ଅଭିନେତା ଆଶୀଷ ବିଦ୍ୟାର୍ଥୀ କରୋନା ପଜିଟିଭ, ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି

1 min read

ନୂଆଦିଲ୍ଲୀ: ବଲିଉଡର ଅନେକ ସେଲିବ୍ରିଟି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି । କିଛି ଦିନ ପୂର୍ବରୁ ରଣବୀର କପୁର ଏବଂ ସଞ୍ଜୟ ଲୀଲା ଭଂସାଲୀ କରୋନା ପଜିଟିଭ ହୋଇଥିବା ଖବର ଆସିଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତା ଆଶୀଷ ବିଦ୍ୟାର୍ଥୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଭିଡିଓ ସେୟାର କରି ସେ କରୋନା ପଜିଟିଭ ଥିବା ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିକୁ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଆଶୀଷ ଦିଲ୍ଲୀର ସାକେତ କେ. ମ୍ୟାକ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେ ଭିଡିଓ ସେୟାର କରି କହିଛନ୍ତି ଯେ, ‘ନମସ୍କାର ବନ୍ଧୁ, କାଲି ମୁଁ ସାମାନ୍ୟ ଅସୁସ୍ଥ ଅନୁଭବ କଲି, ତେଣୁ କରୋନା ଟେଷ୍ଟ କରିବାକୁ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ମୁଁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛି । ସବୁକିଛି ଠିକ ରହିଛି, କିନ୍ତୁ ଯେଉଁମାନେ ବି ମୋ ସଂସ୍ପର୍ଶରେ ଆସିଛନ୍ତି, ସେ ବାରାଣାସୀରୁ ହୁଅନ୍ତୁ ବା ଦିଲ୍ଲୀରୁ ବା ମୁମ୍ବାଇରୁ, ଦୟାକରି ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ଅସଲ ଦୁନିଆକୁ ସ୍ୱାଗତ, ନିଜର ଯତ୍ନ ନିଅନ୍ତୁ ।’

Leave a Reply