spot_img
Home Blog Page 5984

ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟିକାକରଣ: ୬ଟି କେନ୍ଦ୍ରରେ ୬୧୨ ଜଣଙ୍କୁ ଦିଆଯାଉଛି ଭ୍ୟାକ୍ସିନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜାରି ରହିଛି କରୋନା ଟୀକାକରଣ । ପ୍ରଥମ ପର୍ଯ୍ୟାୟ ଟୀକାକରଣର ସମୟ ସୀମାକୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକାକରଣ । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭ୍ୟାକ୍ସିନେସନ । ପ୍ରଥମ ଦିନରେ ୬ଟି ଟିକାଦାନ କେନ୍ଦ୍ରରେ ଟିକା ନେଇଥିଲେ ୬୧୨ ଜଣ ସ୍ୱାସ୍ଥ୍ୟକର୍ମୀ ।

ଆଜିଠାରୁ ଆରମ୍ଭ ହୋଇଛି ୬ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟୀକାକରଣ । ୬୧୨ଜଣଙ୍କୁ ଦିଆଯିବ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକା । ଭୁବନେଶ୍ୱର ମହନଗରରେ ଦିଆଯାଉଛି କୋଭକ୍ସିନ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ୱର ଆଦି କେନ୍ଦ୍ରରେ ଦିଆଯାଉଛି ଟୀକା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

୬ ଘଣ୍ଟିଆ ଓଡ଼ିଶା ବନ୍ଦ: ଯାତ୍ରୀ ହନ୍ତସନ୍ତ, ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଓଡ଼ିଶା ବନ୍ଦ ପାଳୁଛି କଂଗ୍ରେସ । ପେଟ୍ରୋଲ, ଡ଼ିଜେଲ, ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ପଡ଼ିଛି ବନ୍ଦର ପ୍ରଭାବ । ଭୁବନେଶ୍ୱର ପଟିଆ, ଡମଣା ଓ ନାଲକୋ ଛକରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି ।

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଏହି ପିକେଟିଂ ଜାରି ରହିଛି । ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ସେପଟେ ଭୁବନେଶ୍ୱର ଷ୍ଟେସନରେ ରେଳ ରୋକ କରିଥିଲେ କଂଗ୍ରେସ କର୍ମୀ । ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରେଳ ରୋକ କରାଯାଇଛି ।

ଜାତୀୟ ରାଜପଥ ଅବରୋଧ କରିବା ସହ ବାଣୀବିହାର ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଫଳରେ ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ି । ଓଡ଼ିଶା ବନ୍ଦ ପାଇଁ ରାଜ୍ୟରେ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ବସ୍ ଚଳାଚଳ ବନ୍ଦ ଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ବେଳେ, ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ।

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଦୃଶ୍ୟ, ଯାତ୍ରୀ ସହାୟକଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ

ପୁରୀ: ପୁରୀ ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିୟୋଜିତ ଜଣେ ଯାତ୍ରୀ ସହାୟକଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସହାୟକ ଜଣକ ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି । ସହାୟକଙ୍କ ମୁଣ୍ଡରେ ଆଘାତ ଲାଗିଛି । ଦକ୍ଷିଣ ଦ୍ୱାର ପରିବର୍ତ୍ତେ ସେବାୟତ ଜଣକ ଉତ୍ତରଦ୍ୱାରରେ କୁଡୁଆ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରାଉଥିଲେ ।

 

ତେବେ ଏନେଇ ସହାୟକ ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ସେବାୟତ ଜଣକ ତାଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଇଥିବା ଅଭିଯୋଗ ହୋଇଛି ।

ଆଜି ବି ମନେପଡ଼େ ସେହି କାଳରାତ୍ରିର ଭୟ… ମାଓ ତାଣ୍ଡବରେ ଥରି ଉଠିଥିଲା ନୟାଗଡ଼

ନୟାଗଡ଼: ବହୁଚର୍ଚ୍ଚିତ ୨୦୦୮ ନୟାଗଡ ମାଓ ଆକ୍ରମଣକୁ ପୁରିଛି ୧୧ବର୍ଷ । ହେଲେ ସେଦିନର ଭୟ, ଯନ୍ତ୍ରଣା ଆଜିବି ଜିଲ୍ଲାବାସୀଙ୍କ ମନକୁ ଥରେଇ ଦେଉଛି । ୨୦୦୮ ମସିହା ଫେବ୍ରୁଆରି ୧୫ ତାରିଖ । ୨୦୦ରୁ ଉର୍ଦ୍ଧ ମାଓବାଦୀ ଜିଲ୍ଲାର ୬ଟି ସ୍ଥାନରେ ରଚିଥିଲେ ଲାଲ୍ ତାଣ୍ଡବ । ଜିଲ୍ଲା ରିଜର୍ଭ ଅଫିସ, ନୟାଗଡ ଥାନା, ମହିପୁର ଫାଣ୍ଡି, ନୂଆଗାଁ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିବା ସହ ନୟାଗଡ ଅସ୍ତ୍ରାଗାରରୁ ଲୁଟିନେଇଥିଲେ ମାଓବାଦୀ ।

ଅତି ବିଭତ୍ସଭାବେ ୧୫ଜଣ ପୋଲିସଙ୍କୁ ହତ୍ୟା କରିବା ସହିତ ଜଣେ ସାଧାରଣ ଲୋକକୁ ମଧ୍ୟ ହତ୍ୟା କରିଥିଲା ଲାଲ୍ ସେନା । ଏହି ଆକ୍ରମଣରେ ୫ଉର୍ଦ୍ଧ୍ୱ ଗୁରୁତର ହୋଇଥିଲେ । ଘଟଣାର ତଦନ୍ତ କରି ୨୨ ଜଣକୁ ଗିରଫ କରିଥିଲା ସ୍ୱତନ୍ତ୍ର ସ୍କାର୍ଡ । ତେବେ ଆବଶ୍ୟକ ପ୍ରମାଣ ଅଭାବରୁ ୧୭ ଜଣ ନିର୍ଦ୍ଦୋଶରେ ଖଲାସ ହୋଇସାରିଥିବା ବେଳେ ବିଚାରାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଛି ।

ନୟାଗଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ୍ ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦଙ୍କ ସମେତ ଅନ୍ୟ ୪ଜଣ ଏବେ ଜେଲ୍‌ରେ । ତେବେ ସେଦିନ ଅପେକ୍ଷା ଏବେ ପୋଲିସର ଶକ୍ତି ବଢିଛି ଓ ନୟାଗଡ ଜିଲ୍ଲା ଏକରକମର ମାଓ ମୁକ୍ତ ହୋଇଛି ।

ଭାଗବତ ଗୀତା ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ମହାକାଶକୁ ଯିବ ନାନୋସାଟେଲାଇଟ୍

ନୂଆଦିଲ୍ଲୀ: ଖଣ୍ଡିଏ ଭାଗବତ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ଏବଂ ୨୫,୦୦୦ ବ୍ୟକ୍ତିବିଶେଷଙ୍କ ନାମ ତାଲିକା ଧରି ‘ସତୀଶ ଧାଓ୍ଵନ୍‌ କୃତ୍ରିମ ଉପଗ୍ରହ’ (ସାଟେଲାଇଟ୍‌) ଏ ମାସ ଶେଷସୁଦ୍ଧା ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ଦ୍ୱାରା (ପିଏସ୍‌ଏଲ୍‌ଭି) ଉତ୍‌କ୍ଷେପଣ ହୋଇ ମହାକାଶକୁ ଯାତ୍ରା କରିବ।

ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକଙ୍କ ମଧ୍ୟରୁ ଜଣଙ୍କ ନାମରେ ନାମିତ ଏହି କ୍ଷୁଦ୍ର କୃତ୍ରିମ ଉପଗ୍ରହଟି (ନାନୋସାଟେଲାଇଟ୍‌) ‘ସ୍ପେସ୍‌କିଡ୍‌ଜ୍‌ ଇଣ୍ଡିଆ’ଦ୍ୱାରା ବିକଶିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ଜାଗରୁକ କରିବା ନିମନ୍ତେ ‘ସ୍ପେସ୍‌କିଡ୍‌ଜ୍‌ ଇଣ୍ଡିଆ’ ଉତ୍ସଗୀକୃତ। ଏହା ବ୍ୟତିରେକେ, ଏହି କୃତ୍ରିମ ଉପଗ୍ରହରେ ତିନୋଟି ‘ପ୍ଲେଲୋଡ୍‌’ ମଧ୍ୟ ଯିବ। ସେଥିରୁ ଗୋଟିଏ ମହାକାଶ ବିକିରଣ, ଅନ୍ୟଟି ଚୁମ୍ବକୀୟ ମଣ୍ଡଳ ସଂକ୍ରାନ୍ତରେ ଅଧ୍ୟୟନ କରିବ ଏବଂ ତୃତୀୟଟି ସ୍ୱଳ୍ପଶକ୍ତିସମ୍ପନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଯୋଗାଯୋଗ ନେଟ୍‌ ଓ୍ଵାର୍କ ପ୍ରଦର୍ଶନ କରିବ।

ଆଜିର ରାଶିଫଳ: ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ, ଗୁପ୍ତଶତ୍ରୁ କ୍ଷତି କରିପାରନ୍ତି

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

ଆଜିର ପଞ୍ଚାଙ୍ଗ:

୧୫ ଫେବୃଆରୀ, ୨୦୨୧, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କୁମ୍ଭ ମାସ ୪ ଦିନ, ମାଘମାସ,ଶୁକ୍ଳପକ୍ଷ, ଚତୁର୍ଥୀ ତିଥି

ଉତ୍ତରଭାଦ୍ର ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ଅବସ୍ଥାନ କରିବେ

ଯୋଗିନୀ ନୈଋତରେ ରହିବେ ରାତି ୩ଟା ୪୦ ମିନିଟ୍ ପର୍ଯ୍ୟନ୍ତ

ରାତି ୩ଟା ୪୦ ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ

ଧନୁ ରାଶି ପୁରୁଷ ଏବଂ କର୍କଟ,ତୁଳା ରାଶିର ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମିଥୁନ ରାଶି ପାଇଁ ଘାତବାର

– ଶୁଭ ସମୟ -ଦିନ ୧୦ଟା ୫୫ ମିନିଟ୍ ପରେ ଦିନ ୧ଟା ୧୫ ମିନିଟ୍ ମଧ୍ୟରେ

ଦିନ ୩ଟା ୨୭ ମିନିଟ୍ ପରେ ଦିନ ୪ଟା ୫୭ ମିନିଟ୍ ମଧ୍ୟରେ

– ଅଶୁଭ ସମୟ – ସକାଳ ୭ଟା ୩ ମିନିଟ୍ ଠାରୁ ଦିନ ୯ଟା ପର୍ଯ୍ୟନ୍ତ

ମେଷ- ଅଶ୍ବନୀ- ପ୍ରତ୍ୟେକଟି କ୍ଷେତ୍ରରେ ମିଳିବ ସଫଳତା, ପରିବାର ସହିତ ସୁସଂପର୍କ ରହିବ

ଦ୍ବିଜା- ଶାରିରୀକ ପୀଡା ସହିତ ଖର୍ଚ୍ଚ ବଢିବ, ବିଦ୍ୟାର୍ଥୀମାନେ ଶିକ୍ଷା ପ୍ରତି ଆଗ୍ରହ ରଖିବେ

କୃତ୍ତିକା- ଧିରସ୍ଥିର ଭାବରେ କାମ କରନ୍ତୁ, ସଫଳତା ମିଳିବ

ମା’ତାରିଣୀଙ୍କୁ ଗୋଟିଏ ନଡିଆ ସମର୍ପଣ କରନ୍ତୁ

ବୃଷ- କୃତ୍ତିକା- କର୍ମକ୍ଷେତ୍ରରେ ନୂଆ ସୁଯୋଗ ଆସିବ, ଚେଷ୍ଟାରେ ଥିବା କାମ ହୋଇଯିବ

ରୋହିଣୀ- ସାଧାରଣ କଥାକୁ ନେଇ ସୁକ୍ତିତର୍କ ହେବା ଦ୍ବାରା ପରିସ୍ଥିତି ଅଶାନ୍ତି ରହିବ

ମହିଳାମାନେ ଆଜି ସତର୍କ ହୋଇ ଚଳନ୍ତୁ

ମୃଗଶିରା- ପ୍ରତ୍ୟେକ ବାଧା,ପ୍ରତିବନ୍ଧକକୁ ଅତିକ୍ରମ କରି ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହେବେ

ବେଲ ବୃକ୍ଷ ମୂଳରେ ବୁନ୍ଦି ଲଡୁ ଭୋଗ ଲାଗାନ୍ତୁ, ଜଳ ଅର୍ପଣ କରନ୍ତୁ

ମିଥୁନ-ମୃଗଶିରା- ଦିନଟି ବହୁତ ଭଲ ରହିବ, କୌଣସି କାମ ଅଟକିବ ନାହିଁ

ଆର୍ଦ୍ରା – ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ସମସ୍ୟା ଆସିପାରେ

ପୁନର୍ବସୁ- କର୍ମଜୀବି,ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିଛି

ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ- ପୁନର୍ବସୁ- ଅନୁକୁଳ ବାତାବରଣ ମଧ୍ୟର ସମୟ କଟିବ

ପୁଷ୍ୟା- କର୍ମ ଓ ବ୍ୟବସାୟକୁ ନେଇ ଅଶାନ୍ତି,ଅସନ୍ତୋଷ ଦେଖାଦେବ

ଅଶ୍ଳେଷା- କର୍ମକ୍ଷେତ୍ରକୁ ନେଇ ରହୁଥିବା ସମସ୍ୟା ଦୁର ହେବ

ମା’ଙ୍କୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ସିଂହ-ମଘା- ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ

ପୂ:ଫା- ପୂର୍ବରୁ ଚାଲୁଥିବା କାମ ହଠାତ୍ ବିଗିଡିଯିବ

ଅର୍ଥ ଓ କର୍ମକୁ ନେଇ ଅଯଥା ଟେନସନ୍‌ ବଢିଯିବ

ଉ:ଫା-ପୂର୍ବରୁ ଦାୟିତ୍ବ ନେଇଥିବା କାମ ଆଜି ସଂପୂର୍ଣ୍ଣ ହେବ

କୌଣସି ଧର୍ମ ସ୍ଥାନରେ ଅରୁଆ ଚାଉଳ ଦାନ କରନ୍ତୁ

କନ୍ୟା-ଉ:ଫା- ପାରିବାରିକ ବୁଝାମଣା ଠିକ୍ ରହିବ

ହସ୍ତା- ଅତୀତର କିଛି କଥାକୁ ନେଇ ମାନସିକସ୍ଥିତି ଠିକ୍ ରହିବ ନାହିଁ

ଚିତ୍ରା – ଆର୍ଥିକ,କର୍ମକ୍ଷେତ୍ରକୁ ନେଇ ଦିନଟି ଭଲରେ କଟିବ

ବ୍ରାହ୍ମଣଙ୍କୁ କର୍ପୂର,ଘିଅ ଦାନ କରି ପ୍ରଣାମ କରନ୍ତୁ

ତୁଳା-ଚିତ୍ରା- ଚେଷ୍ଟାରେ ଥିବା କମ ସହଜରେ ହୋଇଯିବ, ଆର୍ଥିକସ୍ଥିତିରେ ଉନ୍ନତି ଘଟିବ

ସ୍ବାତୀ- ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ, ଗୁପ୍ତଶତ୍ରୁ କ୍ଷତି କରିପାରନ୍ତି

ବିଶାଖା- ଆର୍ଥିକସ୍ଥିତି ଭଲ ରହିବ କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ

ଜୀବନସାଥିଙ୍କୁ ରସଗୋଲା ଖାଇବାକୁ ଦିଅନ୍ତୁ

ବିଛା -ବିଶାଖା ନକ୍ଷତ୍ର– ଙଠାତ୍ କର୍ମକ୍ଷେତ୍ରରେ ଶୁଭ ସମ୍ବାଦ ପାଇବେ, ମହିଳାମାନେ ଉପକୃତ ହେବେ

ଅନୁରାଧା ନକ୍ଷତ୍ର- ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ, ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ସଫଳ ହେବେ

ଜ୍ୟେଷ୍ଠା ନକ୍ଷତ୍ର – ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ, ବ୍ୟବସାୟରେ ଲାଭ ପାଇବେ

ତୁଳସୀ ମୂଳରେ ଜଳ ଅର୍ପଣ କରନ୍ତୁ

ଧନୁ ରାଶି -ମୂଳା ନକ୍ଷତ୍ର – ମିତ୍ରବନ୍ଧୁଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ, ସଂଯମତା ରଖି କଥା କୁହନ୍ତୁ

ପୂର୍ବାଷାଢା ନକ୍ଷତ୍ର – ପ୍ରତ୍ୟେକଟି କ୍ଷେତ୍ରରେ ବାଧା,ପ୍ରତିବନ୍ଧକ ଦେଖାଦେବ

ଉତ୍ତରାଷାଢା ନକ୍ଷତ୍ର- ବନ୍ଧୁଙ୍କର ସହଯୋଗ କ୍ରମେ ଅଟକିଥିବା କାମରେ ଅଗ୍ରଗତି ହେବ

ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ

ମକର ରାଶି – ଉତ୍ତରାଷାଢା ନକ୍ଷତ୍ର –ଭାବୁଥିବା କାମଟି ସହଜରେ ହୋଇଯିବ, ଜୀବନସାଥିଙ୍କ ସମର୍ଥନ ମିଳିବ

ଶ୍ରବଣା ନକ୍ଷତ୍ର – ସ୍ବାସ୍ଥ୍ୟ,ପାରିବାରିକ ସ୍ଥିତିକୁ ନେଇ ମନ ଚିନ୍ତାଗ୍ରସ୍ତ ରହିବ

ଧନିଷ୍ଠା ନକ୍ଷତ୍ର – ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ହଠାତ୍ ଆରମ୍ଭ କରିପାରନ୍ତି

ଭଗବାନ ଶିବଙ୍କୁ ବେଲପତ୍ର ଓ ଗଙ୍ଗା ଜଳ ଅର୍ପଣ କରନ୍ତୁ

କୁମ୍ଭ ରାଶି – ଧନିଷ୍ଠା ନକ୍ଷତ୍ର – ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ

ଶତଭିଷା ନକ୍ଷତ୍ର – ପ୍ରତ୍ୟେକଟି କ୍ଷେତ୍ରରେ ସଂୟମତା ,କ୍ରୋଧ ଉପରେ ନିୟନ୍ତ୍ରଣ ରଖି କାମ କରନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର –ଲକ୍ଷ୍ୟସ୍ଥଳରେ ପହଞ୍ଜିବା ପାଇଁ ଦିନ ଭଲ ରହିଛି

ଧଳା ବସ୍ତ୍ର ପରିଧାନ କରନ୍ତୁ, ଧଳା କଉଡି ନିଜ ପାଖରେ ରଖନ୍ତୁ

ମୀନ ରାଶି – ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ରହିବ

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ ଅନୁସାରେ ମିଳିବ ଫଳ

ରେବତୀ ନକ୍ଷତ୍ର – ନୂତନ ଦାୟିତ୍ବ ନେଇ ଆତ୍ମସନ୍ତୋଷ ମିଳିବ

ଡାଲଚିନ୍‌ କିଛି ଖାଇ ଘରୁ ବାହାରିବେ

ମହାଉପାୟ

୪ଶହ ଗ୍ରାମ୍‌ ଅରୁଆ ଚାଉଳ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ୭ଟି ସୋମବାର

ପ୍ରତ୍ୟେକ ଶୁକ୍ରବାର ଦିନ ସ୍ନାନ ଜଳରେ ୧ ଚାମଚ ଦହି ମିଶାଇ ସ୍ନାନ କରନ୍ତୁ

ଗୋଟିଏ ବାଉଁଶ ପାତ୍ରରେ ଅରୁଆ ଚାଉଳ,ମିଶ୍ରି,ଦହି,କର୍ପୂର ରଖି ମହାଦେବ ମନ୍ଦିରରେ ଦାନ କରନ୍ତୁ

ଏହି ଉପାୟ ୫ଟି ଶୁକ୍ରବାର କରିବେ

୨କେଜି ଆଳୁକୁ ଭଲ ଭାବରେ ଧୋଇ ହଳଦୀ ଗୋଳାଇ ଶୁକ୍ରବାର ଦିନ ଗାଈକୁ ଖାଇବାକୁ ଦିଅନ୍ତୁ

ପାରିବାରିକ ଓ ବୈବାହିକ ସୁଖ ପାଇଁ କଣ ରହିଛି ମହାଉପାୟ

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ୬ ଘଣ୍ଟିଆ ବନ୍ଦ ପାଳୁଛି କଂଗ୍ରେସ

ଭୁବନେଶ୍ୱର: ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ  । ପେଟ୍ରୋଲ, ଡ଼ିଜେଲ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପ୍ରତିବାଦରେ ବନ୍ଦ ଡକରା ଦିଆଯାଇଛି । ବନ୍ଦ ସମୟରେ ଜରୁରୀ ସେବା ଜାରି ରହିବ ବୋଲି ଦଳ କହିଛି  ।

ଏହା ସହ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ବନ୍ଦ କରାଯାଇଛି  । ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର କମ୍ ଥିବା ବେଳେ କାହିକିଁ ପେଟ୍ରୋଲ ଓ ଡ଼ିଜେଲ ବୃଦ୍ଧି କରୁଛନ୍ତି କେନ୍ଦ୍ର ସରକାର । ଏହାର ପ୍ରତିବାଦରେ ବନ୍ଦ ପାଳନ କରୁଛି କଂଗ୍ରେସ । ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ ଅଟକାଇଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ବିକ୍ଷୋଭ ।

୨ ସ୍କୁଟିକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ୫ ଆହତ

ଯାଜପୁର: ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ୨ଟି ସ୍କୁଟିକୁ ଧକ୍କା ଦେଇଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ସହିତ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ୨ ପରିବାର କୁସୁମା ବୁଲି ସାରି ଘରକୁ ଫେରୁଥିବା ବେଳେ ଚାନ୍ଦପୁର ଛକ ନିକଟରେ ଟ୍ରକ୍ ଧକ୍କା ଦେଇଥିଲା ।

ରୋଷେଇ ଘର ଉପରେ ମହଙ୍ଗା ମାଡ଼, ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହଙ୍ଗା ମାଡ଼ । ଗୋଟିଏ ପଟେ ଲଗାତାର ତୈଳଦର ବୃଦ୍ଧି ଖାଉଟିଙ୍କ ଅସ୍ତବ୍ୟସ୍ତ କରି ଦେଉଥିବା ବେଳେ ପୁଣି ଗ୍ୟାସ୍ ଦର ବଢ଼ିଛି । ସୋମବାର ଅର୍ଥାତ୍ ଆସନ୍ତାକାଲି ଠାରୁ ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହେବାକୁ ଯାଉଛି । ୧୪.୨ କେଜିର ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଛି । ସୋମବାର ଦ୍ୱିପ୍ରହର ୧୨ଟା ପରେ ଏହି ନୂଆ ଦର ଲାଗୁ ହେବ ।

Delhi Price Of LPG Domestic GAS Cylinder Hiked By RS 50

ଦର ବଢ଼ିବା ପରେ ସିଲିଣ୍ଡରର ଦାମ ରହିବ ୭୬୯ ଟଙ୍କା । ତେବେ, ସିଲିଣ୍ଡରରେ ଏହି ଦର ବୃଦ୍ଧି ଦିଲ୍ଲୀରେ ହୋଇଛି । ଏହା ପୂର୍ବରୁ ଦିଲ୍ଲୀରେ ଗୋଟିଏ ଘରୋଇ ସିଲିଣ୍ଡରର ଦାମ୍ ୬୯୪ ଟଙ୍କାରୁ ବୃଦ୍ଧି କରାଯାଇ ୭୧୯ ଟଙ୍କା କରାଯାଇଥିଲା । ଏବେ ଓଡ଼ିଶାରେ ଏଲପିଜି ସିଲିଣ୍ଡର ଦାମ୍ ୭୪୫ ଟଙ୍କା ୫୦ ପଇସା ରହିଛି । ସୂଚନା ଯୋଗ୍ୟ, ପ୍ରତିମାସ ୧ ତାରିଖରେ ଏଲପିଜି ଦର ପରିବର୍ତ୍ତନ ହୋଇଥାଏ ।

ପୁଷ୍ପଲତାଙ୍କ ସ୍କୁଟି କଳିଙ୍ଗାରୁ ଜବତ, ହତ୍ୟା ପରେ ଲୁଚାଇ ଦେଇଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଅନ୍ଧାରୁଆରୁ କଟାମୁଣ୍ଡ ମିଳିବା ଘଟଣା । ପୁଷ୍ପଲତା ରାଉଳଙ୍କ ସ୍କୁଟି ଜବତ କଲା ଚନ୍ଦକା ଥାନା ପୋଲିସ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କଳିଙ୍ଗାରୁ ସ୍କୁଟି ଜବତ କରାଯାଇଛି । ପୁଷ୍ପଲତାଙ୍କୁ ହତ୍ୟାପରେ ସ୍କୁଟିକୁ ଅଭିଯୁକ୍ତ ସଞ୍ଜୟ ଲୁଚାଇ ଦେଇଥିଲା । ନିଜର ସ୍କୁଟି କହି କଳିଙ୍ଗାର ଜଣଙ୍କୁ ଦେଇଥିଲା ଅଭିଯୁକ୍ତ ସଞ୍ଜୟ ।

ଗିରଫ ପରେ ପୋଲିସ ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ସଞ୍ଜୟ ଓ ଶ୍ରୀକାନ୍ତଙ୍କୁ ନେଇ ପଚରାଉଚରା କରୁଛି । ଆଜି ରିମାଣ୍ଡରେ ଶେଷ ଦିନରେ ଜେରା ଚାଲିଥିବା ବେଳେ ପୁଷ୍ପଲତାଙ୍କ ସ୍କୁଟି ମିଳିଛି । ପୋଲିସ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିଛି । ବିବାହ ବିବାଦରୁ ସଞ୍ଜୟ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା । ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡଠୁ ଶରୀରକୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲା ।