spot_img
Home Blog Page 5985

ଚେସ୍ ଅଲମ୍ପିଆଡ୍ ୨୦୨୬ ପାଇଁ ଲବି କରିବ ଭାରତ: ଖୁଆଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ୍ ଚେସ୍ ଲିଗ୍

ନୂଆଦିଲ୍ଲୀ: ଚେସକୁ ଦେଶରେ ଚର୍ଚ୍ଚିତ କରିବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଅଲ୍‌ ଇଣ୍ଡିଆ ଚେସ୍ ଫେଡରେସନ୍  । ଏ ସମ୍ପର୍କରେ ଅଲ୍‌ ଇଣ୍ଡିଆ ଚେସ୍ ଫେଡରେସନ୍‌ର ସଭାପତି ସଞ୍ଜୟ କପୁର ସୂଚିତ କରିଛନ୍ତି । ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଉଦ୍ୟମ କରାଯିବା ସହିତ ଏକ ହାଇପ୍ରୋଫାଇଲ ଇଣ୍ଡିଆନ ଚେସ୍‌ ଲିଗ୍‌ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି।

ଡା. କପୁର କହିଛନ୍ତି, ଭାରତ ସାରା ବିଶ୍ଵ ପାଇଁ ଚେସ୍‌ ଡେଷ୍ଟିନେଶନ ହେଉ ବୋଲି ଆମେ ଚାହୁଁଛୁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛୁ। ଦୀର୍ଘ ଦିନ ଧରି ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମେ ଆନ୍ତର୍ଜାତୀୟ ସ୍ତରର ଇଣ୍ଡିଆନ୍ ଚେସ୍ ଲିଗ୍ ଆରମ୍ଭ କରିବାକୁ ଆଗ୍ରହୀ ଅଛୁ। ଫ୍ରାଞ୍ଚାଇଜ୍-ମଡେଲ୍ ଅନୁସରଣ କରି ଚଳିତ ବର୍ଷ ଶେଷ ହେବା ପୂର୍ବରୁ ପ୍ରଥମ ସଂସ୍କରଣ ଆୟୋଜିତ ହେବ ବୋଲି ସର୍ବଭାରତୀୟ ଚେସ୍‌ ମହାସଂଘ ସଭାପତି ତଥା କାନପୁର କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଡା. କପୁର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହିଳା ଗ୍ରାଣ୍ଡ ପ୍ରିକ୍ସ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି, ଯାହାକି ବିଶ୍ୱ ମହିଳା ଚାମ୍ପିୟନଶିପ୍‌ର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଏହା ଦେଶର ମହିଳା ଖେଳାଳିମାନଙ୍କୁ ଅଧିକ ଉତ୍ସାହ ପ୍ରଦାନ କରିବ। ମହାସଂଘ ସଚିବ ଭାରତ ସିଂ ଚୌହାନ ସିଙ୍ଗଲ ୱିଣ୍ଡୋ ପଞ୍ଜୀକରଣ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ବର୍ତ୍ତମାନଠାରୁ ପ୍ରତ୍ୟେକ ଖେଳାଳି ନିଜ ଜିଲା, ରାଜ୍ୟ ତଥା ଏଆଇସିଏଫ୍ ପାଇଁ ପଞ୍ଜୀକୃତ ହେବେ। ସେଣ୍ଟର ଅଫ୍ ଏକ୍ସଲେନ୍ସ ତୃଣମୂଳ ସ୍ତରରେ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରିବ। ଏହା ଫଳରେ ଭାରତରୁ ଅତି କମରେ ୧୦ ଜଣ ଖେଳାଳି ବିଶ୍ଵର ଶୀର୍ଷ ୫୦ ରାଙ୍କରେ ରହିପାରିବେ ବୋଲି ସେ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଚେନ୍ନାଇ ଟେଷ୍ଟ; ପ୍ରଥମ ପାଳିରେ ୧୩୪ ରନରେ ଅଟକିଲା ଇଂଲଣ୍ଡ, ଅଶ୍ୱିନଙ୍କୁ ୫ଟି ୱିକେଟ୍

ପୁଲଓ୍ୱାମା ଘଟଣାର ପୁନରାବୃତ୍ତି ଯୋଜନା ପଣ୍ଡ: ବିସ୍ଫୋରକ ଜବତ କରିବା ସହ ନର୍ସିଂ ଛାତ୍ରକୁ ଅଟକ ରଖିଛି ପୋଲିସ

ଜମ୍ମୁ କଶ୍ମୀର: ଆତଙ୍କବାଦୀଙ୍କ ଜଘନ୍ୟ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ପୁଲଓ୍ୱାମା ଆକ୍ରମଣର ଦ୍ୱିତୀୟ ବର୍ଷରେ ଘଟଣାର ପୁନରାବୃତ୍ତି କରିବାକୁ ଯୋଜନା କରୁଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଚଖ୍‌ମା ଖାଇଛନ୍ତି । ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ସୁରକ୍ଷାକର୍ମୀ ଜମ୍ମୁ ବସ୍‌ଷ୍ଟାଣ୍ଡରୁ ୬.୫ କିଲୋ ଆଇଡି ଜବତ କରିଛନ୍ତି  । ତେବେ ଏହି ମାମଲାରେ ଜଣେ ସନ୍ଦିଗ୍ଧ ଯୁବକକୁ ପୁଲିସ ଅଟକ ରଖିଛି | ଏହି ଯୁବକଙ୍କୁ ପୁଲିସ ଏବେ ପଚରାଉଚୁରା କରୁଥିବାବେଳେ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି | ବିସ୍ଫୋରକ ଜବତ ଘଟଣାକୁ ନେଇ ଜାମ୍ମୁ ଜୋନର ଆଇଜିପି ମୁକେଶ ସିଂହ କହିଛନ୍ତି ଯେ ଅନନ୍ତନାଗ ଓ ଜାମ୍ମୁ ପୁଲିସକୁ ବଡ ସଫଳତା ମିଳିଛି | ଗତ ୨ରୁ ୩ ଦିନ ଧରି ଜାମ୍ମୁ ପୁଲିସ ହାଇଆଲର୍ଟରେ ଥିବାବେଳେ ଗୁଇନ୍ଦା ସୂଚନା ମିଳିଥିଲା ଯେ ଆତଙ୍କବାଦୀମାନେ କିଛି ବଡ ଧରଣର ଅଘଟଣ ଘଟାଇପାରନ୍ତି |

ଆଉ ଯାଞ୍ଚ ସମୟରେ ଜଣେ ନର୍ସିଙ୍ଗ ଛାତ୍ରଙ୍କୁ ଗିରଫ କରାଯାଇଛି । ଚଣ୍ଡୀଗଡ଼ରେ ଏହି ଯୁବକ ଜଣକ ନର୍ସିଙ୍ଗ ପଢୁଥିବାବେଳେ ତାଙ୍କ ନାମ ସୋହେଲ ବୋଲି ପୁଲିସ ପକ୍ଷରୁ କୁହାଯାଇଛି | ଆଇଜିପି କହିଛନ୍ତି ଯେ ପଞ୍ଜାବରେ ପଢ଼ୁଥିବା କିଛି କାଶ୍ମିରୀ ଛାତ୍ରଙ୍କୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି | ସୋହେଲଙ୍କ ପ୍ରକୃତ ଘର ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲା ହୋଇଥିବାବେଳେ ପାକିସ୍ତାନରୁ ଆଇଡି ବିସ୍ଫୋରକ ବିସ୍ଫୋରଣ କରିବାକୁ ନିର୍ଦ୍ଦେଶ ମିଳିଥିଲା |

 

ତୈଳଦର ବୃଦ୍ଧି ପ୍ରସଙ୍ଗ, ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ସଞ୍ଜୟ ଦାସବର୍ମାଙ୍କ ଦାବି

ଭୁବନେଶ୍ୱର: ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ୍ ମହାମାରୀ ପରେ ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶୀ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ୍‌, ଡିଜେଲ୍ ଓ ପେଟ୍ରୋଲିୟମ୍‌ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁ ଦରଦାମ୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଗତ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଭିତ୍ତିଭୂମି ଉନ୍ନୟନ ପାଇଁ ନୂତନ ସେସ୍ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁ କରାଯିବ ବୋଲି ଘୋଷଣା କରିବା ସମୟରେ ଦେଶବାସୀଙ୍କୁ ଆଶ୍ୱସ୍ତ କରିଥିଲେ କି, ଡିଜେଲ୍ ଏବଂ ପେଟ୍ରୋଲ୍‌ ଉପରେ ନୂତନ ସେସ୍ ଲାଗୁ କରାଯାଉଥିଲେ ହେଁ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ବୋଝ ପଡ଼ିବନି କିମ୍ବା ତୈଳଦର ବୃଦ୍ଧି ଘଟିବନି ।

 BJD Leader Sanjay Dasburma Demands Center To Withdraw Cess On Fuel

\କିନ୍ତୁ ଦୁର୍ଭାଗ୍ୟର କଥା, କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ଥର ଡିଜେଲ ଓ ପେଟ୍ରୋଲ୍ ଦର ବୃଦ୍ଧି ଘଟିଲାଣି । ଏହି ସର୍ବକାଳୀନ ବୃଦ୍ଧି ଯୋଗୁ ପେଟ୍ରୋଲ୍ ଓଡ଼ିଶାରେ ୯୩ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍ ୯ଠ ଟଙ୍କା ଛୁଇଁଛି । ଗତ ୪୪ ଦିନ ଭିତରେ ଡିଜେଲ୍‌, ପେଟ୍ରୋଲ୍‌ ମୂଲ୍ୟ ୧୭ ବଢ଼ିଛି । ମାଲ୍ ପରିବହନ ସହିତ ପ୍ରତ୍ୟେକ କ୍ଷେତ୍ରକୁ ଏହି ଦରବୃଦ୍ଧି ପ୍ରଭାବିତ କରିଛି । ଏହି ବର୍ଦ୍ଧିତ ସେସରୁ ରାଜ୍ୟମାନଙ୍କୁ କିଛି ରାଜସ୍ୱ ମିଳେନାହିଁ । ଜରୁରୀ କିମ୍ବା ଅସାଧାରଣ ପରିସ୍ଥିତିରେ ସେସ୍ ବୃଦ୍ଧିର ଆବଶ୍ୟକତା ପଡ଼ିଥାଏ । କିନ୍ତୁ କେନ୍ଦ୍ର ସରକାର ‘ଆମ୍ ଜନତାର ବଜେଟ୍‌’ ଓ ‘ଦରଦାମ୍ ନିୟନ୍ତ୍ରଣ କରିବୁ’ କହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିଥିବାବେଳେ ଏପରି ଦରବୃଦ୍ଧି ଦ୍ୱାରା ମେହନତି ମଣିଷ, ଚାଷୀକୂଳ, ଯୁବକ-ଛାତ୍ର, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତବର୍ଗ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

 BJD Leader Sanjay Dasburma Demands Center To Withdraw Cess On Fuel

ଦେଶରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା- ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଏହି ବର୍ଦ୍ଧିତ ସେସ୍‌କୁ ଗରିବ ଜନସାଧାରଣଙ୍କ ଉପରେ ଲଦିଦେଲେ ତାହା ଜଣାଇବାକୁ ଦାସବର୍ମା ଦାବି କରିଛନ୍ତି । ୨ଠ୧୫ ମସିହାରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଘଟିଥିଲେ ମଧ୍ୟ ଡିଜେଲ୍ ଓ ପେଟ୍ରୋଲ୍ ମୂଲ୍ୟ ୬୫ ଟଙ୍କା ଭିତରେ ଉପଲବ୍ଧ ହେଉଥିଲା । ହେଲେ ୨ଠ୨୧ରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ମୂଲ୍ୟ ବ୍ୟାରେଲ୍ ପିଛା ୬୧ ଡଲାର ଥିବାବେଳେ ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର ସର୍ବକାଳୀନ ବୃଦ୍ଧି ଘଟି ଯଥାକ୍ରମେ ୯୩ ଓ ୯ଠ ଟଙ୍କାରେ ପହଞ୍ଚିଛି । କେନ୍ଦ୍ରର ଏଭଳି ଜନବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହି ବର୍ଦ୍ଧିତ ସେସ୍‌କୁ ପ୍ରତ୍ୟାହାର କରିବା ପାଇଁ ଦାସବର୍ମା ଦାବି କରିଛନ୍ତି । ସେହିପରି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ଆଜି ସବୁସୀମାକୁ ଟପି ୭୪୫ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ ଦର ବଢ଼ାଇ କେନ୍ଦ୍ର ସରକାର ମାଆମାନଙ୍କ ହାଣ୍ଡିଶାଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଦାସବର୍ମା କହିଛନ୍ତି ।

ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

ସୁନ୍ଦରଗଡ଼: ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ । ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ସହ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ୍ । ଏହାର ଉଦଘାଟନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।

CM Naveen Patnaik To Inaugurate Different Project For Sundergarh Dist On Tuesday  

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ନିର୍ମାଣ ହେବ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ । ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ହେବ ଶୁଭାରମ୍ଭ । ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ  ୧୫୯୯ କୋଟି ଟଙ୍କା । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସ ପାଇଁ ହେବ ଶିଳାନ୍ୟାସ । ଏଥିପାଇଁ ୧୬ ତାରିଖରେ ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।

CM Naveen Patnaik To Inaugurate Different Project For Sundergarh Dist On Tuesday  

ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ସକାଳ ୧୧ଟା ୩୦ରେ ପହଞ୍ଚି ରାଉରକେଲା ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏକପ୍ରକାର ସରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଓ ସାଧାରଣ ସଭାକୁ ଲାଇଭ୍ ଦେଖିବେ ଜିଲ୍ଲାବାସୀ । ଏଥିପାଇଁ ରାଉରକେଲାର୧୦ଟି ସ୍ଥାନ ସମେତ ସୁନ୍ଦରଗଡ଼ ଜିଲ୍ଲାର ଶହେରୁ ଅଧିକ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି  ।

ନ୍ୟୁଜିଲାଣ୍ଡରେ କରୋନାର ନୂଆ ମାମଲା: ୩ ଦିନିଆ ଲକ୍‌ଡାଉନ୍ ଘୋଷଣା କଲେ ସରକାର

ଓ୍ୱେଲିଂଟନ୍: ନ୍ୟୁଜିଲାଣ୍ଡର ସବୁଠାରୁ ବଡ଼ ସହର ଅକ୍‌ଲାଣ୍ଡରେ ଲାଗୁ ହେବାକୁ ଯାଉଛି ୩ ଦିନିଆ ଲକ୍‌ଡାଉନ୍ । ଏହି ଲକ୍‌ଡାଉନ୍ ରବିବାର ମଧ୍ୟରାତ୍ରି ଲାଗୁ ହେବ । ସହରରେ କରୋନାର ନୂଆ ରୋଗୀ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ କରି ଚିହ୍ନଟ ହୋଇଥିବା ମାମଲା ସମ୍ପର୍କରେ ପୂର୍ଣ୍ଣ ସୂଚନା ମିଳିବା ଯାଏଁ ସତର୍କ ରହିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

          ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି କରୋନା ସମ୍ପର୍କିତ ସ୍ଥିତି ଅନୁଧ୍ୟାନ ଓ ଏହାକୁ ରୋକିବା ନେଇ ପଦକ୍ଷେପ ନେବାକୁ ରାଜଧାନୀ ଓ୍ୱେଲିଂଟନ୍ ଫେରିଆସିଛନ୍ତି । ସୂଚନା ଯୋଗ୍ୟ ଯେ, ଅନ୍ୟ ଦେଶଗୁଡ଼ିକ ତୁଳନାରେ ନ୍ୟୁଜିଲାଣ୍ଡ କରୋନା ଭାଇରସ୍‌କୁ ରୋକିବା ଦିଗରେ ଶୀଘ୍ର ସଫଳ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ପୂର୍ବତନ RAW ଏଜେଣ୍ଟଙ୍କୁ ରହିବାକୁ ମିଳୁନି ଘର: ଜିଲ୍ଲାପାଳ ମଧ୍ୟ କଲେନି ସାହାଯ୍ୟ

ପ୍ରଥମ ଡୋଜ୍ କୋଭିଡ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବଢ଼ିଲା ଅବଧି, କାଲିଠୁ ଦିଆଯିବ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା । କିନ୍ତୁ କେତେକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାଁନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଡୋଜ୍ ଟିକାକରଣ ତାରିଖକୁ ବୃଦ୍ଧି କରିଛନ୍ତି । ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଫେବ୍ରୁଆରୀ ୨୫ ସୁଦ୍ଧା ଟିକା ନେବାକୁ କୁହାଯାଇଛି ।

MoHFW Has Extended Timeline For Mop-up Vaccination For Remaining HCW

ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତ ଜିଲ୍ଲାକୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଫେବ୍ରୁଆରୀ ୨୫ ତାରିଖ ମଧ୍ୟରେ ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦିଆଯିବା ନେଇ ନିଶ୍ଚିତ କରିବାକୁ କୁହାଯାଇଛି । ଟିକାକରଣ ପୂର୍ବରୁ ସେମାନଙ୍କୁ ସ୍ଥାନ ଓ ସମୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

MoHFW Has Extended Timeline For Mop-up Vaccination For Remaining HCW

ଅନ୍ୟପଟେ କୋଭିଡ୍ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । କାଲିଠୁ ଦିଆଯିବ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ । ଏଥିପାଇଁ ସମସ୍ତ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ।

କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପାଇଁ କାଲି ଖୋଲିବନି କଲେଜ

ଭୁବନେଶ୍ୱର: ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ପାଇଁ ଦଳ ଆହ୍ୱାନ ଦେଇଛି । ସୁରକ୍ଷା ଦୃଷ୍ଟିରୁ ସରକାର ବିଦ୍ୟାଳୟ ବନ୍ଦ ରଖିବାକୁ ନିିଷ୍ପତ୍ତି ନେଇଛନ୍ତି । ସେହିଭଳି ଆସନ୍ତାକାଲି ସମସ୍ତ କଲେଜ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସରକାରୀ କଲେଜ ସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଆସନ୍ତାକାଲି ସୋମବାର ବନ୍ଦ ରହିବ ।

ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିକୁ ନେଇ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ ଦେଇ ଆସନ୍ତାକାଲି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବଢ଼ି ଚାଲିଥିବା ଦୈଳଦର ଓ ଅନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସ ବନ୍ଦ ଡାକରା ଦେଇଛି ।

ପୁଲୱାମା ସ୍ମୃତିରେ ସହିଦ ଦିବସ, ସେନାର ଶୌର୍ଯ୍ୟକୁ ସମ୍ମାନ

0

ନିମାପଡ଼ା: ପୁଲୱାମାରେ ଘଟିଥିବା ବର୍ବୋରଚିତ ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ । ସୈତାନୀ ଆତଙ୍କୀକ ମାୟା ପିଞ୍ଜରାରେ ଫସିଯାଇଥିଲେ ଏ ଦେଶର ବୀର । ପୁଲୱାମାର ରାସ୍ତାରୁ ଲିଭିଯାଇପାରେ ସେଦିନର ରକ୍ତର ଦାଗ କିନ୍ତୁ ପ୍ରତିଟି ଭାରତୀୟଙ୍କ ମନରେ ଅଲିଭା ସେ ଛିଟା । ୪୦ ଅମୂଲ୍ୟ ରତ୍ନଙ୍କୁ ହରାଇ କୋଳଶୂନ୍ୟ ହୋଇପଡିଥିବା ସେ ମାଆ ଆଜି ମଧ୍ୟ ଘୁମୁରି କାନ୍ଧୁଛି । ଆଜି ବି ଅସଜଡ଼ା ଆଲମାରୀରୁ ସ୍ବାମୀର ସାଇତା ସ୍ମୃତିକୁ ଖୋଜୁଛି ବିଧବା ପତ୍ନୀ । ବାପାର ଅନୁପସ୍ଥିତିକୁ ପ୍ରତିଟି ମୂହୂର୍ତ୍ତରେ ଅନୁଭବ କରୁଛି ଅଭାଗା ସନ୍ତାନ ।

ଫେବୃଆରୀ ୧୪ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ଅଭିଷପ୍ତ ଦିନ । ବୀର ସନ୍ତାନଙ୍କ ବଳିଦାନ ଏବଂ ଶୌର୍ଯ୍ୟକୁ ଝୁରେ ଏ ରାଷ୍ଟ୍ର । ନିମାପଡାର ଅଗ୍ରଣୀ ସାମାଜିକ ସଂଗଠନ ଯୁବ ବିକାଶ ପରିଷଦ ସହିଦଙ୍କ ସମ୍ମାନର୍ଥେ ପାଳନ କରିଛି ସହିଦ ଦିବସ । ଦକ୍ଷିଣକାଳୀ ବିଦ୍ୟାଳୟ ପ୍ରାଙ୍ଗଣରେ ଅନେକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପାଳନ ହୋଇଛି ସହିଦ ଦିବସ । ଭାରତୀୟ ସେନାର ଅସୀମ ସାହାସ ପ୍ରତିଟି ଯୋଦ୍ଧା ଯବାନଙ୍କ ଅମାପ ଶକ୍ତି କିପରି ଆମକୁ ସଦା ବିଜୟ କରିଛି, ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୁଣାଇଥିଲେ ଅନୁଷ୍ଠାନର ଅଗ୍ରଣୀ ସଦସ୍ୟ ।

ଆଗାମୀ ଦିନରେ ଆମେ ମଧ୍ୟ ଦେଶମାତୃକାର ସଂହତି ଏବଂ ସୁରକ୍ଷା ପାଇଁ କିଭଳି ବ୍ରତି ହେବା ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ଓଡିଶା ମାଟିର ଦୁଇ ବୀର ସନ୍ତାନ ସହିଦ ମନୋଜ ବେହେରା ଏବଂ ପ୍ରସନ ସାହୁଙ୍କ ସମେତ ସମସ୍ତ ସହିଦ ଜବାନଙ୍କ ଉଦେଶ୍ୟରେ ସମ୍ୃତି ଚାରଣ କରାୟାଇଥିଲା । କାର୍ଯ୍ୟକ୍ରମକୁ ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ ପରିଚାଳନା କରିଥିଲେ । ସେହିପରି ଅନୁଷ୍ଠାନର ଅଗ୍ରଣୀ ସଦସ୍ୟ ବ୍ରହ୍ମାନନ୍ଦ ସାହୁ, ଉପସଭାପତି ଚନ୍ଦ୍ରକାନ୍ତ ବରାଳ, ସାନ୍ତୁନ ମିଶ୍ର ଓ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେବା ସହ ନିଜର ବଳିଆନ ସମ୍ଭାଷଣ ପ୍ରଦାନ କରିଥିଲେ ।

ପୂର୍ବତନ RAW ଏଜେଣ୍ଟଙ୍କୁ ରହିବାକୁ ମିଳୁନି ଘର: ଜିଲ୍ଲାପାଳ ମଧ୍ୟ କଲେନି ସାହାଯ୍ୟ

ସିନେମା ପରଦାରେ ଅନେକ ଗୁଇନ୍ଦା ଏଜେଣ୍ଟଙ୍କ କାହାଣୀ ଦେଖିଥିବେ । ମହଙ୍ଗା ଗାଡ଼ି, ଦମଦାର ଅସ୍ତ୍ରଶସ୍ତ୍ର ଏବଂ ଜୀବନର ପ୍ରତିମୋଡ଼ରେ ରୋମାଞ୍ଚ । କିନ୍ତୁ ରିୟଲ୍ ଲାଇଫରେ ପତିଆରା, ଆରାମ ଏଜେଣ୍ଟଙ୍କ ଭାଗ୍ୟରେ ନଥାଏ । କିଛି ବର୍ଷ ପୂର୍ବେ ଏକ ଫିଲ୍ମ ଆସିଥିଲା ଯାହାର ନାଁ ଥିଲା ‘ଏକ ଥା ଟାଇଗର’ । ଯେଉଁଥିରେ ସଲମାନ୍ ଖାନ୍ ଗୁଇନ୍ଦା ଏଜେନ୍ସି  RAWର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପରଦାରେ ଦେଖିଥିବା ଟାଇଗର ଅର୍ଥାତ ସଲମାନ୍‌ଙ୍କ ଜୀବନ ଶୈଳୀ ଯାହା ଥିଲା ତା’ର ଠିକ୍ ଓଲଟା ହେଉଛି ଅସଲ ‘ଟାଇଗର’ଙ୍କ ଜୀବନ ଶୈଳୀ । ମୁଠାଏ ଖାଇବା ପାଇଁ ମଧ୍ୟ ତାଙ୍କ ସଂଘର୍ଷ କରିବାକୁ ପଡ଼ୁଛି ।

ତେବେ ଏହି ରିୟଲ୍ ଲାଇଫ୍ ଟାଇଗରଙ୍କ ନାମ ହେଉଛି ମନୋଜ ରଞ୍ଜନ ଦୀକ୍ଷିତ | ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର  ଅନୁଯାୟୀ, ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜଣେ ଅଧିକାରୀଙ୍କୁ କହିଥିଲେ ଯେ, ‘ମୁଁ ଜଣେ ପୂର୍ବତନ RAW ଏଜେଣ୍ଟ ଏବଂ ମୋତେ ରହିବା ପାଇଁ ଘର  ଦରକାର । ଏହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ କଥା କୁ କେହିଁ ବିଶ୍ୱାସକୁ ମଧ୍ୟ ନେଲେ ନାହିଁ । ଜିଲ୍ଲାପାଳଙ୍କ ସହ ତାଙ୍କର ସାକ୍ଷାତ ମଧ୍ୟ ହୋଇପାରିଲାନାହିଁ ।

ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ମନୋଜ ରଞ୍ଜନ ଦୀକ୍ଷିତଙ୍କୁ ପାକିସ୍ତାନରେ ଗିରଫ କରାଯାଇଥିଲା, ୨୦୦୫ ମସିହାରେ ତାଙ୍କୁ ଓ୍ୱାଘା ସୀମାରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ଛାଡ଼ିବା ପରେ ସେ ୨୦୦୭ରେ ବିବାହ କରିଥିଲେ। କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେ ପତ୍ନୀଙ୍କର କର୍କଟ ରୋଗ ଅଛି। ସେ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଲକ୍ଷ୍ଣୌକୁ ନେଇଆସିଥିଲେ। ୨୦୧୩ରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ସେ ଲକ୍ଷ୍ମୌରେ ରହୁଥିଲେ। ସେ ଗୋମଟିନଗର ଏକ୍ସଟେନସନରେ ଷ୍ଟୋରଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ | ଲକ୍‌ଡାଉନ୍ ଲାଗୁ ପରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଲା ।

ଆଫଗାନିସ୍ତାନ ସୀମାରେ ଗୁପ୍ତଚର ଅଭିଯୋଗରେ ଧରାପଡ଼ିବା ପରେ ତାଙ୍କୁ ନାନା ପ୍ରକାରର ନିର୍ଯାତନାର ସାମ୍ନା କରିବାକୁ ପଡିଥିଲା। ତଥାପି ସେ ଦେଶର ସୁରକ୍ଷା ସହ ସାଲିସ କରିନାହାନ୍ତି । ପାକିସ୍ତାନରେ ଗୁପ୍ତଚର କାର୍ଯ୍ୟ ସମୟରେ ତାଙ୍କ ନାମ ୟୁନୁସ, ୟୁସୁଫ ଏବଂ ଇମ୍ରାନ ଥିଲା । ଖବର ଅନୁଯାୟୀ, ୮୦ ଦଶକରେ RAW ରେ ସାଧାରଣ ନାଗରିକଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଉଥିଲା। 1985 ରେ ମନୋଜ ରଞ୍ଜନ ଦୀକ୍ଷିତ ନଜିବାବାଦରୁ ନିଯୁକ୍ତ ହୋଇଥିଲେ। ଦୁଇଥର ସାମରିକ ତାଲିମ ପରେ ତାଙ୍କୁ ପାକିସ୍ତାନ ପଠାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଭାରତର ଜେଲରେ ଥିବା ୨୭.୩୭% ପ୍ରତିଶତ କଏଦୀ ଅଶିକ୍ଷିତ

          ସେ ପାକିସ୍ତାନରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଥିଲେ । କଶ୍ମୀର ଯୁବକଙ୍କୁ ଫୁସଲାଇ ଅଫଗାନିସ୍ତାନ ବର୍ଡରରେ ଟ୍ରେନିଂ ଦିଆଯିବା ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ସେ ଦେଇଛନ୍ତି । ୧୯୯୨ରେ ସେ ଗିରଫ ହୋଇଥିଲେ । ଗିରଫ କରାଯିବା ପରେ ତାଙ୍କୁ କଚାରୀ ଜେଲରେ ରଖାଯାଇଥିଲା ।

ତେବେ ଗୁପ୍ତଚରଭାବେ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରିଥିବା ଏଜେଣ୍ଟଙ୍କ ପାଇଁ ସବୁଠାରୁ ବଡ଼ ସର୍ତ୍ତ ହେଉଛି ଯେ, ଗିରଫ ହେବା ପରେ ତାଙ୍କୁ ଚିହ୍ନିବାକୁ ମନା କରିଦିଅନ୍ତି ସରକାର । ଫଳରେ ଭବିଷ୍ୟତରେ ଗୁପ୍ତଚର ଗତିବିଧି ଯେଭଳି ପ୍ରଭାବିତ ହେବନାହିଁ  । ଏବଂ ଦ୍ୱିପାକ୍ଷିତ ସମ୍ପର୍କରେ ବାଧା ଉପୁଜିବନାହିଁ ।

ଭାରତର ଜେଲରେ ଥିବା ୨୭.୩୭% ପ୍ରତିଶତ କଏଦୀ ଅଶିକ୍ଷିତ

ନୂଆଦିଲ୍ଲୀ: ଆଧୁନିକ ଭାରତରେ ଅପରାଧ ବଢ଼ୁଛି । ତେବେ, ଅପରାଧ ଘଟାଉଥିବା ବ୍ୟକ୍ତି କେତେ ଶିକ୍ଷିତ ? କ’ଣ କେବଳ ସମାଜର ଅଶିକ୍ଷିତ ଗୋଷ୍ଠୀଙ୍କ ଦ୍ୱାରା ଘଟୁଛି ଅପରାଧ ? କଏଦୀଙ୍କୁ ନେଇ କ’ଣ କହୁଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ? କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଲ୍ ପରିସଂଖ୍ୟାନ ତଥ୍ୟ ଜାରି କରିଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ସହଯୋଗରେ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଜେଲ ପରିସଂଖ୍ୟାନ ଜାରି ହୋଇଛି । ଏହାକୁ ନିକଟରେ ସଂସଦରେ ଉପସ୍ଥାପନ କରିଥିଲେ କେନ୍ଦ୍ର ରାଷ୍ଟ ଗୃହମନ୍ତ୍ରୀ ଜି. କିଶାନ ରେଡ୍ଡୀ ।

More Than 1 Lakh Inmates In India Are Illiterate While 5677 Having Technical Degrees

ଜେଲ୍ ପରିସଂଖ୍ୟାନର ୨୦୧୯ ବର୍ଷ ତଥ୍ୟ ଅନୁସାରେ ଭାରତର ଜେଲରେ ୪ ଲକ୍ଷ ୭୮ ହଜାର ୬ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୭୨୯ ଜଣ କଏଦୀ ଅଶିକ୍ଷିତ ଅଟନ୍ତି । ଅର୍ଥାତ୍ ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ଶତକଡ଼ା ୨୭.୩୭ ପ୍ରତିଶତ ଆଦୌ ପାଠ ପଢ଼ି ନାହାଁନ୍ତି । ପରିସଂଖ୍ୟାନ ଅନୁସାରେ ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ସର୍ବାଧିକ ୪୧.୫୫ ପ୍ରତିଶତ ଦଶମ ଶ୍ରେଣୀରୁ କମ୍ ପାଠ ପଢ଼ିଛନ୍ତି । ଏହି କଏଦୀଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୮୭୨ ।

ସେହିଭଳି ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ୧ ଲକ୍ଷ ୩ ହଜାର ୩୬ ଜଣ କଏଦୀ ବା ୨୧.୫୨ ପ୍ରତିଶତ ଦଶମରୁ ଅଧିକ ଏବଂ ସ୍ନାତକରୁ କମ୍ ଯାଏ ପାଠ ପଢ଼ିଛନ୍ତି । ତଥ୍ୟ ଅନୁସାରେ, ୩୦ ହଜାର ୨୦୧ ଜଣ କଏଦୀ ବା ୬.୩୧ ପ୍ରତିଶତ ସ୍ନାତକ ପଢ଼ିଥିବା ବେଳେ ୮ ହଜାର ୮୫ ଜଣ ବା ୧.୬୮ ପ୍ରତିଶତ ଅନ୍ତେବାସୀ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ୧.୧୮ ପ୍ରତିଶତ ବା ୫ ହଜାର ୬୭୭ ଜଣ କଏଦୀ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି ।

ଦେଶରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୧ ହଜାର ୨୯୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ଅନୁସାରେ ଉତ୍ତରପ୍ରଦେଶରେ ଅନ୍ତେବାସୀଙ୍କ ଅଶିକ୍ଷିତ ହାର ମଧ୍ୟ ଦେଶରେ ସର୍ବାଧିକ । ଉତ୍ତରପ୍ରଦେଶରେ ୩୧ ହଜାର ୯୨୭ ଜଣ କଏଦୀ ଅଶିକ୍ଷିତ ହୋଇଥିବା ବେଳେ ୩୬ ହଜାର ୩୯୦ ଜଣ ଅନ୍ତେବାସୀ ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ସେହିଭଳି ୨୧ ହଜାର ୨୬୯ ଜଣ ଦଶମରୁ ସ୍ନାତକ ଯାଏ ପଢ଼ିଛନ୍ତି । ୮ ହଜାର ୧୫୧ ଜଣ କଏଦୀ ସ୍ନାତକ ଶେଷ କରିଥିବା ବେଳେ ୨,୬୩୫ ଅନ୍ତେବାସୀ ସ୍ନାତକୋତ୍ତର ପଢ଼ଛନ୍ତି । ସେହିଭଳି ୯୨୫ ଜଣ କଏଦୀ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି ।

More Than 1 Lakh Inmates In India Are Illiterate While 5677 Having Technical Degrees

ପଶ୍ଚିମବଙ୍ଗ ୨୦୧୮ ଓ ୨୦୧୯ ମସିହାର କଏଦୀଙ୍କ ତଥ୍ୟ ଜାରି କରିନାହିଁ । ତେଣୁ ରିପୋର୍ଟରେ ପଶ୍ଚିମବଙ୍ଗର ୨୦୧୭ ମସିହାର ତଥ୍ୟ ରହିଛି । ସେହିଭଳି ମହାରାଷ୍ଟ୍ର କଏଦୀଙ୍କୁ ନେଇ ବର୍ଗ ଭିତ୍ତିରେ ଡାଟା ଦେଇନାହିଁ । ଜେଲ୍ ପରିସଂଖ୍ୟାନ ଡାଟା ଅନୁସାରେ ଦେଶରେ ଶିକ୍ଷିତ ବର୍ଗ ହିଁ ଅଧିକ ଅପରାଧ ଘଟାଉଛନ୍ତି ।