ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକୁ ନେଇ ପ୍ରଶ୍ନ ପଠାଇଲେ ମମତା

1 min read

କୋଲକାତା: ପଶ୍ଚିମବଙ୍ଗରେ ଭୋଟ୍ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ପଡ଼ୋଶୀ ଦେଶ ବାଂଲାଦେଶ ଗସ୍ତରେ ଅଛନ୍ତି । ମୋଦିଙ୍କ ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ବାଂଲାଦେଶରେ ମୋଦି ମତୁଆ ସମୁଦାୟଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କୁ ଅଭିଭାଷଣ ଦେବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ମମତା କହିଛନ୍ତି । ଏନେଇ ମମତା ନିର୍ବାଚନ କମିଶନଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ।

Mamata Banerjee Questions PM Modi Bangladesh Visit

ମମତା କହିଛନ୍ତି ପଶ୍ଚିମବଙ୍ଗରେ ଭୋଟ୍ ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ ସମୁଦାୟକୁ ଆକର୍ଷିତ କରିବା ଲାଗି ମୋଦି ବାଂଲାଦେଶ ଯାଇଛନ୍ତି । ନିର୍ବାଚନ ଚାଲିଥିବା ବେଳେ ମୋଦି ପଶ୍ଚିମବଙ୍ଗ ଉପରେ ପାଠ ପଢ଼ାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଟେ ।

ଗତ ଲୋକସଭା ନିର୍ବାଚନରେ ଜଣେ ବାଂଲାଦେଶୀ ଅଭିନେତା ଟିଏମସି ସାମିଲ୍ ହେବାକୁ ନେଇ ବିବାଦ ଦେଖା ଯାଇଥିଲା । ଏପରିକି ଅଭିନେତାଙ୍କ ଭିସା ରଦ୍ଦ କରି ଦିଆଯାଇଥିଲା । ସେ କଥା ମନେ ପକାଇ ମମତା କହିଛନ୍ତି- ୨୦୧୯ରେ ଲୋକସଭା ନିର୍ବାଚନରେ ବାଂଲାଦେଶୀ ଅଭିନେତା ଟିଏମସି ପାଇଁ ପ୍ରଚାର କରିବାରୁ ବିଜେପି ବାଂଲାଦେଶ ସରକାର ସହ କଥା ହୋଇ ଭିସା ରଦ୍ଦ କରି ଦେଇଥିଲେ । ଯେତେବେଳେ ଏଠି ନିର୍ବାଚନ ଚାଲିଛି, ଆପଣ ଭୋଟ୍ ହାତେଇବାକୁ ବାଂଲାଦେଶ ପଳାଇଛନ୍ତି । ଆପଣଙ୍କ ଭିସା କାହିଁକି ବାତିଲ୍ ହେବନାହିଁ ବୋଲି ମମତା ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ।

Leave a Reply