ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୦ ତାରିଖରେ ଭୋଟିଂ

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି ।

ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହେବ । ଏନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି । ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହେବ ।

ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବୈଠକକୁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବେ । ବୈଠକରେ ପଞ୍ଚାୟତର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିବାକୁ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି ।

Leave a Reply