ହଲିଉଡ୍ ସେଲେବ୍ରିଟି ହେଉଛନ୍ତି ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ

ବିଶ୍ୱର ସର୍ବପୂରାତନ ଧର୍ମ ହେଉଛି ସନାତନ ଧର୍ମ ବା ହିନ୍ଦୁ ଧର୍ମ। ଏହି ଧର୍ମକୁ ଶାନ୍ତିର ଧର୍ମ କୁହାଯାଏ । ଆଉ ବିଶ୍ୱାସ ରହିଛି ଯେ ଏହି ଧର୍ମକୁ ଯିଏ ଗ୍ରହଣ କରେ ତାକୁ ଶାନ୍ତି ମିଳେ । ବିଶ୍ୱର ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଏହି ଧର୍ମରେ ବିଶ୍ୱାସ କରନ୍ତି। ହିନ୍ଦୁ ଧର୍ମ ପ୍ରକୃତରେ ଏକ ଧର୍ମ ନୁହେଁ ଏହା ଏକ ଅନନ୍ୟ ବିଶ୍ୱାସ। ଏହା ଏକ ଜୀବନ ବଞ୍ଚିବାର ମାର୍ଗ। ଦିନ୍ଦୁ ଧର୍ମର ଶିକ୍ଷା ସର୍ବଦା ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଥାଏ। କେବଳ ଭାରତରେ ନୁହେଁ ବହୁ ବିଦେଶୀ ଲୋକ ମଧ୍ୟ ହିନ୍ଧୁ ଧର୍ମରେ ଆସ୍ଥା ରଖନ୍ତି। ଆଉ ଏମାନଙ୍କ ମଧ୍ୟ ବହୁ ହଲିଉଡ ସେଲେବ୍ରିଟି ଓ ବିଜନେସ ଟାଇକୁନ ମଧ୍ୟ ଅଛନ୍ତି।

ଆଲଫ୍ରେଡ ଫୋର୍ଡ଼: ବିଶ୍ୱର ସବୁଠୁ ଦାମୀ କାର ମଧ୍ୟରେ ଥିବା ‘ଫୋର୍ଡ’ କମ୍ପାନୀର ଉତ୍ତରାଧିକାରୀ ଆଲଫ୍ରେଡ ଫୋର୍ଡ ନିଜର ଜୀବନକୁ କୃଷ୍ଣ ଭକ୍ତିରେ ଉତ୍ସର୍ଗ କରିଛନ୍ତି। ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଆଲଫ୍ରେଡଙ୍କର ସବୁବେଳେ ହିନ୍ଦୁ ଧର୍ମ ପ୍ରତି ଦୁର୍ବଳତା ଥିଲା । ତେଣୁ ସେ ନିଜର ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାଇଥିଲେ। ଏବେ ସେ ନିଜର ନାଁ ପରିବର୍ତ୍ତନ କରି ଅମିରିଶ ଦାସ ରଖିଛନ୍ତି । ସେ ଲୋକଙ୍କ ଆଦ୍ଧାତ୍ମିକତା ଉପରେ ପ୍ରବଚନ ମଧ୍ୟ ଦିଅନ୍ତି । ଆଲଫ୍ରଡ୍ ଅମରିଶ ପ୍ରଭୁ ନାମରେ ଜଣାଶୁଣା । ଆଲଫ୍ରେଡ୍ କୁହନ୍ତି ଯେ ଜୀବନର ସମସ୍ତ ସମସ୍ୟାର ସମାଧାନ ହିନ୍ଦୁ ଧର୍ମର ବେଦ ଓ ଗ୍ରନ୍ଥରେ ଲୁଚି ରହିଛି । ତେଣୁ ଯେବେ ବି ସମୟ ମିଳୁଛି ନିଜ ଗ୍ରନ୍ଥକୁ ନିଶ୍ଚୟ ପଢ଼ନ୍ତୁ ।

ଜୁଲିଆ ରୋବର୍ଟସ୍ : ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରୋବର୍ଟ ୧୧ ବର୍ଷ ତଳେ ଖୁଲାସା କରିଥିଲେ ଯେ ସେ ଖ୍ରୀଷ୍ଟିଆନ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ୨୦୧୦ ମସିହାରେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ ଏହି ଘୋଷଣା କରିଥିଲେ। ଜୁଲିଆ ଆମେରିକାର ଜର୍ଜିଆରେ ଜନ୍ମଗ୍ରହଣ କରିଥିଲେ। ଯେଉଁଠାରେ କ୍ୟାଥୋଲିକ୍ ବା ଖ୍ରୀଷ୍ଟିଆନ ଧର୍ମର ଏତେପ୍ରଚଳନ ଯେ ଯେ ଏହାକୁ ବାଇବେଲ ବେଲ୍ଟ କୁହାଯାଏ । ବ୍ୟାଟିଷ୍ଟ ଓ କ୍ୟାଥିଲିକ ମାତାପିତାଙ୍ଠୁ ଜନ୍ମ ନେଇଥିବା ଜୁଲିଆ ନିଜ ଆଗାମୀ ଜନ୍ମରେ ସୁଖ ଓ ଶାନ୍ତିର ଜୀବନ ପାଇବା ଆଶାରେ ହିନ୍ଦୁ ଧର୍ମ ସ୍ୱୀକାର କରିନେଲେ। ସେ ୨୦୧୦ରେ ନିଜ ଫିଲ୍ମ’ଇଟ୍ ପ୍ରେ ଲଭ’ର ଶୁଟିଂ ପାଇଁ ଭାରତ ଆସିଥିଲେ । ଯେଉଁଠି ସେ ହିନ୍ଦୁ ଧର୍ମ ବିଷୟରେ ଜାଣିବାକୁ ପାଇଥିଲେ। ଆଉ ସେବେଠୁ ହିଁ ସେ ହିନ୍ଦୁ ହୋଇଗଲେ।

ସିଲଭେଷ୍ଟର ଷ୍ଟାଲୋନ: ସୁପରହିଟ୍ ହଲିଉଡ ଧାରାବାହିକ ‘ରାମ୍ବୋ ରକର୍ସ’ର ଲୋକପ୍ରିୟ ଅଭିନେତା ସିଲଭେଷ୍ଟର ଷ୍ଟାଲୋନଙ୍କର ମଧ୍ୟ ସନାତନ ଧର୍ମ ଉପରେ ବିଶ୍ୱାସ ରହିଛି। ତାଙ୍କର କାହାଣୀ ବହୁତ ଅଦ୍ଭୁତ । ପ୍ରାୟ ଚାରି ବର୍ଷ ପୂର୍ବେ ସିଲଭେଷ୍ଟରଙ୍କ ୧୪ ବର୍ଷର ପୁଅ ସାଗେଙ୍କର ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ସେ ଡିପ୍ରେଶନରେ ଥିଲେ । ତାଙ୍କୁ ସବୁବେଳେ ନିଜ ଚାରିପାଖରେ ତାଙ୍କ ପୁଅ ଆତ୍ମାର ଉପସ୍ଥିତି ଅନୁଭବ ହେଉଥିଲା । ଯେଉଁଥିପାଇଁ ସେ ସବୁବେଳେ ବିଚଳିତ ହେଉଥିଲେ । ଏହା ପରେ ତାଙ୍କର ଜଣେ ହିନ୍ଦୁ ବନ୍ଧୁ ତାଙ୍କୁ ପୁଅର ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ହରିଦ୍ୱାରରେ ପୁଅର ପିଣ୍ଡଦାନ କରିଥିଲେ । ଯାହାପରେ ତାଙ୍କୁ ଶାନ୍ତି ମିଳିଥିଲା । ଆଉ ଏହାପରେ ତାଙ୍କ ମନରେ ସନାତନ ଧର୍ମ ପ୍ରତି ବିଶ୍ୱାସ ଜାଗ୍ରତ ହେଲା। ଏବେ ସେ ନିଜର ଇଶାଇ ଧର୍ମ ସହ ହିନ୍ଦୁ ଧର୍ମକୁ ବି ମାନନ୍ତି ।

ମାର୍କ ଜୁକରବର୍ଗ: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ରୋଚକ । ବାରମ୍ବାର ବିଫଳତା ଯୋଗୁ ସେ ବହୁତ ନିରାଶ ହୋଇଯାଇଥିଲେ ଓ ଭାଙ୍ଗିପଡ଼ିଥିଲେ। ଏହି ସମୟରେ ସେ ଭାରତ ଆସିଥିଲେ। ଆଉ ଦେବଭୂମି ଉତ୍ତରାଖଣ୍ଡରେ ପହଞ୍ଚିଥିଲେ। ଯେଉଁଠାରେ ସେ ହନୁମାନ ଭକ୍ତ ତଥା ମହାନ ସାଧକ ନିମ୍ କାରୋଲି ବାବାଙ୍କୁ ଭେଟିଥିଲେ। ଯାହାଙ୍କୁ ସେଠି ହନୁମାନଙ୍କ ଅବତାର ବୋଲି କୁହାଯାଏ । ବାବା ଜୁକରବର୍ଗଙ୍କୁ ଜୀବନ ପ୍ରକୃତ ମାର୍ଗ ଦେଖାଇଥିଲେ । ଯାହା ତାଙ୍କ ଜୀବନରେ ଆଣିଦେଇଥିଲା ନୂଆ ମୋଡ଼। ଆଉ ଏହା ପରେ, ଜୁକରବର୍ଗ ଏବଂ ଫେସବୁକର ସଫଳତାର କାହାଣୀ ଇତିହାସ ସୃଷ୍ଟି କଲା ।

ଷ୍ଟିଭ ଜବ୍ସ: ଯେବେବି ସବୁଠୁ ମହଙ୍ଗା ମୋବାଇଲ କଥା ପଡ଼େ ତେବେ ଆପଣଙ୍କ ମନେର ପ୍ରଥମେ ଆପଲ ର ନାଁ ଆସେ । ଆପଲ୍ କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କର ବି ହିନ୍ଦୁ ଧର୍ମ ପ୍ରତି ରହିଥିଲା ବିଶ୍ୱାସ । ୨୦୧୧ରେ ସେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ସେ ବଞ୍ଚିବା ପର୍ଯ୍ୟନ୍ତ ଭାରତର ଆଧ୍ୟାତ୍ମିକତା ପ୍ରତି ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଉତ୍ତରାଖଣ୍ଡର ପ୍ରସିଦ୍ଧ ସନ୍ଥ ନିମ୍ କାରୋଲି ବାବାଙ୍କର ଶିଷ୍ୟ ଥିଲେ। ସନାତନ ଧର୍ମ ଉପରେ ଷ୍ଟିଭ ଜବ୍ସଙ୍କର ଅଗାଢ଼ ବିଶ୍ୱାସ ଥିଲା । ଷ୍ଟିଭ ହିଁ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ନିମ୍ କାରୋଲି ବାବାଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ମୃତ୍ୟୁ ପୂର୍ବରୁ ସେ ବହୁଥର ଭାରତରେ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ତାଙ୍କୁ ଯେବେ ବି ସମୟ ମିଶଳୁଥିଲା ସେ ଆସି ମନ୍ଦିରେ ବସୁଥିଲେ । ସେ କହୁଥିଲେ ଯେ ତାଙ୍କୁ ମନ୍ଦିରରେ ଶାନ୍ତି ମିଳେ।

ରବର୍ଟ ଡାଉନି ଜୁନିଅର: ଆଇରନ ମ୍ୟାନ ଭାବେ ଘରେ ଘରେ ଲୋପ୍ରିୟ ରବର୍ଟ ଡାଉନି ଜୁନିଅର୍ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି, ଆଉ ସେ ଏହାକୁ ହିନ୍ଦୁ ଧର୍ମର ଅଂଶ ମାନନ୍ତି। ସେ କୃଷ୍ଣ ଚେତନାକୁ ଅନୁସରଣ କରନ୍ତି ଓ ସେ ଇସ୍କନର ଅନୁଗାମୀ ମଧ୍ୟ। ଭଗବାନ କୃଷ୍ଣଙ୍କ ଉପରେ ତାଙ୍କର ଅଗାଢ଼ ବିଶ୍ୱାସ। ସେ ସବୁବେଳେ କୁହନ୍ତି ଯେ ଯଦି ଜୀବନରେ କିଛି ବି ସମସ୍ୟା ଅଛି ତେବେ ଭଗବତ ଗୀତା ପଢ଼। ଏଥିସହ ସେ ସମସ୍ତଙ୍କୁ ପରାମର୍ଶ ଦିଅନ୍ତି ଯେ ଯଦି ତୁମେ ମୁକ୍ତି ପାଇବାକୁ ଚାହଁ ତେବେ ଶାନ୍ତିର ଧର୍ମ ସନାତନ ଧର୍ମକୁ ଅନୁସରଣ କର।

Leave a Reply