ନୂଆପଡ଼ା ତିଖାଲିରେ ପହଞ୍ଚି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ନୂଆପଡ଼ା: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରୁ ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତିଖାଲି ଡ୍ୟାମ ସାଇଡ଼ରେ ପହଞ୍ଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି। ଡ୍ୟାମ ସୁଇଚ ଦବାଇ ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମ୍‌ ଲୋକାର୍ପଣ କରିଥିଲେ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା।

ପ୍ରଥମେ ନୂଆପଡ଼ାରେ ୨୩୩୭ କୋଟି ୧୫ ଲକ୍ଷର ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ୫୦ କୋଟି ୨୯ ଲକ୍ଷ ପ୍ରକଳ୍ପର ଶିଳାନ୍ୟାସ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହିଛନ୍ତି। ତେବେ ଏହା ଦ୍ୱାରା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଫୋକସରେ ଜଳସେଚନ ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ। କାରଣ ଏହି ପ୍ରକଳ୍ପ ଦ୍ୱାରା ଜଳସେଚିତ ହେବ ୨୯ ହଜାର ହେକ୍ଟର ଚାଷ ଜମିକୁ।

ଏହାସହ ଉପକୃତ ହେବେ ୭୯ ଗାଁର ୧୯ ହଜାର ଚାଷୀ। ସେହିପରି ବୋଡେନ ବ୍ଲକର ୧୫ ହଜାର ୧୨୧ ପରିବାର, ନୂଆପଡ଼ାର ୧୧ ହଜାର ୧୮୫ ପରିବାର ଓ ଖଡିଆଳ ବ୍ଲକର ୮ ହଜାର ୮୯୩ ପରିବାରକୁ ମିଳିବ ବିଶୁଦ୍ଧ ପାଣି। ଏହି ପ୍ରକଳ୍ପ ଶିଳାନ୍ୟାସ ହେବା ପରେ ଏଣିକି ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବ ଫ୍ଲୋରାଇଡ ମୁକ୍ତ ବିଶୁଦ୍ଧ ପାଣି । ମରୁଡି ପ୍ରବଣ ଟ୍ୟାଗରୁ ମୁକୁଳି ନୂଆପଡ଼ା ଚାଷ ଜମି ହେବ ଶସ୍ୟ ଶ୍ୟାମଳା । ପ୍ରତି ଚାଷୀଙ୍କ ଜମିରେ ପହଞ୍ଚିବ ଲୋୟର ଇନ୍ଦ୍ର ପାଣି । ଶିକ୍ଷାର ବିକାଶ ପାଇଁ ସିନାପଲ୍ଲୀ, ବୋଡେନ ଓ କୋମନାରେ ତିଆରି ହେବ ହଷ୍ଟେଲ । ଦାଦନରୁ ବର୍ତ୍ତିବା ପାଇଁ ନୂଆପଡ଼ାର ଯୁବକ ଯୁବତୀଙ୍କୁ ଦିଆଯିବ କୌଶଳ ବିକାଶର ତାଲିମ । ବୋଡେନ ବ୍ଲକରେ ଲୋକାର୍ପିତ ହେବ ଦକ୍ଷତା ବିକାଶ କେନ୍ଦ୍ର । ସେହିପରି ଗମନାଗମନର ସୁବିଧା ପାଇଁ ରାସ୍ତାଘାଟ ଓ ପୋଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply