ଏନଏସି ମାନ୍ୟତା ପ୍ରଦାନ ଦାବୀରେ ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ

ବଲାଙ୍ଗିର: ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ । ବଲାଙ୍ଗିର ଜିଲ୍ଲା  ଲୋଇସିଂହାକୁ ଏନଏସି ମାନ୍ୟତା ପ୍ରଦାନ ଦାବୀରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଦ୍ବାରା ବନ୍ଦ ଡାକରା ଦିଆୟାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି  । ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ।  ଗତ ୧୪ ଦିନ ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ପରେ ଆଜି ବନ୍ଦ ପାଳନ କରାଯାଉଛି । ଲୋଇସିଂହାକୁ ଏନଏସି ମାନ୍ୟତା ପ୍ରଦାନ ଦାବୀରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଫେବ୍ରୁୟାରୀ ୨୪ ତାରିଖ ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ଆସୁଥିଲା । ତେବେ ୧୪ ଦିନ ଧରି ଧାରଣା ଦେବା ପରେ ଆଜି ଆନ୍ଦୋଳନକୁ ବ୍ୟାପକ କରାଯାଇଛି । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

Leave a Reply