ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

1 min read

ଇନ୍ଦୋର: ଜଙ୍ଗଲ ନୁହେଁ କଂକ୍ରିଟ ଜଙ୍ଗଲରେ ବୁଲୁଛି ବାଘ । ବାଟରେ ଯିଏ ଆସୁଛି ତାକୁ ଆକ୍ରମଣ କରୁଛି । ଏହି ଜଙ୍ଗଲୀ ବାଘ ଆକ୍ରମଣରେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟାର ନିରନ୍ତର ପ୍ରୟାସ ପରେ ବାଘକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି ବନ ବିଭାଗ।

ଘଟଣାନୁଯାୟୀ, ଗୁରୁବାର ଜଙ୍ଗଲରୁ ବାଟ ଭୁଲି ଲିମ୍ୱୋଡି ଓ ଏହାର ଆଖପାଖ ଜନବସତି ଆଡ଼କୁ ମାଡ଼ି ଆସିଥିଲା କଲରାପତରିଆ ବାଘ । ଏବଂ ସହର ମଧ୍ୟରେ ଘୁରି ବୁଲୁଥିବା ବେଳେ ତା’ ହାବୁଡ଼େ ପଡ଼ିଥିବା ଲୋକଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ୱାରା ବର୍ଷକର ଝିଅ, ୩୦ ବର୍ଷୀୟ ମହିଳା, ଚିଡ଼ିଆଖାନା ଓ ବନ ବିଭାଗର ଜଣେ ଲେଖାଏଁ କର୍ମଚାରୀଙ୍କ ସମେତ ଜଣେ ଓ୍ୱାଚ୍‌ମ୍ୟାନ୍ ଆହତ ହୋଇଥିବା ସୂଚନା ରହିଛି ।

ତେବେ ଦୀର୍ଘ ଘଣ୍ଟାର କସରତ ପରେ ଏକ ନିର୍ମଣାଧୀନ କୋଠରେ ଧରାପଡ଼ିଛି ବାଘ ।ତାକୁ ବନ କର୍ମଚାରୀମାନେ ଡାର୍ଟ ଗନ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିବା କମଳା ନେହୁରୁ ଚିଡ଼ିଆଖାନା ଦାୟିତ୍ୱରେ ଥିବା ଡ. ଉତ୍ତମ ଯାଦବ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ବାଘଟିକୁ ଚିଡ଼ିଆଖାନାକୁ ନିଆଯାଇଥିବା ବେଳେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ପରେ ତାକୁ ଜଙ୍ଗଲକୁ ଛଡ଼ାଯିବ । ଲିମ୍ୱୋଡି ବାସିନ୍ଦା କ୍ଷେମରାଜ ରାଠୋରଙ୍କ କହିବା ହେଲା ଯେ, ତାଙ୍କ ଘର କବାଡ଼ ଖୋଲା ଥିବାରୁ ବାଘ ତାଙ୍କ ଘର ଭିତରୁ ପଶିଆସିଥିଲା ଏବଂ ରୋଷେଇ କରୁଥିବା ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏହାକୁ ନେଇ ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ଏବଂ ବାଘକୁ ଦେଖିବା ପରେ ତାକୁ ବାଡ଼ିରେ ଆକ୍ରମଣ କରିଥିବା ସେ କହିଛନ୍ତି ।

https://twitter.com/Atlantide4world/status/1369981042287861766

 ଅପରପକ୍ଷରେ ଏହି ଘଟଣାକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply