କରୋନା ପ୍ରଭାବରେ ଦିଲ୍ଲୀରେ ୨୩୯୪ କମ୍ପାନୀ ବନ୍ଦ, ଏସବୁ ରାଜ୍ୟରେ ବି ତାଲା !

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଶିଳ୍ପ ଜଗତ ଖୁବ୍ ପ୍ରଭାବିତ ହୋଇଛି। Ministry Of Corporate Affairs (MCA) ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ କରୋନା ଯୋଗୁଁ ସବୁ ଦିନ ପାଇଁ ବନ୍ଦ ହୋଇଯାଇଥିବା କମ୍ପାନୀର ତାଳିକା ରହିଛି ।

MCA ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଏପ୍ରିଲ୍-୨୦୨୦ରୁ ଫେବୃଆରୀ-୨୦୨୧ ମଧ୍ୟରେ ଦେଶରେ ୧୦,୦୦୦ ଅଧିକ କମ୍ପାନୀ ବନ୍ଦ ହୋଇଯାଇଛି । ଫେବୃଆରୀ-୨୦୨୧ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀ ଅଧିନିୟମ, ୨୦୧୩ର ଧାରା ୨୪୮ (୨) ଅନ୍ତର୍ଗତ ମୋଟ୍ ୧୦,୧୧୩ କମ୍ପାନୀ ବନ୍ଦ କରାଯାଇଛି ।

ଧାରା ୨୪୮ (୨)ର ଅର୍ଥ ହେଉଛି କମ୍ପାନୀ ନିଜ ଇଚ୍ଛାରେ କାରବାର ବନ୍ଦ କରିଦେଇଛି । ଯଦିଓ କମ୍ପାନୀ ସ୍ୱଇଚ୍ଛାରେ ବନ୍ଦ ହୋଇଛି ତଥାପି ତଥାପି କରୋନା ସଙ୍କଟ ଜନିତ ଲକଡାଉନ୍ ଓ ତତପରେ ଆର୍ଥିକ ସ୍ଥିତି ପ୍ରଭାବ ପକାଇଥିଲା ।

ଦିଲ୍ଲୀରେ ମୋଟ୍ ୨୩୯୪ କମ୍ପାନୀ ବନ୍ଦ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୧୯୩୬ କମ୍ପାନୀ ବନ୍ଦ ହୋଇଥିଲା । ଗୁଜୁରାଟରେ ୧୭ କମ୍ପାନୀ ଓ ପଶ୍ଚିମବଙ୍ଗରେ ୪ କମ୍ପାନୀ ବନ୍ଦ ହୋଇଥିଲା ।

ସେହିପରି ଏପ୍ରିଲ୍ ୨୦୨୦ରୁ ଫେବୃଆରୀ ୨0୨୧ ମଧ୍ୟରେ ତାମିଲନାଡୁରେ ୧୩୨୨ ଓ ମହାରାଷ୍ଟ୍ରରେ ୧୨୭୯, କର୍ଣ୍ଣାଟକରେ ୮୩୬, ଚଣ୍ଡିଗଡରେ ୫୦୧, ରାଜସ୍ଥାନରେ ୪୭୯, ତେଲେଙ୍ଗାନାରେ ୪୦୪, କେରଳରେ ୩୦୭, ଝାଡଖଣ୍ଡ ୧୩୭, ମଧ୍ୟପ୍ରଦେଶରେ ୧୧୧, ବିହାରରେ ୧୦୪ କମ୍ପାନୀ ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।

ଅପରପକ୍ଷେ ମେଘାଳୟରେ ୮୮, ଓଡିଶାରେ ୭୮, ଛତିଶଗଡରେ ୪୭, ଗୋଆରେ ୩୬, ପଣ୍ଡିଚେରୀରେ ୩୧, ଗୁଜୁରାଟରେ ୧୭, ପଶ୍ଚିମବଙ୍ଗରେ ୪ ଏବଂ ଆଣ୍ଡାମାନ୍ ଓ ନିକୋବରରେ ୨ଟି କମ୍ପାନୀ ବନ୍ଦ ହୋଇଛି।

ତେବେ ସରକାରଙ୍କ କହିବାନୁଯାୟୀ ଏହି କମ୍ପାନୀ ମାଲିକ ମାନେ ସ୍ୱଇଚ୍ଛାରେ କମ୍ପାନୀ ଗୁଡିକୁ  ବନ୍ଦ କରିଦେଇଛନ୍ତି ।

 

Leave a Reply