ଟିଏମ୍‌ସି ଅଭିଯୋଗ ଉପରେ ଜବାବ ରଖିଲେ EC: କିହଲେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ରାଜ୍ୟ ପୋଲିସର ଦାୟିତ୍ୱ

କୋଲକାତା: ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ନେଇ ଟିଏମ୍‌ସିର ଅଭିଯୋଗ ପରେ ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଇସିଙ୍କ ଦାୟିତ୍ବ ନୁହେଁ  । ରାଜ୍ୟରେ ଆଇନ ଶୃଙ୍ଖଳା ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ରାଜ୍ୟ ପୋଲିସର ଦାୟିତ୍ବ ବୋଲି ଇସି କହିଛନ୍ତି ।  ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବାରୁ ଏଠାର ଆଇନ ଶୃଙ୍ଖଳା ଇସିଙ୍କ ଅଧୀନରେ ରହିଛି । ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଭଳି ଆକ୍ରମଣ କରାଯିବା ନେଇ ଇସିଙ୍କ ଉପରେ ପ୍ରଶ୍ନ ଉଠାଇ ପତ୍ର ଲେଖିଥିଲା ଟିଏମ୍‌ସି । ଏହାଛଡ଼ା  ନିର୍ବାଚନ କମିସନ ବିଜେପି ଚାପରେ କାର୍ଯ୍ୟ କରୁଥିବା ଟିଏମ୍‌ସି ନେତା ଅଭିଯୋଗ ଆଣିଥିଲେ । ତେବେ ଟିଏମ୍‌ସି ଅଭିଯୋଗର ଜବାବ ରଖିଛନ୍ତି ଇସି । କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ । ଏହି ଘଟଣାର ତୁରନ୍ତ ଯାଞ୍ଚ କରାଯିବା ଆବଶ୍ୟକ । ହେଲେ ପଶ୍ଚିମବଙ୍ଗର ଲ’ ଆଣ୍ଡ ଅର୍ଡର ନିର୍ବାଚନ କମିସନଙ୍କ ଅଧୀନରେ ନାହିଁ । କି ଇସି ଏହାକୁ ଓଭରଟେକ୍ କରିନାହାନ୍ତି । ତେଣୁ ମମତାଙ୍କୁ ଆକ୍ରମଣ ନେଇ ଇସିଙ୍କ ଉପରେ ଦୋଷ ଲଦିବା ଉଚିତ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ସେପଟେ ନନ୍ଦିଗ୍ରାମରେ ମମତାଙ୍କୁ ଆକ୍ରମଣ ଘଟଣାରେ ଆଜି ନିର୍ବାଚନ ଆୟୋଗ ଅଧିକାରୀଙ୍କୁ ଭେଟିବେ ଟିଏମ୍‌ସି ସଂସଦୀୟ ପ୍ରତିନିଧି ଦଳ । ଏହି ଦଳରେ ଟିଏମ୍‌ସି ସାଂସଦ ଡେରେକ ଓବ୍ରାୟନ, ସୌଗାତ ରାୟ, କାକୋଲି ଘୋଷ, ଶତାବ୍ଦୀ ରାୟ, ପ୍ରତିଭା ମଣ୍ଡଳ, ଶାନ୍ତନୁ ସେନ୍ ପ୍ରମୁଖ ସାମିଲ ହେବେ ବୋଲି ଜଣାଯାଇଛି । ସେପଟେ ନନ୍ଦିଗ୍ରାମ ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶୁଭେନ୍ଦୁ ନାମାଙ୍କନ ଜରିବେ । ନାମାଙ୍କନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହଲ୍‌ଦିଆଠାରେ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନରେ ଚାଇନିଜ୍ ଲାଙ୍ଗୁଏଜରେ କାହିଁକି ପ୍ରଚାର କରୁଛି ଦିଦିଙ୍କ ଦଳ ?

Leave a Reply