TMC ସାଂସଦ ସମସ୍ତଙ୍କ ସାମ୍ନାରେ ଟାଣିଲେ ମହିଳା MLAଙ୍କ ଗାଲ, ଭିଡିଓ ନେଇ ବିରୋଧି କଲେ ଟାର୍ଗେଟ

1 min read

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଲା। ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି କସରତ। ଏଭଳି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେତାମାନଙ୍କର ଭିଡିଓ।  ଏହି ସବୁ ଭିଡିଓକୁ ନେଇ ନେତା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ତେବେ ପଶ୍ଚିମବଙ୍ଗରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବଙ୍ଗଳା (ବିଜେପି) ସାଂସଦ ଲକେଟ୍ ଚାଟାର୍ଜୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି TMC ଏବଂ ଏହାର ସାଂସଦ କଲ୍ୟାଣ ବାନାର୍ଜୀ ଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ ଟିଏମସି ସାଂସଦ ସାମ୍ବାଦିକ ସମ୍ମିଳନୀରେ ଦଳର ଜଣେ ମହିଳା ବିଧାୟକଙ୍କ ଗାଲ ଟାଣୁଥିବା ନଜର ଆସିଛନ୍ତି।

କିନ୍ତୁ ଏହି ଭିଡିଓ ଏବେର କି ବହୁ ପୁରୁଣା ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଲକେଟ୍ ଚାଟାର୍ଜୀ ଦାବି କରିଛନ୍ତି ଯେ ଏଥିରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ଲକେଟ୍ ଚାଟାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ ଟିଏମସି ମହିଳା ସଶକ୍ତିକରଣ କରୁଛି, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବ୍ୟାଙ୍କୁରା ମହିଳା ବିଧାୟକ ଯେଉଁମାନେ ଟିକେଟ୍ ନ ପାଇ ନିରାଶ ହୋଇଥିଲେ ।

ବିଜେପି ନେତା ଏହି ଭିଡିଓକୁ ଭାଇରାଲ କରିବା ପରେ ବିଜେପି ଏବଂ TMC ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେପି କହିଛି ଯେ ଗତ ଦଶ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ବଳାତ୍କାର, ନିର୍ଯାତନା ଭଳି ମହିଳା ଅପରାଧ ଘଟଣାରେ ହ୍ରାସ ଘଟିନାହିଁ। ଏପରିକି ରାଜ୍ୟର ମମତା ସରକାର ଏନସିଆରବିରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ପରିସଂଖ୍ୟାନ ଦେଇନାହାଁନ୍ତି। ଏହି କାରଣରୁ ବିସ୍ତୃତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ TMC ଏଥର 50 ଜଣ ମହିଳାଙ୍କୁ ସ୍ଥାନ ଦେଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷା ଏବଂ ମୁଦ୍ରାସ୍ଫୀତି ସମ୍ପର୍କରେ କୋଲକାତାରେ ଏକ ରାଲି କରିଛନ୍ତି। ଏଥିରେ ତାଙ୍କ ସହିତ ବହୁ ସଂଖ୍ୟକ ମହିଳା ନଜର ଆସିଥିଲେ।

 

Leave a Reply