ଆଜିଠାରୁ ଆରଡି ଆଖଣ୍ଡଳମଣି ମନ୍ଦିରରେ ୨ଦିନ ପାଇଁ ୧୪୪ଧାରା ଲାଗୁ

ଆରଡି: ଆସନ୍ତାକିଲ ପବିତ୍ର ଜାଗର। ଏନେଇ ୨ଦିନ ପାଇଁ ମନ୍ଦିରରେ ୧୪୪ଧାରା ଲାଗୁ ହୋଇଛି। ଆଜିଠୁ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୧୪୪ଧାରା ଲାଗୁ ହୋଇଛି। ଆଜି ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ଯାଏଁ ପୀଠରେ ୧୪୪ଧାରା ଜାରି ରହିବ। ତେଣୁ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହେବା ସହିତ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ମହାଶିବରାତ୍ରୀ ଅବସରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଏପଟେ ଜାଗର ନୀତିକାନ୍ତି ନିମନ୍ତେ ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେଉଛି। ଭୋର ୪ଟାରେ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ବାଲ୍ଯଭୋଗ ଲାଗି କରାଯିବ। ପରେ ପହଡଖିଆ ଅନ୍ନନୀତି, ଦିବା ୧ଟାରେ ଯୋଗୀବେଶ ଓ ବଡ ଅନ୍ନନୀତି ଭୋଗ ଲାଗି ହେବା । ଅପରାହ୍ଣ ୪ଟା ସୁଧା ସମସ୍ତ ନୀତିକାନ୍ତୀ ସମ୍ପର୍ଣ୍ଣ ହେବା ପରେ ମନ୍ଦିର ଶୋଧନ କରାଯାଇ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦି ଆଭୁଷଣ କରାଯାୟୀ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ପରେ ଏକବାର ଅନ୍ନନୀତି ଲାଗି କରାଯିବା ସହ ବିଧିବଧାନ ଅନୁଯାୟୀ ମନ୍ଦିର ଗର୍ଭଗୃହରେ ନୂତନ ଚାନ୍ଦୁଆ ଲାଗି ହେବା ସହିତ ମନ୍ଦିର ଚୂଡାରେ ନେତ ଲାଗି ହେବ।

Leave a Reply