‘ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି କମିଛି’

ଶ୍ରୀନଗର: ଜାମ୍ମୁକାଶ୍ମୀରରେ କମିଛି ଆତଙ୍କବାଦୀ ଗତିବିଧି । ୨୦୧୯ ତୁଳନାରେ ୨୦୨୦ରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ବହୁତ କମ୍‌  । ଧାରା ୩୭୦ ହଟିବା ପରେ ଏହା ସମ୍ଭବ ହୋଇଛି ବୋଲି ସଂସଦରେ କହିଛନ୍ତି କେନ୍ଦ୍ର ସରକାର  । ୨୦୨୦ରେ ମାତ୍ର ୨୪୪ଟି ଆତଙ୍କବାଦୀ ଘଟଣା ଘଟିଛି  । କିନ୍ତୁ ୨୦୧୯ରେ ୫୯୪ଟି ଘଟଣା ଘଟିଥିଲା  । ଏଥିସହ ୨୦୨୦ରେ ୨୨୧ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୦୧୯ରେ ୧୫୭ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା  । ଚଳିତବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ୧୫ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ବେଳେ ୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି  । ସେହିଭଳି ୨୦୨୦ରେ ୩୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୬ଜଣ ଲୋକଙ୍କ ଜୀବନ ଯାଇଛି  । ୨୦୧୯ରେ ୨୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ  । ଜାମ୍ମୁକାଶ୍ମୀରରେ  ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲୋରାନ୍ସ ନୀତି ଆପଣେଇଥିବା ବେଳେ ସେନାକୁ ଆହୁରି ମଜଭୁତ କରାଯାଉଛି  ବୋଲି କେନ୍ଦ୍ର ସରକାର ସଂସଦରେ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍‌ ଭିଡିଓ

Leave a Reply