ବନ୍ୟଜନ୍ତୁ ଶିକାର କରୁଥିଲେ ଯବାନ, ଗିରଫ କଲା ବନବିଭାଗ

ବଲାଙ୍ଗୀର: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଯବାନ ଗିରଫ । ବେଆଇନ ଭାବେ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର  କରି ସେନାର ଜଣେ ଯବାନକୁ ଗିରଫ କରିଛି ବଲାଙ୍ଗୀର ବନବିଭାଗ । ଗିରଫ ଅଭିଯୁକ୍ତ ଯବାନ ଜଣକ ହେଲେ ବଲାଙ୍ଗୀର ସଦର ବ୍ଲକ ବାଦିପାଲି ଗାଁର ମଣ୍ଟୁ କରନ୍ ।

ସୂଚନା ମୁତାବକ ଲୋଇସିଂହା ରେଞ୍ଜ ଅନ୍ତର୍ଗତ କରକଚିଆ ଛକ ନିକଟରେ ବଲାଙ୍ଗୀର ଡିଏଫଓଙ୍କ ନେତୃତ୍ବରେ ପେଟ୍ରୋଲିଂ ବେଳେ ଆଜି ଭୋର ୪ଟା ସମୟରେ ବନବିଭାଗ ପକ୍ଷରୁ ମଣ୍ଟୁଙ୍କୁ ଗିରଫ କରାଯାଇଛି । ମଣ୍ଟୁ ନିକଟରୁ ବେଆଇନ ବନ୍ୟଜନ୍ତୁ ଶିକାରରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ, ହୋଣ୍ଡା ବାଇକ ସମେତ ଗୋଟିଏ ମୃତ ଠେକୁଆ ଓ ଦୁଇଟି ସାଳିଆପାତନୀକୁ ଜବତ କରାଯାଇଛି ।

୩ଜଣ ଯୁବକ ଜଙ୍ଗଲ ଭିତରେ ଶିକାର କରି ବାଇକରେ ଫେରୁଥିବା ବେଳେ ବନବିଭାଗ ହାବୁଡରେ ପଡିଥିଲେ । ତେବେ ୨ଜଣ ଯୁବକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ମଣ୍ଟୁ ଘଟଣାସ୍ଥଳରେ ଧରାପଡିଥିଲେ ।

Leave a Reply