spot_img
Home Blog Page 6058

ନାସା ଉତ୍‌କ୍ଷେପଣ କରିବ ଜଳ ଇନ୍ଧନ ଉପଗ୍ରହ

ନୂଆଦିଲ୍ଲୀ: ମହାକାଶକୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଉତ୍‌କ୍ଷେପଣ କରିବ ଜଳ ଇନ୍ଧନ ଉପଗ୍ରହ । ଏନେଇ ଚଳାଇଛି ଜୋରଦାର ପସ୍ତୁତି । ଏହି ଉପଗ୍ରହଗୁଡ଼ିକରେ ଜଳ ଇନ୍ଧନ କାମ କରିବ । ଏହି ଉପଗ୍ରହକୁ ପୃଥିବୀଠାରୁ ପ୍ରାୟ ୧୬୦ କିଲୋମିଟର ଉଚ୍ଚତାରେ ଛଡାଯିବ ।

ଯଦି ଏହି ମିଶନ ସଫଳ ହୁଏ ତାହାହେଲେ ଆମେରିକା ନୂଆ ଇତିହାସ ରଚିବ । ଉପଗ୍ରହ ଇନ୍ଧନରେ ଲାଗୁଥିବା ଅର୍ଥ ସଞ୍ଚୟ ହୋଇପାରିବ । ଜାନୁଆରୀ ମାସର ଶେଷ ସୁଦ୍ଧା ଆମେରିକା ଏହି ଜଳ ଇନ୍ଧନ ସେଟଲାଇଟ୍ ଉତକ୍ଷେପଣ କରିବ । ଏହି ଉପଗ୍ରହଗୁଡିକ ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯିବ । ସ୍ପେସ ଏକ୍ସ ଫାଲକନ-୯ ରକେଟ ଦ୍ବାରା ଏହା ମହାକାଶକୁ ଛଡାଯିବ । ନାସା ଏହି ଉପଗ୍ରହ ନା ରଖିଛି V-R3x ।

ଆଉ ଫେରିବନି ଟିକ୍‌ଟକ୍‌, ୨୦୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାକୁ ଯାଉଛି ଟିକ୍‌ଟକ୍‌ । ପୁଣି ଥରେ ଏହି‌ ଆପ୍‌କୁ ଭାରତରେ ଅନୁମତି ମିଳିବା ନେଇ ଯେଉଁ ଆଶା ଥିଲା ତାହା ଧିରେ ଧିରେ ମଉଳିବାରେ ଲାଗିଛି । ୨୦୨୦ ଜୁନ୍‌ରେ ଭାରତରେ ଟିକ୍‌ଟକ୍‌ ଆପ୍ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଏହିରି ଭିତରେ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଟକ୍‌ଟକ୍‌ ପୁଣି ଥରେ ଫେରିବା ପାଇଁ ଅନେକ ଚେଷ୍ଟା କରିଥିଲା । ହେଲେ ସଫଳ ହୋଇପାରିଲା ନାହିଁ । ତେଣୁ ଆପ୍ ବନ୍ଦ ହେବାର ୬ ମାସ ପରେ କମ୍ପାନୀ ପକ୍ଷରୁ ୨୦୦୦ କର୍ମଚାରୀଙ୍କ ଛଟେଇ କରାଯିବା ନେଇ ନିଷ୍ପତି ହୋଇଛି । ଭାରତରେ ଟିକ୍‌ଟକ୍‌ କମ୍ପାନୀରେ ଚାକିରି କରିଥିବା ପ୍ରାୟ ୨୦୦୦ କର୍ମଚାରୀ ଏବେ ଚାକିରି ହରାଇବେ । ଏନେଇ ସଂସ୍ଥାର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଲଦାଖ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୯ଟି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲାଗିଥିଲା । କାରଣ ଚୀନ୍‌ ଏହି ସବୁ ଆପ୍‌ ମାଧ୍ୟମରୁ ଭାରତରୁ ମୋଟ ଅଙ୍କର ରୋଜଗାର କରୁଥିଲା । ଏହି ଆପ୍‌ଗୁଡ଼ିକୁ ବନ୍ଦ କରିବା ଦ୍ୱାରା ଚୀନ୍‌କୁ ଶକ୍ତ ଅର୍ଥନୈତିକ ଧକ୍କା ଲାଗିଥିଲା ।

ଫେସବୁକରେ ବ୍ଲାକମେଲିଂ, ଅଜଣା ବ୍ୟକ୍ତିଙ୍କ ସହ ଚାଟ୍ କରୁଥିଲେ ରୁହନ୍ତୁ ସାବଧାନ

ଭୁବନେଶ୍ୱର: ରାଜଧାନୀରେ ସାଇବର ଠକଙ୍କ ଠକେଇର ନୂଆ ତରିକା । ଝିଅଙ୍କ ନାମରେ ଆକାଉଣ୍ଟ ଖୋଲି ପୁଅଙ୍କୁ ବ୍ଲାକ ମେଲିଂ କରୁଛନ୍ତି ଲୁଟେରା । ଫେସବୁକରେ ସାଙ୍ଗ ହଉଛନ୍ତି, ପରେ ନଗ୍ନ ଫଟୋ ଆଉ ଭିଡିଓ ମାଗୁଛନ୍ତି । ଫଟୋ ଭିଡିଓ ପାଇଲେ ସେମାନଙ୍କୁ ବ୍ଲାକମେଲିଂ କରୁଛନ୍ତି । ଏଭଳି ଅଭିଯୋଗ ପାଇଛି ସାଇବର ହେଲ୍ପ ଡେସ୍କ । ଏହି ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସାଧାରଣତନ୍ତ୍ର ଦିବସରେ ୩୮ଟି ସାଇବର ଠକେଇ ହୋଇଛି । ଗତ ୩ ଦିନରେ ୧୨୩ ଜଣଙ୍କୁ କଲ୍ କରି ଟଙ୍କା ଲୁଟିଛନ୍ତି ଲୁଟେରା । କେବଳ ଭୁବନେଶ୍ୱରକୁ ଆସିଛି ୪୬ ଅଭିଯୋଗ ।

Be Aware Before Chatting With Unknown In Social Media

କେମିତି ସାଇବର ଠକ ଜାଣୁଛି ଆପଣଙ୍କ ଡାଟା ? କେଉଁଠାରୁ ହେଉଛି ଆପଣଙ୍କ ଡାଟା ଲିକ୍ ? କିଏ ସାଇବର ଠକକୁ ଦେଉଛି ବ୍ୟାଙ୍କ  ଓ ମୋବାଇଲ ଡିଟେଲ୍ସ ? ସାଇବର ଅପରାଧକୁ ନେଇ ଅଭିଯୋଗ ପରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି । ଏ ନେଇ ଏକ ଅଭିଯୋଗ ଅନୁସାରେ କାର୍ଡ ବ୍ଲକ୍ କରିବାକୁ କହି ଠକ ପୋଛି ନେଇଛି ୫୦ ହଜାର ଟଙ୍କା । ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳର ସୌମେନ୍ଦ୍ର ସାହୁ ଥାନାରେ କରିଛନ୍ତି ଗୁରୁତର ଅଭିଯୋଗ । କ୍ରେଡିଟ କାର୍ଡ ବ୍ଲକ୍ କରିବା ନେଇ ନେଇ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର କେୟାରକୁ ଫୋନ କରିଥିଲେ । କିଛି ସମୟରେ ଏକ ଅଜଣା ନମ୍ବରରୁ କାର୍ଡ ବ୍ଲକ୍ ନେଇ ତାଙ୍କ ଫୋନକୁ କଲ୍ ଆସିଥିଲା । ଆଉ ପ୍ରୋସେସ୍ ଫଲୋ କରିବା ପାଇଁ ଠକ କହିଥିଲା । ଆଉ ତାପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇଗଲା । ଏଠି ପ୍ରଶ୍ନ, କଷ୍ଟମର ସର୍ଭିସର ଅଧିକାରୀ ସାମିଲ୍ ହୋଇଛନ୍ତି କି ଏଭଳି ଏକ ନେଟୱର୍କରେ ? ସାଇବର ଠକଙ୍କୁ ଲୋକଙ୍କ ତଥ୍ୟ ଦେଉଛନ୍ତି କି କଷ୍ଟମର ସର୍ଭିସ କର୍ମଚାରୀ  । ଯାହାକୁ ନେଇ ପୋଲିସ ତନାଘନା କରୁଛି ।

Be Aware Before Chatting With Unknown In Social Media

ସାଇବର ହେଲ୍ପ ଡେସ୍କକୁ ଠକେଇ ନେଇ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି । କେବଳ ଡାଟା ନୁହେଁ ଫେସବୁକରେ ଫ୍ରେଣ୍ଡସିପ୍ ପଠାଇ ରୋଡ୍ ମ୍ୟାପ ତିଆରି କରୁଛନ୍ତି । କିଛି ଦିନର ଚାଟିଂ ପରେ ସେକ୍ସି ଚେହେରା ଦେଖାଇ ଟଙ୍କା ଲୁଟିବା ପାଇଁ କରୁଛନ୍ତି ବ୍ଳାକ ମେଲିଂ । ଏଭଳି ଅନେକ ଯୁବକ ଶିକାର ହୋଇଥିବା ନେଇ ସାଇବର ହେଲ୍ପ ଡେସ୍କକୁ ରିପୋର୍ଟ ଆସିଛି । ସାଇବର ହେଲ୍ପ କାର୍ଯ୍ୟକ୍ଷମ ହେଲା ଦିନଠାରୁ ଏଟିଏମ୍ କାର୍ଡ ଓ ୟୁପିଆଇ ଦ୍ୱାରା ଠକେଇ ହୋଇଥିବା ସର୍ବାଧିକ କଲ୍ ଆସିଛି । ଗତ ତିନି ଦିନରେ ୧୨୩ଟି କଲ୍ ହେଲ୍ପ ଡେସ୍କକୁ କଲ ଆସିଥିବା ବେଳେ ୧୦ ଲକ୍ଷ ୩୮ ହଜାର ଠକେଇ ହୋଇଥିବା ପୋଲିସ୍ ରିପୋର୍ଟ ଦେଇଛି ।

Be Aware Before Chatting With Unknown In Social Media

ସାଇବର କ୍ରାଇମ୍ ରୋକିବାକୁ ହେଲେ ସଚେତନତା ହିଁ ଶେଷ ବାଟ । ସେପଟେ ଭୁବନେଶ୍ୱର କମିଶନରେଟ ପୋଲିସର ସାଇବର ଡେସ୍କ କାର୍ଯ୍ୟକ୍ଷମ ହେବା ପରେ, ଅନ୍ୟ ଜିଲ୍ଲାରେ ସାଇବର ହେଲ୍ପ ଡେସ୍କ ଖୋଲିବାକୁ ପ୍ରସ୍ତୁତ ହେଉଛି ପୋଲିସ ।

ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ଦିଆଯିବ । ୨୦୨୦ ମସିହା ପାଇଁ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ-ସାଧିକାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଓଡ଼ିଶା ସାହିତ୍ୟ ଏକାଡେମୀର  ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

୨୦୨୦ ମସିହା ପାଇଁ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ-ସାଧିକାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।

ଦେବେନ୍ଦ୍ର କୁମାର ଦାଶ
ଗିରିଜା ଶଙ୍କର ଶର୍ମା
ଅଶୋକ କୁମାର ପଟ୍ଟନାୟକ
ବାବାଜୀ ଚରଣ ପଟ୍ଟନାୟକ
ବାଇଧର ସାହୁ
ଜୀବନକୃଷ୍ଣ ମହାପାତ୍ର
ଦିଗରାଜ ବ୍ରହ୍ମା
ରୁଦ୍ର ନାରାୟଣ ପୃଷ୍ଟି
ସୌଭାଗିନୀ ମିଶ୍ର
ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର
କୃପାସିନ୍ଧୁ ନାୟକ
ନିର୍ମଳପ୍ରଭା ନାୟକ
ରାସେଶ୍ୱରୀ ମିଶ୍ର
ରାଧାବିନୋଦ ନାୟକ
ମହେଶ୍ୱର ମୂଳିଆ

ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳାକୁ ଅସ୍ତ୍ର କରି କେନ୍ଦ୍ରକୁ ଟାର୍ଗେଟ୍‌

ଭୁବନେଶ୍ୱର: ପୁଣି ରେଳ ରାଜନୀତି । ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଅବହେଳାକୁ ଅସ୍ତ୍ର କରି କେନ୍ଦ୍ରକୁ ଟାର୍ଗେଟ୍‌ କରିଛି ବିଜେଡି । ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଥିବାରୁ ଅଧିକ ଅନୁଦାନ ପାଇଁ ବିଜେଡି ସଂସଦମାନେ ରେଳବାଇ ପାଖରେ ଦାବି କରିଛନ୍ତି । ଜମି ଅଧିଗ୍ରହଣ ସତ୍ତ୍ୱେ ଅନେକ ପ୍ରକଳ୍ପ କାମ ଅଗ୍ରଗତି ହେଉନଥିବା ବିଜେଡି କହିଛି । ବିଜେପି କହିଛି- ବିଜେଡି ଖାଲି ଦାବି କରୁଛି, କିନ୍ତୁ ଆନ୍ତରିକତା ନଥିବାରୁ କାମ ଆଗକୁ ଯାଉନି । କଂଗ୍ରେସ ବିଜେଡିର ଦାବିକୁ ସମର୍ଥନ କରିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାରୁ ପ୍ରକଳ୍ପ କାମ ହେଉନି ବୋଲି କହିଛି ।

BJD Targets Centre Over Railway Fund

ଗଞ୍ଜାମ ଶୀତଳାପଲ୍ଲୀ ରେଳ ୱାଗନ ମରାମତି କାରଖାନା ଓ କଳାହାଣ୍ଡି ଇଲେକ୍ଟ୍ରିକ୍‌ ଲୋକୋମୋଟିଭ୍‌ ମେଣ୍ଟେନାନ୍ସ କାରଖାନା ପାଇଁ ଜମି ଅଧିଗ୍ରହଣ ସରିଛି । କାମ କିନ୍ତୁ ଆଗେଇ ପାରୁନାହିଁ । ସେହିପରି ପ୍ରାୟ ୩୦୦ ଷ୍ଟେସନ ବନ୍ଦ ହୋଇଯାଇଛି । ବିଜେଡି ହାତରେ ରାଜ୍ୟକୁ ରେଳବାଇ କ୍ଷେତ୍ରରେ ଅବହେଳାର ଏଭଳି ଲମ୍ବାଫର୍ଦ୍ଦ । ଦଳର ସାଂସଦ ଅମର ପଟ୍ଟନାୟକ କହିଛନ୍ତି- ପରିସ୍ଥିତି ଯାହା ବି ହେଉ, ଆମର ହକ୍ ଅଛି, ଅଧିକାର ଅଛି । ରେଳ ପ୍ରକଳ୍ପ ସଂକ୍ରାନ୍ତ ଆମ ଦାବି ପୂରଣ ହେବା ଦରକାର । କୋଭିଡ୍‌ କଟକଣା ସମୟରେ ମଧ୍ୟ ଓଡ଼ିଶାରୁ ଭଲ ଜିଏସ୍‌ଟି ଆଦାୟ ହୋଇଛି । ତେଣୁ ରେଳବାଇ କ୍ଷେତ୍ର‌ରେ ଆମକୁ ଅଲଗା ଦେଖିବାକୁ ହେବ । ରାଜ୍ୟ ସରକାର ଦୁଇଟି ଭାଗରେ ରେଳ ପାଇଁ ଦାବି କରିଛନ୍ତି । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫୦୦ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭୦୦ କୋଟି, ଏପରି ୭ ହଜାର ୨୦୦ କୋଟି ଟଙ୍କା ଦାବି କରାଯାଇଛି । ଅନେକ ସମୟରେ ରେଳବାଇ କହୁଛି- ଜମି ସମସ୍ୟା ଯୋଗୁ କାମ ଆଗେଇ ପାରୁନାହିଁ । ଏହା ଷ୍ଟେରିଓ ଟାଇପ୍ କଥା ହେଇ ଗଲାଣି ବୋଲି ଅମର କହିଛନ୍ତି ।

BJD Targets Centre Over Railway Fund

ବିଜେପି କହିଛି- ସରକାର ଠିକ୍ ସମୟରେ ଭିତ୍ତିଭୂମି ଦେଉନାହାନ୍ତି । ତେଣୁ ବିଳମ୍ବ ହେଉଛି । କେନ୍ଦ୍ର ସରକାର ରେଳ ସଂଯୋଗୀକରଣ ଚାହୁଁଥିବା ବେଳେ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ବିଜେପି କହିଛି । ୟୁପିଏ ସରକାର ଅପେକ୍ଷା ଏବେ ଅଧିକ ଅର୍ଥ ରେଳବାଇ ପାଇଁ ଆସୁଥିବାବେଳେ ସହଯୋଗ ଅଭାବରୁ ଓଡ଼ିଶାରେ ରେଳ ପ୍ରକଳ୍ପଗୁଡ଼ିକ ଧିମା ହେଉଛି ବୋଲି କହିଛି ବିଜେପି । ସେପଟେ କଂଗ୍ରେସ ରେଳ ପ୍ରକଳ୍ପ ପାଇଁ ବିଜେଡିର ଦାବିକୁ ସମର୍ଥନ ଜଣାଇଛି ।

BJD Targets Centre Over Railway Fund

ଅନେକ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ସହ ଜମି ବ୍ୟବସ୍ଥା କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିଛନ୍ତି । ଏହାସତ୍ତ୍ୱେ କାମ ଆରମ୍ଭ ହୋଇନାହିଁ । ସଂସଦରେ ଏକଥା ଉଠାଇ ତୁରନ୍ତ ଅର୍ଥ ଦେବାକୁ ଦାବି କରିବ ବିଜେଡି । ଆସନ୍ତା ୨୯ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ପହିଲାରେ ଆଗତ ହେବ ସାଧାରଣରେ ବଜେଟ ।

ଅନୁପସ୍ଥିତ ରହିଲେ ପରେ ମିଳିବନି ମାଗଣା ଭ୍ୟାକ୍ସିନ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ବଳକା ଥିବା କରୋନା ଯୋଦ୍ଧାଙ୍କୁ ଆଜିଠୁ ଟିକା ଦିଆଯାଇଛି । ଆଜି ଭୁବନେଶ୍ୱରର ୧୧ଟି ସ୍ଥାନରେ ଟିକା ଦିଆଯାଇଥିବା ବେଳେ କାଲିଠୁ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଟିକା ଦିଆଯିବ । ଆଜି ଭୁବନେଶ୍ୱରର ୧୧ଟି ସ୍ଥାନରେ ୧୧୩୭ ଜଣଙ୍କ କରୋନା ଟିକା ଦିଆଯାଇଛି । ଆସନ୍ତାକାଲି ରାଜ୍ୟର ୩୦ ଜିଲ୍ଲାର ୨୧୬ଟି କେନ୍ଦ୍ରରେ ୧୯ ହଜାର ୭୭୦ ଜଣଙ୍କ ଭ୍ୟାକ୍ସିନ୍ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Absent HCWs Will Not Get Chance For Free Covid Vaccination

ରାଜ୍ୟରେ ମୋଚ ୩ ଲକ୍ଷ ୩୮ ହଜାର ୭୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ଆଜି ସୁଦ୍ଧା ୧ ଲକ୍ଷ ୭୮ ହଜାର ୨୨୭ ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯାଇଛି । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ବଳକା ୧ ଲକ୍ଷ ୬୦ ହଜାର ୪୭୩ ଜଣଙ୍କୁ ଟିକା ଦିଆଯିବ ।

Absent HCWs Will Not Get Chance For Free Covid Vaccination

ତେବେ, କିଛି ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣ ଲାଗି ମେସେଜ୍ ଦିଆଯିବା ପରେ ବି ଟକାକରଣ କେନ୍ଦ୍ରକୁ ଆସୁନାହାଁନ୍ତି । ସେମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନନେଲେ ପରେ ପୁଣିଥରେ ମାଗଣା ଭ୍ୟାକ୍ସିନ୍ ଦିଆଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Absent HCWs Will Not Get Chance For Free Covid Vaccination

ଟିକାକରଣ ପରେ ରାଜ୍ୟରେ ୧୯ ଜଣଙ୍କ ଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । କେତେକଙ୍କ ଠାରେ ସାମାନ୍ୟ ଜ୍ୱର ରହୁଛି । ଗତ ୨୩ ତାରିଖରେ ନୂଆପଡ଼ାର ଜଣେ ଟିକା ନେବା ପରେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଟିକା ନୁହଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଦିଲ୍ଲୀରେ କୃଷକଙ୍କ ଉତ୍ପାତ, ଜୋର ଧରିଲା ରାଜ୍ୟ ରାଜନୀତି ! କଂଗ୍ରେସ ବି ନିନ୍ଦା କଲା

ଭୁବନେଶ୍ୱର: ଦିଲ୍ଲୀରେ କୃଷକଙ୍କ ଲଙ୍କାକାଣ୍ଡ ପ୍ରସଙ୍ଗକୁ ନେଇ ଓଡିଶାରେ ରାଜନୀତି ତୀବ୍ର ହୋଇଛି । ଚାଷୀଙ୍କ ଆନ୍ଦୋଳନକୁ ବହୁ ରାଜନୈତିକ ଦଳ ସମର୍ଥନ କରୁଥିଲେ ମଧ୍ୟ ହିଂସାକୁ ଗ୍ରହଣ କରିନାହାନ୍ତି । ଏପରିକି ଖୋଦ କଂଗ୍ରେସ ମଧ୍ୟ କୃଷକ ଆନ୍ଦୋଳନରେ ସିଧାସଳଖ ସାମିଲ ହୋଇଥିଲେ ବି ଦିଲ୍ଲୀକାଣ୍ଡକୁ ସମାଲୋଚନା କରିଛି । କିନ୍ତୁ ତୁରନ୍ତ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି କରିଛି କଂଗ୍ରେସ ।

ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା କଂଗ୍ରେସ । ହେଲେ ଗଣତନ୍ତ୍ର ଦିବସରେ ଚାଷୀ ସଂଗଠନଗୁଡ଼ିକର ହିଂସାତ୍ମକ କାର୍ଯ୍ୟକଳାପର କଡ଼ା ନିନ୍ଦା କରିଛି ଦଳ । ଦିଲ୍ଲୀରେ ଯେଭଳି ହିଂସାକାଣ୍ଡ କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ । ଆଉ ଦାବି କରିଛି, ଚାଷୀଙ୍କ ଦାବିକୁ ଆଉ ଅଣଦେଖା ନ କରି ତୁରନ୍ତ ସମାଧାନ କରାଯାଉ ।

ଅନ୍ୟପକ୍ଷରେ ଶାସକ ଦଳ ବିଜେଡି ମଧ୍ୟ ଦିଲ୍ଲୀରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛି । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯାଇପାରିବ ନାହିଁ । ତେବେ ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ ଚାଷୀଙ୍କ ଆୟ ଦ୍ବିଗୁଣା କରିବା ପାଇଁ ଯାହା ଆବଶ୍ୟକ ତାହା କେନ୍ଦ୍ର ସରକାର କରନ୍ତୁ ବୋଲି ଦାବି କରିଛି ଦଳ । ଏପରିକି ପୂର୍ବଭଳି ବିଜେଡି କୃଷକଙ୍କ ଏମ୍ଏସ୍‌ପି ପ୍ରସଙ୍ଗରେ ନିଜର ଲଢେଇ ଜାରି ରଖିବ ବୋଲି ସ୍ପଷ୍ଟ କରିଛି ।

ସେହିଭଳି ବିଜେପି ମଧ୍ୟ ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ରରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମାଲୋଚନା କରିଛି । ପୋଲିସ ଉପରେ ଆକ୍ରମଣ ସହ ତ୍ରିରଙ୍ଗା ପତାକାକୁ ଅସମ୍ମାନ, ସାରା ବିଶ୍ବରେ ଭାରତର ଛବିକୁ ଖରାପ କରିଛି ବୋଲି ବିଜେପି କହିଛି । ଏପଟେ ମଣ୍ଡି ସମସ୍ୟା ନେଇ ଓଡିଶାରେ ୨୯ ତାରିଖ ଦିନ ବିଜେପି ୫ଟି ସଂସଦୀୟ କ୍ଷେତ୍ରରେ କୃଷକ ଅଧିକାର ରାଲି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ନିଷ୍ପତ୍ତି ନେଇଛି । ଏପରିକି ଏହା ପରେ ମଧ୍ୟ ମଣ୍ଡିରେ ଚାଷୀଙ୍କ ଧାନ ସଠିକ ଢଙ୍ଗରେ ଗ୍ରହଣ କରା ନ ଗଲେ ଚକାଜାମ କରିବ ବୋଲି ଚେତାବନୀ ଦେଇଛି ବିଜେପି ।

ଦିଲ୍ଲୀରେ ପ୍ରାୟ ଦୁଇମାସ ଧରି ଚାଲିଥିବା କୃଷକ ଆନ୍ଦୋଳନ ସାଧାରଣତନ୍ତ୍ର ଦିବସରେ ଉଗ୍ର ରୂପ ଧାରଣ କରିଥିଲା । ଏଭଳି ସ୍ଥିତିରେ ଆଗକୁ ଆନ୍ଦୋଳନ କିଭଳି ରୂପ ନେଉଛି ତା ଉପରେ ସମସ୍ତଙ୍କର ନଜର ।

Budget 2021: କେତେକ ଉପାଦାନ ଉପରେ ସୀମା ଶୁଳ୍କ ବଢ଼ାଇପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାନୁଆରୀ ୨୯ରୁ ଆରମ୍ଭ ହେବ ସଂସଦର କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ଅଷ୍ଟମ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଗୃହରେ ଉପସ୍ଥାପନ କରିବେ । କରୋନା ସଂକଟ ମଧ୍ୟରେ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବା ବେଳେ ବଜେଟ୍ ଆସିବ । ଚଳିତ ବଜେଟରେ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ଉପାଦାନ ଉପରେ ସୀମା ଶୁଳ୍କ (କଷ୍ଟମ ଡ୍ୟୁଟି) ବଢ଼ାଇ ପାରନ୍ତି ।

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ଉପାଦାନ ଉପରେ ସୀମା ଶୁଳ୍କ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି । ତେବେ, କେଉଁ କେଉଁ ଉପାଦାନ ଉପରେ ସୀମା ଶୁଳ୍କ ବଢ଼ିବ ସେନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

Govt may increase customs duty on certain components in Union Budget 2021

ଗତବର୍ଷ ବଜେଟ୍ ଉପସ୍ଥାପନ ବେଳେ କଣ୍ଡେଇ, ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଜୋତା, ଫ୍ରିଜର, ରେଫିରେଟର ସାମଗ୍ରୀ, ଗ୍ରାଇଣ୍ଡର, ହେଡ୍ ଫୋନ୍ ଓ ଇୟର ଫୋନ୍, କଲର ଟିଭି ଏବଂ ଚାର୍ଜର ଉପରେ ସୀମା ଶୁଳ୍କ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।

ଜୋତା ଓ ଚପଲ ଉପରେ ସୀମା ଶୁଳ୍କ ୨୫ପ୍ରତିଶତରୁ ବୃଦ୍ଧି ପାଇ ୩୫ ପ୍ରତିଶତ ହୋଇଥିଲା । କଣ୍ଡେଇ ଉପରେ ଶୁଳ୍କ ୨୦ରୁ ୬୦ ପ୍ରତିଶତକୁ ବଢ଼ାଇ ଦିଆଯାଇଥିଲା । ଫ୍ରିଜର, ଗ୍ରାଇଣ୍ଡର ଉପରେ ସୀମା ଶୁଳ୍କ ଦ୍ୱିଗୁଣିତ କରାଯାଇଥିଲା ।

ନୂଆ ଗାଇଡ୍‌ଲାଇନ୍‌: ରାଜ୍ୟ ହାତରେ ପୂର୍ଣ୍ଣ କ୍ଷମତା, ପ୍ରେକ୍ଷାଳୟରେ ବଢ଼ିବ ଦର୍ଶକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜାରି ହେଲା ନୂଆ ଗାଇଡଲାଇନ୍ । ଫବ୍ରୁଆରୀ ମାସ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ । ଏହି ନୂଆ ଗାଇଡ୍‌ଲାଇନ୍‌ରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ଦେଖାଯାଇଛି । ପୂର୍ବ ଗାଇଡ୍ଲାଇନ୍‌ ଭଳି‌ ସ୍ଥାନୀୟ ପ୍ରଶାସନ ହାତରେ ରହିଛି କ୍ଷମତା । ସ୍ଥାନୀୟ ପ୍ରଶାସନ ଚାହିଁଲେ କଣ୍ଟେନମେଣ୍ଟ ଜୋନ୍‌ର ନିଷ୍ପତ୍ତି ନେଇପାରିବ । ଅନ୍ୟପଟେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ଉପରେ ଏହି ନୂଆ ଗାଇଡ୍‌ଲାଇନ୍‌ରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟ ସରକାରମାନେ ନିଜ ରାଜ୍ୟର ପରିସ୍ଥିତି ଦେଖି କୋଭିଡ୍‌ ସଂକ୍ରମଣ ରୋକିବାକୁ କଟକଣା ଲଗାଇପାରିବେ । ଏହାସହ ସମସ୍ତଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେବେ ଏବଂ ଏଥିପାଇଁ ବିହିତ ପଦକ୍ଷେପ ନେବେ । ତେବେ ରାଜ୍ୟ ସରକାରଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ସେମାନେ ଚାହିଁଲେ ଫିଲ୍ମ ହଲ୍‌ ଓ ସୁଇମିଂପୁଲ ପାଇଁ ସମସ୍ତଙ୍କୁ ଅନୁମତି ଦେଇପାରିବେ । ଏହା ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ ।

ଏବେ ବ୍ୟବସାୟୀକ କ୍ଷେତ୍ରଗୁଡ଼ିକ ପାଇଁ ମଧ୍ୟ କଟକଣା କୋହଳ କରାଯାଇଛି । ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ବ୍ୟବସାୟୀକ କାର୍ଯ୍ୟକ୍ରମ ବା ମିଟିଂ ପାଇଁ ଅନୁମତି ଦେଇପାରିବେ ।

ଏହା ସହ ନୂଆ ନିୟମ ଅନୁଯାୟୀ ରାଜ୍ୟ-ରାଜ୍ୟ ମଧ୍ୟରେ ଯାଆ-ଆସରେ କୌଣସି କଟକଣା ରହିବ ନାହିଁ । ଏମିତିକି ପାଖ ଦେଶ ସହ ବ୍ୟବସାୟୀକ ନେଣଦେଣ ପାଇଁ କୌଣସି ସ୍ୱତନ୍ତ୍ର ଅନୁମତି ଲୋଡ଼ା ନାହିଁ ।

ହିଂସାର ମୁଖ୍ୟ ଖଳନାୟକ କିଏ ? କାହାର ରହିଛି ହାତ ? ୨୨ ମାମଲାରେ ୨୦୦ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାର କିଏ ସେହି ଖଳନାୟକ ? କାହା ପାଇଁ ଘଟିଗଲା ଏତେ ବଡ ଅଘଟଣ ? ହିଂସା ଘଟଣାରେ ଚାଷୀ ନା ଆଉ କିଏ ? ଚାଷୀଙ୍କ ରାଲି ପାଇଁ ପ୍ରସ୍ତୁତ ନ ଥିଲା କି ଦିଲ୍ଲୀ ପୋଲିସ ? ଫେଲ ମାରିଲା କି ଗୁଇନ୍ଦା ବିଭାଗ ? ଦିଲ୍ଲୀ ଲାଲ କିଲ୍ଲାରେ ଘଟିଥିବା ହିଂସା କାଣ୍ଡକୁ ନେଇ ଏବେ ଦେଶବସୀଙ୍କ ମନରେ ଉଙ୍କି ମାରୁଛି ଏଭଳି ଅନେକ ପ୍ରଶ୍ନ ।

Clashes, vandalism, tractors on roads How farmers' march turned violent

ଜାନୁଆରୀ ୨୬ ସହ ଟ୍ରାକ୍ଟର ପରେଡ ପାଇଁ ପୂରା ତୟାର ଥିଲା ଦିଲ୍ଲୀ ପୋଲିସ । ଏହା ପରେ ବି କିଭଳି ଲାଲ କିଲ୍ଲା ଉପରେ ଚଢିଲେ ଚାଷୀ ? ହଜାର ହଜାର ଚାଷୀ କେମିତି ଲାଲ କିଲ୍ଲା ଭିତରକୁ ପଶିଲେ ? ତାକୁ ନେଇ ଉଠିଛି ପ୍ରଶ୍ନ ଆଉ ପ୍ରଶ୍ନ । ସେପଟେ ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁଙ୍କ ଭୂମିକା ପ୍ରଶ୍ନ ଘେରରେ ରହିଛି । ହିଂସା ପାଇଁ ଦୀପ ସିଦ୍ଧୁ ଉସୁକାଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି ।

Deep Sidhu

ମଙ୍ଗଳବାର ହିଂସା ପରେ ଲାଲ କିଲ୍ଲାରେ ଝଣ୍ଡା ଉଡ଼ାଇଥିବା ସୋସିଆଲ୍‌ ମିଡିଆରେ କହିଛନ୍ତି ଦୀପ ସିଦ୍ଧୁ । ଦୀପ ସିଦ୍ଧୁ ହେଉଛନ୍ତି ଜଣାଶୁଣା ପଞ୍ଜାବୀ ଅଭିନେତା । ଦୀପ ସିଦ୍ଧୁଙ୍କୁ ପୂର୍ବରୁ ନୋଟିସ୍ ଜାରି କରିଥିଲା ଏନଆଇଏ । ଦୀପ ସିଦ୍ଧୁ ଜଣେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ହୋଇଥିବାବେଳେ କିଭଳି ଚାଷୀ ରାଲିକୁ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

Deep Sidhu 1

୨୦୧୯ରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁରରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପାଇଁ ପ୍ରଚାର କରିଥିଲେ ଦୀପ ସିଦ୍ଧୁ । ସେହିପରି ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖା ସିଧାନର ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି । ଏହି ହିଂସା ଘଟଣା ପରେ ଦିଲ୍ଲୀ ପୋଲିସ ଓ ଗୃହ ମନ୍ତ୍ରାଳୟର ଚିନ୍ତା ବଢିଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଆକ୍‌ସନ୍‌ ମୋଡ୍କୁ‌ ଆସିଛି ଦିଲ୍ଲୀ ପୋଲିସ ।

ରାକେଶ ଟିକାୟତ, ଦର୍ଶନ ପାଲ, ଯୋଗେନ୍ଦ୍ର ସିଂ, ବୁଟା ସିଂ ଓ ରାଜେନ୍ଦ୍ର ସିଂଙ୍କ ଭଳି ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୨ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ସ୍କାନରରେ ଅଛନ୍ତି ୨୦୦ ଜଣ ହିଂସାକାରୀ । ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ ଜାରି ରଖିଛି ପୋଲିସ ।

Rakesh Tikayat

ଅନ୍ୟପଟେ ଚାଷୀ ଆନ୍ଦୋଳନରୁ ମୁହଁ ଫେରାଇ ନେଇଛନ୍ତି ଦୁଇ ଚାଷୀ ସଙ୍ଗଠନ । ମଙ୍ଗଳବାର ଘଟଣାକୁ ନିନ୍ଦା କରି ଆନ୍ଦୋଳନରୁ ଓହରିଥିବା ସୂଚନା ଦେଇଛନ୍ତି ଚାଷୀ ନେତା ବିଏମ୍‌ ସିଂହ । ସେହିଭଳି ଚାଷୀଙ୍କ ସମର୍ଥନରେ ବାହାରିଥିବା INLD ବିଧାୟକ ଅଭୟ ସିଂ ଚୌଟାଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

bm_singh

ତେବେ ଏହି ତମାମ ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି । ପୂରା ଘଟଣାରେ ଗୃହ ମନ୍ତ୍ରାଳୟ ଫେଲ ମାରିଥିବା କହି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମଙ୍ଗଳବାର ହୋଇଥିବା ହିଂସା ଘଟଣାରେ ଲାଲ କିଲ୍ଲାରେ ଅନେକ କ୍ଷତି ହୋଇଥିବାବେଳେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ମାମଲା । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଷ୍ଟିସଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଘଟଣାର ଯାଞ୍ଚ କରିବା ପାଇଁ ଅପିଲ କରାଯାଇଛି ।

Delhi Police