ପରିଣୀତି ଚୋପ୍ରା ଷ୍ଟାରର ‘ସାଇନା’ର ପ୍ରଥମ ଗୀତ ‘ପରିନ୍ଦା’ ରିଲିଜ୍‌

ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ରିଲିଜ ହୋଇଥିଲା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ସାଇନା’ର ଟ୍ରେଲର । ଏବେ ସାଇନା’ର ଅଫିସିଆଲ ଗୀତ ‘ପରିନ୍ଦା’ ରିଲିଜ୍‌ହୋଇଛି । ଏହି ଗୀତରେ ପରିଣୀତିଙ୍କ ସହିତ ଜଣାଶୁଣା ଅଭିନେତା ଏବଂ ଲେଖକ ମାନବ କୌଲ ମଧ୍ୟ ନଜର ଆସିଛନ୍ତି । ଗୀତରେ ସାଇନା ନେହଓ୍ୱାଲଙ୍କ ଜୀବନର ପ୍ରତ୍ୟେକଟି ସ୍ତରକୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ତେବେ ରିଲିଜ ହୋଇଥିବା ଏହି ଗୀତ ଖୁବ୍‌ଦମଦାର ହୋଇଛି । ଗୀତକୁ ଦର୍ଶକ ବେଶ୍‌ପସନ୍ଦ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ସୋସିଅଲ ମିଡିଆରେ ଗୀତ ଖୁବ୍‌ଭାଇରାଲ ମଧ୍ୟ ହେଉଛି । ଟି ସିରିଜ୍‌ବ୍ୟାନରରେ ରିଲିଜ ହୋଇଥିବା ଏହି ଗୀତକୁ ମନୋଜ ମୁନ୍ତଶିର ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ଅମାଲ ମଲ୍ଲିକ । ଗୀତ ଖୁବ୍‌ସାଧାସିଧା ହୋଇଥିଲେ ମଧ୍ୟ ବେଶ୍‌ପ୍ରଭାବୀ ହୋଇଥିବା ନଜର ଆସିଛି ।

ଏହି ଫିଲ୍ମ ଭାରତର ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହବାଲଙ୍କ ଜୀବନୀ ଉପରେ ପର୍ଯ୍ୟବସିତ । ଆରମ୍ଭ ସ୍ତରରୁ ବିଶ୍ୱ ବିଜେତା ହେବା ପର୍ଯ୍ୟନ୍ତ ସାଇନାଙ୍କ ଜୀବନର ପ୍ରତ୍ୟେକଟି ସ୍ତର ଏବଂ ଉତଥାନ ପତନକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ । ସାଇନାଙ୍କ ମା’ଙ୍କ ଚରିତ୍ରରେ ମେଘନା ମଲ୍ଲିକ ନଜର ଆସିଛନ୍ତି ।
ସୂଚନା ମୁତାବକ ଫିଲ୍ମର ଟିଜରକୁ ମଧ୍ୟ ଦର୍ଶକ ବେଶ୍‌ପସନ୍ଦ କରିଥିଲେ । ଯାହାର ଆରମ୍ଭରେ ଦମଦାର ଡାଏଲଗ୍‌ଶୁଣିବାକୁ ମିଳିଥିଲା । ତେବେ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ ‘ସାଇନା’ ୨୬ ମାର୍ଚ୍ଚକୁ ରିଲିଜ ହେବାକୁ ଯାଉଛି ।

Leave a Reply