West Bengal Election 2021: ସରିଲା ପ୍ରଚାର, ଏଥର ଭାଗ୍ୟ ପରୀକ୍ଷା କରିବେ ଭୋଟର

1 min read

କୋଲକାତା: ପ୍ରଚାର ଦାଣ୍ଡରେ ଢେର ଝାଳ ବୁହାଇଲେ ନେତା । ଏଥର ଭାଗ୍ୟ ପରୀକ୍ଷା କରିବେ ଭୋଟର। ନେତାଙ୍କ ପରେ ଏବେ ଜନତାଙ୍କ ପାଳି। ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। କାଲି ହେବ ମତଦାନ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆସନ୍ତାକାଲି ପଶ୍ଚିମବଙ୍ଗର ୩୦ଟି ଓ ଆସାମର ୩୯ଟି ବିଧାନସଭା ଆସନରେ ହେବ ଭୋଟିଂ। ତେବେ ପଶ୍ଚିମବଙ୍ଗ ଉପରେ ଦେଶବାସୀଙ୍କ ନଜର ରହିଥିବାବେଳେ ନନ୍ଦିଗ୍ରାମରେ ହେଉଛି ହାଇଭୋଲଟେଜ୍ ଟକ୍କର। ଏଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୈଦାନରେ ଅଛନ୍ତି ବିଜେପିର ହେଭିଓ୍ବେଟ୍ ତଥା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ। ନନ୍ଦିଗ୍ରାମ ହାତେଇବା ପାଇଁ ଦିଦି ଓ ଦାଦା ଜି-ଜାନ୍ ଲଗାଇଥିବାବେଳେ ଏବେ ଭୋଟର କାହା ଉପରେ ଭରସା କରିବେ ତାହା ଉପରେ ରହିଛି ନଜର।

ପଶ୍ଚିମବଙ୍ଗରେ ଯେଉଁ ୩୦ଟି ଆସନରେ ନିର୍ବାଚନ ହେବ ଗତ ନିର୍ବାଚନରେ ଏହି ଆସନ ଉପରେ ଟିଏମସିର ଅଧିକ ପ୍ରାର୍ଥୀ ବିଜୟୀ ହୋଇଥିଲେ । ହେଲେ ଏଥର ଚିତ୍ର କିନ୍ତୁ ଓଲଟା। ସେପଟେ ଆସାମରେ ବିଜେପି ଶାସନରେ ଥିବାବେଳେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଜୋର ଲଗାଇଛି। ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମଧ୍ୟ ଜୋର ଧରିଛି ନିର୍ବାଚନୀ ପ୍ରଚାର।

Leave a Reply