ମହାନଦୀ ଟ୍ରିବ୍ୟୁନାଲକୁ ପୂରିଲା ତିନି ବର୍ଷ: ଏଯାଏଁ ହୋଇନାହିଁ ସମାଧାନ

1 min read

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ ପୂରିଲା ତିନି ବର୍ଷ । ହେଲେ ଛତିଶଗଡ଼-ଓଡ଼ିଶା ମଧ୍ୟରେ ଥିବା ଜଳବିବାଦର ସମାଧାନ ଏ ଯାଏଁ ହୋଇନାହିଁ  । ମହାନଦୀକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ବାରମ୍ବାର ବୈଠକ ବସିଥିଲା  । ହେଲେ ସମାଧାନର ବାଟ ଫିଟିନଥିଲା  । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ । । ତିନି ବର୍ଷ ମଧ୍ୟରେ ୧୯ଟି ଶୁଣାଣି ସରିଥିଲେ ମଧ୍ୟ ସବୁ ଫେଲ ମାରିଛି । ମହାନଦୀ ଉପରେ ଓଡ଼ିଶା ହକ ପାଇବା ପାଇଁ ଶାସକ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବା ସହ ଏବେ ଆଇନଗତ ଲଢେଇ ଲଢ଼ୁଛି  । ଆଗାମୀ ଦିନରେ ଏହି ଲଢେଇ ଜାରି ରହିବ ବୋଲି ଶାସକ ଦଳ କହିଛି  । ସେପଟେ ଜଳ ବିବାଦ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲର ସମୟ ସୀମା ବୃଦ୍ଧି କରିବା ପାଇଁ ବିଜେପି ଦାବି କରିଛି । ଯେହେତୁ ସମାଧାନ ବାହାରିନାହିଁ ତେଣୁ ଟ୍ରିବ୍ୟୁନାଲର ସମୟ ସୀମା ଆହୁରି ୨ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ତେବେ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଉଛି କଂଗ୍ରେସ  । ଏବେ ଛତିଶଗଡ଼ ନିୟମ ଉଲ୍ଲଂଘନ କରି ମହାନଦୀରେ ବେଆଇନ ବ୍ୟାରେଜ ନିର୍ମାଣ କରିଛି  । ଯାହାଫଳରେ ଅଣମୌସୁମୀ ସମୟରେ ଓଡ଼ିଶା କମ ପାଣି ପାଉଛି  । ଆଗାମୀ ଦିନରେ ଅବବାହିକାରେ ଭୟାନକ ପରିସ୍ଥିତି ହେବ ବୋଲି କଂଗ୍ରେସ ଆଶଂକା ପ୍ରକାଶ କରିଛି  ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

Leave a Reply