spot_img
Home Blog Page 5964

ତେଲ ଦର ନବଢିବା ଦିନକୁ ‘ଆଛେ ଦିନ’ ଭାବେ ଘୋଷଣା କରୁ ମୋଦି ସରକାର : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ଶତକ ମାରିଲାଣି । ଭୋପାଳ ଭଳି ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କାରେ ବିକ୍ରୀ ହେଉଛି । ଗତ ଦୁଇ ମାସରେ ପେଟ୍ରୋଲ ଓ ଡିଜେଲ ଦରରେ ୧୪ ଥର ବଢିଛି । ଏମିତିରେ କଂଗ୍ରେସ ବିଜେପି ଉପରେ ଆକ୍ରମଣ ଜୋରଦାର କରିଛି । ମୋଦି ସରକାରଙ୍କୁ କଟାକ୍ଷ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେଉଁଦିନ ପେଟ୍ରୋଲ ଦର ବଢୁନାହିଁ ସେହି ଦିନକୁ ମୋଦି ସରକାର ‘ଆଛେ ଦିନ୍ ’ ଭାବେ ଘୋଷଣା କରନ୍ତୁ । ସେ କହିଛନ୍ତି ଯେ, ‘ ମୋଦି ସରକାର ସପ୍ତାହର ସେହିଦିନର ନାମକରଣ ଆଛେଦିନ ଭାବେ କରନ୍ତୁ ଯେଉଁଦିନ ପେଟ୍ରୋଲ ଦର ବଢୁନାହିଁ କାରଣ ବାକି ଦିନ ଦର ବୃଦ୍ଧି କାରଣରୁ ‘ମହଙ୍ଗା ଦିନ’ରେ ପରିଣତ ହୋଇଛି’ ।

 

ପ୍ରିୟଙ୍କାଙ୍କ ଭଳି ରାହୁଲ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ନେଇ ମୋଦି ସରକାରଙ୍କୁ ନିଶାନାରେ ନେଇଛନ୍ତି । ସେ ଦର ବୃଦ୍ଧିକୁ ନେଇ ଅନେକ ଗୁଡିଏ ହେଡଲାଇନକୁ ସେୟାର କରି ଲେଖିଛନ୍ତି ଯେ, ‘ମହଙ୍ଗା ବିକାଶ’ । ଅନ୍ୟପକ୍ଷରେ ରବର୍ଟ ଭଦ୍ରା ତେଲ ଦର ହ୍ରାସ ନହେବା ପର୍ଯ୍ୟନ୍ତ ଅଫିସ ସାଇକେଲରେ ଯିବେ ବୋଲି ଘୋଷଣା କରିଛନ୍ତି ।

ଗାନ୍ଧୀ ପରିବାରଠାରୁ କ୍ୟୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମଧ୍ୟ ଟ୍ୱିଟ୍ ପରେ ଟ୍ୱିଟ୍ କରି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ବିଜେପି ସରକାରର ଭୁଲ ଆର୍ଥିକ ନୀତି କାରଣରୁ ପେଟ୍ରୋଲ ଦର ବଢୁଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୟୁପିଏ ସରକାର ଅମଳରେ ଯାହା ଥିଲା ତା’ର ଅଧା ଅଛି ତଥାପି ପେଟ୍ରୋଲ ଦର ଦେଶରେ ସର୍ବୋଚ୍ଚ ସ୍ତରରେ ରହିବା ମୋଦି ସରକାର ଭୁଲ  ଅର୍ଥନୀତିର କାରଣ ବୋଲି ସେ କହିଛନ୍ତି ।

ଅଧିକାଂଶ ସହରରେ ପେଟ୍ରୋଲ ମାରିଲା ଶତକ, ଆପଣଙ୍କ ସହରରେ ଦାମ କେତେ ?

ନୂଆଦିଲ୍ଲୀ: ପେଟ୍ରୋଲ ଦର କମିବାର କୌଣସି ସମ୍ଭାବନା ନଜର ଆସୁନି । ସପ୍ତାହର ଶେଷ ଦିନରେ ମଧ୍ୟ ପେଟ୍ରୋଲ ଦର ବଢିଛି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୦.୫୮ ପଇସା ଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୦.୯୭ ପଇସା ।  ପେଟ୍ରୋଲ ଦରରେ ଏହି ବୃଦ୍ଧି କ୍ରମାଗତ ଭାବେ ୧୨ ଦିନ ଧରି ଲାଗିରହିଛି ।  ଚଳିତ ମାସରେ ପେଟ୍ରୋଲ ଦର ୧୪ ଥର ବଢିଛି ।  ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ରହିଛି । ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଆଖପାଖରେ ରହିଛି ।  ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୫୧ ପଇସା ରହିଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୯୭ ଟଙ୍କା ରହିଛି । ମୁମ୍ବାଇରେ  ଡିଜେଲ ଦର ୮୮ ଟଙ୍କା ରହିଛି । ଦେଶର ଅନ୍ୟ ସହର ଗୁଡିକରେ ପେଟ୍ରୋଲ ଦର ପ୍ରତିଦିନ ନୂଆ ରେକର୍ଡ ଛୁଉଁଛି ।

୧୨ ଦିନରେ ୩.୨୮ ପଇସା ମହଙ୍ଗା ହେଲା ପେଟ୍ରୋଲ

ଗତ ୧୨ ଦିନରେ ପେଟ୍ରୋଲ ଦର ପ୍ରତିଦନି ବଢୁଛି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୨୮ ପଇସା ବଢିଛି । ଜାନୁଆରୀ ଓ ଫେବୃଆରୀ ମାସରେ ହିଁ ପେଟ୍ରୋଲ ଲିଟର ପିଛା ୬.୭୭ ପଇସା ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ୧୨ ଦିନରେ ଡିଜେଲ ୩.୪୯ ପଇସା ବଢିଛି ।

ପ୍ରତିଦିନ ସକାଳ ୬ରେ ବଦଳୁଛି ଦର

ପେଟ୍ରୋଲ ଓ ଡିଜେଲ ମୁଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ପେଟ୍ରୋଲ ଡିଜେଲ ଦାମରେ ଏକ୍ସାଇଜ୍ ଡିୟୁଟି,ଡିଲର କମିଶନ ଓ ଅନ୍ୟ ସେସ୍ ଯୋଡି ହେବା ପରେ ଦାମ ଦୁଇଗୁଣ ହୋଇଥାଏ । ବୈଦେଶିକ ମୁଦ୍ରା ଦର ଓ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳର ଦର ସହିତ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଯୋଡିହୋଇଥାଏ । ବୈଦେଶିକ ମୁଦ୍ରାର ବିନିମୟ ମୁଲ୍ୟ ବୃଦ୍ଧି ପାଇଲେ କିମ୍ବା ଅଶୋଧିତ ତୈଳ ଦର ବଢିଲେ ଦେଶରେ ପେଟ୍ରୋଲ ଦର ମଧ୍ୟ ବଢିଥାଏ ।

ଏମିତି ଚେକ୍ କରନ୍ତୁ ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଦାମ

ଆପଣ ଏସଏମଏସ ଜରିଆରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାଣି ପାରିବେ ।  ପେଟ୍ରୋଲ ଓ ଡିଜେଲ ଦର ସବୁଦିନ ସକାଳ ୬ଟାରେ ବଦଳିଥାଏ । ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁସାରେ ଆପଣଙ୍କୁ ଆରଏସପି  ସହିତ ଆପଣଙ୍କ ସହରର କୋଡ୍ ଟାଇପ୍ କରି ୯୨୨୨୪୯୯୨୨୪୯ ନମ୍ବରକୁ ଏସଏମସ କରିବାକୁ ପଡିବ । ସବୁ ସହରର କୋଡ୍ ଅଲଗା ହୋଇଥାଏ । ଯାହାକୁ ଆପଣ ଇଣ୍ଡିଆନ୍ ଅଏଲ ୱେବସାଇଟରେ ଦେଖି ପାରିବେ । ଅନ୍ୟପକ୍ଷରେ ବିପିସିଏଲ ଗ୍ରାହକ RSP ଲେଖି ୯୨୨୩୧୧୨୨୨ ଓ ଏଚପିସିଏଲ ଗ୍ରାହକ HPPrice ଲେଖି ୯୨୨୨୨୦୧୧୨କୁ ପଠାଇ ନିଜ ସହରରେ ପେଟ୍ରୋଲ ଦର ଜାଣି ପାରିବେ ।

ସେନା ପ୍ରତ୍ୟାହାର ପରେ ଆଜି ଦଶମ ରାଉଣ୍ଡ ଆଲୋଚନା

0

ନୂଆଦିଲ୍ଲୀ: ପୈଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପରେ ଆଜି ଭାରତ ଓ ଚୀନ ମଧ୍ୟରେ ଦଶମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ପୂର୍ବ ଲଦ୍ଦାଖର ହଟ୍ ସ୍ପ୍ରିଙ୍ଗସ, ଗୋଗରା ଓ ଦୀପସାଙ୍ଗ କ୍ଷେତ୍ରରୁ ମଧ୍ୟ ସୈନ୍ୟ ଅପସାରଣ ନେଇ ଆଲୋଚନା ହେବ ।

ଏଲଏସିରେ ବସିବାକୁ ଥିବା ଏହି ବୈଠକ ଦୁଇ ଦେଶର ସମ୍ବନ୍ଧକୁ ନେଇ ଅତି ମହତ୍ତ୍ୱପୂର୍ଣ୍ଣ । ଏଥିରେ ଭାରତ ପକ୍ଷରୁ ଚତୁର୍ଦ୍ଦଶ କୋର କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ପିଜିକେ ମେନନ ନେତୃତ୍ବ ନେବେ । ପଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କ୍ଷେତ୍ରରୁ ଦୁଇଦେଶର ସେନା, ଅସ୍ତ୍ରଶସ୍ତ୍ର, ବଙ୍କର ଓ ଅସ୍ଥାୟୀ ନିର୍ମାଣ ହଟାଇବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହେଇସାରିଛି।

ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ପାଖାପାଖି ଏକ ବର୍ଷ ଧରି ଭାରତ ଓ ଚୀନ୍ ସେନା ମୁହାଁମୁହିଁ ରହିବା ପରେ ଏବେ ସ୍ଥିତି ସୁଧୁରିବାକୁ ଲାଗିଛି। ଚୀନ୍ ତା’ ସେନାକୁ ପଛକୁ ହଟାଉଛି। ଚୀନର ପଛକୁ ହଟିବା ଭାରତ ପାଇଁ ଏକ ବଡ଼ ଧରଣ ରଣନୈତିକ ବିଜୟ ବୋଲି କୁହାଯାଉଛି।

ଦୁର୍ଘଟଣାର ଦିନ: ପୃଥକ ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନମ୍ୱର ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଦୁର୍ଘଟଣା । ଏକ କଣ୍ଟେନରକୁ ଧକା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ । ଦୁର୍ଘଟଣାଗ୍ରସ୍ତ ଆମ୍ୱୁଲାନ୍ସର ନମ୍ୱର ହେଉଛି ଡବ୍ଳ୍ୟୁବି ୩୩ ସି ୬୦୬୮ ଓ କଣ୍ଟେନରର ନମ୍ୱର ହେଉଛି ଓଡି ୦୧ କ୍ୟୁ ୪୧୭୩ ।

ଅନ୍ୟପଟେ କନ୍ଧମାଳ ବାଲିଗୁଡ଼ା ଥାନା ବାଟାଗୁଡ଼ା ଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ବାଇକ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣଙ୍କ ପଚିଚୟ ମିଳିଛି । ମୃତକ ହେଲେ ରିବିୟ ମାଝୀ । ଅନ୍ୟ ୨ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦାନୁଙ୍ଗିଆ ଗାଁରୁ ତିନି ଯୁବକ ମୋଟର ସାଇକେଲରେ ଆସୁଥିବା ବେଳେ, ବାଟାଗୁଡ଼ା ନିକଟରେ ଦୁର୍ଘଟଣାରକ ଶିକାର ହୋଇଥିଲେ ।

ଆମ ପାଠାଗାର ଅଭିଯାନର ଦ୍ୱିତୀୟ ପାଠାଗାର “ଆଶ୍ରୟ”ର ସ୍ଥାପନା

ଭୁବନେଶ୍ୱର:  ‘ଆମ ପାଠାଗାର’ ଅଭିଯାନର ଦ୍ଵିତୀୟ କାର୍ଯ୍ୟକ୍ରମ ପାଇଁ ପ୍ରେସ ମିଟ୍ – ଦାସିଆ ଅଜାଙ୍କ ଦ୍ଵାରା ପରିକଳ୍ପିତ ଓଡିଶା ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବା ପାଇଁ ଅଭିନେତ୍ରୀ ତଥା ସାମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଅନନ୍ୟ ଅଭିଯାନ । ଏହି ଅଭିଯାନର ପ୍ରେସ ମିଟ ବାଣୀ ବିହାରର ହୋଟେଲ ଶୀତଳରେ ଫେବୃଆରୀ ୧୯, ୨୦୨୧ ଶୁକ୍ରବାର ଦିନ ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ହୋଇଥିଲା ।

ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଡକ୍ଟର ବିଭୂତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ, ପ୍ରଖ୍ୟାତ ଲେଖକ ଶ୍ରୀ ଦାଶ ବେନହୁର, ପ୍ରଖ୍ୟାତ ଲେଖକ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ , ପ୍ରଖ୍ୟାତ ଗୀତିକାର ତଥା ଲେଖକ ବିଜୟ ମଲ୍ଲ, ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ, ଲେଖକ ତଥା ଟାଇମ୍ ପାସ୍ ପ୍ରକାଶକ ସରୋଜ ବଳ ଏବଂ ବର୍ଷା ପ୍ରିୟଦର୍ଶିନୀ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଅନ୍ୟତମ ।

ଓଡିଶାରେ ବିଭିନ୍ନ ସୁବିଧାରୁ ବଞ୍ଚିତ ଶିଶୁଙ୍କ ପୁନର୍ବାସ ସମ୍ପର୍କିତ ସେବା କାର୍ଯ୍ୟ କରିବା ସହ ଭୁବନେଶ୍ୱରର ଡମଣାରେ ଏକ ବସ୍ତିର ‘ମଧୁଶାଳା’କୁ “ପାଠଶାଳା”ରେ ପରିଣତ କରିବା ପାଇଁ ସମାଜସେବୀ ଶ୍ରୀ ରତ୍ନାକର ସାହୁଙ୍କ ମହତ ପଦକ୍ଷେପ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

ଦାଶିଆ ଅଜା ଭାବରେ ଜଣାଶୁଣା, ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ, ଓଡିଶାର ପାଠାଗାର ଆନ୍ଦୋଳନର ଅଗ୍ରଣୀ ସଂଗ୍ରାମୀ ଥିଲେ । ନିଜ ପେଢିରେ ଥିବା ମାତ୍ର ୫ ଟି ପୁସ୍ତକରୁ ଆରମ୍ଭ କରି ସେ ଏକ ପାଠାଗାର ପ୍ରତିଷ୍ଠା କରିଥିଲେ, ଯେଉଁଥିରେ ବର୍ତ୍ତମାନ ୧.୫ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରିକା, ଖଜୁରୀ ପତ୍ର ପାଣ୍ଡୁଲିପି,ଛବି ଏବଂ ଅନ୍ୟାନ୍ୟ ଅନୁସନ୍ଧାନମୂଳକ ପୁସ୍ତକ ଓ ସାମଗ୍ରୀ ରହିଛି । ଦାସିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜ ସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହା ଏକ ଅନନ୍ୟ ପ୍ରୟାସ ।

ଏହି ଅଭିଯାନର ଏକ ଅଂଶ ଭାବରେ, ଓଡିଶା ତଥା ଅନ୍ୟାନ୍ୟ ପ୍ରାନ୍ତରୁ ଇଚ୍ଛୁକ ଦାତାମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ରାଜ୍ୟର ଅଭାବି ଲୋକଙ୍କୁ ପୁସ୍ତକ ଦାନ କରିବା ସହ ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ପୁସ୍ତକ ସଂଗ୍ରହ ହୋଇ ସାରିଲାଣି ।

ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ “ଆଶ୍ରୟ” ବୃଦ୍ଧାଶ୍ରମ, ୟୁନିଟ୍ -6 ଭୁବନେଶ୍ୱର ଠାରେ ବର୍ଷା ପ୍ରିୟଦର୍ଶିନୀ ଏକ ପାଠାଗାରର ସ୍ଥାପନା କରିଥିଲେ ।  ସେ ଆଶ୍ରମର ବୃଦ୍ଧ ଅନ୍ତେବାସୀ ମାନଙ୍କ ସହିତ ସମୟ ବିତାଇବା ସାଙ୍ଗକୁ ପୁରାଣ ଏବଂ ଧର୍ମଗ୍ରନ୍ଥ ଠାରୁ ଆରମ୍ଭ କରି କାଳ୍ପନିକ ଉପନ୍ୟାସ ଏବଂ ଆତ୍ମଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଆଧାରିତ ପୁସ୍ତକ ଅନ୍ତେବାସୀମାନଙ୍କୁ ଦାନ କରିଥିଲେ । ଆଶ୍ରୟର ଅନ୍ତେବାସୀମାନେ ତାଙ୍କୁ ସେମାନଙ୍କ ମଧ୍ୟରେ ପାଇ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଏବଂ ସେମାନେ ନୂତନ ଭାବରେ ସ୍ଥାପିତ ପାଠାଗାରର ସଦୁପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନିତି ଆୟୋଗ ବୈଠକ : କରୋନା କାଳରେ ଦେଶ ଏକାଠି କାମ କରିଥିଲା,ଅର୍ଥନୀତି ଟ୍ରାକକୁ ଫେରୁଛି

ନୂଆଦିଲ୍ଲୀ: ନିତି ଆୟୋଗର ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା କାଳରେ ଦେଶ ଦେଖିଲା ଯେ, କେମିତି କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବା ଦ୍ୱାରା ସଫଳତା ମିଳିଲା । ଏହା ଦ୍ୱାରା ବିଶ୍ୱକୁ ସକରାତ୍ମକ ସନ୍ଦେଶ ମିଳିଲା । ଅନେକ ରାଜ୍ୟ ଦ୍ରୁତଗତିରେ ବିକାଶ କରିଛନ୍ତି । ବିକାଶ କେନ୍ଦ୍ର ଓ ରାଜ୍ୟଙ୍କର ମୁଖ୍ୟ ଏଜେଣ୍ଡା ହେବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଅପରେଟିଭ୍ ଫେଡରାଲିଜମ(ସହକାରୀ ସଂଘବାଦ)କୁ ଅଧିକ ସାର୍ଥକ କରିବା ଆବଶ୍ୟକ । କୋଅପରେଟିଭ୍ ଫେଡରାଲିଜମକୁ ଜିଲ୍ଲା ସ୍ତରକୁ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଷଷ୍ଠ ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଟିଏରୁ ଅଧିକ ନେଲେଣି କରୋନା ଟିକା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୨୦୧୪ ରୁ ଗ୍ରାମୀଣ ଓ ସହର ଭାରତରେ ୨.୪ କୋଟି ଅଧିକ ଘର ତିଆରି ହୋଇଛି । ୬ଟି ରାଜ୍ୟରେ ଆଧୁନିକ ଘର ତିଆରି ଉପରେ କାମ ଚାଲିଛି । କିଛି ମାସ ମଧ୍ୟରେ ନୂଆ ମଡେଲ ସହିତ ମଜବୁତ ଘର ତିଆରି ହେବ । ଅର୍ଥନୀତିରେ ଘରୋଇ ଉଦ୍ୟୋଗକୁ ଯୋଗଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ଦେଖୁଛି କିଭଳି ଭାବେ ଘରୋଇ କ୍ଷେତ୍ର ଦେଶର ବିକାଶର ବଢିଚଢି ଭାଗ ନେଉଛି । ସରକାର ଭାବେ ଆମକୁ ଘରୋଇ କ୍ଷେତ୍ରର ଏହି ଉତ୍ସାହକୁ ସମ୍ମାନ ଦେବାକୁ ପଡିବ ଓ ସେମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନରେ ସେତିକି ସୁଯୋଗ ଦେବାର ଅଛି । ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭାରତରେ ଗୁଗଲ ଭଳି କମ୍ପାନୀଙ୍କ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମାତ୍ର ୩ ମିନିଟ ପାଇଁ ଚାଲିଲା ଗୃହ: ୧୧.୩୦ ମିନିଟ ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ପୁଣି ହୋହଲ୍ଲା। ଚାଷୀ ପ୍ରସଂଗରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ କଲେ ନାରାବାଜି। ଗୃହ ଆରମ୍ଭ ରୁ ହୋହଲ୍ଲା। ୩ମିନିଟ ଚାଲିବା ପରେ ଗୃହ ମୁଲତବୀ । ଶନିବାର ରାଜ୍ୟ ବଜେଟ୍ ଅଧିବେଶନର ତୃତୀୟ ଦିବସ ଥିବା ବେଳେ ଧାନ କିଣା ସମ୍ପର୍କରେ ଆଜି ଗୃହରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ । ୭ଦିନ ପରେ ଧାନ କିଣାରେ ଅଗ୍ରଗତି ସମ୍ପର୍କରେ ଗୃହକୁ ଅବଗତ କରାଇବେ। ଗତକାଲି ଦ୍ୱିତୀୟ ଦିନରେ ଗୃହରେ ବାରମ୍ବାର ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ରୁଲିଂ ଦେଇଥିଲେ  । ଏହାପରେ ବି ହଟ୍ଟଗୋଳ ବନ୍ଦ ହୋଇ ନଥିଲା  । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହର ମଧ୍ୟଭାଗରେ ଧାନମଣ୍ଡି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିବାକୁ ବିରୋଧୀ ଉଦ୍ୟମ କରିଥିଲେ  । ପୋଡିୟମରେ ଲାଗିଥିବା ଫାଇବାରକୁ ଖସାଇଦେଇଥିଲେ ବିରୋଧୀ। ମାଇକ୍ ମଧ୍ୟ ଭାଙ୍ଗିଛନ୍ତି ବିରୋଧୀ  । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ବିଜେପି ଆଲୋଚନାକୁ ଡ଼ରୁଥିବାରୁ ଗୃହକୁ ଚଳାଇ ଦେଉନାହିଁ ବୋଲି ଶାସକ ବିଜେଡି ଅଭିଯୋଗ କରିଛି । ଗୃହ ଚାଲିପାରୁନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ବିଜେଡି । ତେବେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଲାଗିରହିଥିବା ଦେଖିବାକୁ ମିଳିଛି ।

 

୨ ଦିନ ଯାଏଁ ପାଗ କୋହଲା ରହିବ

0

ଭୁବନେଶ୍ୱର: ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକାଶ ମେଘାଛନ୍ନ ସହ କୋହଲା ପାଗ ରହିବ । ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହ ଆଜି କିଛି ସ୍ଥାନରେ ଝିପିଝିପି ବର୍ଷା ଅନୁଭୂତ ହୋଇଛି  । ତେବେ ବର୍ଷା କିମ୍ବା ଘଡଘଡି ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇନାହିଁ । ଆସନ୍ତା ଦୁଇଦିନ ପରେ ସମଗ୍ର ରାଜ୍ୟରେ ପାଣିପାଗ ସ୍ୱାଭାବିକ ରହିବ । ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ସାରା ଦେଶରେ ତୃତୀୟ

ସାହାଣ ରୋଗରୁ ହାତୀ ମୃତ୍ୟୁ: କେନ୍ଦ୍ରୀୟ ଟିମ୍

0

କଳାହାଣ୍ଡି: ଗ୍ରାଉଣ୍ଡଜିରୋରେ ହାତୀମୃତ୍ୟୁର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ୍  । କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୪ ଜଣିଆ ଟିମ୍  । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଥିଲା  । ତେବେ ଏହି ଭୂତାଣୁରେ  କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରୁଛି  କେନ୍ଦ୍ରୀୟ ଟିମ  । ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପାଣି ପିଉଥିବା ନାଳ ତଥା ନିକଟସ୍ଥ ଗାଁରେ ଯାଞ୍ଚ କରୁଛି ଟିମ୍ ।  ଟିମରେ ଡ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ୱାଇଲ୍ଡ ଲାଇଫ,  ଡ. ପ୍ରଜ୍ଞା ପି. ପଣ୍ଡା, କୋର୍ଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର, ଓୟୁଏଟି ବିଶେଷଜ୍ଞ  ପ୍ରଫେସର ଡ. ନିରଞ୍ଜନ ସାହୁ ଅଛନ୍ତି। ଏଥି ସହ  ଆରସିସିଏଫ ସୁଦୀପ୍ତ ଦାସ , ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର , ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ମଧ୍ୟ କେନ୍ଦ୍ରୀୟ ଟିମ ସହ ଘଟଣାସ୍ଥଳକୁ ଯାଇଛନ୍ତି ।

  ଅଭୟାରଣ୍ୟର ହାତୀ କିପରି ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ । ଫଳରେ ଦେଶରେ ଥିବା  ଅଭୟାରଣ୍ୟ ରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି କେନ୍ଦ୍ର ଓ୍ବାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର  ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ବେଶ ଗୁରୁତ୍ଵ ରଖୁଛି  । କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା

ଏଥିସହିତ ପଢ଼ନ୍ତୁ: ନିତି ଆୟୋଗ ପରିଚାଳନା ପରିଷଦର ବୈଠକ: ପ୍ରଥମ ଥର ପାଇଁ ସାମିଲ ହେବ J&K ଏବଂ ଲଦାଖ୍

ନିତି ଆୟୋଗ ପରିଚାଳନା ପରିଷଦର ବୈଠକ: ପ୍ରଥମ ଥର ପାଇଁ ସାମିଲ ହେବ J&K ଏବଂ ଲଦାଖ୍

0

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ । ସକାଳ ୧୦ ଟା ୩୦ ବୈଠକ ହେବ । ଏଥିରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ ଓ ସ୍ୱାସ୍ଥ୍ୟକ୍ଷେତ୍ର ସମ୍ବଦ୍ଧରେ ଆଲୋଚନା ହେବ । ଏହାସହ ଆନ୍ତଃ-ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ  । ପ୍ରଧାନମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ପରିଷଦ ବୈଠକରେ ଯୋଗଦେବେ  । ବୈଠକରେ ପ୍ରଥମ ଥର ପାଇଁ ଲଦାଖ ସହିତ ଜମ୍ମୁ ଓ କଶ୍ମୀରର ଅଧିକାରୀ ସାମିଲ୍ ହେବେ । ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ । ତେବେ ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟକଟ୍ କରିବେ ବୋଲି ଜଣାପଡିଛି । ନୀତି ଆୟୋଗକୁ ମମତା ସମାଲୋଚନା କରିବା ସହିତ ଏହାର ଆର୍ଥିକ ଶକ୍ତି ନାହିଁ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍