରକୀକୁ ନିର୍ମାଣ କରାଯାଇଛି । ଏଠାରେ ଭିଡିଓ ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ ସହ ୱାଟର ଫାଉଣ୍ଟେନ୍ ଓ କୃତ୍ରିମ ଆଲୋକୀକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଚଳିତବର୍ଷ ତାମିଲନାଡୁ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜେନୖତିକ ଦଳର ନେତା। ତାମିଲନାଡୁରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଦିବଂଗତ ଜେ. ଜୟଲଳିତାଙ୍କୁ ସାହାରା କରିଛି AIADMK। ପୁଣି ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଡାପଦି ପାଲାନିସ୍ୱାମୀ। ଜୟଲଳିତାଙ୍କ ସମର୍ଥକଙ୍କ ସମର୍ଥନ ପାଇବା AIADMK ଜୋରସୋର୍ ଉଦ୍ୟମ ଚଳାଇଛି।

ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା IFS ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି । ଅଭୟଙ୍କ ସହ ଟାଟା ମୋଟର୍ସ ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଜାମିନ ମିଳିଛି । ଉଭୟ ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏନେଇ ଓକିଲ ଅରୂପ ଚାନ୍ଦର ସୂଚନା ଦେଇଛନ୍ତି ।

Vigilance Court Granted Conditional Bail To Abhaykant Pathak And His Son

ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା । ଅଭୟଙ୍କ ଅମାପ ସମ୍ପତ୍ତି ଖୋସି ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି । ତା’ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ ।

 Vigilance Court Granted Conditional Bail To Abhaykant Pathak And His Son

ଉଭୟଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ଘନ ଘନ ଜେରା କରିଥିଲା ଭିଜିଲାନ୍ସ । ସରକାର ଅଭୟଙ୍କ ଚାକିରିରୁ ନିଲମ୍ବିତ କରିବା ସହ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ପରେ ପରେ ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ପରେ ତାଙ୍କୁ ବି ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ୍ ଦେଇଥିବା ବେଳେ ପ୍ରଦୀପଙ୍କୁ ଜାମିନ୍ ମିଳିନାହିଁ ।

Vigilance Court Granted Conditional Bail To Abhaykant Pathak And His Son

ପାଠକ ବାପପୁଅଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ସେମାନେ ଏବେ ଜେଲରୁ ମୁକୁଳି ପାରିବେ ନାହିଁ । ଅଭୟକାନ୍ତ ଓ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ଓ ଖାରବେଳ ନଗର ଥାନାରେ ମାମଲା ରହିଛି । ଏବେ ସମସ୍ତେ ଝାରପଡ଼ା ଜେଲରେ ଅଛନ୍ତି ।

ବ୍ରିଟେନ୍ ଷ୍ଟ୍ରେନକୁ ମାତ ଦେଉଛି କୋଭାକ୍ସିନ

0

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଛି। କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ବ୍ରିଟେନ୍ ଲକଡାଉନକୁ ପୁଣି ବଢ଼ାଦେଇଛି। ଏତିକିବେଳେ ବ୍ରିଟେନର ନୂଆ ଷ୍ଟ୍ରେନକୁ ଭାରତର କୋଭାକ୍ସିନ ମାତ ଦେଉଛି ବୋଲି ଜଣାପଡ଼ିଛି।

ବ୍ରିଟେନର ନୂଆ ଷ୍ଟ୍ରେନ ବିରୋଧରେ ଭାରତ ବାୟୋଟକ ଦ୍ୱାରା ପ୍ରସ୍ତୁତ ଦେଶୀ ଟିକା କୋଭାକ୍ସିନ ଭଲ କାମ କରୁଛି ବୋଲି ସୂଚନା ମିଳିଛି। ଏକ ଅନୁଧ୍ୟାନ ପରେ ଏନେଇ ଆଇସିଏମଆର ସୂଚନା ଦେଇଛି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ, କରୋନା ବିରୋଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବଢ଼ିଆ କାମ କରୁଥିବା ଆଇସିଏମଆର କହିଛି। ଏହା ଶରୀରରେ ବିକଶିତ ହେଉଥିବା ଆଣ୍ଟିବଡିକୁ ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି ଆଇସିଏମଆର କହିଛି।

ହିଂସା ପରେ ଆନ୍ଦୋଳନରୁ ଓହରିଲେ ଚାଷୀ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଭିତରେ ଆନ୍ଦୋଳନରତ ଚାଷୀଙ୍କ ହିଂସାକାଣ୍ଡ ପରେ ସଂଗଠନରେ ଫାଟ ସୃଷ୍ଟି ହୋଇଛି । ପରସ୍ପର ଉପରେ ଦୋଷ ଲଦାଲଦି ଆରମ୍ଭ ହୋଇଯାଇଛି । କୃଷକ ନେତା ଭାନୁପ୍ରତାପ ସିଂହ ଏବଂ ବିଏମ୍ ସିଂହ ଆନ୍ଦୋଳନରୁ ଓହରିଛନ୍ତି । ଏହି ଦୁଇ ନେତାଙ୍କ ନେତୃତ୍ୱରେ ଥିବା ସଂଗଠନ ଏଣିକି ଜାରି ରହିଥିବା କୃଷକ ଆନ୍ଦୋଳନରେ ଯୋଗ ଦେବେ ନାହିଁ ।

Fraction In Farmers Protest

ଭାନୁ ପ୍ରତାପଙ୍କ ନେତୃତ୍ୱରେ ଭାରତୀୟ କିଷାନ ୟୁନିୟନ ଏବଂ ବିଏମ୍ ସିଂହଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କୃଷକ ମଜଦୂର ସଂଗଠନ ଏହି ଆନ୍ଦୋଳନରେ ଯୋଗ ଦେଇଥିଲା । ଉଭୟ ନେତା ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାୟତଙ୍କୁ ଦାୟୀ କରି ଆନ୍ଦୋଳନ ଛାଡ଼ିଥିବା କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି- ଟିକାୟତ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କରି ଯୋଗୁ ହିଂସା ହୋଇଛି ବୋଲି ଆରୋପ ଲଗାଇଛନ୍ତି ଶ୍ରୀ ସିଂହ । ସେ ତାଙ୍କ ଆନ୍ଦୋଳନ ଜାରି ରଖିପାରନ୍ତି । ହେଲେ ମୁଁ ଲୋକଙ୍କୁ ମାଡ଼ ଖୁଆଇବା ବା ସହିଦ କରିବା ପାଇଁ ଚାହିଁବି ନାହିଁ । ଏଣୁ ମୁଁ ଏହି ଆନ୍ଦୋଳନରୁ ନିଜକୁ ଦୂରଉଛି ବୋଲି କହିଛନ୍ତି ବିଏମ୍ ସିଂହ ।

Fraction In Farmers Protest

ଶ୍ରୀ ସିଂହ ସର୍ବ ଭାରତୀୟ କିଶାନ ସଂଘର୍ଷ ସଂଯୋଜନା କମିଟିର ମଧ୍ୟ ମୁଖ୍ୟ ନେତା ଭାବେ କାର୍ଯ୍ୟ କରନ୍ତି । ଏବେ ଆନ୍ଦୋଳନରୁ ଓହରିଯିବା କୃଷକ ଆନ୍ଦୋଳନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । ତେବେ  ଦେଶରେ ଯେଉଁପରି ଭାବେ ସରକାର ଏମ୍ଏସପି ଉଚ୍ଛେଦ ପଥରେ ଚାଲିଛନ୍ତି ତାହାକୁ ସେ ସମର୍ଥନ କରନ୍ତି ନାହିଁ । ଏମ୍ଏସପି ସୁରକ୍ଷିତ କରିବା ପାର୍ଇ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।

ସେହିପରି ଅସାମାଜିକ ଲୋକଙ୍କ ସହ ଆମେ ନାହୁଁ ବୋଲି କହି ଭାନୁପ୍ରତାପ ଆନ୍ଦୋଳନରୁ ଓହରିଥିବା କହିଛନ୍ତି ।

Fraction In Farmers Protest

ସାଧାରଣତନ୍ତ୍ର ଦିବସ ଅବସରରେ କୃଷକ ସଂଗଠନ ପକ୍ଷରୁ ବୁଧବାର ଟ୍ରାକ୍ଟର ରାଲି ଆୟୋଜନ କରାଯାଇଥିଲା । ଆନ୍ଦୋଳନକାରୀମାନେ ଦିଲ୍ଲୀ ଭିତରେ ପଶି ହିଂସା ଓ ଉତ୍ତେଜନା ବଢ଼ାଇବା ସହ ଲାଲ୍ କିଲ୍ଲାରେ ଜାତୀୟ ପତାକା ପ୍ରତି ଅବମାନନା କରିଥିଲେ । ଏହା ସାରା ବିଶ୍ୱରେ ଭାରତର ପ୍ରତିଛବିକୁ ହାନୀ ପହଞ୍ଚାଇଛି । ବିଭିନ୍ନ ସଂଗଠନ ସହ ରାଜନୀତିକ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି ।

୨ ଝିଅଙ୍କୁ ହତ୍ୟାକରି ମୃତଦେହ ନିକଟରେ ନାଚିଥିଲେ ମାଆ

ତିରୁପତି: ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାସ୍ଥିତ ମଦନପାଲି ଗାଁରେ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ମାଆ, ମୃତଦେହ ନିକଟରେ ନାଚୁଥିଲେ । ନିଜକୁ ଭଗବାନ ଶିବ ବୋଲି କହିବା ସହ ଏହି ମହିଳା ଜଣଙ୍କ କରୋନା ସଂକ୍ରମିତ କି ନୁହେଁ ତାହା ପରୀକ୍ଷଣ ପାଇଁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ରବିବାର ଦିନ ୨୪ ଘଣ୍ଟା ଭିତରେ ଜୀବନ ଫେରି ଆସିବ ବୋଲି ଭାବି ୨ ଝିଅଙ୍କୁ ବଳି ଚଢ଼ାଇଥିଲେ ବାପା ଡା. ଭି ପୁରୁଷୋତ୍ତମ ନାଇଡ଼ୁ ଏବଂ ମାଆ ପଦ୍ମଜା । ଜଣେ ତାନ୍ତ୍ରିକଙ୍କ ପ୍ରରୋଚନାରେ ଆସି ବାପା-ମାଆ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।

ମୃତ ଦୁଇ ଝିଅ ହେଲେ ୨୭ ବର୍ଷୀୟା ଆଲେଖ୍ୟା ଏବଂ ୨୨ ବର୍ଷୀୟା ସାଇ ଦିବ୍ୟା । ପୋଲିସ ସୂଚନା ଅନୁସାରେ  ନିର୍ମମ ଭାବେ ଏମାନଙ୍କୁ ହତ୍ୟା କରିବା ପରେ ଉଭୟ ବାପା ଓ ମାଆ ମୃତଦେହ ନିକଟରେ ବସି ରହିଥିଲେ ।

ମୃତଦେହ ନିକଟରେ ବସି ରହିବା ସମୟରେ କରୋନା ଭୂତାଣୁ ଚୀନ ଦ୍ୱାରା ନୁହେଁ ବରଂ ଭଗବାନ ଶିବଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କହୁଥିବା ପୋଲିସ କହିଛି । ଖାଲି ସେତିକି ନୁହେଁ ଏହି ଭୂତାଣୁ ପୃଥିବୀ ପୃଷ୍ଠରୁ ‘ଅପଶକ୍ତି’କୁ ନଷ୍ଟ କରିବା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି ।

ଏ ଭିତରେ ଶ୍ରୀ ନାଇଡ଼ୁ ଏହାକୁ ଅପରାଧିକ ଘଟଣା ବୋଲି ସ୍ୱୀକାର କରିଥିବା ବେଳେ ମା’କିନ୍ତୁ ଏହା ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଇଥିବା କହିଛନ୍ତି ।

୭ ଦିନରେ ୮୯୪ ଶିଶୁଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଖୋଜ ଶିଶୁ ଉଦ୍ଧାର ମିଶନ ଦ୍ୱାରା ୮୯୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ମାତ୍ର ୭ ଦିନରେ ଏହି ଶିଶୁଙ୍କୁ ଉଦ୍ଧାର କରାଯିବା ଓଡ଼ିଶା ପୋଲିସର ଏକ ଉଲ୍ଲଖେନୀୟ କାର୍ଯ୍ୟ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି । ଏହି ଶିଶୁଙ୍କ ଭିତରୁ ୮୦୦ ଜଣ ଝିଅ ହୋଇଥିବା ବେଳେ ୯୪ ଜଣ ପୁଅ ଅଛନ୍ତି ।

Odisha Police Rescued 894 Missing Child In A Week

ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଅଭୟ କହିଛନ୍ତି, ବିଭିନ୍ନ ସମୟରେ ରାଜ୍ୟରେ ଦାଏର ହୋଇିଥିବା ନିଖୋଜ ଶିଶୁଙ୍କ ସମ୍ପର୍କିତ ରିପୋର୍ଟକୁ ଆଧାର କରାଯାଇ ଏହି ମିଶନ ହାତକୁ ନିଆଯାଇଥିଲା । ରାଜ୍ୟର ବିଭିନ୍ନ ଥାନାରେ ଏଥିଲାଗି ସ୍ୱତନ୍ତ୍ର ସ୍କାଡ୍ ଗଠନ କରାଯାଇଥିଲା । ଜାନୁୟାରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମିଶନ ୨୫ ତାରିଖ ଯାଏ ଚାଲିଥିଲା ।

ଏହି ସମୟ ଭିତରେ ୮୩୪ଟି ମାମଲାର ତଦନ୍ତ କରାଯାଇଥିଲା । ଉଦ୍ଧାର କରାଯାଇଥିବା ଶିଶୁଙ୍କ ଭିତରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୨୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଭାବେ ମୟୂରଭଞ୍ଜରେ ୧୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାଲେଶ୍ୱରରେ ୮୮ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଥିବା ଡିଜି ପୋଲିସ ସୂଚନା ଦେଇଛନ୍ତି ।

BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ଆପୋଲ ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ କୋଲକାତାର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨ ତାରିଖରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟ ଆଟାକ୍ ଆସିଥିଲା । ଯାହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏବେ ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାରୁ ଦାଦାଙ୍କ ରକ୍ତ ପ୍ରବାହ ପରୀକ୍ଷା କରାଯିବ ।

Sourav Ganguly Unwell Taken To Apollo Hospital For Further Treatment

ଆଞ୍ଜିଓପ୍ଲାଷ୍ଟି ପରେ ଗତ ୭ ତାରିଖରେ ସୌରଭ ଗାଙ୍ଗୁଲିଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ୨ ତାରିଖରେ ଘରେ ଜିମରେ ୱାର୍କ ଆଉଟ୍ କରୁଥିବା ବେଳେ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକ ତାଙ୍କୁ ଉଡଲ୍ୟାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Sourav Ganguly Unwell Taken To Apollo Hospital For Further Treatment

୪୮ ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି (Angioplasty)କରାଯିବ ସହ ଛାତିରେ ଷ୍ଟେଣ୍ଟ (Stent ) ଦିଆଯାଇଥିଲା । ସୌରଭଙ୍କ ଛାତିରେ ଆଉ ୨ଟି ଅବରୋଧ (ବ୍ଲକେଜ୍) ଥିବାରୁ ପରବର୍ତ୍ତୀ ଆଞ୍ଜିଓପ୍ଲାଷ୍ଟି ନେଇ ପରେ ନିଆଷ୍ପତ୍ତି ନିଆଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଏଥିସହ ନିୟମିତ ଚେକଅପ୍ ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର ।