କୃଷି ଆଇନକୁ କଂଗ୍ରେସର ବିରୋଧ, ସଂକଳ୍ପ ନୋଟିସ କଲେ ନରସିଂହ

ଭୁବନେଶ୍ବର: କେନ୍ଦ୍ରର କୃଷି ଆଇନ ବିରୋଧରେ ସଂକଳ୍ପ ନୋଟିସ କଲେ କଂଗ୍ରେସର ବିଧାୟକ ଦଳ ନେତା । ବିଧାନସଭାରେ ସଂକଳ୍ପ ଆଣିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୋଟିସ କରିଛନ୍ତି । ବିଧାନସଭା ସଚିବଙ୍କୁ ସଂକଳ୍ପ ଆଣିବାକୁ ଚିଠି ଲେଖିଛନ୍ତି ନରସିଂହ ।

୩ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସଂକଳ୍ପ ନୋଟିସ ହୋଇଛି । କେନ୍ଦ୍ର ସରକାର ଆଇନରେ ପରିଣତ କରିଥିବା ୩ କୃଷି ଆଇନ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି କହିଛନ୍ତି ନରସିଂହ । ଏଣୁ ଏହି ଆଇନକୁ ରାଜ୍ୟ ସରକାର ଲାଗୁ କରନ୍ତୁ ନାହିଁ । ଏହାକୁ ରାଜ୍ୟରେ ଲାଗୁ ନକରିବା ନେଇ ବିଧାନସଭାରେ ସଂକଳ୍ପ ଆଣିବାକୁ ମଧ୍ୟ ନୋଟିସ କରିଛନ୍ତି ନରସିଂହ ।

କେନ୍ଦ୍ର ସରକାର ଗତବର୍ଷ ସଂସଦର ଉଭୟ ଗୃହରେ ତିନି କୃଷି ଆଇନକୁ ଆଇନରେ ପରିଣତ କରିଥିଲେ । ସେପଟେ ଏହି କୃଷି ଆଇନକୁ ନେଇ ସଡକରୁ ସଂସଦ ଓହ୍ଲାଇଥିଲେ ହରିଆଣା ଏବଂ ପଞ୍ଜାବ କୃଷକ । ପରେ ବିଭିନ୍ନ କୃଷକ ସଂଗଠନ ଏହାକୁ ଦେଶବ୍ୟାପୀ ପାଳନ କରିଥିଲେ । ଅନେକ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । କିନ୍ତୁ ଆଜି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏନେଇ ବିଧାନସଭାରେ ସଂକଳ୍ପ ନୋଟିସ କରିଛନ୍ତି ।

Leave a Reply