ଟ୍ରାକ୍ଟରରୁ ଜବତ ହେଲା ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଲମତାପୁଟ ପୋଲିସ ଧରିବାରେ ସଫଳ ହୋଛନ୍ତି। ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଧରିଥିବା ବେଳେ ୨ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ ବାଙ୍ଗୁରୁପଡା ନଦୀ ଘାଟରୁ ଲମତାପୁଟକୁ ଗଞ୍ଜେଇ ଚୋରା ଚାଲାଣ ନେଇ  ଲମତାପୁଟ ପୋଲିସ ଖବର ପାଇଥିଲେ। ପରେ ଲମତାପୁଟ ପୋଲିସ ଏକ ଟିମ୍‌ ଗଠନ କରି ବାଙ୍ଗୁରୁପଡା ନିକଟରେ ଚଡାଉ କରିଥିଲେ। ପୋଲିସକୁ ଦେଖି ଘଟଣାସ୍ଥଳରେ ଗଞ୍ଜେଇ ଭର୍ତ୍ତି  ଟ୍ରାକ୍ଟରକୁ ଛାଡ଼ି ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ। ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଲମତାପୁଟ ଥାନାକୁ ଆଣିବା ପରେ ସେଥିରୁ ୩୮୭ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ପ୍ରକାଶ କରିଛି।

Leave a Reply