ସେପ୍ଟେମ୍ବର ସୁଦ୍ଧା ସେରମ ଲଞ୍ଚ କରିପାରେ କରୋନାର ଆଉ ଏକ ଭ୍ୟାକ୍ସିନ୍

1 min read
Poonawala Expected To Launch Trial Of Kovovax In India By September

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା କରୋନାର ଆଉ ଏକ ଟିକା ଲଞ୍ଚ କରିବା ନେଇ ଆଶା ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ଲଞ୍ଚ୍ ହୋଇପାରେ ଆଉ ଏକ କରୋନା ଭ୍ୟାକ୍ସିନ୍ । ନୂଆ ଭ୍ୟାକ୍ସିନ କରୋନାର ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ହେବ । ସେରମ ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକ୍ସିନ୍ ପୂର୍ବରୁ ଟିକାକରଣରେ ସାମିଲ୍ ଅଛି ।

୨୦୨୦ରେ ଆମେରିକାର ଟିକା କମ୍ପାନୀ ନୋଭାଭ୍ୟାକ୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଚୁକ୍ତି କରିଥିଲା । ଏହି ଚୁକ୍ତି କୋଭିଡ୍ ଟିକା ‘କ୍ୟାଣ୍ଡିଡେଟ୍’ ଏନଭିଏକ୍ସ-ସିଓ୨୩୭୩ ପ୍ରସ୍ତୁତି ଓ ମାର୍କେଟିଂ ପାଇଁ ହୋଇଥିଲା । ଏହି ଟିକା ଭାରତର ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଦେଶକୁ ଦିଆଯିବ ।

Poonawala Expected To Launch Trial Of Kovovax In India By September

କୋଭାଭ୍ୟାକ୍ସର ମାନବ ପରୀକ୍ଷଣରେ ଭାରତରେ ଆରମ୍ଭ ହୋଇ ସାରିଛି । ଏହି ଭ୍ୟାକ୍ସିନର ପ୍ରସ୍ତୁତି କୋଭାଭ୍ୟାକ୍ସ ଓ ସେରମ ମିଳିତ ଭାବେ କରିବେ । ଏହି ଟିକାର ପ୍ରୟୋଗ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନର କୋଭିଡ୍-୧୯ ଭାରିଆଣ୍ଟ ବିରୋଧରେ ପରୀକ୍ଷଣ କରାଯାଇଛି । ଏହା ୮୯ ପ୍ରତିଶତ ପ୍ରଭାବଶାଳୀ । ଟିକା ସେପ୍ଟେମ୍ବର ମାସ ସୁଦ୍ଧା ଆସିବା ନେଇ ପୁନାୱାଲା ଆଶା ପ୍ରକାଶ କରିଛନ୍ତି ।

ତେବେ ନୋଭାଭ୍ୟାକ୍ସ ଓ ସେରମ ମଧ୍ୟରେ ହୋଇଥିବା ଚୁକ୍ତିରେ ଉଚ୍ଚ-ମଧ୍ୟମ ଓ ଉଚ୍ଚ ଆୟ ବର୍ଗ ଦେଶ ନାହିଁ । ସେଭଳି ଦେଶ ପାଇଁ ଟିକା ଅଧିକାର କେବଳ ନୋଭାଭ୍ୟାକ୍ସ ପାଖରେ ରହିଛି ।

Leave a Reply