ବିଜେପିକୁ ମମତାଙ୍କ ଜବାବ: କହିଲେ, ମୁଁ ପ୍ରତିଦିନ ଚଣ୍ଡିପାଠ କରେ

1 min read

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରେ ପ୍ରଚାର ଜୋରଦାର । ଆସନ୍ତାକାଲି ମମତା ବାନାର୍ଜୀ ସେଠାରୁ ନାମାଙ୍କନ ଦାଖଲ କରିବେ । ତା’ପୂର୍ବରୁ ଆଜି ଜୋରଦାର ପ୍ରଚାର କରିଛନ୍ତି । ଏକ ସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି ଦିଦି  । ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ନେଇ ଦିଦି କଟାକ୍ଷ କରିଛନ୍ତି  । ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ ସବୁ ଧର୍ମକୁ ସମ୍ମାନ କରିବା ଶିଖାଏ । ମୁଁ ମଧ୍ୟ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନ୍ତୁ ନାହିଁ  । ମୁଁ ପ୍ରତିଦିନ ଘରେ ଚଣ୍ଡିପାଠ କରେ । ହିନ୍ଦୁ-ମୁସଲିମ କରି ବିଜେପି ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ଦିଦି କହିଛନ୍ତି  । କିନ୍ତୁ ଆସନ୍ତା ଏପ୍ରିଲରେ ପଶ୍ଚିମବଙ୍ଗବାସୀ ବିଜେପିକୁ ଏପ୍ରିଲ ଫୁଲ କରିଦେବେ ଦିଦି ଦୃଢୋକ୍ତି ପ୍ରକାଶ କରିଛନ୍ତି  । ମିଛ ପ୍ରତିଶ୍ରୁତି ଦେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କ ସହ ନିର୍ବାଚନ ପରେ କଥାବାର୍ତ୍ତା ବୋଲି ଦିଦି କହିଛନ୍ତି  । ଆଜିର ରାଲିରେ ମମତା ବାନାର୍ଜୀ ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି  । ପ୍ରଥମେ ସିଙ୍ଗୁରରୁ ନିର୍ବାଚନ ଲଢିବା ପାଇଁ ସ୍ଥିର ହୋଇଥିଲା  । କିନ୍ତୁ ଆପଣଙ୍କ ଭଲ ପାଇବା ପାଇଁ ନନ୍ଦିଗ୍ରାମ ଆସିଲି ବୋଲି ଦିଦି କହିଛନ୍ତି  । ଆପଣଙ୍କ ଭଲପାଇବା ନମିଳିଲେ ନାମାଙ୍କନ ପତ୍ର ଦାଖଲ କରିବି ନାହିଁ ବୋଲି ଦିଦି କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍‌ ଭିଡିଓ

Leave a Reply