spot_img
Home Blog Page 6045

କାଠ ବେପାରୀ ଘରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ 

ଭଦ୍ରକ: ଚାନ୍ଦବାଲି ବ୍ଲକ ଧାମରାରେ ଭିଜିଲାନ୍ସ ଏବଂ ବନବିଭାଗର ମିଳିତ ଚଢାଉ  । ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । କଇଥଖୋଲି ବଜାରରେ ଥିବା ଖଲିଲ ଅଲ୍ଲୀ ଖାନଙ୍କ କାଠ ଦୋକାନରେ ବ୍ୟାପକ କାଠ ଥିବା ସୂଚନା ପାଇ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ ଜବତ କରିଛି ।

ସେହିପରି କୋଲକାତା ଓ କାନ୍ଥିରୁ ଯାତ୍ରିବାହୀ ବସରେ ଚୋରା କାଠ ପ୍ରତିଦିନ ଭଦ୍ରକ ଆସେ । ଏନେଇ ଅଭିଯୋଗ ପରେ ଚଢାଉ କରିଥିବା ବେଳେ ଚୋରା କାଠ ବେପାରୀଙ୍କ ଘର ଓ ଗୋଦାମ ଗୃହରେ ଚଢାଉ ହୋଇଛି । ଗତକାଲି ବିଳମ୍ବିତ ରାତି ଯାଏ ଚଢ଼ାଉ ଜାରି ରହିଥିଲା ।

ଆରମ୍ଭ ହୋଇଯାଇଛି ମେଗା ସାଇକ୍ଲୋଥନ ଇଭେଣ୍ଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ମେଗା ସାଇକ୍ଲୋଥନ ଇଭେଣ୍ଟ । ଏହାର ଟାଇଟଲ୍ ରହିଛି ‘ଟୁର ଡେ ଏକାମ୍ର’ । ଏହି ମେଗା ଇଭେଣ୍ଟ ଦୁଇଟି ବର୍ଗରେ ଆୟୋଜିତ ହେଉଛି । ଗୋଟିଏ ବର୍ଗରେ ୫୦ କିମିର ଦୂରତା ଓ ଅନ୍ୟଟିରେ ୨୬ କିମିର ଦୂରତା ବିଶିଷ୍ଟ ଅଞ୍ଚଳ ଯାତ୍ରା କରିବେ ଅଂଶଗ୍ରହଣକାରୀ ।

ପ୍ରଥମେ ଗୋଟିଏ ମାରଥନ କଳିଙ୍ଗ ଷ୍ଟାଡିୟମରୁ ବାହାରି ଧଉଳିରେ ପହଞ୍ଚି ପୁଣି ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ଫେରିବ  ।  ଅନ୍ୟଟି କଳିଙ୍ଗ ଷ୍ଟାଡିୟମରୁ ରବି ଟକିଜ ଓ ମୁକ୍ତେଶ୍ଵର ମନ୍ଦିର ଦେଇ କଳିଙ୍ଗ ଷ୍ଟାଡିୟମ ଫେରିବାର କାର୍ଯ୍ୟକ୍ରମ ରହିଛି । ଇଭେଣ୍ଟରେ ପାଖାପାଖି ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ।

ତେବେ ଏହି ମେଗା ଇଭେଣ୍ଟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଓ କ୍ରୀଡା ବିଭାଗର ପ୍ରମୁଖ ସଚିବ ସାମିଲ୍ ହୋଇଛନ୍ତି । ଏହାସହ ଓଲିଉଡ଼ ଜଗତର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଇଭେଣ୍ଟରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି ।

ପୋଲିସ ଇନଫରମର୍ ସନ୍ଦେହରେ ଦୁଇଜଣଙ୍କୁ ଉଠାଇନେଲେ ମାଓବାଦୀ

ବାଲିଗୁଡ଼ା: ବାଲିଗୁଡ଼ାରେ ପୁଣି ମାତିଲେ ମାଓବାଦୀ । ବେଲଘର ଥାନା ଗୁମୁ ଗାଁରୁ ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା । ଦୁଇ ଯୁବକ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ ହୋଇଥିବା ସୂଚନା ମିଳିଛି । ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ପୋଲିସ ଇନଫର୍ମମ ସନ୍ଦେହରେ ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ଗୁଳି କରି ଓ ଆଉଜଣଙ୍କୁ ଫାଶୀ ଦେଇ ମାଓବାଦୀ କରିଥିଲେ ନିର୍ମମ ହତ୍ୟା ।

ସେହିପରି ଗତକାଲି ମଧ୍ୟ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଥିଲେ । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ । ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାପଡ଼ା ଗାଁରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ୨ ଜଣଙ୍କୁ ମାଓବାଦୀ ଘରୁ ଡାକି ଆଣି ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ।

Maoists Killed 4 Villagers In Praja Court Bijapur Chhattisgarh
FILE

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଏସଓଜି ଯବାନ ସହିଦ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିହତ ହୋଇଥିଲେ ।

ଜାଲ୍ ଜାତି ପ୍ରମାଣ ପତ୍ର ଦେଇ ୨୪ ବର୍ଷ ହେବ ଚାକିରି କରିଥିଲେ ଲକ୍ଷ୍ମୀପ୍ରିୟା

ମାଲାକାନଗିରି: ମହଙ୍ଗା ପଡିଲା ଜାଲ୍ ଜାତି ପ୍ରମାଣ ପତ୍ର । ବହିଷ୍କୃତ ହେଲେ ହେଲେ ମାଲାକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା । ମିଛ ଜାତିଗତ ପ୍ରମାଣ ପତ୍ରର ପ୍ରମାଣ ପାଇବା ପରେ ବହିଷ୍କାର କଲେ ଜିଲ୍ଲାପାଳ  । ଲକ୍ଷ୍ମୀପ୍ରିୟା ଏସଇବିସି ବର୍ଗର ହୋଇଥିବାବେଳେ ଆଦିବାସୀ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ଧରି ଚାକିରି କରୁଥିଲେ  ।

ଆରଡିସିଙ୍କ ନିକଟରେ ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା  । ଅଭିଯୋଗ ପ୍ରମାଣିତ ହେଲା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ  । ଏହା ସହିତ ସେ ଚାକିରୀ କାଳରେ ନେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ ନୋଟିସ୍ ହୋଇଛି । ବହିଷ୍କାର ନେଇ ଲକ୍ଷ୍ମୀପ୍ରିୟାଙ୍କ ସରକାରୀ ବାସଭବନ ଆଗରେ ନୋଟିସ୍ ମରାଯାଇଛି  । ଅନ୍ୟପଟେ ତତ୍କାଳୀନ ଜୁନାଗଡ ତହିସିଲଦାର କେଉଁ ଆଧାରରେ ତାଙ୍କୁ ଆଦିବାସୀ ପ୍ରମାଣ ପତ୍ର ପ୍ରଦାନ କଲେ ସେନେଇ ତହସିଲଦାରଙ୍କୁ ନୋଟିସ୍ କରିଛି ପ୍ରଶାସନ  ।

ସୂଚନା ଅନୁସାରେ, କିଛିଦିନ ହେବ କିରାଣୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା ।  ଏବଂ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ଏବଂ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିଥିଲା ଏବଂ ଲକ୍ଷ୍ମୀପ୍ରିୟା ଆଦିବାସୀ ବର୍ଗ ନୁହେଁ ବରଂ ଏସଇବିସି  ବର୍ଗର ବୋଲି ଜଣାପଡ଼ିଥିଲା । ତେବେ ଏମିତି ଲକ୍ଷ୍ମୀପ୍ରିୟା ଜଣେ ଅଛନ୍ତି ନାଁ ଆହୁରି ବି ଏମିତି ମିଛ ପ୍ରମାଣ ପତ୍ର ଦେଇ ଚାକିରି କରିଛନ୍ତି ସେନେଇ ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଶକ୍ତି ହରାଉଛି ଟିଏମ୍‌ସି: ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟ୍‌କା । ନିର୍ବାଚନ ପୂର୍ବରୁ ମମତାଙ୍କ ହାତ ଛାଡ଼ିଲେ ଆଉ ୫ ନେତା । ବରିଷ୍ଠ ନେତା ରାଜୀବ ବାନାର୍ଜୀଙ୍କ ସେମତ ୫ ନେତା ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ରାଜୀବ ଟିଏମ୍‌ସିରୁ ଇସ୍ତଫା ଦେଇଥଲେ ।

ରାଜୀବଙ୍କ ସହ ବିଧାୟକ ପ୍ରବୀର ଘୋଷାଲ, ବୈଶାଳୀ ଡାଲମିଆ, ହାୱଡାର ପୂର୍ବତନ ମେୟର ରତିମ ଚକ୍ରବର୍ତ୍ତୀ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚି ବିଜେପିର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ପ୍ରବୀର ଓ ବୈଶାଳୀଙ୍କୁ ନିକଟରେ ଟିଏମ୍‌ସିରୁ ବହିଷ୍କାର କରାଯାଇଥିଲା । ସେପଟେ ବଜେଟ୍‌ ଅଧିବେଶନ ପୂର୍ବରୁ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲା ଟିଏମ୍‌ସି ।

ଟିଏମ୍‌ସିର ସଂସଦୀୟ ଦଳ ନେତା ସନ୍ଦୀପ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୯ ବିରୋଧୀ ଦଳ ବର୍ଜନ କରିଥିଲେ । ଏହାକୁ ସରକାର ଗୁରୁତ୍ବର ସହ ନେଇ ଚାଷିଙ୍କ ସମସ୍ୟା ସମାଧାନ କରନ୍ତୁ ବୋଲି ସନ୍ଦୀପ ବୈଠକରେ କହିଥିଲେ ।

ସାବଧାନ ରୁହନ୍ତୁ, ଏହି ୨ଟି ରାଶିର ବ୍ୟକ୍ତି ଆଜି ବିଶ୍ୱାସ କରି ଧୋକା ପାଇପାରନ୍ତି

ଆଜିର ପଞ୍ଚାଙ୍ଗ:

୩୧ ଜାନୁଆରୀ, ୨୦୨୧, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମକର ମାସ ୧୮ ଦିନ,ମାଘ ମାସ,କୃଷ୍ଣପକ୍ଷ

ତୃତୀୟା ତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ଆଗ୍ନେୟେରେ ରହିବେ ରାତି ୮ଟା ୨୮ ମିନିଟ୍ ପର୍ଯ୍ୟନ୍ତ

ଏହା ପରେ ନୈଋତକୁ ଯାତ୍ରା ନିଷେଧ

କର୍କଟ,ମକର ରାଶିର ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଶୁଭ ସମୟ –ସକାଳ ୭ଟା ୪୦ ମିନିଟ୍‌ ଠାରୁ ଦିନ ୧୧ଟା ୪୫

ଦିନ ୧ଟା ୦୫ ମିନିଟ୍‌ ଠାରୁ ଦିନ ୨ଟା ୨୫ ମିନିଟ୍

ଅଶୁଭ ସମୟ – ଅପରାହ୍ନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ମେଷ

ଅଶ୍ୱିନୀ ନକ୍ଷତ୍ର – ବନ୍ଧୁଙ୍କ ସହିତ ସମୟ କଟିବ, ଉତ୍ସାହପୂର୍ଣ୍ଣ ସହଯୋଗ ମିଳିବ ।

ଦ୍ୱିଜା ନକ୍ଷତ୍ର – ନିଜର ପ୍ରିୟ ଲୋକଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ, ବିପଦ ରହିଛି ।

କୃତ୍ତିକା ନକ୍ଷତ୍ର – ଆତ୍ମୀୟ ସ୍ବଜନଙ୍କର ସହାୟତା ମିଳିବ, ଆର୍ଥିକସ୍ଥିତିରେ ଉନ୍ନତି ଆସିବ ।

ମାଙ୍କଡକୁ ଗୁଡରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ

ବୃଷ

କୃତ୍ତିକା – ନୂତନ କାର୍ଯ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ, ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ।

ରୋହିଣୀ ନକ୍ଷତ୍ର – ପାରିବାରିକ ଜୀବନକୁ ନେଇ ଖୁସି ରହିବେ, ବାଣିଜ୍ୟବ୍ୟବସାୟରେ ଲାବବାନ ରହିବେ ।

ମୃଗଶିରା ନକ୍ଷତ୍ର – କୌଣସି କଥାକୁ ନେଇ ବନ୍ଧୁଙ୍କ ସହ ମତଭେଦ ରହିବ, ଯାହାକୁ ନେଇ ମନ ଉଦାସ ରହିବ, ସତର୍କ ରୁହନ୍ତୁ ।

ଗୋ-ମାତାଙ୍କୁ ୧ ଡଜନ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ।

ମିଥୁନ

ମୃଗଶିରା ନକ୍ଷତ୍ର – ବିବାଦୀୟ ପରିସ୍ଥିତିର ସରଳ ସମାଧାନ ହୋଇଯିବ, ଆଶା ସବୁ ସଫଳ ରହିବ ।

ଆର୍ଦ୍ରା ନକ୍ଷତ୍ର – ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତାକୁ ନେଇ ମନ ଖୁସି ରହିବ, ଦୀର୍ଘଦିନରୁ ଅପେକ୍ଷାରେ ଥିବା କାମଟି ହୋଇଯିବ

ପୁନର୍ବସୁ ନକ୍ଷତ୍ର – କୌଣସି କଥା ଓ କାର୍ଯ୍ୟକୁ ନେଇ ମନ ଅସ୍ଥିର ରହିବ, ଶତ୍ରୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି ।

ବ୍ରାହ୍ମଣଙ୍କୁ ଘିଅ ଏବଂ ନଡିଆ ଦାନ କରନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ଧାର୍ମିକ କାର୍ଯ୍ୟ କରି ମାନସିକ ଶାନ୍ତି ଅନୁଭବ କରିବେ, ଶରୀର ପ୍ରତି ବିଶେଷ ଧ୍ୟାନ ଦେଇ କାମ କରନ୍ତୁ ।

ପୁଷ୍ୟା ନକ୍ଷତ୍ର – ପ୍ରେମ ଜୀବନକୁ ନେଇ ଖୁସି ଖବର ପାଇବେ, ଦିନଟି ସପକ୍ଷରେ ରହିବ ।

ଅଶ୍ଳେଷା ନକ୍ଷତ୍ର – କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢିବ, ସତର୍କ ହୋଇ ଚଳନ୍ତୁ ।

କୌଣସି ବି ଶିକ୍ଷା ଅନୁଷ୍ଠାନରେ ମିଠା ଦାନ କରନ୍ତୁ, ସମସ୍ତ ଚେଷ୍ଟା ସଫଳ ହେବ ।

ସିଂହ

ମଘା ନକ୍ଷତ୍ର – ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ, ଶୁଭ ଖବର ପାଇ ମନ ଖୁସି ରହିବ ।

ପୂର୍ବା ଫାଲଗୁନୀ- ନୂଆ ଯୋଜନା କିଛି ତିଆରି କରିବେ, ପାରିବାରିକ ଜୀବନ ସନ୍ତୋଷଜନକ ରହିବ ।

ଉତ୍ତରା ଫାଲଗୁନୀ- ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଲକ୍ଷ୍ୟ ପୂରଣ ହେବ, ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ଗରିବ ବ୍ୟକ୍ତିକୁ ପଇଡ ପାଣି ପିଇବାକୁ ଦିଅନ୍ତୁ, ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

କନ୍ୟା

ଉତ୍ତରା ଫାଲଗୁନୀ- ସନ୍ତାନଙ୍କ ଶିକ୍ଷା ଓ କ୍ୟାରିୟରକୁ ନେଇ ଚିନ୍ତା ବଢିଯିବ, କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ ।

ହସ୍ତା ନକ୍ଷତ୍ର – ନିଜ ଲୋକ ଶତ୍ରୁ ହେବେ,ଧୈର୍ଯ୍ୟ ଓ ବିଶ୍ୱାସର ସହିତ ଆଗକୁ ବଢିବେ ।

ଚିତ୍ରା ନକ୍ଷତ୍ର – ଦିନଟି ଆପଣଙ୍କ ସପକ୍ଷରେ ରହିବ, ସ୍ୱାଦିଷ୍ଟ ଭୋଜନ ଯୋଗୁଁ ମନ ଶାନ୍ତ ରହିବ ।

କିନ୍ନରମାନଙ୍କୁ ଶ୍ରଦ୍ଧାର ସହିତ କିଛି ସାହାଯ୍ୟ କରନ୍ତୁ, ଲକ୍ଷ୍ୟ ପୂରଣ ହେବ ।

ତୁଳା

ଚିତ୍ରା ନକ୍ଷତ୍ର – ସକରାତ୍ମକ ଚିନ୍ତାଧାରା ରଖି କାମ କରନ୍ତୁ, କାର୍ଯ୍ୟ ସଫଳ ହେବ ।

ସ୍ୱାତୀ ନକ୍ଷତ୍ର – କୌଣସି ଶୁଭ ଖବର ପାଇ ମନ ଖୁସି ରହିବ ।

ବିଶାଖା ନକ୍ଷତ୍ର – ପାରିବାରିକ ଜୀବନ ହସଖୁସିରେ କଟିବ, ଜୀବନସାଥିଙ୍କ ସହଯୋଗ ମିଳିବ ।

ବିଛା

ବିଶାଖା ନକ୍ଷତ୍ର– ଶତ୍ରୁମାନଙ୍କ ଠାରୁ ସତର୍କ ରୁହନ୍ତୁ, କାର୍ଯ୍ୟରେ ଆସିପାରେ ବାଧା,ପ୍ରତିବନ୍ଧକ ।

ଅନୁରାଧା ନକ୍ଷତ୍ର- ପରିବାରରେ ସଂପର୍କରେ ଘନିଷ୍ଠତା ବଢିବ, ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

ଜ୍ୟେଷ୍ଠା ନକ୍ଷତ୍ର – କିଛି କାମକୁ ନେଇ ମାନସିକ ଅସ୍ଥିରତା ବଢିବ, ସତର୍କ ହୋଇ ଚଳନ୍ତୁ ।

ଭଗବାନ ହନୁମାନଙ୍କୁ ୭ଟି ପାନପତ୍ରରେ ରାମ ଶଦ୍ଦ ଲେଖି ଅର୍ପଣ କରନ୍ତୁ ।

ଧନୁ

ମୂଳା ନକ୍ଷତ୍ର – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ, ଶରୀର ଓ ମନ ଭଲ ରହିବ ।

ପୂର୍ବାଷାଢା ନକ୍ଷତ୍ର – ଧିରସ୍ଥିର ହୋଇ କାମ କରନ୍ତୁ, ଘରୁ ବାହାରକୁ ଯିବା ସମୟରେ ସତର୍କ ହୋଇ ଚଳନ୍ତୁ ।

ଉତ୍ତରାଷାଢା ନକ୍ଷତ୍ର- ସମୟ ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ ହେବ, ଆଶା ରଖୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ।

ସବୁଜ କିମ୍ବା ଧଳାବସ୍ତ୍ର ପରିଧାନ କରନ୍ତୁ, କାର୍ଯ୍ୟ ସଫଳ ହେବ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଦାମ୍ପତ୍ୟ ଓ ପରିବାରକୁ ନେଇ ଖୁସି ରହିବେ, ଦିନଟି ଆନନ୍ଦରେ କଟିବ ।

ଶ୍ରବଣା ନକ୍ଷତ୍ର – ବାଧା,ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ବଢିବେ, ବନ୍ଧୁଙ୍କର ସାହାଯ୍ୟ,ସହଯୋଗ ମିଳିବ ।

ଧନିଷ୍ଠା ନକ୍ଷତ୍ର – ଅର୍ଥସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ, ନଚେତ ଠକାମୀରେ ପଡିପାରନ୍ତି ।

ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ଅନ୍ୟକୁ ବିଶ୍ବାସ କରି ବିପଦରେ ପଡିପାରନ୍ତି, ସତର୍କ ରହି ଚଳନ୍ତୁ ।

ଶତଭିଷା ନକ୍ଷତ୍ର – ଅଧାଅଧୁରା କାମ ସଂପୂର୍ଣ୍ଣ ହେବ, ଶୁଭ କାର୍ଯ୍ୟରେ ସମୟ କଟିବ ।

ପୂର୍ବଭାଦ୍ର ନକ୍ଷତ୍ର – ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି,ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ ।

ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ଉତ୍ତରଭାଦ୍ର ନକ୍ଷତ୍ର – ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ, ପୁରା ଦିନ ଆପଣଙ୍କ ସପକ୍ଷରେ ରହିବ ।

ରେବତୀ ନକ୍ଷତ୍ର – ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖି କାମ କରନ୍ତୁ, ମାନ ସମ୍ମାନ ପ୍ରତି ବିପଦ ରହିବ ।

ସମ୍ମାନର ସହ କୌଣସି ମହିଳାଙ୍କୁ ମିଠା ଖାଇବାକୁ ଦିଅନ୍ତୁ ।

ମହାଉପାୟ

ଘରର ଉତ୍ତର ଦିଗରେ କଇଁଛ ରଖିବା ଅତି ଶୁଭ ହୋଇଥାଏ । କଇଁଛର ମୁଖ ଘର ଭିତରକୁ ରହିବା ଆବଶ୍ୟକ । ଜଳ ଥିବା କାଚ ପାତ୍ରରେ ରଖିବା ଲାଭପ୍ରଦ ହୋଇଥାଏ । ଶୁକ୍ରବାର ଦିନ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍ ମଧ୍ୟରେ କଇଁଛ ଦେହରେ ସବୁଜ ରଙ୍ଗର ସୂତା ଅଥବା ଧଳା ସୂତା ଗୁଡାଇ ରଖିବେ । ଶୁକ୍ର, ବୁଧ, ବୃହସ୍ପତି ଏବଂ ଶନିଗ୍ରହଙ୍କ ସହିତ କଇଁଛର ନିବିଡ ସଂର୍ପକ ରହିଛି । ଏହି ୪ଟି ଗ୍ରହଙ୍କ ଶୁଭ ଫଳ ନିମନ୍ତେ କଛୁଆ ରିଙ୍ଗ ଅତି ଶୁଭ ହୋଇଥାଏ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଅଧରାତିରେ ମହାରାଷ୍ଟ୍ରରେ ଭୂକମ୍ପ ଝଟକା ଅନୁଭୂତ

ହିଙ୍ଗାଳୀ: ମହାରାଷ୍ଟ୍ରରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଥିଲା । ରାତି ପ୍ରାୟ ସାଢ଼େ ୧୨ଟାରେ ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯଦିଓ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ତେବେ ମହାରାଷ୍ଟ୍ରର ହିଙ୍ଗାଳୀଠାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

Earthquake In Baliguda And Daringbadi

ସେହିପରି ଗତ ୨୬ ତାରିଖରେ ମହାରାଷ୍ଟ୍ରର ପୁନେଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ୨.୬ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ସନ୍ଧ୍ୟା ୭.୨୮ବେଳେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ସ୍ଥଳ ପୁଣେଠାରୁ ପ୍ରାୟ ୨୧ କିଲୋମିଟର ଦକ୍ଷିଣ ପୂର୍ବ ସ୍ଥିତ ତାଲୁକାରେ ୧୨ କିଲୋମିଟର ଗଭୀରତାରେ ଥିଲା । ତେବେ ଏହି ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଥିଲା।

ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ

ଭଦ୍ରକ: ଆଜି ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ । ଏନେଇ ସଜେଇ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ । କାର୍ଯ୍ୟକ୍ରମରେ ସାମିଲ ହେବେ ବହୁ ଯୁବନେତା । ଭର୍ଚୁଆଲରେ ଯୁବ ଓ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ  । ଆଗାମୀ ଦିନର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ତୃଣମୂଳସ୍ତରରେ ଯୁବ ଓ ଛାତ୍ର କର୍ମୀମାନଙ୍କୁ ଦିଆଯିବ ଗୁରୁମନ୍ତ୍ର ।

ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ କିପରି କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଯୁବ ଓ ଛାତ୍ର ନେତାମାନଙ୍କୁ ପରାମର୍ଶ ଦିଆଯିବ । ସମ୍ମିଳନୀରେ ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି, ଜ଼ିଲ୍ଲା ସଭାପତି, ଭଦ୍ରକ ବିଧାୟକ ପ୍ରମୁଖ ନେହେରୁ ଷ୍ଟାଡିୟମ ବୁଲି ସ୍ଥିତି ପରଖିଛନ୍ତି ।

ଆଠ ବର୍ଷ ପିଲାର ଅଭିଯୋଗକୁ ପୋଲିସର ଗୁରୁତ୍ୱ; ବନ୍ଧା ହେଲା ଚୋର, ମିଳିଲା ସାଇକେଲ

ଭୁବନେଶ୍ୱର: କୁନି ପିଲାର କଥା ରଖିଲା ପୋଲିସ । ସାନ ପିଲାର ଅଭିଯୋଗକୁ ବେଖାତିର ନୁହେଁ ବଂର ଗଭୀରତାର ସହ ଗ୍ରହଣ କରିଥିଲା ନୟାପଲ୍ଲୀ ପୋଲିସ । କାରଣ କଥା କହିପାରୁନଥିବା ତା ନିରୀହ ମୁହଁ ହିଁ ତା ହଜିଲା ସାଇକେଲକୁ ଖୋଜି ଆଣିବାରେ ପୋଲିସକୁ ବାଧ୍ୟ କରିଥିଲା । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ୮ ବର୍ଷର ପାର୍ଥ ଦାସ ପଟ୍ଟନାୟକଙ୍କ କୁନି ସାଇକେଲ ଚୋରି ହୋଇଯାଇଥିଲା । ଆଉ ଏହି ଅଭିଯୋଗ ନେଇ ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଏହି କୁନି ପିଲା । କଥା କହିପାରୁନଥିବା ପାର୍ଥର ଅଭିଯୋଗକୁ ପୋଲିସ଼ ଫେରାଇ ଦେଇନଥିଲା । ବଂର ତା ନିରୀହ ମୁହଁ ଅଭିଯୁକ୍ତକୁ ଖୋଜିବାରେ ବାଧ୍ୟ କରିଥିଲା ।

ଶେଷରେ ଦତନ୍ତ ଚଳାଇଥିବା ନୟାପଲ୍ଲୀ ପୋଲିସ ସାଇକେଲ ଚୋରାଇଥିବା ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିବା ସହ ସାଇକେଲକୁ ଜବତ କରିଥିଲା । ଆଉ  ହଠାତ ପାର୍ଥର ଘରେ ପହଁଚି ହଜିଲା ସାଇକେଲକୁ ଫେରାଇଥିଲେ ପୋଲିସ ଅଧିକାରୀ । ସୂଚନା ମୁତାବକ ପାର୍ଥର ମାଉସୀ ଜନ୍ମଦିନରେ ଏହି ସାଇକେଲଟି ଗିଫ୍ଟ କରିଥିଲେ । କିନ୍ତୁ ଘରେ କାମ କରୁଥିବା ଜଣେ କର୍ମଚାରୀ ଏହି ସାଇକେଲକୁ ଡିସେମ୍ବର ୩୦ ତାରିଖରେ ଚୋରି କରିନେଇଥିଲେ । ଅଭିଯୋଗ ପରେ ପୋଲିସ ଦତନ୍ତ ଚଳାଇବା ସହ ଭରତପୁରର ଏକ ଦୋକାନରୁ ସାଇକେଲ ଜବତ କରିଥିଲା । ଏବଂ ପରେ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ ।

୪ ସହରରେ ରାତ୍ରିକାଳୀନ କର୍ଫ୍ୟୁ: ରାତି ୧୧ରୁ ସକାଳ ୬ ଯାଏଁ କଟକଣା ଲାଗୁ

ଗାନ୍ଧୀନଗର: ଗୁଜୁରାଟ୍ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ୪ ସହରରେ ନାଇଟ କର୍ଫ୍ୟୁ ବଳବତ୍ତର ରଖିଲେ ରାଜ୍ୟ ପ୍ରଶାସନ । ଆସନ୍ତା ଫେବୃୟାରୀ ୧୫ ଯାଏଁ ଗୁଜୁରାଟ ଅହମ୍ମଦାବାଦ, ସୁରଟ, ଭରୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଏଥିରେ ୧ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ରାତି ୧୦ଟାରୁ ସକାଳ ୬ ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ଏଥିରେ ୧ ଘଣ୍ଟା ହ୍ରାସ କରାଯାଇ ରାତି ୧୦ଟାରୁ ସକାଳ ୬ ଯାଏଁ ଏହି କର୍ଫ୍ୟୁ ଲାଗୁ କରାଯାଇଛି । ସମ୍ପୃକ୍ତ ସହରଗୁଡ଼ିକରେ କରୋନା ସଂକ୍ରମଣର ସଂଖ୍ୟାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗୁଜୁରାଟ୍ ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର କହିଛନ୍ତି ଯେ, କୋଭିଡ-୧୯ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି, କିନ୍ତୁ ଏହାକୁ ରୋକିବା ବା ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଆମକୁ ସତର୍କ ଓ ସଜାଗ ରହିବା ଉଚିତ୍ । ସେଥିପାଇଁ କିଛି ରଣନୀତି ଅବଲମ୍ୱନ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ଗୁଜୁରାଟ୍ ସରକାର ରାଜ୍ୟରେ ବିବାହସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ୧୦୦ରୁ ୨୦୦କୁ ବୃଦ୍ଧି କରାଯାଇଛି । ଏହାଛଡ଼ା ବଡ଼ ଧରଣର ସମାବେଶ, ବିବାହସ୍ଥଳୀ, ପୂଜାପାଠସ୍ଥଳୀ, ମଲ୍, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ସୁଇମିଂ ପୁଲ୍‌, ଜିମ୍ନାସିୟମ୍ ପ୍ରଦର୍ଶନୀ, ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଏସ୍ଓପି କଡ଼ାକଡ଼ି ପାଳନ କରିଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କାହିଁକି ଫେବୃୟାରୀ ପହିଲାରେ ଉପସ୍ଥାପନ ହୁଏ ବଜେଟ୍