spot_img
Home Blog Page 6003

ଲାଲବାହିନୀକୁ ଲାଗିଲା ଆଉ ଏକ ଝଟକା, ବଣ୍ଡା ଘାଟିରେ ସ୍ଥାପନ ହେଲା ଆଉ ଏକ BSF କ୍ୟାମ୍ପ

0

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ୭ ଦଶନ୍ଧି ଧରି ନିଜ କବଜାରେ ରଖିଥିବା ଲାଲବାହିନୀକୁ ଲାଗିଲା ଆଉ ଏକ ଝଟକା। ମାଓ ମୁକାବିଲା ରେ ଆଉ ଏକ ସଫଳତା। ବଣ୍ଡା ଘାଟିରେ ସ୍ଥାପନ ହେଲା ଆଉ ଏକ BSF କ୍ୟାମ୍ପ। ଦିନେ ଏହି ଅଞ୍ଚଳଗୁଡିକୁ ନିଜ ଅକ୍ତିଆରରେ ରଖିଥିଲେ ମାଓବାଦୀ। ପ୍ରଶାସନ ହଉ କିମ୍ବା ରାଜନେତା ଦଶନ୍ଧି ଦଶନ୍ଧି ଧରି କାହାରି ପାଦ ପଡିନାହିଁ। ଫଳରେ ମୁଦୁଲିପଡା ପରି ଅଞ୍ଚଳ ବିକାଶଧାରାରୁ ହଜି ଯାଇଥିଲା। ଏବେ ଲାଲଗଡର ଲାଲବାହିନୀଙ୍କ ଉପରେ ଲାଗିଛି ଅକୁଁଶ। ମାତ୍ର ୧୫ ଦିନ ବ୍ୟବଧାନରେ ବଣ୍ଡା ଘାଟିରେ ପ୍ରତିଷ୍ଠା ହେଲା ପଞ୍ଚଦଶ ବିଏସଏଫ ବାଟାଲିଅନ।

ଜିଲ୍ଲା ମାଓଗଡ କୁହାଯାଉଥିବା ବଣ୍ତାଘାଟିର ମୁଦୁଲିପଡା ରେ ଲାଗିଲା ସୁରକ୍ଷା ବାହିନୀଙ୍କ ଆଉ ଏକ କ୍ୟାମ୍ପ। ଯାହାକି ଆଗାମି ଦିନରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଅଞ୍ଚଳ ବିକାଶଧାରାରେ ସହାୟକ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଅଞ୍ଚଳର ବିକାଶ ହେବା ସହ ମାଓ ଅତ୍ୟାଚାର ରୁ ମୁକ୍ତ ହେବେ ବୋଲି ଆଶ୍ୱସ୍ତି ଅନୁଭବ କରିଥିବା କହିଛନ୍ତି।

ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ ଓ ଗୋଟିଏ ସ୍କର୍ପିଓ

0

ଭଦ୍ରକ: ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ ଓ ଗୋଟିଏ ସ୍କର୍ପିଓ। ବସରେ ଥିବା କଣ୍ଡକ୍ଟର ନିଆଁ ଲାଗିବା ଦେଖି ବାହାରକୁ ଆସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ୪ଟି ବସ ଓ ଗୋଟିଏ ସ୍କର୍ପିଓ ସମେତ ଗୋଟିଏ କ୍ୟାବିନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ହେଲେ ଏତେ ରାତିରେ ଏକାଥରକରେ ଏତେ ବସ୍‌ କେମିତି ନିଆଁ ଲାଗିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଦେଖା ଉଠଠିଛି।

ଆଜିଠୁ ଆରମ୍ଭ ହେବ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା

0

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା। ଏଥିପାଇଁ ଗତ ସୋମବାରଠୁ ଛାତ୍ରଛାତ୍ରୀ ମାନେ ଆସି ହଷ୍ଟେଲକୁ ଆସିଲେଣି। କୋଭିଡ ଗାଇଡଲାଇନକୁ କଡ଼ାକଡି ଭାବେ ପାଳନ କରି ପାଠପଢା ହେବ। ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ୟାମ୍ପସକୁ ବିଶୋଧନ ମଧ୍ୟ କରାଯାଇଛି। କଲେଜ୍ ପରିସରରେ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଦୀର୍ଘ ଦିନ ହେବ କରୋନା ପାଇଁ ସବୁ କଲେଜ ବନ୍ଦ ରହିଥିଲା। କଲେଜ ବନ୍ଦ ରହିବା ଫଳରେ ସବୁ ପରୀକ୍ଷା ବନ୍ଦ ହୋଇଯାଇଥିଲା। ପାଠ ପଢ଼ା ପୁରା ଠପ୍‌ ହୋଇଥିଲା। କିନ୍ତୁ ରାଜ୍ୟରେ କରୋନା କମିବା କାରଣରୁ ଏବେ ଧିରେ ଧିରେ ସବୁ ସ୍କୁଲ କଲେଜ ଖୋଲିବାକୁ ଲାଗିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ନେତାଙ୍କ ଧନ୍ୟବାଦ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ ନେତା-ମନ୍ତ୍ରୀଙ୍କ ଧନ୍ୟବାଦ । କରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦା ଅବସ୍ଥା ରହିଥିଲେ ସୁଦ୍ଧା ରାଜ୍ୟ ସରକାର ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀ ମାନଙ୍କ ପ୍ରତି ଧ୍ୟାନ ଦେଇଛନ୍ତି । ଚାଷୀଙ୍କ ମଙ୍ଗଳ ପାଇଁ ରାଜ୍ୟ କ୍ୟାବିନେଟରେ ୩୪୦ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।

ମଙ୍ଗଳବାର ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାର ଚାଷୀଙ୍କ ପାଇଁ ଏହି ଟଙ୍କା ଅନୁମୋଦନ କରାଯାଇଥିବା ଘୋଷଣା କରାଯାଇଥିଲା । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଥିଲା ।

ବିଜେପୁରରେ ଗଙ୍ଗାଧର ମେହେର ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଦୀର୍ଘ ୩୪ କିଲୋମିଟର ପର୍ଯ୍ୟନ୍ତ ପାଇପ ବିଛାଇବା ପାଇଁ ଅତିରିକ୍ତ ୩୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ୧୧୩୮ କୋଟି ଟଙ୍କା ମଞ୍ଜୁର କରିଥିଲେ । ପୁଣି ୩୪୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିବାକୁ ନେଇ ସ୍ଥାନୀୟ ନେତା ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଥର ଫିକା ପଡ଼ିବ ଖଣ୍ଡଗିରି ମେଳା, ପଡ଼ିବନି ଷ୍ଟଲ କି ଦୁଲୁକିବନି ଯାତ୍ରା ପେଣ୍ଡାଲ

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପ୍ରସିଦ୍ଧ ‘ଖଣ୍ଡଗିରି ମାଘ ମେଳା’ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ମେଳା ଉପରେ ରୋକ ଲଗାଇଛି ବିଏମସି । କେବଳ ପରମ୍ପରାକୁ ବଜାୟ ରଖିବାକୁ ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି । ତେବେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ବିଧି ଓ ପରମ୍ପରା ପାଳନ ହେବ । ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ । ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ବଡ଼ ଧରଣର ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ ଏହି ମେଳା ଉପରେ ରୋକ୍ ଲାଗିଛି ।

ହାଇକୋର୍ଟାରେ ଖଣ୍ଡଗିରି ମେଳାକୁ ନେଇ ପିଟିସନ୍‌ ଦାଖଲ କରାଯାଇଥିଲା । ତେବେ ଏହାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବା ଉଚିତ୍‌ । ସ୍ଥାନୀୟ ପ୍ରଶାସନ ତଥା ବିଏମ୍‌ସି ପାଖକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଖଣ୍ଡଗିରି ମେଳା ହେବ ନାହିଁ ବୋଲି ନିଷ୍ପତି ହୋଇଛି ।

ସେପଟେ ଦୀର୍ଘ ଦିନ ଧରି ଯାତ୍ରା ତଥା ଅପେରା ପାର୍ଟିମାନେ ଖଣ୍ଡଗିରି ମେଳା ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ବିଏମ୍‌ସିର ନିଷ୍ପତି ପରେ ସେମାନେ ନିରାଶ ହୋଇପଡ଼ିନ୍ତି । ଯାତ୍ରା କଳାକାରଙ୍କ ମନରେ ମଧ୍ୟ ନିରାଶା ଛାଇଯାଇଛି ।

ଚୀନ୍‌ରୁ କରୋନା ଭାଇରସ୍‌ ଉତ୍ପତି ନେଇ କୌଣସି ପ୍ରମାଣ ନାହିଁ: WHO

କେଉଁଠୁ ବ୍ୟାପିଲା କରୋନା ? ତାର ଉତ୍ତର ଏବେ ବି ମିଳୁନି । ସାରା ବିଶ୍ୱ ଏଥିପାଇଁ ଚୀନକୁ ଦାୟୀ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କିନ୍ତୁ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି । ଡବ୍ଲୁଏଚଓ ପୁଣି ଥରେ ଚୀନକୁ ଘଣ୍ଟ ଘୋଡାଇଛି । ଚୀନରୁ କରୋନା ବ୍ୟାପିନାହିଁ ବୋଲି କହିଛି ଡବ୍ଲୁଏଚ୍‌ଓ ।

ଡିସେମ୍ବର ୨୦୧୯ ପୂର୍ବରୁ ଚୀନରେ କରୋନାର ଚିହ୍ନବର୍ଣ୍ଣ ନଥିଲା । ଚୀନରେ ଅନୁଧ୍ୟାନ ପରେ ଉତ୍ତର ରଖିଲା ଡବ୍ଲୁଏଚଓ । କରୋନା ଚୀନରେ ହିଁ ସୃଷ୍ଟି ହୋଇଥିଲା ଏହାର କୌଣସି ପ୍ରମାଣ ପାଇନାହିଁ ଡବ୍ଲୁଏଚଓ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚାଇନିଜ୍‌ ଏକ୍ସପର୍ଟ ମିଶନ ମିଳିତ ଭାବେ ଏନେଇ ଗବେଷଣା କରୁଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ନକରାତ୍ମକ ଉତ୍ତର ରଖିଛନ୍ତି ଅନୁଧ୍ୟାନକାରୀ ଦଳ । ଡିସେମ୍ବର ୨୦୧୯ ପୂର୍ବରୁ ପୁରା ଦେଶରେ କେଉଁଠି ବି କରୋନା ଭାଇରସର ଲକ୍ଷଣ ନଥିଲା । କରୋନାର କୌଣସି ପ୍ରମାଣ ମଧ୍ୟ ମିଳିନାହିଁ ବୋଲି କୁହାଯାଇଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୧୦ କୋଟି ୬୪ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏହାର ଉତ୍ପତି ସାରା ବିଶ୍ୱ ପାଇଁ ପ୍ରଶ୍ନ ପାଲଟିଛି । ୨୦୧୯ ଡିସେମ୍ବରରେ ପ୍ରଥମେ ଚାଇନାରେ ହିଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ଅନେକ ରାଷ୍ଟ୍ର ଚାଇନା ଭାଇରସ ବୋଲି କହୁଥିଲେ । କିନ୍ତୁ ଡବ୍ଲୁଏଚଓର ଏବେର ଅନୁସନ୍ଧାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯଦି ଚୀନ କରୋନା ପାଇଁ ଦାୟୀ ନୁହେଁ ତାହାଲେ ଭାଇରସର ଉତ୍ପତି ସ୍ଥଳ କେଉଁଠି ? ବିଶ୍ୱରେ କରୋନା ସଂକ୍ରମଣ କେଉଁଠୁ ଆରମ୍ଭ ହେଲା ? ଡବ୍ଲୁଏଚଓ ଜାଣିଶୁଣି ଚୀନକୁ ନିର୍ଦ୍ଦୋଷ କହୁଛି କି ? ଗବେଷଣା ବେଳେ ଡବ୍ଲୁଏଚଓ ଆଗରେ କିଛି ତଥ୍ୟ ଲୁଚାଇଛି କି ଚୀନ୍‌ ? ଏଭଳି ପ୍ରଶ୍ନ ଏବେ ସବୁରିଙ୍କ ମନରେ ।

ଅନ୍ୟପଟେ କରୋନା ମହାମାରୀ ଭିତରେ ବିଶ୍ୱର ଅନେକ ଦେଶରେ ଟିକାକରଣ ଆରମ୍ଭ ହୋଇଗଲାଣି । ହେଲେ ଇଂଲଣ୍ଡ, ଇଟାଲୀ, ଋଷିଆ ଏବଂ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ ତାଣ୍ଡବ ସୃଷ୍ଟି କରିଥିବା ଦେଖାଦେଇଛି । ତେଣୁ ଏବେ ବି ବିଶ୍ୱ କରୋନାକୁ ନେଇ ଭୟଭୀତ ରହିଛି ।

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ଗାଁ ଗାଁରେ ପହଞ୍ଚିବ ପାନୀୟ ଜଳ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କ୍ୟାବିନେଟ୍‌ରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଜଳ ଜୀବନ ମିଶନ ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରମୁଖ ଦାୟିତ୍ୱ ।

ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ୪ଟି ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି । ଯାଜପୁର ଜିଲ୍ଲାର ୫ଟି ବ୍ଲକ ଅଧିନରେ ଥିବା ୩୨୩ଟି ଗାଁରେ ୩ ଲକ୍ଷ ୯୦ ହଜାର ୮୬୮ ଜଣ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଦାନଗଦି ବ୍ଲକର ୧୦୪ଟି ଗାଁ, ରସୁଲପୁର ବ୍ଲକର ୧୬୦ଟି ଗାଁ, ଧର୍ମଶାଳା ବ୍ଲକର ୮ଟି ଗାଁର, ବରି ବ୍ଲକର ଗୋଟିଏ ଗାଁ, ଯାଜପୁର ବ୍ଲକର ୫୦ଟି ଗାଁକୁ ନିରାପଦ ପାନୀୟ ଜଳ ଯୋଗାଇଦିଆଯିବ । ଏଥିପାଇଁ ୨୫୪ କୋଟି ୨୭ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ । ସେହିଭଳି କନ୍ଧମାଳରେ ୨ଟି ବ୍ଲକରେ ୩୨୯ଟି ଗାଁ ବିଶୁଦ୍ଧ ପାନୀୟ ଜଳ ପାଇବେ । ଟିକାବାଲି ବ୍ଲକର ୧୨୯ଟି ଗାଁ, ଏବଂ ବାଲିଗୁଡା ବ୍ଲକର ୨୦୦ଟି ଗାଁର ଲୋକେ ନିରାପଦ ପାନୀୟ ଜଳ ପାଇବେ ।

ଏଥିପାଇଁ ଯାଜପୁର ବ୍ଲକ ଚେୟାରମ୍ୟାନ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅପହଞ୍ଚ ଇଲାକାରେ ଆଉ ଅପପୁଷ୍ଟିର ଶିକାର ହେବେନି ଶିଶୁ, ସୋପାନ ଯୋଜନାରେ ପୁଷ୍ଟିଗତ ସମସ୍ୟା ହେବ ଦୁର

ଭୁବନେଶ୍ୱର: ଓଡ଼ିଶାରେ ପୁଷ୍ଟିର ଉନ୍ନତି ପଥକୁ ତ୍ୱରାନ୍ୱିତ କରିବାର ରଣକୌଶଳରେ ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବ୍ଲକର ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୁପାନ୍ତରିତ ରଣନୀତି ପ୍ରସ୍ତୁତ ହୋଇଛି। ସୋପାନ ଯୋଜନା ଅଧିନରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। 5t କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ପୁଷ୍ଟିଗତ ସ୍ଥିତିର ଉନ୍ନତି ସାଧନ ଉଦ୍ଦେଶ୍ୟରେ ଏହି ରଣନୀତି ଆରମ୍ଭ କରାଯାଇଛି। ସଙ୍କଟାପୂର୍ଣ୍ଣ ଓ ଦୁର୍ବଳ ଶ୍ରେଣୀର ପିଲାମାନଙ୍କର ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଏହା ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ଅପହଞ୍ଚ ବ୍ଲକରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ବାଳିକା, ଗର୍ଭବତୀ ମହିଳା, ୬ ବର୍ଷରୁ କମ୍ ବୟସର ଶିଶୁ ମାନଙ୍କର ପୃଷ୍ଟିହୀନତାକୁ ତ୍ୱରୀତ ହ୍ରାସ କରିବାକୁ ଯୋର ଦିଆଯିବ। ଏହି ଅଞ୍ଚଳରେ ଗର୍ଭବତୀ ମାନଙ୍କୁ ଆଉଥରେ ରନ୍ଧାଖାଦ୍ୟ ଅଙ୍ଗନବାଡି କେନ୍ଦ୍ରରେ ଦିଆଯିବ। ଯେଉଁମାନେ ଖାଦ୍ୟ ଯୋଜନା ଓ ରକ୍ତ ହୀନତା ନିମନ୍ତେ ପରୀକ୍ଷା ଓ ଚିକିତ୍ସା ପାଇନାହାନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ସାହାଯ୍ୟ ଯୋଗାଇ ଦିଆଯିବ।

ରେଳ ଲାଇନ୍ କାର୍ଯ୍ୟକୁ ବିରୋଧ କରି ଜାଳିଦେଲେ ଜେସିବି ଓ ଟିପର୍

କାଲକାନାଗିରି: ମାଲକାନଗିରି ସୀମାରେ ପୁଣି ମାତିଲେ ମାଓବାଦୀ। ଜାଳିଦେଲେ ଜେସିବି ଓ ଟିପର୍। ରାସ୍ତା କାମରେ ଏହି ସବୁ ଜିନିଷ ନିୟୋଜିତ ଥିଲା। ତେବେ ରାସ୍ତା କାମକୁ ବିରୋଧ କରି ଏପରି କରିଥିବେ ପ୍ରାଥମିକ ସୂଚନା ମିଳିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡାରେ ସଶସ୍ତ୍ର ମାଓବାଦୀ ଏଭଳି କାଣ୍ଡ ଭିଆଇଛନ୍ତି। ଦନ୍ତେଓ୍ବାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିଲା। ତେବେ ଏହାକୁ ବିରୋଧ କରି ଭେରମଗଡ ଏରିଆ କମିଟିର ୧୫ରୁ ୨୦ ଜଣ ସଦସ୍ୟ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ସମ୍ପୂର୍ଣ ଜଳି ଦେଇଛନ୍ତି।

ଉତ୍ତରାଖଣ୍ଡରେ ରେସ୍‌କ୍ୟୁ: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଓଡ଼ିଆ କ୍ରେନ୍‌ ଅପରେଟର ନିଖୋଜ

ଜାରି ରହିଛି ରେସ୍‌କ୍ୟୁ ଅପରେସନ୍ । ମିଳୁନି ନିଖୋଜଙ୍କ ପତ୍ତା । ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ ବଢ଼ିଥିବାବେଳେ ଏବେ ବି ପ୍ରାୟ ୨୦୦ ଲୋକ ନିଖୋଜ ଅଛନ୍ତି । ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ହିମସ୍ଖଳନ ଯୋଗୁ ରୁଷିଗଙ୍ଗା ପାଓ୍ୱାର ପ୍ରକଳ୍ପରେ କାମ କରୁଥିବା ଜଣେ ଓଡ଼ିଆ ଯୁବକଙ୍କ ମଧ୍ୟ ପତ୍ତା ମିଳୁନି । ଏହି ଖବର ପାଇବା ପରେ ତାଙ୍କ ପରିବାର ଭାଙ୍ଗିପଡିଛନ୍ତି ।

ଏବେ ବି ଉତ୍ତରାଖଣ୍ଡର ସେହି ଟନେଲ୍ ଭିତରେ ଖୋଜା ଚାଲିଛି ଜୀବନ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଲମ୍ବା ସମୟ ଧରି ଚାଲିଛି ରେସ୍‌କ୍ୟୁ ଅପରେସନ୍ । NDRF, SDRF ଓ ଉତ୍ତରାଖଣ୍ଡ ପୋଲିସର ମିଳିତ ଟିମ୍ ଖୋଜାଖୋଜି କରୁଛନ୍ତି । ଜେସିବି, ଅକ୍ସିଜେନ୍ ସିଲିଣ୍ଡର ଓ ଡଗ୍ ସ୍କ୍ବାଡ୍‌ ସହ ରେସ୍କ୍ୟୁ ଟିମ୍ କାମ ଜାରି ରଖିଛନ୍ତି ଖୋଜାଖୋଜି । ତପୋବନରୁ ଅଧିକ ଲୋକ ନିଖୋଜ ଅଛନ୍ତି । ସମ୍ଭାଇ, ରେଣୀ, ଭୁଙ୍ଗଲେ ଗାଁର ପ୍ରାୟ ୩୦ଜଣଙ୍କ ପତ୍ତା ମିଳୁନି । ସେପଟେ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ ।

ଉତ୍ତରାଖଣ୍ଡର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇନ୍ତି ଓଡ଼ିଆ ପୁଅ ନାଗାର୍ଜୁନ ଦାସ । ନାଗାର୍ଜୁନଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦକାନ୍ଥି ଗାଁ । ସେ ରୁଷିଗଙ୍ଗା ପାଓ୍ୱାର ପ୍ରକଳ୍ପରେ କ୍ରେନ୍ ଅପରେଟର ଥିଲେ । ହିମସ୍ଖଳନ ଖବର ପାଇବା ପରେ ନାଗାର୍ଜୁନଙ୍କ ପତ୍ନୀ ଲିପୁସ୍ମିତା ଫୋନ ଯୋଗେ ତପୋବନ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ହେଲେ କୌଣସି ସୂଚନା ପାଇନଥିଲେ । ତେବେ ଏନେଇ ଚାମୋଲି ପ୍ରଶାସନ ସହ ଯୋଗାଯୋଗ କରାଯାଇଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

ଟନେଲ୍‌ରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଲୋକମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ । ବାସହରା ହୋଇଥିବା ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।