spot_img
Home Blog Page 5990

ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ । ନନ୍ଦିଘୋଷ ଟିଭିର ୧ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଏକ ହୋଟେଲରେ ଉଦଘାଟିତ ହୋଇଛି ।  ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଏସ୍ ଭେଙ୍କେଟନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି । ତାଙ୍କ  ସହ ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱର, ସମ୍ପାଦକ  ଶିଶିର ଭଟ୍ଟମିଶ୍ର ମଧ୍ୟ ଉପସ୍ଥିତ ।

ମିଡିଆ ପାଇଁ ଲୋକଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଅପରପକ୍ଷରେ ନନ୍ଦିଘୋଷ ଟିଭିର ୧ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି । ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି । ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା । ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଏଥିସହିତ ୧ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ନେଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ସୁନ୍ଦର  ଆୟୋଜନ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ, ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ମିଡ଼ିଆ ପାଇଁ ଲୋକଙ୍କ ବିଶ୍ୱାସ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ , ଲୋକଙ୍କ ବିଶ୍ୱାସ ହିଁ ମିଡିଆକୁ ପ୍ରଭାବଶାଳୀ କରିଥାଏ । ଏଣୁ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଦିଗରେ ଗୁରୁତ୍ୱ ଦେଇ ନନ୍ଦିଘୋଷ ଟିଭି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ।

ଜାତି ନନ୍ଦିଘୋଷ କନକ୍ଳେଭ୍ ଉଦ୍‌ଘାଟନ ଅବସରରେ ସ୍ୱାଗତ ଭାଷଣ ରଖିଛନ୍ତି ସିଇଓ ଜବର ସିଂ ପନୱର ।  ନିଜ ସ୍ୱାଗତ ଭାଷଣରେ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ସେମାନଙ୍କ ଆସ୍ଥା, ବିଶ୍ୱାସ  ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅନବରତ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିଥିବା  ନନ୍ଦିଘୋଷ ଟିଭି ଓ ଏହାର ଡିଜିଟାଲ ଟିମ୍କୁ‌ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ମାତ୍ର ୧ ବର୍ଷ ମଧ୍ୟରେ  ନନ୍ଦିଘୋଷ ଟିଭିର ୟୁଟ୍ୟୁବ ପ୍ଳାଟଫର୍ମରେ ପାଖାପାଖି ୧ ମିଳିୟନ୍ ୟୁଜର ଯୋଡ଼ିହୋଇଛନ୍ତି ।

ଅପରପକ୍ଷରେ ଆଜିର ବର୍ଷ ପୂରାଣି ଅବସରରେ ନନ୍ଦିଘୋଷ ଟିଭି ତା’ର ଲୋକାପର୍ଣ ଉତ୍ସବରେ ନେଇଥିବା ସଂକଳ୍ପକୁ ମନେପକାଇ ଦେଇଛନ୍ତି ସମ୍ପାଦକ ଶିଶିର ଭଟ୍ଟମିଶ୍ର । ସେ କହିଛନ୍ତି,  ଆମେ ଟିଆରପି ଦୌଡ଼ରେ ରହିବୁନାହିଁ । ଆମେ ମୁହଁରେ ରଙ୍ଗ ମାଖି ଟେଲିଭିଜନରେ ଖବର ଉପସ୍ଥାପନ କରୁ କିନ୍ତୁ ଆମେ ଖବରରେ ରଙ୍ଗ ମାଖିବୁ ନାହିଁ । ଆମେ ଟିଆରପି ରେସରେ ନାହୁଁ କିନ୍ତୁ ଆମେ ଜନସାଧାରଣଙ୍କ ଆସ୍ଥା ଜିତିବା ରେସ୍‌ରେ ରହିଛୁ । ସମସ୍ତଠାରୁ ଆଗରେ ସବୁଠୁ ଆଗରେ ନିର୍ଭୁଲ ଖବର ପରିବେଷଣ କରିବୁ । ଜନସାଧାରଣ ଭଲ ପାଇବାରୁ ହୃଦବୋଧ ହେଉଛି ଆମେ ଆମ ସଂକଳ୍ପକୁ କିଛି କିଛି ମାତ୍ରାରେ ସଫଳ ହୋଇଛୁ । ଏବଂ ସେ ଦିଗରେ ଆଗକୁ ବଢ଼ୁଛୁ । ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆମେ ଅତିରଞ୍ଜିତ ଖବର ଠାରୁ ଦୂରରେ ରହିବୁ ଲୋକଙ୍କ ସେବାରେ ବ୍ରତୀ ହେବୁ ବୋଲି ଶ୍ରୀ ଭଟ୍ଟମିଶ୍ର କହିଛନ୍ତି । ଏଥିସହିତ ସାଧାରଣ ଲୋକଙ୍କ ଭଲ ପାଇବା ପାଇଁ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ କୃତଜ୍ଞତା  ଜ୍ଞାପନ କରିଛନ୍ତି ।

ଆଜି ମହାପ୍ରଭୁଙ୍କ ପବିତ୍ର ପଦ୍ମବେଶ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ପଦ୍ମବେଶ | ମାଘମାସ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ପ୍ରଥମେ ଯେଉଁ ବୁଧବାର କିମ୍ବା ଶନିବାର ପଡେ ସେହିଦିନ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ | ତେଣୁ ଆଜି ସେହି ଶନିବାର ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପବିତ୍ର ପଦ୍ମଵେଶ ଅନୁଷ୍ଠିତ ହେବ | ବଡ଼ଚ୍ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ | ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ | ଏହି ବେଶ ପ୍ରସ୍ତୁତକାରୀ ହବିଷଅର୍ଣ୍ଣ ସେବନ କରିଥାନ୍ତ । ମହାପ୍ରଭୁଙ୍କ ଉଦ୍ୟେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି |ବଡ଼ସିଂହାର ବେଶରେ ଠାକୁର ମାନଙ୍କୁ ଏହି ବେଶ କରାଯିବ | ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ | ପଦ୍ମବେଶ ଥାଇ ଶ୍ରୀଜୀଉ ମାନେ ପହୁଡ ହେବାର ପରମ୍ପରା ରହିଛି | ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ | ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ | ଭକ୍ତ ମନହର ଦାଶ ର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ପଦ୍ମ ବେଶ କରାଯାଇଥାଏ |ତେବେ ଆସନ୍ତାକାଲି ରବିବାର | SOP ରେ କୋହଳ କରାଯାଇଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ଏବଂ ଭକ୍ତମାନେ ମାନେ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ ର ସୌଭାଗ୍ୟ ପାଇପାରିବେ | ତେବେ ନୂଆ SOP ଅନୁଯାୟୀ ଆଜି ମଧ୍ୟ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି

ଏଥିସହିତ ପଢ଼ନ୍ତୁ: ୨୦୦୦ ମସିହାରୁ କମିଛି ସ୍ୱିଜରଲ୍ୟାଣ୍ଡରେ ହିମସ୍ଖଳନ, କେମିତି ଜାଣନ୍ତୁ…

କୋଟିଆରେ ଆରମ୍ଭ ହେଲା ‘ଆନ୍ଧ୍ର’ ନିର୍ବାଚନ

0

କୋରାପୁଟ: ଆଜି ସୀମାନ୍ତ ଗାଁରେ ଆନ୍ଧ୍ର କରୁଛି ନିର୍ବାଚନ । କୋଟିଆରେ ଚାଲିଛି ନିର୍ବାଚନ । କୋଟିଆ  ପଂଚାୟତର ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ  ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ରହିଛନ୍ତି । ଏଠାରେ ହିଁ ପୋଲିଂ ବୁଥ କରାଯାଇଛି । ମତଦାନ ଧିରେ ଧିରେ ଆରମ୍ଭ ହେଉଛି । ସେପଟେ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ  ଆନ୍ଧ୍ରର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ନିର୍ବାଚନ ବନ୍ଦ କରିବାକୁ ପଦକ୍ଷେପ ନେବା ପାଇଁ ଚିଠିରେ ସେ ନିବେଦନ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୧୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।

ଏଥିସହିତ ପଢ଼ନ୍ତୁ: ଜମ୍ମୁ ସହ ଦିଲ୍ଲୀରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍‌

ପୁରୀ: ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ | ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ | ଇନଷ୍ଟାଗ୍ରାମରେ ସାଲିନି ଫସୀ ଓ ଇଣ୍ଡିଆନ ଟେମ୍ପଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରଲ ହୋଇଛି | ଦକ୍ଷିଣ ଦ୍ୱାର ପଟୁ ଏହି ଫଟଚିତ୍ର ଉତ୍ତୋଳନ କରାଯାଇଥିବା ଜଣାପଡୁଛି | ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରଲକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସିଧାସଳଖ ଆଙ୍ଗୁଠି ଉଠାଇଛି |ସୁରକ୍ଷା ଢିଲା ଯୋଗୁଁ ଏହି ଫଟ ଇନଷ୍ଟାଗ୍ରାମରେ ଘୁରି ବୁଲୁଚି ବୋଲି ଅନୁମାନ କରାଯାଉଛି | ଫେବୃଆରୀ 2ତାରିଖ ଦିନ ଏହି ଫଟ ଅପଲୋଡ଼ ହୋଇଥିବା ବେଳେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ | ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ଚେକିଂର ବ୍ୟବସ୍ଥା ରହିଥିବା ବେଳେ କିଭଳି ଭକ୍ତ ଜଣଙ୍କ ଭିତରକୁ ମୋବାଇଲ ନେଇ ଯିବା ସହ ଫଟ ମଧ୍ୟ ଉତ୍ତଳନ କଲେ ଏବଂ ସୋସିଆଲ ମିଡ଼ିଆରେ ଭାଇରଲ କଲେ ତାହା ସବୁଠୁ ବଡ ପ୍ରଶ୍ନ |

ଏଥିସହିତ ପଢ଼ନ୍ତୁ: ୧ ବର୍ଷ ପୂର୍ତ୍ତି ଅବସରରେ ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନକ୍ଲେଭ୍’: ଆଉ କିଛି ଘଣ୍ଟାର ଅପେକ୍ଷା

ବିନା ଦୋଷରେ ଅପମାନିତ ହେବେ, ବିଶୃଙ୍ଖଳାର ଶିକାର ହେବେ ଆଜି ସତର୍କ ରୁହନ୍ତୁ

ଆଜିର ପଞ୍ଚାଙ୍ଗ: ୧୩/୦୨/୨୦୨୧ ଶନିବାର, କୁମ୍ଭ ୨ଦିନ,

୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ମାଘ ଶୁକ୍ଳ ୨ୟା ରାତ୍ର ୧୨:୫୬ ଗତେ ୩ୟା,

କୁମ୍ଭଚନ୍ଦ୍ର ଅହୋରାତ୍ର

ଶତଭିଷା ଦିବା ୦୩:୧୧ ଗତେ ପୁର୍ବଭାଦ୍ର ନକ୍ଷତ୍ର

ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର

ଘାତ ବାର- ବୃଷ, ସିଂହ ଓ କନ୍ୟା ରାଶିର

ଯୋଗୀନି- ଉତ୍ତରେ ରାତ୍ର ୧୨:୫୬ ଗତେ ଆଗ୍ନୟେ

ପୁଷ୍କର ଦୋଷ- ୨ପାଦ ଦିବା ୦୩:୧୧ ଗତେ ୩ପାଦ

ନିଷିଦ୍ଧ ଖାଦ୍ୟ- ପୋଟଳ

ଶୁଭ ସମୟ

ପ୍ରାତଃ ୧୦:୧୫ ରୁ ୦୧:୦୯

ସନ୍ଧ୍ୟା ୦୮:୧୩ ରୁ ୧୦:୪୪

ଅଶୁଭ ସମୟ

ଦିବା ୦୯:୧୦ ରୁ ୧୦:୩୫

ଦିବା ୦୧:୨୬ ରୁ ୦୨:୫୧

ଦିବା ୦୪:୧୬ ରୁ ୦୭:୧୬

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଜମିବାଡି ସଂକ୍ରାନ୍ତୀୟ ବିଷୟରେ ଲାଭ ପ୍ରାପ୍ତି । ଭାଇଭଉଣୀ ସହୋଦରଙ୍କର ସହଯୋଗ ମିଳିବ । ରାଜନୀତିକ ବ୍ୟକ୍ତି ସମାଜ କଲ୍ୟାଣରେ ଲାଗିରହି ସମ୍ନାନ ପାଇବେ ।

ଦ୍ୱିଜା ନକ୍ଷତ୍ର- ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ କ୍ଷତି ସହିବେ । ଅଯଥା କଥାକୁ ନେଇ ଅପମାନିତ ଭଳି ସ୍ଥିତି ଉପୁଜିବ ।

କୃତ୍ତିକା ନକ୍ଷତ୍ର- ଆଜି ପିଲାଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ ମାତ୍ର ଅନ୍ୟାନ୍ୟ ସମସ୍ତ ଦୃଷ୍ଟିରୁ ଶୁଭ ରହିବ ।

ଶୁଭ ରଙ୍ଗ- ଧଳା

ଆଜି ସକାଳୁ ଉଠି ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରନ୍ତୁ ଏବଂ ସ୍ନାନ ପରେ ଜଳଅର୍ଘ୍ୟ ସହିତ ଗାୟତ୍ରୀମନ୍ତ୍ର ୧୧ଥର ଜପ କରନ୍ତୁ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ ।

ରୋହିଣୀ ନକ୍ଷତ୍ର- ଜୀବନ ସାଥିର ସହଯୋଗରେ ଭବିଷ୍ୟତ ନିମନ୍ତେ କୌଣସି ସ୍ଥାୟୀ କର୍ମ ଯୋଜନାର ମୂଳଦୁଆ ପକାଇବେ । ପିଲାମାନଙ୍କୁ ଇଚ୍ଛା ମୁତାବକ ଶୁଭଫଳ ମିଳିବ ।

ମୃଗଶିରା ନକ୍ଷତ୍ର- ଆଜି ସମୟର କୁପ୍ରଭାବରୁ ବାଧା ବିଘ୍ନଭରା ଦିବସ ରହିବ । ଟଙ୍କା ପଇସାର ଅଭାବ ଅଧିକ ବଢ଼ିବ ।

ଶୁଭ ରଙ୍ଗ- ଲାଲ

ଅଶ୍ୱତ୍ଥ ବୃକ୍ଷର ଚେର ପାଖରେ ରଖନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇ କୌଣସି ଦୂରାରୋଗରୁ ମୁକ୍ତି ମିଳିବ, ବ୍ୟବସାୟିକ ଉନ୍ନତିର ସୂଚନା ରହିବ ।

ଆଦ୍ରା ନକ୍ଷତ୍ର- ଆଜି ଅଶୁଭଗ୍ରହ ପ୍ରଭାବରେ କାହା ସହିତ ଅଯଥା ମତାନ୍ତର ହେବ ତେଣୁ, କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ ।

ପୂନର୍ବସୁ ନକ୍ଷତ୍ର- ଆଜି ସ୍ନାନପରେ କିଛି ଚଣା ସହିତ ଗୁଡ଼ ମିଶାଇ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ଗାଇ କିମ୍ବା ବୃଷଭଙ୍କୁ ଦେଲେ ଶୁଭତ୍ତ୍ୱ ବୃଦ୍ଧି ହେବ ।

ଶୁଭ ରଙ୍ଗ- କମଳା

ଓଁ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଲ୍ଲବାୟ ନମଃ ୧୦୮ଥର ପାଠ କରନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର- ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୁହୂର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ପୂଷ୍ୟା ନକ୍ଷତ୍ର- ଆଜି ମନ ସନ୍ଦେହ ଭିତରେ ରହିବ । ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟରେ ସମସ୍ୟା ଉପୁଜିବ । ଦେବୀ ଲକ୍ଷ୍ମୀଙ୍କୁ ଦର୍ଶନ କରନ୍ତୁ, ଗାଈଙ୍କୁ ନିଜ ହାତରେ ଖୁଆନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର- ମଥାରେ ଲାଲ ଚନ୍ଦନ ଲଗାନ୍ତୁ ମନୋବାଞ୍ଛିତ ପରିବେଷ ମଧ୍ୟରେ ଦିନ କଟିବ ।

ପୂର୍ବାଫାଲଗୁନି ନକ୍ଷତ୍ର- କୌଣସି ଖୁସି ଖବର ମିଳିବ ଏବଂ ଆଶା ଜନକ ପରିବେଶ ମଧ୍ୟରେ ସମୟ ଅତିବାହିତ ହେବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର- କୌଣସି ଦ୍ରବ୍ୟ ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ମିଳିବ ।

ଶୁଭରଙ୍ଗ- ଧଳା

ତମ୍ବା ପାତ୍ରରେ ଜଳ ସହିତ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅଘ୍ୟ ଦିଅନ୍ତୁ କଲ୍ୟାଣକାରୀ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର- ବ୍ୟବସାୟରେ ଲାଭ ବଢ଼ିବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳିବ ।

ହସ୍ତା ନକ୍ଷତ୍ର- କୌଣସି ପ୍ରକାର ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ ।

ଚିତ୍ରା ନକ୍ଷତ୍ର- ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିଥିବେ ।

ଶୁଭ ରଙ୍ଗ- ସବୁଜ

ଜନ୍ଦା କିମ୍ବା କଳା ପିମ୍ପୁଡ଼ିଙ୍କ ଗାତପାଖରେ ଅଟା ଚିନି ଦିଅନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର- ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ । ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନୀବିଡ଼ତା ବଢିବ ।

ସ୍ୱାତୀ ନକ୍ଷତ୍ର- ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢ଼ିବ, ଜୀବନର କୌଣସି ଲକ୍ଷ ପୂର୍ଣ୍ଣ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଶାଖା ନକ୍ଷତ୍ର- ଆଜି ଘରୁ ବାହାରିଲା ବେଳେ ଖଣ୍ଡେ ଅନ୍ନପୂର୍ଣ୍ଣା ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁବକାମରେ ଜୟ ହେବ ।

ଶୁଭ ରଙ୍ଗ- ଧଳା

ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର- ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢ଼ିବ ଯୋଜନାରେ ଅସଫଳ ହେବେ ।

ଅନୁରାଧା ନକ୍ଷତ୍ର- ପାରିବାରିକ ମାନସିକ ଚାପ ବଢିବ, ଆର୍ଥିକ ଅନାଟନ ବଢ଼ିବ ।

ଜ୍ୟେଷ୍ଠା ନକ୍ଷତ୍ର- ଜୀବନ ଯୁର୍ଦ୍ଧରେ ସଂଘର୍ଷ ବଢିବ । ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ।

ଶୁଭ ରଙ୍ଗ- ଧଳା

ତୁଳସୀ କାଠି ଘୋରି ଭଗବାନ ଶ୍ରୀଜଗନ୍ନାଥଙ୍କୁ ଲଗାନ୍ତୁ ଏବଂ ନିଜେ ମଥାରେ ଲଗାଇ ଦିନ କାଟନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ମୂଳା ନକ୍ଷତ୍ର- ନିଜଲୋକ ଠାରୁ ଦୂରରେ ରହି ମନସ୍ତାପ ବଢିବ, ଭବିଷ୍ୟତ ଚିନ୍ତା ଦ୍ୱିଗୁଣିତ ହେବ ।

ପୂର୍ବଷାଢା ନକ୍ଷତ୍ର- କୌଣସି ପ୍ରକାରର ଶୁଭ ସୂଚନା ବା ଖବର ପ୍ରାପ୍ତ ହୋଇ ଦିନଭରି ମନ ଉତ୍ସାହିତ ରହିବ ।

ଉତ୍ତରାଷାଢ଼ା ନକ୍ଷତ୍ର- ମାନସିକ ଶାନ୍ତି ସହିତ ମନ ମୂତାବକ ପରିବେଶ ମଧ୍ୟରେ ସମୟ ଅତିବାହିତ ହେବ ।

ଶୁଭ ରଙ୍ଗ- ଧଳା

କିଛି ତୁଳସୀ ପତ୍ର ଖାଇ ଗୃହରୁ ବାହାରିବେ ।

ମକର ରାଶି

ଉତ୍ତରାଷାଢ଼ା ନକ୍ଷତ୍ର- ଅର୍ଥର ଅଭାବ ରହିବ ତେଣୁ ନିଜର ଯାନବାହାନ କିମ୍ବା ଗୃହର କିଛି ଆସବାବ ବିକ୍ରି କରିବା ଭଳି ପରିସ୍ଥିତି ଉପୁଜିବ ।

ଶ୍ରବଣା ନକ୍ଷତ୍ର- କାମ ଗୁଡ଼ିକ ବିଗିଡ଼ି ଯିବ ଏବଂ ନିଜଲୋକ ଠାରୁ ଧୋକା ମିଳିବ, ଚିନ୍ତାଗ୍ରସ୍ତ ରହିବେ ।

ଧନିଷ୍ଠା ନକ୍ଷତ୍ର- ଅକସ୍ମାକ ଦୁର୍ଘଟଣା ସ୍ଥିତି ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ବୃକ୍ଷ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ।

ଶୁଭ ରଙ୍ଗ- ସବୁଜ

ସ୍ନାନପରେ ସୋରିଷ ତେଲର ଦୀପ ପଶ୍ଚିମ ଦିଗରେ ଶନି ମହାଗ୍ରହଙ୍କ ଉଦ୍ଦେଶ୍ୟରେ ଲଗାଇବେ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- କାହା ସହିତ ମତାନ୍ତର ମନାନ୍ତର ହେବ, ଟଙ୍କା ପଇସାର ଅଭାବ ହେବ ।

ଶତଭିଷା- ପାଦତଳ ପିଡ଼ା ହେବ, ଜୀବନସାଥିର ଅସହଯୋଗ ମିଳିବ ଫଳରେ ଚିନ୍ତାଗ୍ରସ୍ତ ରହିବେ ।

ପୂର୍ବଭାଦ୍ର ନକ୍ଷତ୍ର- ଯାନବାହାନ ଭୟ ରହିବ, ଅଯଥା ଗଣ୍ଡଗୋଳିଆ ପରିସ୍ଥିତି ଷୃଷ୍ଟି ହେବ ।

ଶୁଭ ରଙ୍ଗ- ଧଳା

ମହାପ୍ରଭୁଙ୍କୁ ସମର୍ପି ଆଜି ଚଢ଼େଇ ମାନଙ୍କୁ ଖାଇବାକୁ ଦିଅନ୍ତୁ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର- ବିନା ଦୋଷରେ ଅପମାନିତ ହେବେ, ବିଶୃଙ୍ଖଳାର ଶିକାର ହେବେ ତେଣୁ ଆଜି ସତର୍କ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର- ସମୟ ଏତେ ଅନୁକୂଳ ରହିବ ନାହିଁ, ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ ମାନସିକ ଅଶାନ୍ତି ରହିବ ।

ରେବତୀ ନକ୍ଷତ୍ର- ପ୍ରତି କ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ, କିନ୍ତୁ ଛୋଟମୋଟ ଦୁର୍ଘଟଣା ଘଟିବ । ଓଁ ଉଗ୍ରତାରାୟ ନମଃ ଜପ କରନ୍ତୁ ।

ଶୁଭ ରଙ୍ଗ- ହଳଦିଆ

ହଳଦୀ ଚନ୍ଦନ ମଥାରେ ଟିକା ମାରନ୍ତୁ କଲ୍ୟାଣ ହେବ ।

ଗର୍ଗ ଜ୍ୟୋତିଷ

ଜ୍ୟୋତିର୍ବିଦ୍ ଶ୍ରୀପତି ଆଚାର୍ଯ୍ୟ

 

୧ ବର୍ଷ ପୂର୍ତ୍ତି ଅବସରରେ ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନକ୍ଲେଭ୍’: ଆଉ କିଛି ଘଣ୍ଟାର ଅପେକ୍ଷା

ଆଜି ନନ୍ଦିଘୋଷ ଟିଭିକୁ ପୂରିଛି ବର୍ଷେ । ବର୍ଷପୂର୍ତ୍ତି ଅବସରରେ ଆୟୋଜନ ହେଉଛି ବଡ଼ ବିତର୍କ- ଜାତି ନନ୍ଦିଘୋଷ କନକ୍ଲେଭ୍। ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୂଚୀ ।

ଜାତି ନନ୍ଦିଘୋଷ କନକ୍ଲେଭ୍

ଉଦଘାଟନ: ଦିନ ୧୧ଟା

ମୁଖ୍ୟ ଅତିଥି: ଏସ୍ ଭେଙ୍କଟନାରାୟଣ, ବରିଷ୍ଠ ସାମ୍ୱାଦିକ

ପ୍ରଥମ ଅଧିବେଶନ: ମଧ୍ୟାହ୍ଣ ୧୨ଟା ରୁ ୧୨.୪୫

ଆଲୋଚନା ପ୍ରସଙ୍ଗ: ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’

ପ୍ୟାନେଲ୍: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ

ଦ୍ୱିତୀୟ ଅଧିବେଶନ: ଦିନ ୧ଟା ରୁ ୧.୪୫

ଆଲୋଚନା ପ୍ରସଙ୍ଗ: ମହାମାରୀ ପରର ଅର୍ଥନୀତି

ପ୍ୟାନେଲ୍: ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି, ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ

ତୃତୀୟ ଅଧିବେଶନ: ଅପରାହ୍ଣ ୩ଟା ରୁ ୩.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଶାର ରୂପାନ୍ତର’

ପ୍ୟାନେଲ୍: ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, ହକି ଖେଳାଳୀ ଦିଲ୍ଲୀପ ତ୍ତିର୍କୀ

ଚତୁର୍ଥ ଅଧିବେଶନ: ଅପରାହ୍ଣ ୪ଟା ରୁ ୪.୪୫

ଆଲୋଚନା ପ୍ରସଙ୍ଗ: ସିନେମା ଏବଂ ସୋସିଆଲ ମିଡିଆ

ପ୍ୟାନେଲ୍: ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପିୟୁଷ ରାୟ

ପଞ୍ଚମ ଅଧିବେଶନ: ସନ୍ଧ୍ୟା ୫ଟା ରୁ ୫.୪୫

ଆଲୋଚନା ପ୍ରସଙ୍ଗ: ‘ଓଡ଼ିଆ ସାହିତ୍ୟ- ଆସନ୍ତା କାଲି’

ପ୍ୟାନେଲ୍: ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି

ଷଷ୍ଠ ଅଧିବେଶନ: ସନ୍ଧ୍ୟା ୬ଟା ରୁ ୭ଟା

ଆଲୋଚନା ପ୍ରସଙ୍ଗ: ବିଶିଷ୍ଟ ନିମନ୍ତ୍ରିତ ଅତିଥି ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଅଭିଭାଷଣ

ପ୍ୟାନେଲ୍:  ଜବର ସିଂ ପନୱର,  ସିଇଓ ନନ୍ଦିଘୋଷଟିଭି,  ଶିଶିର ଭଟ୍ଟମିଶ୍ର, ସମ୍ପାଦକ ନ୍ଦିଘୋଷ ଟିଭି

ସାଂସ୍କୃତିକ କାର୍ଯ୍ୟକ୍ରମ: ସନ୍ଧ୍ୟା ୭ଟା

କଣ୍ଠଶିଳ୍ପୀ: ନାଜିଆ ଆଲମ୍, ମହାପ୍ରସାଦ କର, ସନ୍ଦିପ ପାଲିତ୍

ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ

ରାୟଗଡ଼ା: ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାୟଗଡ଼ା ତାରିଣୀ ଛକରେ ବସ୍‌ରେ ନିଆଁ ଲାଗି ଯାଇଥିଲା । ଗତକାଲି ରାତିରେ ନବରଙ୍ଗପୁର କଷାଗୁମୁଡ଼ାରୁ ପୋଲସରା ଯାଉଥିବା ଘରୋଇ ବସରେ ନିଆଁ ଲାଗିଥିଲା । ଏଥିରେ ଯାତ୍ରୀଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି । ତେବେ ବସର ସମସ୍ତ ଯାତ୍ରୀ ବର୍ତ୍ତିଯାଇଛନ୍ତି । ରାୟଗଡ଼ାରୁ ଅଗ୍ନିଶମବାହିନୀ ପହଞ୍ଚିବା ବେଳକୁ ବସଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା । ବସର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । କଷାଗୁମୁଡ଼ାରୁ ୪୦ଜଣ ଯାତ୍ରୀଙ୍କୁ ନେଇ ବସ ଯାଉଥିଲା । ରାସ୍ତାରେ ଦୁର୍ଗନ୍ଧ ହେଉଥିବା ଯାତ୍ରୀ କହିଥିଲେ ମଧ୍ୟ ବସ ଡ୍ରାଇଭର କି କଣ୍ଡକ୍ଟର ଶୁଣିନଥିଲେ । କିଛି ସମୟ ପରେ ବସର ଚକାରେ ନିଆଁ ଲାଗିଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଜମ୍ମୁ ସହ ଦିଲ୍ଲୀରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ଼, ୨ ଅଟକ

ଚଣ୍ଡିଖୋଲ: ପେଟ୍ରୋଲ ପମ୍ପ ଉପରେ ବୋମାମାଡ଼ । ଯାଜପୁର ଜିଲ୍ଲା ବୈରୀରେ ଥିବା ପେଟ୍ରୋଲ ପମ୍ପ ଉପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୨ ଜଣ ବାଇକ୍ ଯୋଗେ ଆସି ପେଟ୍ରୋଲ୍ ପମ୍ପ ଉପରେ ବୋମାମାଡ଼ କରିଥିଲେ । ଏଥିରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ବୋମାମାଡ଼ କରିଥିବା ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।

ପର୍ଯ୍ୟଟକଙ୍କ ବସ୍ ଓଲଟି ୪ ମୃତ, ୧୯ ଆହତ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବଡ଼ ଦୁର୍ଘଟଣା । ଆରୁକୁ ଘାଟିରେ ପର୍ଯ୍ୟଟକଙ୍କୁ ନେଉ ଯାଉଥିବା ମିନିବସ୍ ଓଲଟି ପଡ଼ିଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି ।

Mini Tourist Bus Turned Over in Andhra-Odisha Border, Four Died

ବସଟି ଘାଟିରେ ଓଲଟିବା ପରେ ବଡ଼ ଘାଇକୁ ଖସିପଡ଼ିଛି । ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ପରେ ପର୍ଯ୍ୟଟକମାନେ ତେଲଙ୍ଗାନା ଫେରୁଥିଲେ । ଆହତମାନଙ୍କୁ ବିଜୟାନଗରମ ଜିଲ୍ଲାରେ ଭର୍ତ୍ତି କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଜମ୍ମୁ ସହ ଦିଲ୍ଲୀରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଝଟକା । ଜମ୍ମୁ କାଶ୍ମୀର ସହ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୦ଟା ୩୪ ସମୟରେ ଭୂମିକମ୍ପ ହୋଇଥିବା ବେଳେ ଲୋକ ଭୟରେ ଘରୁ ବାହାରି ଆସିଥିଲେ ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ଥିବା ଜଣାପଡ଼ିଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର ସହ ପଞ୍ଜାବରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର ଭାରତର ଅଧିକାଂଶ ରାଜ୍ୟ ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରି ଉଠିଛି ।

ଗୋଟିଏ ସମୟରେ ଉତ୍ତର ଭାରତର ଏକାଧିକ ରାଜ୍ୟରେ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ତାଜିକିସ୍ତାନରେ ମଧ୍ୟ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ନାସନାଲ ସେଣ୍ଟର ଫର୍ ସେଇସମୋଲୋଜି ସୂଚନା ଦେଇଛି । ଆଫଗାନିସ୍ତାରେ ଭୂମିକମ୍ପର କେନ୍ଦ୍ରସ୍ଥଳ, ରିକ୍ଟର ସ୍କେଲରେ ତୀବ୍ରତା ୬.୩ ବୋଲି ଜଣାପଡ଼ିଛି ।