spot_img
Home Blog Page 5965

ରାଜ୍ୟପାଳଙ୍କ ନିକଟରେ ଦୟା ଆବେଦନ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ସବନମ୍‌ର ଆଉଥରେ ପ୍ରୟାସ

0

ଲକ୍ଷ୍ଣୌ: ଜେଲରେ ଥାଇ ଜୀବନର ଶେଷ ସମୟର ଦିନ ଗଣୁଛି ଖୁନି ଝିଅ ଶବନମ୍‌  । ଶେଷଥର ପାଇଁ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟରେ କ୍ଷମା ଆବେଦନ କରିଛି  । ତା’ର ୧୨ ବର୍ଷର ପୁଅ ମଧ୍ୟ ମା’କୁ କ୍ଷମା କରିଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି  । ଜେଲରେ ଏବେ ଏକା ଏକା ରହୁଛି ଶବନମ୍‌  । ଯେକୌଣସି ମୁହୂର୍ତ୍ତରେ ଡେଥ ଓ୍ୱାରେଣ୍ଟ ଜାରି ହେବା ଭୟରେ ଦିନ କାଟୁଛି  । ସେପଟେ ମଥୁରା ଜେଲରେ ଫାଶୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।

ସାତ ଖୁନ ପାଇଁ ଫାଶୀ ଖୁଣ୍ଟରେ ଝୁଲିବ ୨୦୦୮ ଉତ୍ତରପ୍ରଦେଶ ଗଣହତ୍ୟା ମାମଲାର ଦୋଷୀ ସବ୍‌ନମ୍‌  । ତା’ପୂର୍ବରୁ ଫାଶୀରୁ ବର୍ତ୍ତିବା ପାଇଁ ଛାଟିପିଟି ହେଉଛି । ପୂର୍ବରୁ ରାଷ୍ଟ୍ରପତି ଦୟା ଆବେଦନ ଖାରଜ କରିସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ରାଜ୍ୟପାଳ ଶେଷ ଭରସା  । ଯଦିଓ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ସବ୍‌ନମ୍‌ର ଆବେଦନ ପୂର୍ବରୁ ଖାରଜ କରିସାରିଛନ୍ତି  । ଫାଶୀ ଦଣ୍ଡରୁ ଆଜୀବନ ଜେଲ ଦଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଛି ସବନମ୍‌ । ରାଜ୍ୟପାଳଙ୍କ ମାଧ୍ୟମରେ ଦୟା ପ୍ରାର୍ଥନା ରାଷ୍ଟ୍ରପତିଙ୍କ ପାଖକୁ ମଧ୍ୟ ପଠାଯିବ  । ଏପଟେ ସବନମ୍‌ର ୧୨ ବର୍ଷ ପୁଅ ମଧ୍ୟ ମାଆକୁ କ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି  । ଏଥର ଯଦି ଆବେଦନ ଖାରଜ ହୋଇଯାଏ ସବନମ୍‌ ପାଖରେ ଆଉ କୌଣସି ରାସ୍ତା ରହିବନି ବୋଲି ରାମପୁର ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି  ।

ଫାଶୀ ଦଣ୍ଡାଦେଶ ପରେ ଜେଲ୍‌ରେ ଏବେ ଏକା ଏକା ରହୁଛି ସବନମ୍‌  । କାହାସହ ମିଳାମିଶା ମଧ୍ୟ କରୁନାହିଁ  । ଫାଶୀ ଦଣ୍ଡାଦେଶ ପରେ କେତେ ବେଳେ ବି ଡେଥ ଓ୍ୱାରେଣ୍ଟ ଜାରି ହୋଇପାରେ ବୋଲି ଆଶଙ୍କାରେ ରହିଛି । ପୂର୍ବରୁ ଜେଲରେ ଥିବା ମହିଳାଙ୍କୁ ସିଲେଇ ଶିଖାଇବା ସହ ପିଲାଙ୍କୁ ପାଠ ପଢାଉଥିଲା  । ଡେଥ ଓ୍ୱାରେଣ୍ଟ ଜାରି ହେଲେ ସବନମ୍‌ଙ୍କୁ ମଥୁରା ଜେଲ ପଠାଇଦିଆଯିବ  ।

ଏଥିସହିତ ପଢ଼ନ୍ତୁ: DRDO ଦ୍ୱାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ ‘ହେଲିନା’ ଓ ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

ନିଜ ପ୍ରେମିକ ସଲିମଙ୍କ ପ୍ରେମରେ ପାଗଳ ସବନମ ୨୦୦୮, ୧୪ ଏପ୍ରିଲରେ ନିଜ ପରିବାରର ବାପ ମା, ଭାଇ ଭଉଣୀଙ୍କ ସମେତ ୭ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ସବନମ୍‌ର ପୁତୁରା ମଧ୍ୟ ଥିଲା  । ତାକୁ ମଧ୍ୟ ଛାଡିନଥିଲା ରାକ୍ଷସୀ ସବନମ୍‌  । ଏହି ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ସେହିଦନ ଠାରୁ ଗିରଫ ହୋଇ ଜେଲରେ ଦଣ୍ଡ ଭୋଗୁଛି ସବନମ  । ମାମଲାରେ କୋର୍ଟ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ମଥୁରା ଜେଲରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚାଲିଛି  । ପ୍ରଥମ ଥର ପାଇଁ ଦେଶରେ ଜଣେ ମହିଳାଙ୍କୁ ଫାଶୀରେ ଝୁଲାଇବେ ବହୁ ଚର୍ଚ୍ଚିତ ପବନ ଜହ୍ଲାଦ  । ମଥୁରାରେ ମହିଳାଙ୍କୁ ଫାଶୀ ଦେବା ପାଇଁ ୧୫୦ ବର୍ଷ ପୂର୍ବେ ନିର୍ମିତ ଫାଶୀ ଘରକୁ ପୁନରୁଦ୍ଧାର କରାଯାଇଛି  ।

ବଜେଟ୍ ଅଧିବେଶନ ତୃତୀୟ ଦିନ: ଧାନ କିଣା ସମ୍ପର୍କରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟ ବଜେଟ୍ ଅଧିବେଶନର ତୃତୀୟ ଦିନ  । ଧାନ କିଣା ସମ୍ପର୍କରେ ଆଜି ଗୃହରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ । ୭ଦିନ ପରେ ଧାନ କିଣାରେ ଅଗ୍ରଗତି ସମ୍ପର୍କରେ ଗୃହକୁ ଅବଗତ କରାଇବେ। ଗତକାଲି ଦ୍ୱିତୀୟ ଦିନରେ ଗୃହରେ ବାରମ୍ବାର ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ରୁଲିଂ ଦେଇଥିଲେ  । ଏହାପରେ ବି ହଟ୍ଟଗୋଳ ବନ୍ଦ ହୋଇ ନଥିଲା  । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହର ମଧ୍ୟଭାଗରେ ଧାନମଣ୍ଡି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିବାକୁ ବିରୋଧୀ ଉଦ୍ୟମ କରିଥିଲେ  । ପୋଡିୟମରେ ଲାଗିଥିବା ଫାଇବାରକୁ ଖସାଇଦେଇଥିଲେ ବିରୋଧୀ। ମାଇକ୍ ମଧ୍ୟ ଭାଙ୍ଗିଛନ୍ତି ବିରୋଧୀ  । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ବିଜେପି ଆଲୋଚନାକୁ ଡ଼ରୁଥିବାରୁ ଗୃହକୁ ଚଳାଇ ଦେଉନାହିଁ ବୋଲି ଶାସକ ବିଜେଡି ଅଭିଯୋଗ କରିଛି । ଗୃହ ଚାଲିପାରୁନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ବିଜେଡି । ଆଜି ତୃତୀୟ ଦିନରେ ଗୃହ ସ୍ୱାଭାବିକ ହେଉଛି କି ନାହିଁ ତା ଉପରେ ସମସ୍ତଙ୍କର ନଜର ରହିଛି  ।

ଏଥିସହିତ ପଢ଼ନ୍ତୁ: କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ସାରା ଦେଶରେ ତୃତୀୟ

୩ ଦିନିଆ ହ୍ୱିଲ୍ ଚେୟାର୍ ଟେନିସ୍ କର୍ମଶାଳା ଉଦଘାଟିତ

ଭୁବନେଶ୍ୱର: ଉଦଘାଟିତ ହେଲା ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହ୍ୱିଲ୍ ଚେୟାର୍ ଟେନିସ୍ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ୍ ଦ୍ୱାରା ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ହ୍ୱିଲ୍ ଚେୟାର ମୋମେଣ୍ଟ, ଟେକନିକ ସହ କେମିତି ହ୍ୱିଲ୍ ଚେୟାରରେ ବସି ଟେନିସ୍ ଖେଳି ହେବ । ସେ ନେଇ ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

3 Days Indian Wheelchair Tennis Tournament Inaugurated

ଦୁଇଟି ବ୍ୟାଚ୍, ଜୁନିୟର ଓ ସିନିୟର ବ୍ୟାଚ୍ କରାଯାଇ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ହ୍ୱିଲ୍ ଚେୟାର୍ ଟେନିସ୍ (IWTT)ର ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନ ଓ ଟେନିସ୍ ଖେଳାଳି ତଥା ଚକଲେଟ ଗ୍ରୁପର ମୁଖ୍ୟ ଚିନ୍ମୟ ପ୍ରଧାନଙ୍କ ଦ୍ଵାରା ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

3 Days Indian Wheelchair Tennis Tournament Inaugurated

ଆଜି ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ ଜଣ ଭିନ୍ନକ୍ଷମ ହ୍ୱିଲ୍ ଚେୟାର ଖେଳାଳି ସାମିଲ ହୋଇଥିଲେ । ଯେଉଁଥିରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରତିଯୋଗୀ ସାମିଲ ଥିଲେ । ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଅନ୍ୟ ଖେଳାଳି ମାନେ ମଧ୍ୟ ସାମିଲ ହେବ ।

DRDO ଦ୍ୱାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ ‘ହେଲିନା’ ଓ ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ‘ହେଲିନା’ ଓ ‘ଧ୍ରୁବାସ୍ତ୍ର’ର ମିଳିତ ପରୀକ୍ଷଣ କରାଯାଇଛି । ମରୁଭୂମିରେ ଉଭୟ ମିସାଇଲକୁ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟରରୁରୁ ପରୀକ୍ଷଣ କରାଯାଇଛି । ‘ହେଲିନା’ (ଆର୍ମି ଭର୍ସନ) ହୋଇଥିବା ବେଳେ ‘ଧ୍ରୁବାସ୍ତ୍ର’ (ଏୟାର ଫୋର୍ସ ଭର୍ସନ) ଅଟେ ।

ଉଭୟ ମିସାଇଲକୁ ନେଇ ୫ ରାଉଣ୍ଡ ପରୀକ୍ଷଣ ସର୍ବନିମ୍ନ ଓ ସର୍ବାଧିକ ରେଞ୍ଜରୁ କରାଯାଇଛି । ମିସାଇଲ୍ ସ୍ଥିର ଓ ଘୂର୍ଣ୍ଣୟମାନ ଲକ୍ଷ୍ୟକୁ ସଫଳତାର ଧ୍ୱଂସ କରିଛି । ଖରାପ ଟ୍ୟାଙ୍କରୁ ମିଶନ ମଧ୍ୟ ସଫଳ ହୋଇଛି । ଉଡ଼ାଣ ହେଲିକପ୍ଟରରୁ ଘୂର୍ଣ୍ଣୟମାନ ଲକ୍ଷ୍ୟକୁ ବିଧ୍ୱଂସ କରିଛି ମିସାଇଲ୍ ।

Successful user trials of DRDO-developed Anti-Tank Guided Missile Systems ‘Helina’ and ‘Dhruvastra’

‘ହେଲିନା’ ଓ ‘ଧ୍ରୁବାସ୍ତ୍ର’ ତୃତୀୟ ଜେନେରସନ୍ ମିସାଇଲ୍ । ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲକୁ ଡାଇରେକ୍ଟ ହିଟ୍ ମୋଡ୍ ଓ ଟପ୍ ଆଟାକ୍ ମୋଡରେ ଟାର୍ଗେଟକୁ ଧ୍ୱଂସ କରିପାରିବ । ଏହି ସିଷ୍ଟମ ସମସ୍ତ ପ୍ରତିକୂଳ ପାଗ ସହ ଦିନ ଓ ରାତି ସମୟରେ ଶତ୍ରୁର ଟ୍ୟାଙ୍କ ସହ ଲଢ଼ିପାରିବ । ଏହା ବିଶ୍ୱର ପ୍ରମୁଖ ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ।

ମିସାଇଲର ମିଳିତ ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଆର୍ମି ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରତିରକ୍ଷା ସଚିବ ଓ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସତୀଶ ରେଡ୍ଡୀ ମଧ୍ୟ ପ୍ରଶଂସା କରିଛନ୍ତି ।

କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ସାରା ଦେଶରେ ତୃତୀୟ

ଭୁବନେଶ୍ୱର (ସୁଶାନ୍ତ କୁମାର ସାହୁ): ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ମୋଟ୍ ୧୯୪ଟି ସାଇଟରେ ଟିକା ଦିଆଯାଇଥିବା ବେଳେ ୧୩ଟିରେ ଦିଆଯାଇଛି କୋଭାକ୍ସିନ୍ । ୧୯୪ଟି ସାଇଟ୍ ମଧ୍ୟରୁ ୧୫୭ଟିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଲେ ୩୭ଟିରେ ଆଗ ଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯାଇଛି । ଆଜି ଦିନକରେ ୧୯ ହଜାର ୧୦୦ ଜଣ କୋଭିଡ୍ ଟିକା ନେଇଛନ୍ତି । ସେଥି ମଧ୍ୟରୁ ୮୬୦ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍, ୧୪ ହଜାର ୭୨୮ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଓ ୩ ହଜାର ୫୧୨ ଜଣ ଆଗ ଧାଡ଼ି କର୍ମଚାରୀ ଟିକା ନେଇଛନ୍ତି ।

Odisha Has Successfully Administered More Than 5 Lakh Doses of COVID19 vaccine

ଆଜି ଟିକା ନେଇଥିବା ଜଣଙ୍କ ଶରୀରରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । ଆଜିକୁ ମିଶାଇ ରାଜ୍ୟରେ ୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କର୍ମଚାରୀ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ପ୍ରଥମ ଓ ଦ୍ୱିତୀୟ ଡୋଜକୁ ମିଶାଇ ଏଯାବତ୍ ରାଜ୍ୟରେ ୫ ଲକ୍ଷ ୧ ହଜାର ୭୧୩ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା କୋଭିଡ୍ ଟିକା ନେଇଥିବା ଜଣାପଡ଼ିଛି ।

୩ ଲକ୍ଷ ୩୮ ୭୦୦ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରଥମ ଡୋଜ୍ ଟିକା ୨ ଲକ୍ଷ ୯୦ ହଜାର ୪୭ ଜଣ ଅର୍ଥାତ୍ ୮୫.୬ ପ୍ରତିଶତ ନେଇଛନ୍ତି । ସେହିଭଳି ଦ୍ୱିତୀୟ ଡୋଜ୍ ଟିକା ୬୮ ହଜାର ୧୨୯ ଜଣ ନେଇଥିବା ଜଣାପଡ଼ିଛି । ମୋଟ ୨ ଲକ୍ଷ ୪ ହଜାର ୪୬୯ ଜଣ ସମ୍ମୁଖ ବା ଆଗଧାଡ଼ିର କର୍ମଚାରୀଙ୍କ ମଧ୍ୟରୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ୧ ଲକ୍ଷ ୪୩ ହଜାର ୫୩୭ ଜଣ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ପ୍ରଥମ ଡୋଜ୍ ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି ।

ମହାରାଷ୍ଟ୍ର ସଂକ୍ରମଣ ପରେ ଓଡ଼ିଶାର ସତର୍କତା, ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ବଢ଼ିପାରେ କୋଭିଡ୍ ସଂକ୍ରମଣ, ସତର୍କ ରୁହ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀରେ ପୁଣି ଲକଡାଉନ୍ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ।

 Adtnl Chief Secy To Health Writes Letter To All Collector

ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ୍ ନିୟମ ପାଳନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସଚିବ । ଜିଲ୍ଲା ସହ ପ୍ରମୁଖ ସହରରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ କୁହାଯାଇଛି । ପର୍ଯ୍ୟାପ୍ତ ପରିମାଣରେ କରୋନା ଟେଷ୍ଟ ଗାଇଡଲାଇନ୍ ଅନୁସାରେ କରାଯିବ ।

ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ସହଯୋଗ ନାଁରେ ଅଞ୍ଚଳ ହାତେଇବାକୁ ଚକ୍ରାନ୍ତ

ଗଜପତି/ରାୟଗଡ଼ା: ଆନ୍ଧ୍ରର ସୀମା ଷଡ଼ଯନ୍ତ୍ର । କୋଟିଆ ପାଇଁ ସୁପ୍ରିମ୍‌କୋର୍ଟରେ ଆଇନଗତ ଲଢ଼େଇ ଚାଲିଛି । ଏପଟେ କୋଟିଆ ଗଜପତି ଓ ରାୟଗଡ଼ା ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଇଲାଣି ପଡ଼ୋଶୀ ରାଜ୍ୟ । ଗଜପତି ଜିଲ୍ଲା ସିଙ୍ଗିପୁରରେ ଓଡ଼ିଶା ସୀମା ଭିତରେ ପଶି ଜବରଦସ୍ତ ରାସ୍ତା ତିଆରି କରୁଛି । ପୁଣି ରାୟଗଡ଼ା ସୀମାରେ ବି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ସାନଲୁକୁଟି ଗାଁରେ ରାସ୍ତା ଓ ପୋଲ ନିର୍ମାଣ ଉଦ୍ୟମ କରିଥିଲା ଆନ୍ଧ୍ର । ତେବେ ଏହି ଚାଲ୍ ଉପ‌ରେ ପୂର୍ଣ୍ଣଚ୍ଛେଦ ଲଗାଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ।

Andhra Pradesh Conspiracy For Acquired Border Area Of Odisha

ସୀମା ଲଂଘୁଛି ଆନ୍ଧ୍ର । ଓଡ଼ିଶା ଉପରେ ଆନ୍ଧ୍ରର ଆଖି । ବିସ୍ତାରବାଦୀ ଆନ୍ଧ୍ରର ଅନୁପ୍ରବେଶ ପ୍ଲାନ୍ । କୋଟିଆ ବିବାଦ ତୁଟି ନଥିବା ବେଳେ ଗଜପତି, ରାୟଗଡ଼ା ଉପରେ ନଜର ପକାଇଛି ଆନ୍ଧ୍ର । ରାସ୍ତା, ପୋଲକୁ ଅସ୍ତ୍ର କରି ଜବରଦଖଲ ଉଦ୍ୟମ କରିଛି । ପଡ଼ୋଶୀ ରାଜ୍ୟର ବିସ୍ତାରବାଦୀ ପ୍ଲାନ୍‌ରେ ଲାଗୁନି ବ୍ରେକ୍ । ସୀମାନ୍ତ ଗଙ୍ଗାବାଡ଼ରେ ନିର୍ବାଚନ କରାଇବାରେ ଫେଲ୍ ମାରିବା ପରେ କାଶୀନଗର ସିଙ୍ଗିପୁର ଏଫସିଆଇ ଗୋଦାମ ଅଞ୍ଚଳ ଉପରେ ଆଖି ପକାଇଛି ଆନ୍ଧ୍ର । ଓଡ଼ିଶା ସୀମାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ଆନ୍ଧ୍ର ପ୍ରଦେଶର ଆଳତି ପଞ୍ଚାୟତକୁ ଓଡ଼ିଶା ସୀମା ମଧ୍ୟରେ ୫ କିଲୋମିଟର ରାସ୍ତା ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ନିର୍ମାଣ କାମରେ ନିୟୋଜିତ ଗାଡ଼ି ଓ ସାମଗ୍ରୀ ଜବତ କରାଯାଇଛି ।

Andhra Pradesh Conspiracy For Acquired Border Area Of Odisha

ରାସ୍ତା ନିର୍ମାଣ ନାଁରେ ଜୋରଜବରଦସ୍ତ କବ୍‌ଜା ଜମାଇବାକୁ କାରସାଦି । ନା ଆଲୋଚନା ନା ସୂଚନା, ସବୁ ସୀମା ଡେଇଁ ରାସ୍ତା ନିର୍ମାଣ ଆରମ୍ଭ କରିଛି ଆନ୍ଧ୍ର । ସାହାଯ୍ୟ ସହଯୋଗ ନାଁରେ ଅଞ୍ଚଳ ହାତେଇବାକୁ ଚାଲିଛି ଚକ୍ରାନ୍ତ । କେବଳ ଗଜପତି ନୁହେଁ, ରାୟଗଡ଼ା ସୀମାରେ ବି ଆନ୍ଧ୍ରର ଲୋଲୁପ ଆଖି ପଡ଼ିଛି । ଓଡ଼ିଶା ଭିତରକୁ ୫ ଶହ ମିଟର ପଶି ସାନଲୁକୁଟି ଗାଁ ବାସିକାଡ଼ା ନାଳରେ ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ୮୧ ମିଟରର ପୋଲ ଓ ପ୍ରାୟ ୧ କିମି ରାସ୍ତା ନିର୍ମାଣ କରୁଛି । ଗତ ଜାନୁଆରୀ ମାସରୁ କାମ ଆରମ୍ଭ ହୋଇଛି । ତେବେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଫେଲ୍ ମାରିଛି ପଡ଼ୋଶୀ ରାଜ୍ୟର ଚାଲ୍ । ରାୟଗଡ଼ା ତହସିଲଦାର, ବିଡିଓ ସୀମାନ୍ତ ଅଞ୍ଚଳରେ ଅନୁଧ୍ୟାନ କରିଛନ୍ତି । ସେପଟେ ସାନଲୁକୁଟିରୁ ଆନ୍ଧ୍ରକୁ ଯୋଗାଯୋଗ ପାଇଁ ସିମେଣ୍ଟ ରାସ୍ତା ତିଆରି କରାଯାଉଛି ।

Andhra Pradesh Conspiracy For Acquired Border Area Of Odisha

ଓଡ଼ିଶା ଭିତରକୁ ଜୋର ଜବରଦସ୍ତ ପଶିବା ପାଇଁ ଆନ୍ଧ୍ରର ଚକ୍ରାନ୍ତ । ରାସ୍ତା, ପୋଲ ନିର୍ମାଣ ନାଁରେ ସୀମାବର୍ତ୍ତୀ ଅଞ୍ଚଳ ଅକ୍ତିଆର କରିବାକୁ ଯୋଜନା କରୁଛି ପଡ଼ୋଶୀ ରାଜ୍ୟ । ପ୍ରଶ୍ନ ଉଠୁଛି ଆଇନକୁ ପାଦରେ ଆଡ଼େଇ, କେମିତି ସୀମା ଲଂଘୁଛି ଆନ୍ଧ୍ର ? କେବେ ବିକାଶର ଥୋପ ତ କେବେ ଶିକ୍ଷା ନାଁରେ ଅନୁପ୍ରବେଶ ପ୍ଲାନ୍ ? ବିସ୍ତାରବାଦୀ ଆନ୍ଧ୍ରର ସୀମା ଷଡ଼ଯନ୍ତ୍ରରେ କେବେ ଲାଗିବ ବ୍ରେକ୍ ?

୨୦ ବର୍ଷରେ ୪ ବିବାହ, ବାହା ହେଉଥିଲେ ବାହାନା ଦେଖାଇ ଦୂରେଇ ଯାଉଥିଲେ

କଟକ: ଚିତ୍ର ମାଷ୍ଟରଙ୍କ ଚାରି ପତ୍ନୀ । ଚାରି ଜଣ ମହିଳାଙ୍କ ସହ ଚତୁରତା ସହ କରିଥିଲେ ବିବାହ । କାହାକୁ କାହା ବିଷୟରେ ଗନ୍ଧ ବି ବାରିବାକୁ ଦେଇନଥିଲେ ରସିକିଆ ଶିକ୍ଷକ ଜଣକ । ଦୁଇ ପତ୍ନୀଙ୍କ ଅଭିଯୋଗ କ୍ରମେ ଏହି ଚିତ୍ର ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । କଟକ ଗୋପୀନାଥପୁର ନୋଡାଲ ହାଇସ୍କୁଲରେ ଡ୍ରଇଂ ଶିକ୍ଷକ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ନାୟକ ୨୦୦୧ ମସିହାରେ ବୈଦିକ ରୀତିନୀତି ଅନୁସାରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଚାଲିବା ପରେ ବିଭିନ୍ନ ବାହାନା କରି ତାଙ୍କୁ ଦୂରେଇ ଦେଇଥିଲେ କୃଷ୍ଣଚନ୍ଦ୍ର ।

Art Teacher Arrested In Odisha For Four Marriage

ପରେ ତାଙ୍କ ଅଗୋଚରରେ ସାଇଲୋ ଗୋବିନ୍ଦପୁରର ନର୍ସଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ବୈଦିକ ରୀତିନୀତିରେ ବିବାହ କରିଥିଲେ କୃଷ୍ଣଚନ୍ଦ୍ର । ୩-୪ ବର୍ଷ ରହିବା ପରେ ତାଙ୍କୁ ମଧ୍ୟ ବିଭିନ ବାହାନା କରି ଦୂରେଇ ଦେଇଥିଲେ । ଉଭୟ ପରିବାର ଠାରୁ କୃଷ୍ଣଚନ୍ଦ୍ର ଯୌତୁକ, ସୁନା, ଟଙ୍କା, ଗାଡ଼ି ଆସବାବପତ୍ର ନେଇଥିଲା ।

Art Teacher Arrested In Odisha For Four Marriage

ଆଉ କରୋନା କାଳରେ କୃଷ୍ଣ ଆଉ ୨ ଜଣ ଝିଅଙ୍କୁ ବିବାହ କରିବାର ଜାଣିବାକୁ ପାଇଥିଲେ ଏହି ଦୁଇ ପତ୍ନୀ । ଆଜି ମହିଳା ଥାନାର ଦ୍ୱାରସ୍ତ ହୋଇ ଏମାନେ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଶେଷରେ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ କୃଷ୍ଣଚନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ ୧୦ ବର୍ଷରେ ଖସି ଯାଇଛନ୍ତି ୮ ହଜାର ଅଭିଯୁକ୍ତ

ଭୁବନେଶ୍ୱର: ନିଶା ମାଫିଆଙ୍କ ବିରୋଧରେ ପ୍ରମାଣ ଯୁଟାଇ ପାରୁନି ଅବକାରୀ ବିଭାଗ । ପ୍ରମାଣ ଅଭାବ ଓ ସାକ୍ଷୀଙ୍କ ବୟାନ ପରିବର୍ତ୍ତନ ପାଇଁ ଗତ ୧୦ ବର୍ଷରେ ଖସିଯାଇଛନ୍ତି ୮ ହଜାର ଅଭିଯୁକ୍ତ । ଫଳରେ ଜେଲରୁ ବାହାରି ପୁଣି ଆରମ୍ଭ କରୁଛନ୍ତି ନିଶା ବେପାର ।

 Poor Investigation Of Excise Department In NDPS Act, Over 8000 Accused Released  

ଗିରଫ ମାଳମାଳ, ତଦନ୍ତ ଦୁର୍ବଳ । ଘଟଣା ବଖାଣିବାକୁ ସାକ୍ଷୀ ଅମଙ୍ଗ । ନିର୍ଦ୍ଦୋଷରେ ଖସିଯାଉଛନ୍ତି ନିଶା ମାଫିଆ । ରାଜ୍ୟରେ ଏନଡିପିଏସ୍ ଓ ଅବକାରୀ ମାମଲାରେ ଗତ ୧୦ ବର୍ଷ ମଧ୍ୟରେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି ୮ ହଜାର ଅଭିଯୁକ୍ତ । ଅନୁଗୁଳ ଜିଲ୍ଲାର ୧୦ ବର୍ଷରେ ସର୍ବାଧିକ ୪ ହଜାର ୫ ଶହ ମାମଲା ରୁଜୁ ହୋଇଥିବା ବେଳେ ସଜ୍ଜା ପାଇଛନ୍ତି ମାତ୍ର ୪୩୫ ଜଣ । ସେହିପରି ଏନଡିପିଏସ୍ ମାମଲାରେ ସାରା ରାଜ୍ୟରେ ୨୩୫ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ସଜ୍ଜା ପାଇଛନ୍ତି ମାତ୍ର ଜଣେ । ସେହିପରି ଏନଡିପିଏସ କେସରେ ନୂଆପଡ଼ା ଜିଲ୍ଲାରେ ଗତ ଦଶବର୍ଷରେ ୩୦ଟି ମାମଲା, ଝାରସୁଗୁଡ଼ାରେ ୧୬ଟି, କେନ୍ଦୁଝର ଜିଲ୍ଲାରେ ୨୩ଟି ମାମଲା ରୁଜ୍ଜୁ କରାଯାଇଥିବା ବେଳେ ମାତ୍ର ଜଣେ ସଜ୍ଜା ପାଇଛନ୍ତି ।

 Poor Investigation Of Excise Department In NDPS Act, Over 8000 Accused Released  

ଆବଶ୍ୟକୀୟ ପ୍ରମାଣ ଅଭାବ ଓ ସାକ୍ଷୀ ବୟାନ ବଦଳାଇବା ଘଟଣା ଅବକାରୀ ବିଭାଗ ପାଇଁ ଚିନ୍ତା ବଢ଼ାଇଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଗାଇଡଲାଇନ୍ ଅନୁଯାୟୀ ଅଭିଯୁକ୍ତ ଖସିଗଲେ, ତାର ଉପଯୁକ୍ତ ତଦନ୍ତ ହେବାକଥା । ତଳ କୋର୍ଟ ଜାମିନ ଦେଲେ ଅବକାରୀ ବିଭାଗ ଉପର କୋର୍ଟକୁ ଯିବା କଥା । କିନ୍ତୁ ଏହାକୁ ଗୁରୁତ୍ୱ ନଦେବାରୁ ଦଣ୍ଡିତ ହେଉନାହାଁନ୍ତି ପେଶାଦାର ନିଶା ବେପାରୀ । ଫଳରେ ସେମାନେ ଜେଲରୁ ବାହାରି ପୁଣି ନିଶା ବେପାରରେ ଲିପ୍ତ ରହୁଛନ୍ତି ।

ମୋରିଶ୍ ନୁହେଁ ଏହି ଭାରତୀୟ ଖେଳାଳୀ ହେଉଛନ୍ତି IPLର ସବୁଠୁ ଦାମୀ ଖେଳାଳି

ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଶେଷ ହୋଇଛି ନିଲାମି। ଚଢା଼ ଦରରେ ବିକ୍ରି ହୋଇଛନ୍ତି ନାମୀ ଦାମୀ ପ୍ଲେଆର୍। ଏହି ଅକ୍ସନରେ କ୍ରିଶ୍ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି ରାଜସ୍ଥାନ ରୟାଲ୍ସ। ଯାହା ପରେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମୋରିଶ୍ ଯୁବରାଜଙ୍କ ରେକର୍ଡ଼ ଭାଙ୍ଗିଦେଇଛନ୍ତି । ୨୦୧୫ରେ ଯୁବରାଜଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା ଦିଲ୍ଲୀ ଡେୟାରଡେଭିଲ୍ସ। କିନ୍ତୁ ମୋରିସଙ୍କୁ ୨୫ ଲକ୍ଷ ଟଙ୍କା ଅଧିକ ଦେଇ ରାଜସ୍ଥାନ କିଣିଛି। କୁହାଯାଉଛି ଯେ ମୋରିଶ ଆଇପିଏଲର ସବୁଠୁ ଦାମୀ ଖେଳାଳୀ। କିନ୍ତୁ ଏହା ସତ ନୁହେଁ । ଏବେ ବି ମୋରିଶଙ୍କ ଆଗରେ ଅଛନ୍ତି ଆଉ ଜଣେ ଭାରତୀୟ ଖେଳାଳି। ଏବେ ବି ଆଇପିଏଲର ସବୁଠୁ ଦାମୀ ଖେଳାଳି ଅଛନ୍ତି  ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ୍ କୋହୋଲି । ଆସନ୍ତୁ ଜାଣିବା ଆଇପିଏଲର ସବୁଠୁ ମହଙ୍ଗା ୬ ଖେଳାଳିଙ୍କ ବିଷୟରେ।

 ବିରାଟ୍ କୋହଲି: ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ବିରାଟ କୋହଲି । ଆଇପିଏଲରେ ଗୋଟିଏ ସଂସ୍କରଣ ଖେଳିବାକୁ ବିରାଟ୍ ନିଅନ୍ତି ୧୭ କୋଟି ଟଙ୍କା । ୩୨ ବର୍ଷୀୟ କୋହଲିଙ୍କୁ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ଗଣାଯାଏ। ୨୦୧୩ରୁ ରୟାଲ ଚ୍ୟଲେଞ୍ଜର୍ସ ବ୍ୟାଙ୍ଗଲୋର ଅଧିନାୟକ ଭାବେ ଖେଳୁଛନ୍ତି କୋହଲି । ହେଲେ ଆଜି ପର୍ଯ୍ୟନ୍ତ ୱିନିଂ ଟାଇଟଲ ଜିତି ପାରିନି କୋହଲିଙ୍କ ଟିମ୍।

କ୍ରିଶ୍ ମୋରିଶ୍: ବିରାଟ କୋହଲିଙ୍କ ପରେ କ୍ରିଶ ମୋରିଶ ହେଉଛନ୍ତି ଆପିଏଲର ଦ୍ୱିତୀୟ ଦାମୀ ଖେଳାଳି । ସାଉଥ ଆଫ୍ରିକାର ଅଲରାଉଣ୍ଡର ମୋରିଶଙ୍କୁ ୧୬ କୋଟି ୨୫ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ। ଚଳିତ ବର୍ଷ ମୋରିଶକୁ ରିଲିଜ କରିଦେଇଥିଲା ଆରସିବି । ଦୁଇ ଅର୍ଦ୍ଧଶତକ ସମେତ ଆଇପିଏଲରେ ୭୦ ଟି ମ୍ୟାଚରେ ୫୫୧ ରନ୍ ସ୍କୋର କରିବା ସହ  ୮୦ଟି ୱିକେଟ୍ ନେଇଛନ୍ତି।

ପ୍ୟାଟ୍ କମିନ୍ସ: କୋଲକାତା ନାଇଟ୍ ରାଇଡର୍ସର ଏହି ଦମଦାର ଖେଳାଳି ଆଇପିଏଲ୍ ପାଇଁ ନିଅନ୍ତି ୧୫ କୋଟି ୫ ଲକ୍ଷ ଟଙ୍କା । ଅଷ୍ଟ୍ରେଲିୟାନ ଫାଷ୍ଟ ବୋଲର କମିନ୍ସ ୧୮ ବର୍ଷ ବୟସରେ  କ୍ରିକେଟ୍ ମଇଦାନକୁ ଓହ୍ଲାଇଥିଲେ। ଗତ ସିଜିନର ନିଲାମରେ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ଥିଲେ କମିନ୍ସ।

ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପ୍ଟେନ୍ କୁଲ୍  ମହେନ୍ଦ୍ର ସିଂ ଧୋନି ଆଇପିଏଲ ଖେଳିବାକୁ ନିଅନ୍ତି ୧୫ କୋଟି ଟଙ୍କା। ୨୦୧୯ ଅଗଷ୍ଟ ୧୫ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ୨୦୦୮ରୁ CSK ର ଅଧିନାୟକ ରହିଆସିଛନ୍ତି ଧୋନି । ତାଙ୍କ ନେତୃତ୍ୱରେ CSK ତିନିଥର ଜିତିଛି ଆଇପିଏଲ୍ ୱିନିଂ ଟାଇଟଲ୍ । ୨୦୧୦, ୨୦୧୧ ଏବଂ ୨୦୧୮ରେ ଚାମ୍ପିଅନ୍ ହୋଇଥିଲେ CSK।

ରୋହିତ ଶର୍ମା: ହିଟ୍ ମ୍ୟାନ୍ ରୋହିତ ଶର୍ମା ବି ଆଇପିଏଲ୍ ରେ ଖିଳିବାକୁ ନିଅନ୍ତି ୧୫ କୋଟି ଟଙ୍କା ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଚମ୍ପିୟନ୍ ହୋଇଛି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ବିଜୟର ତାଜ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନ୍ସ।

ଋଷଭ ପନ୍ଥ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ବି ପଛରେ ପଡ଼ିନାହାଁନ୍ତି । ଧୋନି ଓ ରୋହିତ ଶର୍ମାଙ୍କ ଭଳି ପନ୍ଥ ବି ଆଇପିଏଲ ଖେଳିବାକୁ ନିଅନ୍ତି ୧୫ କୋଟି ଟଙ୍କା । ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୪ଟି ମ୍ୟାଚରେ ପନ୍ଥ କରିଥିଲେ ୩୪୩ ରନର ସ୍କୋର୍। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟରେ ବି ପନ୍ଥଙ୍କର ଥିଲା ସ୍ମରଣୀୟ ପ୍ରଦର୍ଶନ।