ଓ୍ୱାଣ୍ଡେ ସିରିଜ୍‌କୁ ସିଲ୍‌ କରିବା ପାଇଁ ଆଜି ମଇଦାନକୁ ଓହ୍ଲାଇବ ବିରାଟ ବାହିନୀ

1 min read

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ। ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଭ୍ରମଣକାରୀ ଇଂଲିସ ଟିମ୍‌କୁ ୬୬ ରନରେ ପରାସ୍ତ କରିଥିଲା। ଆଜି ହେବାକୁ ଯାଉଛି ଦ୍ୱିତୀୟ ମ୍ୟାଚ। ଟି ୨୦ ମ୍ୟାଚ ସିରିଜକୁ ଭାରତ ଅକ୍ତିଆର କଲାଭଳି ଓ୍ୱାଣ୍ଡେ ସିରିଜକୁ ମଧ୍ୟ ହାତେଇ ବାକୁ ଚେଷ୍ଟରା କରିବ ଭାରତ।

ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ଭାରତୀୟ ଦଳ ODI ରେ ମଧ୍ୟ ପ୍ରଥମ ସ୍ଥାନରେ ରହିବା ପାଇଁ ଆଜି ଚେଷ୍ଟା କରିବ। ଏଥିପାଇଁ ଭାରତକୁ ଆଗାମୀ ଦୁଇଟି ମ୍ୟାଚ୍ ଜିତିବା ସହିତ ଇଂଲଣ୍ଡକୁ କ୍ଲିନ୍‌ ସୁଇପ୍‌ କରିବାକୁ ପଡ଼ିବ। ଯଦି ଏହି ସିରିଜରେ ଭାରତ ତିନୋଟି ମ୍ୟାଚ୍ ଜିତେ ତେବେ ଭାରତୀୟ ଦଳ ତିନୋଟି ରେଟିଂ ପଏଣ୍ଟ ହାସଲ କରିବ ଏବଂ ୧୨୦ ପଏଣ୍ଟ ସହ ODI ରେ ନମ୍ବର ଓ୍ୱାନ୍‌ ସ୍ଥାନରେ ରହିବ।

୧୯୮୪ ପରେ ଇଂଲଣ୍ଡ ଭାରତରେ ODI ସିରିଜ୍ ଜିତି ନାହିଁ

ଭାରତ ତାର ଭଲ ଫର୍ମକୁ ଆସି ପ୍ରଥମ ଓ୍ୱାଣ୍ଡେ ମ୍ୟାଚକୁ ଅକ୍ତିଆର କରିଛି । ଏହା ପରେ ଇଂଲଣ୍ଡ ବିପକ୍ଷରେ ଆଉ ଦୁଇଟି ମ୍ୟାଚ ଜିତିବା ପାଇଁ ଆଶା ବଢ଼ିଛି। ନିଜ ଦେଶରେ ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ବହୁତ ଭଲ ରହିଛି। ଦୁଇ ଦେଶ ମଧ୍ୟରେ ଭାରତରେ ୯ ଟି ODI ସିରିଜ୍ ହୋଇଛି। ଏଥିମଧ୍ୟରୁ ଭାରତ ୬ ଟି ଏବଂ ଇଂଲଣ୍ଡ ଗୋଟିଏ ଜିତିଛି। ଅବଶିଷ୍ଟ ଦୁଇଟି ସିରିଜ୍ ଡ୍ର ରହିଛି । ଯେଉଁଥିପାଇଁ ଏପର୍ଯ୍ୟନ୍ତି ଇଂଲଣ୍ଡ ଭାରତରେ ଗୋଟିଏବି ସିରିଜ ଜିତିନାହିଁ ।

 

Leave a Reply